ଓଡ଼ଗାଁ,(୨୬/୦୯):- ଓଡ଼ଗାଁର ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ତରଫରୁ ଆଜି ଅପରାହ୍ନ ୨ଟା ରୁ ୫ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ଗୁଗୁଲ ମିଟ୍ ମାଧ୍ୟମରେ “ଭୋଦୁଅ ଆସର” ନାମରେ ଏକ କବିତା ଆସର ନୂଆଗାଁ ଓ ଗଣିଆର କବି କବୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ରାମନାଥ ଦାଶ ଉକ୍ତ କବିତା ଆସରର ମୁଖ୍ୟ ଅତିଥି ଓ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱଜ)ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉପସଭାପତି ଶରତ ଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ ବେହେରା, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥରର କବିତା ଆସରରେ ଗଣିଆ ଓ ନୂଆଗାଁ ବ୍ଲକର କବି କବୟିତ୍ରୀମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା।ଏ…
Read MoreCategory: କବିତା
ମଞ୍ଚକଳାର ନିପୁଣ ବିନ୍ଧାଣୀ ପ୍ରଭାତ ମହାରଣାଙ୍କୁ ସମ୍ବର୍ଦ୍ଧିତ
ନୟାଗଡ଼,(୨୨/୦୯): ଓଡ଼ିଆ ମଞ୍ଚ ନାଟକ କ୍ଷେତ୍ରରେ ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମଞ୍ଚକଳାର ନିପୁଣ ବିନ୍ଧାଣୀ ତଥା ନିର୍ଦ୍ଦେଶକ, ଅଭିନେତା ଓ ନାଟ୍ୟକାର ପ୍ରଭାତ କୁମାର ମହାରଣାଙ୍କୁ ନୟାଗଡ଼ର ‘ରାଗେଶ୍ରୀ ନିଳୟମ୍’ ଏବଂ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତବର୍ଷ ମଞ୍ଚକଳା ନିମନ୍ତେ ଶ୍ରୀ ମହାରଣାଙ୍କୁ ଓଡ଼ିଆ ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରଦାନ କରାଯିବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ନନ୍ଦିଘୋର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ନାଟ୍ୟ ପ୍ରତିଭାଙ୍କୁ ନୟାଗଡ଼ ଜିଲ୍ଲାର ଗୈାରବ ବୃଦ୍ଧି କରିଥିବାରୁ ଜିଲ୍ଲାର କଳାକାରମାନଙ୍କ ଉପସ୍ଥିତିରେ ସମ୍ମାନିତ କରାଗଲା। ସ୍ଥାନୀୟ ଇନସ୍ପାୟାର ଆବାସିକ ମହାବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଗୁରୁ ପ୍ରଭାତ କୁମାର ଦାଶଙ୍କ ସଭାପତିତ୍ବ ତଥା ଅଭିନେତା ଗଣେଶ ମିଶ୍ର ଏବଂ କବୀ ସୈ।ଦାମିନୀ ସ୍ଵାଇଁ…
Read Moreଦଶପଇସିଆ ଅଜା
(ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ)ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ତଥା ପିତା ବାଞ୍ଛାନିଧି ପଟ୍ଟନାୟକ ଓ ମାତା ପାର୍ବତୀ ଦେବୀଙ୍କ କୁଳନନ୍ଦନ ଥିଲେ ଦାଶରଥି ପଟ୍ଟନାୟକ (୧୯୦୭–୧୯୯୭)। ଦଶ ପଇସାର ଖୁଣ୍ଟାତଡ଼ା ରାଜା ଦାଶିଆ ଅଜା ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ଥିଲେ ସମସ୍ତଙ୍କର ଅତି ଆପଣାର ।ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ପ୍ରତିଭା ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ। ଦାଶିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ର୍ଥ ଶ୍ରେଣୀ ଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା। ବିଶ୍ରାମ ସମୟରେ ବହି ପଢିବା ଥିଲା ତାଙ୍କର ଏକ ନିଶା। ଏହି ବହି ପଢିବା ନିଶାରୁ ଆରମ୍ଭ କଲେ ଅନନ୍ୟ ଯାତ୍ରା। ଗାଁ ଗଣ୍ତା ସହର…
Read Moreଅନଲାଇନରେ କ୍ରାନ୍ତି କବିତା ଆସର ଅନୁଷ୍ଠିତ
ଓଡ଼ଗାଁ,(୨୮/୦୮):- ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଗୁଗୁଲ ମିଟ୍ ମାଧ୍ୟମରେ ଏହାର ତୃତୀୟ କବିତା ଆସର (କ୍ରାନ୍ତି କବିତା ଆସର)ଆୟୋଜନ କରିଛି। ଅନୁଷ୍ଠାନ ତରଫରୁ ନୟାଗଡ଼ ଜିଲ୍ଲା ମହାବୀର କ୍ଷେତ୍ର ଦଶପଲ୍ଲାର କବି କବୟିତ୍ରୀଗଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମୁଖ୍ୟଅତିଥି ରୂପେ ନିରାକାରପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ବେଣୁଧର ଦାସ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିବାବେଳେ କାର୍ଯ୍ୟକ୍ରମରେ ପଞ୍ଚାନନ ପଣ୍ଡା ସଭାପତି ଦାୟିତ୍ୱ ତୁଲାଇବା ସହ ସଂସଦର ସଂପାଦକ ଭାବଗ୍ରାହୀ ମହାପାତ୍ର, ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ କବିତାଗୁଡିକୁ ସଂଯୋଜନା କରିଥିଲେ। ଦଶପଲ୍ଲା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ଗଠନ ପରିବାରର ବରିଷ୍ଠ କବି ହାଡ଼ିବନ୍ଧୁ ମହାଖୁଡ଼, ବିଘ୍ନେଶ୍ୱର ବେହେରା, ପ୍ରଫୁଲ୍ଲ କୁମାର ଦାଶ, ଲିଙ୍ଗରାଜ ପାଣି, ମହେଶ୍ବର ବେହେରା, ସନ୍ତୋଷ କୁମାର ସାହୁ, ପ୍ରମୋଦ କୁମାର ପ୍ରଧାନ, ପ୍ରଭଞ୍ଜନ ସାଥୁଆ,…
Read Moreସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା
ନୟାଗଡ,(12/08):- ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ବର୍ଷରୁ ୧୩ବର୍ଷର ଛାତ୍ରଛାତ୍ରୀ ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହିପରି ୧୩ରୁ ୧୮ବର୍ଷର ଛାତ୍ରଛାତ୍ରୀମାନେ ଓଡ଼ିଆ ବକ୍ତୃତା ରେ ‘ଆଜିର ଭାରତ’ ଶୀର୍ଷକ’ରେ ବକ୍ତୃତା ଦେଇଥିଲେ। ଗୀତ ପ୍ରତିଯୋଗିତାରେ କଳାହାଣ୍ଡିର ଦିବ୍ୟାଂଶ ମୁଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନୟାଗଡ ଜିଲ୍ଲାର ଅଂଶୁମାନ ପାତ୍ର ଦ୍ୱିତୀୟ, ଓଁକାର ଔଜାଲ୍ୟ ଓ ସ୍ବୟଂ ପ୍ରଭା ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଆ ବକ୍ତୃତାରେ ପୁରୀ ଜ଼ିଲ୍ଲାର ସ୍ବର୍ଣ୍ଣପ୍ରଭା ପଣ୍ଡା ପ୍ରଥମ ସ୍ଥାନ, ନୟାଗଡ ଜିଲ୍ଲାର ସାଇଶ୍ରୀ ପଣ୍ଡା ଦ୍ୱିତୀୟ ଓ ସମ୍ୟକ ସ୍ୱୟଂଜିତ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।…
Read Moreକଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୂ ପକ୍ଷରୁ ଆୟୋଜିତ ‘ପକ୍ଷୀ’ ଶୀର୍ଷକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ
ନୟାଗଡ଼/ସାହିତ୍ୟ,(୦୮/୦୮):- ଭାରତୀୟ ସଂସ୍କୃତି ହେଉ କି ଓଡ଼ିଶାର ଜନଜୀବନ ପ୍ରତ୍ୟେକରେ ‘ପକ୍ଷୀ’ର ସ୍ଥାନ ସ୍ଵତନ୍ତ୍ର। ବେଦ, ପୁରାଣ, ଉପନିଷଦ ଠାରୁ ଆରମ୍ଭକରି ବର୍ତ୍ତମାନ ସାହିତ୍ୟ ପର୍ଯ୍ୟନ୍ତ ପକ୍ଷୀକୁ ନେଇ ଅଜସ୍ର ରଚନା ଦେଖିବାକୁ ମିଳେ। କୋଇଲି ଗୀତ ଓଡ଼ିଆ ସାହିତ୍ୟର ଅନ୍ୟତମ ସମୃଦ୍ଧ ବିଭବ।ପୁରାଣ ଓ ଇତିହାସରେ ପାରାକୁ ବାର୍ତ୍ତା ବାହାକ ଭାବେ ବ୍ୟବହାର କରାଯାଉଥିଲା । ନୟାଗଡ଼ ଜିଲ୍ଲାର କବୟିତ୍ରୀମାନଙ୍କୁ ନେଇ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୂ ତରଫରୁ ଆୟୋଜିତ ‘ପକ୍ଷୀ’ ଶୀର୍ଷକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସୁସାହିତ୍ୟିକା ବସିରନ୍ ବିବିଙ୍କ ସଭାପତିତ୍ବରେ ତଥା ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂ ଯୋଗଦେଇ ପକ୍ଷୀ ବିଷୟରେ ବିଶଦ୍ ଆଲୋଚନା କରିଥିଲେ। ନୟାଗଡ଼ରେ ଓ ନୟାଗଡ଼ ବାହାରେ ରହୁଥିବା…
Read Moreଫେସବୁକର ଝିଅ
ଅବଶୋଷରେ ଅବଶେଷ
ସୁଦୂର ନ୍ୟୁଜଲାଣ୍ଡର ଅକଲାଣ୍ଡ ସହରରେ ରହୁଥିବା ଆମ ନୟାଗଡ଼ର ପୁଅ ପ୍ରିୟଦର୍ଶୀ ଚନ୍ଦନ (ଦୀପୁ) ପଠାଇଥିବା ଏକ କବିତା ‘ଅବଶୋଷରେ ଅବଶେଷ’ କଳା ମଚ ମଚ ରାତିଛାତିରେ ଜୁଇ, ମନରେ ତାତିହାଲୁକା ପବନରେ ଖେଳୁଚି ବଳକା ନିଶ୍ୱାସପଂହରୁଛି ଧାସକୁହୁଳୁଛି ସଂକୁଲୁଛିଯୁଇକାଠର ଶେସାଂସଆକାଶଟା ଅନେଇଚି କି ଘୁମେଇଚିଧୂଁଧୂଳିୟା ତ ଚାରିପାଖେପ୍ରଶ୍ୱାସ ଠଂଉ ନିଶ୍ୱାସ ଭାରି ରାହା ରୋକେ | ହଁ ତାଜା ଶବଟାଏ ଜଳୁଚି ; ନିଁଆତାକୁ ଗିଳୁଚିକାହାର ଆତ୍ମୀୟ ନିଜସ୍ୱ କାହା ସମ୍ବଳ ସର୍ବସ୍ବଲୁହର ବନ୍ୟାରେ ଉବୁଟୁବୁ ଜ୍ଞାତିସ୍ମୃତି ସାଉଁଟି ସାହସ ବାଣ୍ଟନ୍ତିଦବିଲା ଦବିଲା ମନ ଥକାହରା ମସ୍ତିସ୍କ ଛଟପଟ ଛାତିସମ୍ପର୍କ ଶିକୁଳିକଡ଼ି ହତଚକିତ କୋଳାହଳ ବାକିକାଲିର କଇଂ କଇଂ ନେହୁରା ଆଇସିୟୁ ଭିତରେପିପିଇ କିଟ ପିନ୍ଧା ଦେବଦୁତ ପାଖରେଆଜି କିନ୍ତୁ ଏକଦମ ଚୁପ ପରତ୍ମାର ନିର୍ଦେଶରେଶରୀର ତା ବଦଳୁଚି ଆତ୍ମାରେସେଲ୍ଫି ତତ୍ପର ହସ ମୁଁହ ସ୍ଥିର…
Read Moreଫୁଲେଇ ମାଉସୀ
ଶରତ ଚନ୍ଦ୍ର ଷଡ଼ଙ୍ଗୀଙ୍କ କବିତା ‘ଫୁଲେଇ ମାଉସୀ’ ଆମ ଗାଁ ଦାଣ୍ଡରେ ସାଙ୍ଗ ସାଥି ମେଳେଖେଳୁ ଥିଲି ଦିନେ କାଗଜ ଡ଼ଙ୍ଗାର ଖେଳଆମ ଗାଁ କୃଷକ ଗହୀର ବିଲରେନିରେଖି ଅନାଏ ବାଜିଲାଣି କେତେ ବେଳ ଆମ ଗାଁ ନନା କାଶତଣ୍ଡୀ ବଣେଖୋଜି କାଟୁଥିଲା କୁଶସାରୁ ଗଛ ମୂଳେ ବେଙ୍ଗ ରାଜା ବସିଗରବେ ଫୁଲାଏ ନିଶ ଆମ ଗାଁ ଗହୀର ପଙ୍କ ଗlଡ଼ିଆରେଫୁଟୁଥିଲା କେତେ କଇଁବରଷାରାଣୀ ତା ମୁକୁଳା କେଶରେଯତନେ ଥିଲା ତ ନାଇ ରଙ୍ଗୁଆ ମାଟି ର ପଙ୍କକାଦୁଅରେଖେଳୁଥିଲି କେତେ ଖେଳବୋଉ ବାଢୁଥିଲା ତତଲା ଭାତକୁବାଉଁଶପତିରୀ ଝୋଳ ବରଷାରାଣୀ ମୋ ଫୁଲେଇ ମାଉସୀକଲା ଯେଉଁ ଦିନ ରୋଷଭୁଶୁଡ଼ି ପଡିଲା ଦଦରା କୁଡିଆଦିନା ମା ‘ହେଲା ଶେଷ ପ୍ରକୃତି ମାଆ ର ଗେହ୍ଲାଝିଅ ପରାମନେ ଭରୁ ଯେତେ ରୋଷସଂସାର ତା ପାଇଁ ଝୁରି ମରେ ପରାକରିଛି ସଭିଙ୍କୁ ବଶ…
Read More