ମଣ୍ଡଳସ୍ତରୀୟ ତ୍ରିଦିବସୀୟ କୌଶଳୀ ଓ ସାହିତ୍ୟ ସୃଜନୀ ଶିକ୍ଷକ ତାଲିମ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଇଟାମାଟି ସ୍ଥିତ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିଦିବସୀୟ କୈ।ଶଳୀ ଓ ସାହିତ୍ୟ ସୃଜନୀ ଶିକ୍ଷକ ତାଲିମ ଶିବିର ପର୍ଯ୍ୟାୟକ୍ରମେ ୨୪-୦୬-୨୦୨୪ ରୁ ୨୯-୦୬-୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକର ୩୩ ଟି ବିଦ୍ୟାଳୟର ବିଜ୍ଞାନ ଏବଂ କଳା ବିଭାଗର ଶିକ୍ଷକ ତଥା ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରର ଉଦ୍ଘାଟନ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଶିକ୍ଷଣର ଗୁଣାତ୍ମକ ଦିଗକୁ ଛାତ୍ର- ଛାତ୍ରୀ ଙ୍କ ପାଖରେ ପହଞ୍ଚାଇବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ପ୍ରଶିକ୍ଷଣ ଶିବିରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପ୍ରଶିକ୍ଷକ,ଏସ. ଆର. ଜି ଙ୍କୁ ସ୍ୱାଗତ କରିଥିଲେ।…

Read More

ବନ୍ୟପ୍ରାଣୀ ବିଭାଗକୁ ବଡ ସଫଳତା, ବନ୍ଧୁକଧାରୀ ଶିକାରୀ ଗିରଫ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଶିକାରୀକଂ ଅମରାବତୀ ପାଲଟିଥିବା ଦଶପଲ୍ଲା ବନାଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଶିକାର। ବିଭିନ୍ନ ସମୟରେ ଶିକାରୀମାନେ ଫାଶ ଓ ବନ୍ଧୁକ ମାଧ୍ୟମରେ ଶିକାର କରୁଥିବା ବେଳେ, ଏବେ ଦଶପଲ୍ଲା ବନାଞ୍ଚଳର (ଟେରିଟୋରିଆଲ) ଓ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ଅଭୟାରଣ୍ୟ ମଧ୍ୟରେ ଅହରହ ଘୂରି ବୁଲୁଛନ୍ତି ଆନ୍ତଃରାଜ୍ୟ ବନ୍ଧୁକଧାରୀ ଶିକାରୀ। ଦୈନିକ ବନ୍ୟଜନ୍ତୁଙ୍କୁ ଶିକାର କରି ଖୋଲାଖୋଲି ଭାବରେ ମାଂସକୁ ଛକ ବଜାରରେ ବିକ୍ରୟ କରାଯାଉଛି। ହେଲେ ଟେର୍ ପାଉନି ବନବିଭାଗ। ଏଭଳି ସ୍ଥିତିରେ ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ବାଣିଗୋଛା (ପୂର୍ବ) ବନ୍ୟପ୍ରାଣୀ ବିଭାଗକୁ ଏକ ସଫଳତା ମିଳିଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ଘୂରି ବୁଲୁଥିବା ଜଣେ ବନ୍ଧୁକଧାରୀ ଶିକାରୀକୁ ଅଟକ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏନେଇ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥୀ ମଲ୍ଲିକ…

Read More

ଛାଡ୍ ଲୋନ୍ କରାଇଦେବାକୁ କହି, ମହିଳା କରୁଛନ୍ତି ଅର୍ଥ ଆଦାୟ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ସ୍ପଷ୍ଟ ଦିବାଲୋକର ହେଉଛି ଠକେଇ । ଆଦିବାସୀ ଓ ଦଳିତ ମହିଳା ମାନେ ହେଉଛନ୍ତି ଠକେଇର ଶୀକାର । ଦଶପଲ୍ଲା ପଶ୍ଚିମାଞ୍ଚଳ, ବାଣୀଗୋଛା ଥାନା ଅନ୍ତର୍ଗତ ଚଡେୟାପଲ୍ଲୀ, କଳସାଖମଣ, ଦୁଡ଼ା ସମେତ ଆଖ ପାଖ ଅଞ୍ଚଳରେ ଜନୈକା ମହିଳା ନିଜକୁ ମିଶନ ଶକ୍ତିର ଅଧିକାରିଣୀ କହି, ଛାଡ୍ ଲୋନ୍ କରାଇ ଦେବା ପାଇଁ ଅର୍ଥ ଓ କାଗଜପତ୍ର ଆଦାୟ କରିଥିବାର ଖବର ମିଳିଛି । ଏ ସମ୍ପର୍କରେ ପୂର୍ବରୁ ହୀରାଂଚଳ ସମେତ ଅନ୍ୟାନ୍ୟ ଗଣମାଧ୍ୟମରେ, ଖବର ପ୍ରକାଶ ପାଇଥିଲେ ମଧ୍ୟ, ଅଦ୍ୟାବଧୂ କୌଣସି ସୁଫଳ ମିଳି ନଥିବାରୁ, ଅର୍ଥ ଦେଇଥିବା ଲୋକେ, ମହିଳାଙ୍କ ଠାରୁ ଅର୍ଥ ଫେରସ୍ତ ଦାବୀ କରିଛନ୍ତି। ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ସମଗ୍ର…

Read More

କବି ଶାନ୍ତନୁ ବିଶୋଇଙ୍କ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚିତ

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଦଣ୍ଡୋର ଗ୍ରାମର ବିଶିଷ୍ଟ ତଥା ଜଣାଶୁଣା କବି ସାନ୍ତନୁ ବିଶୋଇଙ୍କ ଲିଖିତ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚନ ହୋଇଯାଇଛି।ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଠାରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କବି ଓ ସାମ୍ବାଦିକ ମାନେ ଯୋଗଦେଇଥ‌ିଲେ। କବିଙ୍କ ମଧ୍ୟରେ ଅଶୋକ କୁମାର ମହାପାତ୍ର, ଦିବାକର ନାୟକ, ପ୍ରଫୁଲ୍ଲ ମାଝି, ଲୋକନାଥ ମିଶ୍ର (ଭରଦ୍ୱାଜ) ରାଜକିଶୋର ନାୟକ, ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଆଦର୍ଶ ପଟ୍ଟନାୟକ, ବିଶିଷ୍ଟ ଉଦ୍’ଘୋଷକ, ଗବେଷକ, କବି ଚନ୍ଦ୍ରବିଜୟୀ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାସ, ସହିତ୍ୟାଚାର୍ଯ୍ୟ ସୁଶାନ୍ତ କୁମାର…

Read More

ରୋଟାରୀ କ୍ଳବରେ ସ୍ବାସ୍ଥ୍ଯ ସଚେତନତା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ ଭବନ ପରିସରରେ ସନ ସାଇନ୍ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଳବ୍, ନୟାଗଡ଼ ମିଳିତ ସହଯୋଗରେ ଏକ ସ୍ବାସ୍ଥ୍ଯ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ୍ ନୟାଗଡ଼ ର ସଭାପତି ରୋଟାରିଆନ୍ ଅବଦୁଲ୍ ଆରିଫ୍ ଖାଁନ୍ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ସନ ସାଇନ୍ ହସ୍ପିଟାଲ ଭୁବନେଶ୍ୱର ର ଡାଇରେକ୍ଟର ତଥା ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇ ବ୍ରେନ୍ ଷ୍ଟ୍ରୋକ୍ କାହିଁକି ହୁଏ, ତା’ର କାରଣ ଓ ନିରାକରଣ ସହିତ ବାର୍ଦ୍ଧକ୍ଯ ବୟସରେ କଣ ସଚେତନତା ଅବଲମ୍ବନ କରାଯିବ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସନ ସାଇନ୍ ହସ୍ପିଟାଲ ଭୁବନେଶ୍ୱର ର ବରିଷ୍ଠ ଫିଜିଓଥେରାପିଷ୍ଟ୍ ଡାକ୍ତର ଆଭାସ ଦାସ ପଟ୍ଟନାୟକ ଯୋଗଦେଇ ଶାରୀରିକ ଶିକ୍ଷା ଉପରେ ଆଲୋଚନା…

Read More

ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ବନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ) ର ନବମ ବଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଓଡ଼ଗାଁ ସ୍ଥିତ ଅମନ ଟେକ୍ସଟାଇଲ କୁ ପରିଭ୍ରମଣ କରିଥିଲେ।ପ୍ରତିଷ୍ଠାତା ଶ୍ରୀମତୀ ମିନତୀ ସାହୁ ଏବଂ ନାରାୟଣ ଉଚ୍ଚ ହଁବିଦ୍ୟାଳୟ…

Read More

ରୋଗ ଯନ୍ତ୍ରଣାରେ ଛଟପଟ ମାନସୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜୀବନ ଜିଁଇଛି ମରିମରି, ବଞ୍ଚିବାକୁ ଆଉ ଇଚ୍ଛାନାହିଁ କିନ୍ତୁ ବଞ୍ଚିବାକୁ ପଡୁଛି ମୋର ୨ଟି ପୁଅ ପାଇଁ । ସତେ ଯେମିତି ପାଲଟି ଯାଇଛି ମୁଁ ଜିଅନ୍ତା ଶବ । ହଁ ଆଜ୍ଞା ଏକଥା ଆମେ କହୁନୁ କହୁଛନ୍ତି ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ଜାମୁସାହି ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ । ବଞ୍ଚିବା ପାଇଁ କରୁଛି ଆକୁଳ ନିବେଦନ ମତେ ବଞ୍ଚାଇଦିଅ… ଘରର ଚାରିକାନ୍ଥ ମଧ୍ୟରେ ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜାମୁସାହି ଗ୍ରାମର ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ । ମାନସୀଙ୍କ ପରିବାର କହିଲେ ସ୍ବାମୀ ଶେଷଦେବ, ପୁଅ ରାକେସ ନାୟକ ଓ ସାନ ପୁଅ ଆୟୁଷ ନାୟକ। ସୂଚନା ଅନୁସାରେ ଆଗରୁ ମାନଶୀଙ୍କ ପରିବାରରେ ଅଭାବଅନାଟନ ଲାଗି ରହିଥିଲେ ସୁଧା ଶେଷଦେବ ଦିନ…

Read More

ପ୍ରଥମ ବର୍ଷର ରଥଯାତ୍ରାକୁ ନେଇ ଉତ୍ସାହିତ ସାତପାଟଣା ବାସୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମହାବୀରକ୍ଷେତ୍ର କୁଞ୍ଜବନ ଗଡ଼ ଦଶପଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବରେ ପରିଚିତ ସାତପାଟଣାରେ ବିରାଜିତ ପ୍ରଭୁ ପତିତ ପାବନ ଜୀଉ ଙ୍କ ମନ୍ଦିର ପ୍ରତିଷ୍ଠା ପରେ ଏ ବର୍ଷ ନୂତନ ଭାବରେ ରଥ ଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପରିଚାଳନା କମିଟି ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରୀତିନୀତି ଓ ପରମ୍ପରା କୁ ବଜାୟ ରଖି ୩ ରଥ ନିର୍ମାଣ ଚାଲିଛି ।ବିଗତ ମାଘ ଶୁକ୍ଲପକ୍ଷ ପଞ୍ଚମୀ ବା ବସନ୍ତ ପଞ୍ଚମୀ ଦିନଠାରୁ ସ୍ଵତ୍ରୀୟ କର୍ମକାଣ୍ଡି ବ୍ରାହ୍ମଣ ମାନଙ୍କ ପୂଜାର୍ଚ୍ଚନା ପରେ ଭୋଇ ସେବକ ମାନଙ୍କ ଦ୍ଵାରା ରଥପାଇଁ ଦାରୁ ଛେଦନ କରାଯାଇଥିଲା ।ଏହାପରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଦାରୁ ଙ୍କୁ ପୁନଃ ପୂଜାର୍ଚ୍ଚନା ପରେ ମହାରଣା ସେବକ ମାନଙ୍କ ଦ୍ବାରା ରଥ କାର୍ଯ୍ୟ ଆୟମାରମ୍ଭ ହୋଇଥିଲା ।ବର୍ତ୍ତମାନ…

Read More

ରାଜ୍ୟ ସ୍ତରୀୟ ଭାଷା ସଂପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ସଭାଗୃହରେ , ରାଜ୍ୟସ୍ତରୀୟ ଭାଷା ସଂପାନ ଶୀର୍ଷକ ଏକ ଆଲୋଚନା ଚକ୍ର ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୂବନେଶ୍ୱର ଓ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ସର୍ବପ୍ରଥମେ ଅଗ୍ରପୂଜ୍ଯ ଗଜାନନକଂ ପ୍ରତିମୂର୍ତ୍ତି ରେ ଭକ୍ତି ପୁଷ୍ପାଞ୍ଜଳି ପ୍ରଦାନ ପରେ ଅତିଥି ମାନକୁଂ ପୁସ୍ତକ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।ଓଡିଆ ଭାଷା ସାହିତ୍ୟର ବିଭାଗୀୟ ମୂଖ୍ୟ ସରୋଜ୍ କୁମାର ପଣ୍ଡାଙ୍କ ଦ୍ବାରା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରକଳ୍ପ ପରାମର୍ଶଦାତା ଫଣିନ୍ଦ୍ର ଭୂଷଣ ନନ୍ଦ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଫେସର ନାରାୟଣ ସାହୁ ଓଡିଆ ଭାଷା ସାହିତ୍ୟ ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ ।…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ବିଶ୍ବ ତମାଖୁ ବର୍ଜନ ଦିବସ” ପାଳିତ ହେବା ସହିତ ଉଦଯାପିତ ହେଲା ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ସପ୍ତାହ

ନୟାଗଡ଼,(ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ଚାଲିଥିବା ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ସପ୍ତାହ ଉଦଯାପିତ ହୋଇଥିବା ବେଳେ ଆଜି ପାଳିତ ହୋଇଥିଲା “ତମାଖୁ ବର୍ଜନ ଦିବସ”। ଆଜି ବିଦ୍ୟାଳୟ ଖୋଲିବା ପରେ ପ୍ରାର୍ଥନା ସଭାରେ ବିଶ୍ୱ ତମାଖୁ ବର୍ଜନ ଦିବସ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍ ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଅପରାହ୍ଣରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କୁ ନେଇ ତମାଖୁ ସେବନର ଅପକାରିତା ସହିତ ସଚେତନ ବାର୍ତ୍ତା ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ…

Read More