ନୟାଗଡ଼ ମହୋତ୍ସବର ମୁଖପତ୍ର ଆରଣ୍ୟକରେ “ନୟାଗଡ଼ର ବରକନ୍ୟା”

ହରିଶ ପ୍ରଧାନ(ଗୀତିକଳ୍ପ) ପି.ଟି.ଏସ୍ ରୋଡ଼, ନୟାଗଡ଼ ପ୍ରକୃତିର ଅବଦାନ ଅବର୍ଣ୍ଣନୀୟ । ମାଟି ମା ତା’ର ଅଫୁରନ୍ତ ଆକର୍ଷଣରେ ବାନ୍ଧିରଖେ ମଣିଷକୁ । ଆନମନା କରିବାର କୌଶଳଟି ପ୍ରକୃତି ପାଖରେ ଭରିରହିଛି । ଯେପରି ଅରଣ୍ୟରୁ ଆରଣ୍ୟକ, ବର୍ଣ୍ଣରୁ ବର୍ଣ୍ଣାଳୀ ଆଉ ପ୍ରକୃତିରୁ ପ୍ରାକୃତିକ; ଠିକ ସେପରି ବନରୁ ତପୋବନ ସୃଷ୍ଟି ମାନବ ପାଇଁ ଈଶ୍ୱରଙ୍କ ଆଭୂଷଣ । କଥାଅଛି; ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ । ପ୍ରକୃତି ମନ କିଣୁଥାଏ ଆକର୍ଷଣ ବାଣ୍ଟୁଥାଏ । ଏହିପରି ଏକ ଆକର୍ଷଣୀୟ ଏବଂ ମନୋରୋମ ସ୍ଥାନ ହେଉଛି ନୟାଗଡ଼ର ବରକନ୍ୟା ଜଳ ପ୍ରପାତ, ଯାହାର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ମନ ଓ ପ୍ରାଣକୁ ବିମୋହିତ କରିଥାଏ । ଜଳପ୍ରପାତ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ । ଏହି ଜଳ ପ୍ରପାତ ଦେଖିବାକୁ…

Read More

ଯେଉଁମାନେ ଆମ ଜିଲ୍ଲାର ଅସ୍ମିତା ସେହି ମହାପୁରୁଷଙ୍କୁ ନୟାଗଡ଼ ଜିଲ୍ଲା ମହୋତ୍ସବରେ ସ୍ଥାନ ନାହିଁ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ପାଳନ ହୋଇ ଆସୁଛି ନୟାଗଡ଼ ଜିଲ୍ଲା ମହୋତ୍ସବ । ଆମ ନୟାଗଡ଼ ଜିଲ୍ଲା ହେଉଛି ଅନେକ ଯୋଗଜନ୍ମାଙ୍କ ଏନ୍ତୁଡ଼ିଶାଳ ଯଥା ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର, ଜୋତିର୍ବିଦ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ), କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ-ଦିବାକର, କଷ୍ଟି ଡାକୁଆ, କଣ୍ଡୁରୀ ପରିଡା, ବୁଦ୍ଧି ପରିଡ଼ା, ବିଶିଷ୍ଟ ସଂଗ୍ରାହକ ଦାଶରଥି ପଟ୍ଟନାୟକ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ଗୋବିନ୍ଦ ଚନ୍ଦ୍ର ସୁରଦେଓ, ପଣ୍ଡିତ ବିନାୟକ ମିଶ୍ର ଭଳି ମହାମନୀଷୀ ମାନଙ୍କ ଜନ୍ମ ଭୂମି।ଯେଉଁମାନେକି ଆମ ଜିଲ୍ଲାର ଅସ୍ମିତା କିନ୍ତୁ ବିଡମ୍ବନାର ବିଷୟ ନୟାଗଡ଼ ଜିଲ୍ଲା ମହୋତ୍ସବରେ ଏଭଳି ମହାପୁରୁଷଙ୍କ ପାଇଁ ସ୍ଥାନ ନାହିଁ। ଯାହାଙ୍କୁ ଦେଖିଲେ  ଆମ ଭବିଷ୍ୟତ ସୁରି ମାନେ ପ୍ରେରଣା…

Read More

ଭଏସ୍ ଅଫ୍ ନୟାଗଡ଼ ଫାଇନାଲରେ “ଭଏସ୍ ଅଫ୍ ନୟାଗଡ଼” ହେଲେ ବିଷ୍ଣୁ ପ୍ରିୟା ବେହେରା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ର ଫାଇନାଲ ଅଡିସନ୍ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥିଭାବେ ନୟାଗଡ଼ ବିଧାୟକ ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଓ ଜିଲ୍ଲା ପରିଷଦ ସଦସ୍ଯ ସରୋଜ ରଣସିଂହ ଉପସ୍ଥିତ ଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦେଶକ ଶ୍ରୀକର ପାଢୀ…

Read More

ନୟାଗଡ଼ ଜିଲ୍ଲା ମହୋତ୍ସବ ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ବୈଠକରେ ପ୍ରବଳ ହଟ୍ଟଗୋଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ ପଲ୍ଲିଶ୍ରୀ, ପୁସ୍ତକ ଓ କୃଷି ମେଳା ଆସନ୍ତାକାଲି ତଥା ୨୪ ତାରିଖଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ଅଧ୍ୟକ୍ଷତାରେ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ତାପତି ରାଜ୍‌, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତଥିଲେ । ବୈଠକରେ ଆଜି ପ୍ରବଳ ହଟ୍ଟଗୋଳ ହେବା ସହ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଜିଲ୍ଲା ମହୋତ୍ସବ କେଉଁ ଅଦୃଶ୍ୟ ଶକ୍ତି ଦ୍ୱାରା ପରିଚାଳିତ ହେଉଛି ବୋଲି ପ୍ରଶ୍ନ କରିଥିଲେ । କଲଚରାଲ୍ କମିଟିକୁ ଭାଙ୍ଗି ଇଭେନ୍ଟ ମ୍ୟାନେଜ୍‌ମେଣ୍ଟ କମିଟି ଗଠନର କାରଣ କଣ ବୋଲି…

Read More

ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି ମେଳା, ପୁସ୍ତକ ମେଳା-୨୦୨୪ ଅନୁଷ୍ଠିତ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ତାରିଖରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜିଲ୍ଲା ମହୋତ୍ସବକୁ ଶୁଭ ଉଦ୍‌ଘାଟନ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଏହି ମହୋତ୍ସବରେ ପାଖାପାଖି ୩୧୩ ଷ୍ଟଲଟି ଖୋଲିବ। ଓରମାସ- ୧୧୬ଟି ଷ୍ଟଲ, ପୁସ୍ତକ ମେଳା-୨୦ଟି ଷ୍ଟଲ, କୃଷି-ଯନ୍ତ୍ରପାତି ମେଳା-୬୦ଟି ଷ୍ଟଲ, ଖାଦ୍ୟ ଷ୍ଟଲ-୫୦ଟି, ମିଶନ ଶକ୍ତି-୨୦ଟି ଷ୍ଟଲ, ହସ୍ତଶିଳ୍ପ-୧୦ଟି ଷ୍ଟଲ, ପୋଲିସ, ଫାୟାର, ମେଡିକାଲ- ୬ଟି ଷ୍ଟଲ, ବିଭିନ୍ନ ବିଭାଗ-୨୪ଟି ଷ୍ଟଲ, ବିଜ୍ଞାପନ ପାଇଁ ୭ଟି ଷ୍ଟଲ ଖୋଲାଯିବାର ବ୍ୟବସ୍ଥା ହୋଇଛି। ରାସ୍ତା ଘାଟ:- ଜଗନ୍ନାଥ ମନ୍ଦିର ଠାରୁ ଷ୍ଟାଡିୟମ ପଡ଼ିଆ ଏବଂ ପି.ଟି.ଏସ ରାସ୍ତାରୁ ଷ୍ଟାଡିୟମ ପର୍ଯ୍ୟନ୍ତ…

Read More

ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ରାଜପାଟଣା ମିନି ଷ୍ଟାଡିୟମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଆଜି ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଦେବଦତ୍ତ ପଣ୍ଡା, ନୟାଗଡ଼ ବ୍ଲକ ବିଡିଓ ପଦ୍ମଚରଣ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ବ୍ଲକ ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ପଞ୍ଚାୟତ ସ୍ତରରେ ଏଭଳି ଆୟୋଜନ କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ ବୋଲି ପ୍ରକାଶ କରିବା ସହ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ…

Read More

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ କର୍ମକର୍ତ୍ତା ଚୟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାର ସର୍ବ ପୁରାତନ ତଥା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର ଗତ ୧ତାରିଖ ଦିନ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନ ନିଷ୍ପତ୍ତି ଅନୁଯାୟୀ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ସଙ୍ଘ ପରିଚାଳନା ପାଇଁ କର୍ମକର୍ତା ମନୋନୟନ କରିଛନ୍ତି। ସଙ୍ଘର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣୀ, ରବିନ୍ଦ୍ର କୁମାର ପଟ୍ଟନାୟକ, ବିନାୟକ ମିଶ୍ର, ଆଦର୍ଶ କୁମାର ପଟ୍ଟନାୟକ ଓ ରାମେଶ୍ଵର ଶତପଥୀ ରହିଥିବା ବେଳେ କାର୍ଯ୍ୟକାରୀ ସଭାପତିଭାବେ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ମହାପାତ୍ର ଓ ନିଶିକାନ୍ତ ରଥ ରହିଛନ୍ତି । ସାଧାରଣ ସମ୍ପାଦକଭାବେ ପ୍ରଦୀପ୍ତ କୁମାର ରଥ, ସଂଗଠନ ସମ୍ପାଦକଭାବେ ଶିବରାମ ମହାପାତ୍ର ଓ ଜୟେନ୍ଦ୍ର କୁମାର ବେହେରା, କାର୍ଯ୍ୟାଳୟ ଉପସଭାପତିଭାବେ ପୁରୁଷୋତ୍ତମ ମହାହପାତ୍ର, କାର୍ଯ୍ୟାଳୟ ସମ୍ପାଦକ ସୁରେନ୍ଦ୍ର କୁମାର ପ୍ରଧାନ ରହିଛନ୍ତି। କୋଷାଧ୍ୟକ୍ଷ ଗୋକୁଳ କୁମାର ଷଡଙ୍ଗୀ…

Read More

ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ)ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ(ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି। ବିଦ୍ୟାଳୟର  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମାଛିପଡ଼ା ସ୍ଥିତ ଭୂଇଁଆଣି ଟେକ୍ସଟାଇଲକୁ ପରିଭ୍ରମଣ କରିଥିଲେ। ମ୍ୟାନେଜର ରାକେଶ କୁମାର ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ରଙ୍କ ସହାୟତା ହସ୍ତତନ୍ତରେ କପଡାର ବୁଣେଇ କିପରି…

Read More

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ବଜେନ୍ଦ୍ର ଉଚ୍ଚ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଓଡଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଟକିଶୋର ମହାପାତ୍ର ଅତିଥି ପରିଚୟ ପ୍ରଦାନ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ବିବରଣୀ ପାଠ…

Read More

ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ  ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ  ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୪୬ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୧୭ଟି ଫଇସଲା କରାଯାଇ ୧୫,୧୨,୪୦୫ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହ ଜନିତ ୧୬ଟି ମାମଲା ଫଇସଲା କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୪୫ଟି ମାମଲା ଫଇସଲା କରଯାଇଥିଲା।…

Read More