ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନ୍.ଏ.ସି ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦେଶାତ୍ମକବୋଧକ ସଙ୍ଗୀତ, ଓଡ଼ିଆ ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ବିଷୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗିତା ହୋଇଥିଲା । ସହରରେ ଥିବା ୨୨ଟି ଯାକ ବିଦ୍ୟାଳୟର ମନୋନୀତ ପ୍ରାୟ ୧୦୫ ଜଣ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୨୫ ଜଣ ଛାତ୍ର-ଛାତ୍ରୀ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ନେଇ ଅପରାହ୍ନରେ ଫଳାଫଳ ଘୋଷଣା କରାଯାଇଥିଲା।ବିଚାରକ ଭାବେ ସୁର ଗନ୍ଧର୍ବ ନବ କିଶୋର ମିଶ୍ର, ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସଙ୍ଗୀତକାର ଜୟଶ୍ରୀ ଦେବୀ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଗୋଦାବରୀଶ ମିଶ୍ର, ଅଶୋକ ମଲ୍ଲ, ନିର୍ମଲ ଚନ୍ଦ୍ର ସୁରଦେଓ, ପ୍ରଦୀପ…
Read MoreCategory: ଅନ୍ୟାନ୍ୟ
କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ମଦର ଆବାସିକ ବିଦ୍ୟାଳୟରେ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଚକ୍ରଧର ମାହାଳି, ପ୍ରତିଷ୍ଠାତା ପ୍ରଭାସିନୀ ନନ୍ଦଙ୍କ ସହିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରମୋଦ ପୃଷ୍ଟି ଓ ସହାୟକ ଦେବାଶିଷ ନାୟକ ଉପସ୍ଥିତ ଥିଲେ। ଗାଜର ଘାସ ଏହିଭଳି ଗୋଟେ ଘାସ ଯାହାଫଳରେ ପ୍ରତେକ ଜାଗାରେ ଅଛି କିନ୍ତୁ ଆମେ ତାକୁ ଜାଣିପାରୁନେ ଏହା ଦ୍ୱାରା ଲୋକମାନେ ଏହି ଘାସ ସଂସ୍ପସରେ ଆସିଲେ ଶ୍ୱାସ ରୋଗ, ଚର୍ମ ରୋଗ ସହିତ ଯଦି ଗାଈକୁ ଖାଇବାକୁ ଦିଆଯାଏ ତାହେଲେ ଗାଈର କ୍ଷୀର ପିତା ହେବ ସହିତ ମୃତ୍ୟୁ ମଧ୍ୟ ହୋଇଥାଏ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୈଜ୍ଞାନିକ ଶ୍ରୀଯୁକ୍ତ ପୃଷ୍ଟି ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ…
Read Moreରଣପୁର ନିର୍ବାଚନ ମଣ୍ଡଳୀରେ ଚାନ୍ଦପୁର , ଗୋପାଳପୁର, ରଣପୁର ଗ୍ରାମୀଣ ମଣ୍ଡଳରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି
ରଣପୁର, (ନୟାଗଡ଼ ଦର୍ପଣ): ପ୍ରତେକ ଲୋକଙ୍କ ପାଖରେ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ। ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳରେ ମଣ୍ଡଳ ସଭାପତି ଅକ୍ଷୟ ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକଲୋକ ମୋଟର ସାଇକେଲରେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ, ବନ୍ଦେ ମାତରଂ ଗାନ କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାଟି ଚମ୍ପାଗଡ଼ ଛକ ଠାରୁ ବାହାରି ଚାନ୍ଦପୁର ବଜାର ପରିକ୍ରମା କରି କେରେଣ୍ଡାଟାଙ୍ଗୀ ଛକ ପର୍ଯ୍ୟନ୍ତ ଯାଇଥିଲା ଏହି ଶୋଭାଯାତ୍ରାରେ ୨୫୦ ଶହ ମୋଟର ସାଇକେଲ ଓ ୫ ଶହ ରୁ ଉର୍ଦ୍ଧ୍ବ ଲୋକ ସାମିଲ୍ ହେଇଥିଲେ । ଗୋପାଳପୁର ମଣ୍ଡଳରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ନେତୃତ୍ବରେ ୫୦୦ରୁ ଉର୍ଦ୍ଧ୍ବ ଲୋକ…
Read Moreନିଶାମୁକ୍ତ ଭାରତ ଅଭିଯାନର ୫ମ ବର୍ଷ ପୂର୍ତ୍ତି ଉପଲକ୍ଷେ ସମୂହ ଶପଥପାଠ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନର ୫ମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାବ୍ୟାପି ସମୂହ ଶପଥପାଠ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଦିବା ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ନିଶା ସେବନର କୁପରିଣାମ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅବକାରୀ ଅଧିକ୍ଷକ ଜ୍ଞାନରଂଜନ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବ୍ରହ୍ମକୁମାରୀ ଗୀତା, IRCAର ସମସ୍ତ କର୍ମକର୍ତ୍ତା ଯୋଗଦାନ ପୂର୍ବକ ନିଶା ବିରୁଦ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଦିବସ ପାଳନ ଅବସରରେ ଜିଲ୍ଲାର…
Read Moreଶିକ୍ଷକ ମାନଙ୍କ ଜୋରଦାର ବିକ୍ଷୋଭ ପ୍ରଦର୍ଶନ, ଜିଲ୍ଲାପାଳଙ୍କ ଅଫିସ ଘେରାଉ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନଲାଇନ ଉପସ୍ଥାନକୁ ବିରୋଧ କରି ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଜିଲ୍ଲାର ସମସ୍ତ ୮ଟି ବ୍ଲକର ଶିକ୍ଷକ ମାନେ ଏଥିରେ ସାମିଲ ହୋଇ ଏକ ବିଶାଳ ରାଲିରେ ନିୟୁଟାଉନ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବଜାର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କାର୍ଯ୍ୟାଳୟ ସାମନା ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ ସଭା କରିଥିଲେ। ଏଥିରେ ଜିଲ୍ଲାରେ କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଏବଂ…
Read Moreସ୍ୱଭାବ କବିଙ୍କ ୧୬୩ତମ ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱଭାବ କବି ଗଙ୍ଗାଧର ମେହେର ଥିଲେ ଜଣେ ସଫଳ କାବ୍ୟକାର। ତାଙ୍କର ସୃଷ୍ଟି ଆଧୁନିକ ଓ ପ୍ରାଚୀନ କାବ୍ୟ କବିତା ମଧ୍ୟରେ ଥିଲା ଏକ ମୁଖ୍ୟ ସେତୁ । ସମାଲୋଚକମାନେ ତାଙ୍କୁ ଭାଷା ଓ ଭାବ ର ସମନ୍ୱୟ କବି ଭାବେ ଅଭିହିତ କରିଥାନ୍ତି। ପ୍ରାଚ୍ୟ ପରମ୍ପରା ଓ ଆଦର୍ଶରେ ଅନୁଗାମୀ ସ୍ୱଭାବ କବି ଗଙ୍ଗାଧର ମେହେର ଆମ ସଂସ୍କୃତି ଓ ସାହିତ୍ୟକୁ ଆଧାର କରି “ତପସ୍ୱିନୀ”, “ଇନ୍ଦୁମତୀ”, ” କୀଚକ ବଧ” , “ପଣୟବଲ୍ଲରୀ ” ପରି ଉଚ୍ଚକୋଟୀର କାବ୍ୟ କବିତା ରଚନା କରିଥିବା ବେଳେ ଅନେକ ଜାତୀୟ ଚିନ୍ତାଧାରା ଆଧାରିତ ସୃଷ୍ଟି ଯୋଗୁଁ ଓଡ଼ିଆ ସାହିତ୍ୟରେ ଯୁଗ ସ୍ରଷ୍ଟା ଭାବେ ବିବେଚିତ । ୧୮୬୨ ମସିହା ଅଗଷ୍ଟ ୯ ରେ ଜନ୍ମଗ୍ରହଣ କରିଥିବା ଏହି ମହାନ କବିଙ୍କ ୧୬୩ ତମ…
Read Moreଜିଲ୍ଲାସ୍ତରୀୟ ଆନ୍ଦୋଳନ ପାଇଁ ଶିକ୍ଷକ ସଂଘର ଜୋରଦାର ପ୍ରସ୍ତୁତି
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନଲାଇନ ଉପସ୍ଥାନକୁ ବିରୋଧ କରି ଚଳିତ ମାସ ୧୩ ତାରିଖରେ ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଏକ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ଶିକ୍ଷକ ସଂଘ ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ପ୍ରଭୃତି ଜିଲ୍ଲାସ୍ତରୀୟ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ଅନଲାଇନ ଉପସ୍ଥାନ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିବେ ବୋଲି ଜଣା ପଡିଛି। ଆନ୍ଦୋଳନରେ ଭାଗ ନେଉଥିବା ଶିକ୍ଷକ ମାନଙ୍କ କହିବା କଥା ହେଲା ସରକାର ଅନ୍ୟ କୌଣସି ବିଭାଗର କର୍ମଚାରୀ ମାନଙ୍କ ପାଇଁ…
Read Moreଗୋଲେଇ ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ, ବିଜେପି ସରକାର ବିରୁଦ୍ଧରେ ନାରାବାଜି
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାରକୁ ଦାୟୀ କରିଛି ନୟାଗଡ଼ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଆଜି ଦଳ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ସରକାର ବିରୁଦ୍ଧରେ ନାରାବାଜି କରାଯାଇଛି । ରାଜ୍ୟରେ ଛାତ୍ର ଓ ନାରୀ ଅସୁରକ୍ଷିତ । ଦିନକୁ ଦିନ ଛାତ୍ରୀ ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି । ଯାହାକୁ ନେଇ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରରୁ ଏକ ଶୋଭାଯାତ୍ରା ବାହାରି ନୟାଗଡ଼ ଟାଉନଥାନାଠାରେ ନୟାଗଡ଼ ଏସ୍ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଥାନା ଅଧିକାରୀ ବିଜୟା ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେଠାରୁ…
Read Moreଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ
ନୟାଗଡ଼, (ନୟାଗଡ଼ ଦର୍ପଣ): ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କୁ ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖାର ସଭାପତି ତୃପ୍ତିମୟୀ ପ୍ରଧାନ, ସମ୍ପାଦିକା ଶୁଭସ୍ମିତା ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ଅଭିଷେକ ଆଚ଼ାର୍ଯ୍ୟ, କାର୍ଯ୍ୟକାରିଣୀ ସଦସ୍ୟ ହିତେଶ କୁମାର ମହନ୍ତ ପ୍ରମୁଖ ବାଚସ୍ପତିଙ୍କ ବାସଭବନରେ ସାକ୍ଷାତ କରି ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା କରିବା ସହ ଅଧିକ ପୋଷ୍ଟ ଓ ସ୍ଥାୟୀ ନିଯୁକ୍ତି ନିମନ୍ତେ ବିଶଦ ଆଲୋଚନା କରିଥିଲେ। ସୂଚନାଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତ୍ୟେକ କ୍ଲଷ୍ଟରରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ, ୨୦୨୫-୨୦୨୭ ଶିକ୍ଷାବର୍ଷ ମଧ୍ୟରେ ୪୧୬୦ ପୋଷ୍ଟ ନିଯୁକ୍ତି ଦିଆଯିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ସାରଣୀ ଅନୁସାରେ ଓଡିଶାକୁ ପ୍ରାରମ୍ଭିକ ସ୍ତରରେ…
Read More୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଅଧ୍ୟକ୍ଷତା କରି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ ଯୋଗଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ । ପୂର୍ବବର୍ଷ ପ୍ରସ୍ତୁତି ବୈଠକ ଅନୁଯାୟୀ ଏବଂ ବୈଠକର ନିଷ୍ପତି ଅନୁଯାୟୀ ଅଗଷ୍ଟ ୧୫ଦିନ ଜିଲ୍ଲାସ୍ତରୀୟ ପତାକା ଉତୋଳନ ପୂର୍ବାହ୍ନ…
Read More