ନୟାଗଡ଼ରେ ସାଇବର ସୁରକ୍ଷା ଅଭିଯାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା କରିବା…

Read More

ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥାକ୍ରମେ- ରଣପୁର ବ୍ଲକର ମଣିନାଗ ମନ୍ଦିର, ଭାପୁର ବ୍ଲକର ଫତେଗଡ଼ ସ୍ଥିତ ରାମ ମନ୍ଦିର, ଦଶପଲ୍ଲା ନିକଟସ୍ଥ କୁଆଁରିଆ ଡ୍ୟାମ, ଓଡ଼ଗାଁ ବ୍ଲକର ବରକନ୍ୟା ଝରଣା ଓ ଶିମିଳି ଝରଣା ଆଦି ଅଂଚଳକୁ ଆସନ୍ତା ୩୧.୧୦.୨୦୨୫ରିଖ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ନ ଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।

Read More

ଗୋ ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ଟ୍ରାଫିକ ଛକ ଠାରେ ଗୋ ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନୀ ସଭାର ବଳକା ରନ୍ଧା ଖାଦ୍ୟ ଖାଇ ୨୦ରୁ ଉର୍ଦ୍ଧ୍ୱ ଗୋମାତାଙ୍କ ଅକାଳ ମୃତ୍ୟୁ ପାଇଁ ରାଜ୍ୟରେ ବିଜେପି ସରକାରକୁ ଦାୟୀ କରାଯାଇ ଗୋ-ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ କଂଗ୍ରେସ କାର୍ଯ୍ୟକର୍ତାମାନେ ନୟାଗଡ଼ ଟ୍ରାଫିକ ଛକ ଠାରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭାରେ ଅଂଶଗ୍ରହଣ କରି ବିଜେପି, ଆରଏଏସ,ବଜରଙ୍ଗ ଦଳ, ଗୋରକ୍ଷକ,ବିଶ୍ୱ ହିନ୍ଦୁ ପରିଷଦ ଯେଉଁମାନେ ହିନ୍ଦୁ ସନାତନୀ ଧର୍ମର ଠିକାଦାର ବୋଲାଉଛନ୍ତି ସେମାନେ ନୂଆପଡା ଗୋହତ୍ୟା ପ୍ରସଙ୍ଗରେ କାହିଁକି ଚୁପ ବୋଲି କଂଗ୍ରେସ…

Read More

ସବୁଜ ଦୀପାବଳି ପାଇଁ ବାର୍ତ୍ତା ଦେଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଲୋକର ପର୍ବ ଦୀପାବଳୀକୁ କିଛି ଭିର୍ଣ୍ଣ ଢଙ୍ଗରେ ପାଳନ କରିବା ପାଇଁ ବାର୍ତ୍ତା ଦେଲେ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ। ଭାରତ ସରକାରଙ୍କ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ବିଭାଗ ଓ ଓଡିଶା ସରକାରଙ୍କ ପରିବେଶ ଶିକ୍ଷା ଓ ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ସୂଚନା କ୍ରମେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ  ଛାତ୍ରଛାତ୍ରୀନେଇ ପ୍ରଥମେ ମାଟିରେ 50 ରୁ ଅଧିକ ଦ୍ବୀପ ତିଆରିକରି ଥିଲେ। ତାପରେ ଦ୍ବୀପଗୁଡିକୁ ଖରାରେ ଶୁଖାଯାଇଥିଲା। ଏହା ସହିତ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଜୟଲକ୍ଷ୍ମୀ ଦଳେଇ, ଶିକ୍ଷକ ସନ୍ତୋଷ ନାହାକ, ରାଧାଗୋବିନ୍ଦ ନାୟକ, ସୂଯ୍ୟମଣି ନାୟକ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶପଥ ପାଠ କରାଇଥିଲେ। ଶେଷରେ ଶ୍ରୀ…

Read More

ଖଣ୍ଡପଡ଼ା SDPOଙ୍କ କାର୍ଯ୍ୟକଳାପକୁ ନେଇ ନୟାଗଡ SP ଅଫିସ ସମ୍ମୁଖରେ ପ୍ରତିବାଦ ସଭା ଓ ଗଣଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶ ସ୍ବାଧୀନତାର ପ୍ରାୟ 78 ବର୍ଷ ପରେ ବି ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ବଳବତ ଥିବା ସ୍ଥଳେ ଅନୁସୂଚିତଜାତି / ଜନଜାତି ବର୍ଗ ମାନଂକ ଉପରେ ଜାତିଗତ ନିର୍ଯାତନା ମାମଲା NCRB ତଥ୍ୟ ଅନୁସାରେ ଆମ ରାଜ୍ୟରେ 143%ବୃଦ୍ଧି ପାଇଛି। ନୟାଗଡ ଜିଲ୍ଲାର ବିଭିନ୍ନ ଥାନା ଫତେଗଡ଼, ଖଣ୍ଡପଡା, ରଣପୁର, ଦଶପଲ୍ଲା, ଇଟାମାଟି, ଶରଣକୁଳ, ପ୍ରଭୃତିଥାନା ଅନୁସୂଚିତଜାତି ନିର୍ଯାତନା ପ୍ରବଣ ଅଂଚଳ ଭାବେ ପରିଗଣିତ ହେଉଛି। SCST ଅତ୍ୟାଚାର ମାମଲାରେ ସଠିକ ଭାବେ ତଦନ୍ତ ନ ହେବା ଏବଂ ସଠିକ ସମୟରେ ଚାର୍ଜସିଟ ଦାଖଲ ନ ହେବା ଏବଂ 95%ମାମଲା ଗିରଫ ନ ହେବା ମାମଲା ବୃଦ୍ଧି ର ଅନ୍ୟତମ କାରଣ ଅଟେ। ଘଟଣାକ୍ରମେ: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କଇଁଥ ପୋଖରୀ ଗ୍ରାମର ଅନୁସୂଚିତଜାତି ବର୍ଗ ୫ଟି ପରିବାରଙ୍କୁ ଗ୍ରାମର ସବର୍ଣ୍ଣ…

Read More

ଆଜି ଦିନକୁ ରମା ଏକାଦଶୀ କଣ ପାଇଁ କୁହାଯାଏ

ରମା ଏକାଦଶୀ ବା ରମ୍ଭା ଏକାଦଶୀ ର ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ରହିଛି। ଏହି ଏକାଦଶୀ ପାଳନ କଲେ ଏ ଜନ୍ମ ର ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ମୄତ୍ୟୁ ପରେ ବିଷ୍ଣୁ ଲୋକ ପ୍ରାପ୍ତ ହୁଏ   ବୋଲି ମାନ୍ୟତା ଅଛି।  ରମା ଏକାଦଶୀ ଦିନ ଭଗବାନ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କ ପୂଜନ ମଧ୍ୟ କରାଯାଉଥିବାରୁ ଏହାକୁ ଅତ୍ୟନ୍ତ ପବିତ୍ର କୁହାଯାଏ। ଏହି ପର୍ବ ଧନଦା ତ୍ରୟୋଦଶୀ ର ଦୁଇ ଦିନ ପୂର୍ବରୁ କାର୍ତ୍ତିକ କୄଷ୍ଣ ପକ୍ଷ ଏକାଦଶୀ ଦିନ ପଡେ। ଏହି ଏକାଦଶୀ ପାଳନ କଲେ ବାଜପେୟ ଯଗ୍ଙ୍ୟ ର ଫଳ ମିଳିଥାଏ। ll ରମା ଏକାଦଶୀ ର ପୂଜା ବିଧି ll          ରମା ଏକାଦଶୀ ପାଳନ କରୁଥିବା ଭକ୍ତ ଗୋଟିଏ ଦିନ ପୂର୍ବରୁ ନିୟମ ରେ…

Read More

ଅଗ୍ନିପଥ ଯୋଜନା ପାଇଁ ନିଯୁକ୍ତି ରାଲି

ନୟାଗଡ଼,(ନୟାଗଡ଼ ଦର୍ପଣ): କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ଅଗ୍ନିପଥ ଯୋଜନା ଅଧୀନରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ସେନା ନିଯୁକ୍ତି ରାଲି ୨୨ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ଵର (ଓଡିଶା)ର ସୈନିକ ସ୍କୁଲରେ ଅନୁଷ୍ଠିତ ହେବ। ନିଯୁକ୍ତି ରାଲି ସମୟରେ ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା (CEE)ରୁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି। ପ୍ରାର୍ଥୀଙ୍କ ପ୍ରବେଶ ପତ୍ର ପୂର୍ବରୁ ସେମାନଙ୍କର ପଞ୍ଜିକୃତ ଇମେଲ୍ ଆଇଡିକୁ ପଠାଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାରେ ଯୋଗ ଦିଅନ୍ତୁ ୱେବସାଇଟ୍ www.joinindianarmy.nic.in ରେ ସେମାନଙ୍କର ପ୍ରୋଫାଇଲ୍‌ରେ ଲଗ୍ ଇନ୍ କରି ନିଯୁକ୍ତି ରାଲି ପାଇଁ ସେମାନଙ୍କର ପ୍ରବେଶ ପତ୍ର ଡାଉନଲୋଡ଼ କରିପାରିବେ । ଯେକୌଣସି ପ୍ରଶ୍ନ ପାଇଁ,…

Read More

ନଭେମ୍ବର ୩ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,  ବିଜୁ ମହାବୀର ଫୁଟ୍ ସେଣ୍ଟର, ଖୋର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନୟାଗଡଠାରେ ନଭେମ୍ବର ୩ରୁ ୭ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏହି ଶିବିରରେ  କୃତ୍ରିମ ଅଙ୍ଗ ଯଥା -ଗୋଡ଼ ଓ ହାତ ସହ ଆଶା ବାଡି ଓ  ଶ୍ରବଣ ଯନ୍ତ୍ର ମାଗଣାରେ  ଯୋଗାଇଦିଆଯିବ। ଏହି ମହତ କାର୍ଯ୍ୟରେ ସମାଜର ସବୁ ବର୍ଗର ଜନ ସାଧାରଣଙ୍କୁ ସହଯୋଗ, କରିବା ପାଇଁ  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ  ରୋଟାରୀ କ୍ଲବ ନୟାଗଡ଼ ର ସଭାପତି…

Read More

ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏ. ପି. ଜେ. ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ ଭାବରେ ପରିଚିତ ଭାରତରତ୍ନ ଡ. ଏ.ପି.ଜେ.ଅବଦୁଲ୍ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ନୟାଗଡ଼ ମଣ୍ଡଳ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅବସ୍ଥିତ ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ଶିକ୍ଷକ ସମାଜ, ସାମାଜିକ ଅନୁଷ୍ଠାନ ଓ ଶିକ୍ଷା ବିଭାଗ ତରଫରୁ ଦୀପଧୂପ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ତ୍ରିଲୋଚନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଜିଲ୍ଲା ଲେଖକ ପରିଷଦର ସଂପାଦକ ତଥା ଶିକ୍ଷକ ନେତା ଶେଖ୍ ଅବଦୁଲ୍ ଖାଲିକ୍, ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର, ମାଣିକେଶ୍ଵର…

Read More

ବାଉଁଶିଆ ଚୋରୀର ପଦ୍ଦାର୍ଫାସ, ଦୁଇ ଗିରଫ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ଶରଣକୁଳ ନିକଟବର୍ତ୍ତୀ  ବାଉଁଶିଆ ଗ୍ରାମର ପ୍ରଶାନ୍ତ କୁମାର ରଥଙ୍କ ଘରର ତାଲା ଭାଙ୍ଗି ଘରେ ପଶି ଚଳିତ ମାସ ୮ ତାରିଖର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରୁ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି କରି ନେଇ ଯାଇଥିଲେ। ଶ୍ରୀ ରଥ ଥାନାରେ ଆସି ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ। ଥାନା କେସ ନଂ ୨୨୧/ତା ୮.୧୦.୨୫ ରିଖ ରେ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରୀ ରଖିଥିଲା।ଆଜକୁ ଦୁଇମାସ ଧରି ଚୋରମାନେ ବାଉଁଶିଆ ଗ୍ରାମର ୧୦ ଜଣଙ୍କ ଘରୁ ଚୋରି କରିଥିଲେ। ଚୋରମାନଙ୍କ ପ୍ରାଦୃର୍ଭାବ ଏହି ବାଉଁଶିଆ ଗ୍ରାମରେ ବଢ଼ି ଚାଲିଥିଲା। ସେହିଦିନ ଠାରୁ ଶରଣକୁଳ ପୋଲିସ ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା।  ଆଜି ଶରଣକୁଳ…

Read More