ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ମୁନିସିପାଲିଟି ଅଞ୍ଚଳରେ ଥିବା ନୂଆ ରାଜବାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଦୁବୃର୍ତ୍ତମାନେ ବିଦ୍ୟାଳୟର ଲୁହା କବାଟ ଏବଂ ଅଜବେଷ୍ଟସ ତଳେ ଲାଗିଥିବା ଲୁହା ବିମ ଗୁଡ଼ିକୁ ରାତି ଅଧିଆ ତାଡ଼ି ନେଇଛନ୍ତି । ଫଳରେ ବିଦ୍ୟାଳୟର ଅନେକ ଆଜବେଷ୍ଟସ ଭାଙ୍ଗି ତଳେ ପଡ଼ିବା ସହିତ ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇ ବିପଦ ଶଙ୍କୁଳ ପରିବେଶ ସୃଷ୍ଟି ହୋଇଛି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ କର ନୟାଗଡ଼ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ ବୀପାବଳି, ସୂର୍ଯ୍ୟପରାଗ ଏବଂ ରବିବାର ଯୋଗୁଁ ବିଦ୍ୟାଳୟ କ୍ରମାଗତଭାବେ ତିନିଦିନ ଛୁଟିଥିଲା । ତେବେ ଆଜି ବିଦ୍ୟାଳୟ ଖୋଲିଥିବା ବେଳେ ଏଠାରେ ସକାଳୁ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ରର ପରିଚାଳିକା ପ୍ରଥମେ ଏହା ଦେଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଖବର ଦେଇଥିଲେ ।…
Read MoreCategory: ଅନ୍ୟାନ୍ୟ
ନୟାଗଡ଼ ପୋଲିସକୁ ପୁଣି ସଫଳତା, ୮ଡ଼କାୟତ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ଜଣ ଚୋରା ସୁନା ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ହୋଇଥିବା ବେଳେ ଏନେଇ ଟାଉନ ଥାନା ପରିସରରେ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଫତେଗଡ଼ ଥାନା ଗୋଳାପୋଖରୀ ଗ୍ରାମର ଶଙ୍କର ପଲେଇ, ଓଡ଼ଗାଁ ଥାନା ଭାଡ଼ିକିଳା ଗ୍ରାମର ମନୋରଞ୍ଜନ ମହାରଣା, ବାଉଁଶିଆପଡ଼ା ଗ୍ରାମର ଶରତ ଚନ୍ଦ୍ର ମହାରଣା, ଇଟାମାଟି ଥାନା ମଜୁରିଆପଲ୍ଲୀ ଗ୍ରାମର ରମେଶ ଲେଙ୍କା, ନାରାୟଣ ପାଟଣା ଗ୍ରାମର ଲିଟୁ ସ୍ବାଇଁ, ଓଡ଼ଗାଁ ଥାନା ଭାଡିକିଳା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାରଣା ଏବଂ ଗିରଫ ହୋଇଥିବା ସୁନା ବେପାରୀ ହେଲେ ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମର କାଳନ୍ଦୀ ସୁବୁଦ୍ଧି,…
Read Moreସାହିତ୍ୟ ଓ ସମ୍ବର୍ଦ୍ଧନା ଉତ୍ସବରେ ଦୁଲୁକିଲା ଓଡ଼ଗାଁ ମାଟି
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଇନଡୋର୍ ଷ୍ଟାଡ଼ିୟମ ପରିସରରେ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କବି, ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ସାରସ୍ୱତ ସାଧକସାଧିକାଗଣଙ୍କ ଉପସ୍ଥିତିରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ଜିଲ୍ଲାର ପ୍ରତି ବ୍ଲକରୁ କବି,କବିୟିତ୍ରୀ,ସାହିତ୍ୟିକ, ଲେଖକ,ଗାଳ୍ପିକ, ନାଟ୍ୟକାର ମାନଙ୍କ ସମାଗମ ଘଟିଥିଲା।ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ତାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଦାଶ ବେନହୁର ଯୋଗ ଦେଇଥିବାବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉଦଘାଟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଚକ୍ର ସୁଦର୍ଶନ କ୍ଷେତ୍ର ଭଦ୍ରକର ଗୁରୁମା ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଦେବୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲାସଦସ୍ୟ ଅଶୋକ କୁମାର ନାୟକ,ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ବାଜ), ସଂପାଦକ ଭାବଗ୍ରାହୀ ମହାପାତ୍ର, ଉପଦେଷ୍ଟା ଦିବାକର…
Read More୪ର୍ଥ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡ ଚାମ୍ପିୟାନ ସିପ-୨୦୨୨ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ନୂଆ ରାଜବାଟୀ କଲ୍ୟାଣୀ ମଣ୍ଡପ ଠାରେ ୪ର୍ଥ ଜିଲ୍ଲାସ୍ତରୀୟ ଟାଇକୋଣ୍ଡ ଚାମ୍ପିୟାନ ସିପ -୨୦୨୨ ରବିବାର ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ ଯୋଗଦେଇ ଟାଇକୋଣ୍ଡ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳିମାନଙ୍କର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଟାଇକୋଣ୍ଡ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କ ସମେତ ନୟାଗଡ ମାସିଆଲ ଆର୍ଟ୍ସ ଏକାଡେମୀର ସମ୍ପାଦକ ଭବାନୀ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ ଟାଇକୋଣ୍ଡ ସ୍ପୋର୍ଟ୍ସ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ଏହି ଚାମ୍ପିୟାନ ସିପରେ ଜାତୀୟ ସ୍ତରର ଗଞ୍ଜାମର ଇ. ଲଳିତ କୁମାର, ଶୁଭଶ୍ରୀ ପାଢ଼ୀ, ତେଜସ୍ବିନୀ ପାଢ଼ୀ, ପୁରୀର ଅଭିଜିତ ସାହୁ, ଆର୍ଯ୍ୟନ ନାୟକ, ପାୟଲ…
Read Moreଜିଲ୍ଲା ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଭାବେ ଆଜି ରବୀନ୍ଦ୍ର କୁମାର ସାହୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଥିବା ଜଣାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ବରିଷ୍ଠ ଆଏଏସ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଜଣାଯାଇଛି।
Read Moreଭାପୁରରେ ବିଧାୟକଙ୍କ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ ହଜାର ହଜାର କର୍ମୀ
ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ପଦଯାତ୍ରା ଚାଲୁରହିଥିବା ବେଳେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ତାଙ୍କର କର୍ମୀମାନଙ୍କୁ ନେଇ ଜୋରସୋର ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଦେଇଛନ୍ତି। ବହୁବାର ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ଖଣ୍ଡପଡା ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଜିତୁ ରଣସିଂହ, ସ୍ଥାନୀୟ ସରପଞ୍ଚ ସୁଧାଂଶୁ ଭୁଷଣ ସ୍ବାଇଁ, ସମିତି ସଭ୍ୟା ପ୍ରତିନିଧି ଆରତବନ୍ଧୁ ବେହେରା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହି ବିଜେଡି ସୁପ୍ରିମଙ୍କ ସ୍ଵଛ ଓ ନିର୍ମଳ ଶାସନର ପ୍ରଚାର ପ୍ରସାର କରିଥିଲେ। ବିଭିନ୍ନ ଗ୍ରାମ ପଞ୍ଚାୟତରେ ବୃଦ୍ଧ ବୃଦ୍ଧା ମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ନିମାଣି…
Read Moreସମ୍ବର୍ଦ୍ଧନା ପରିବାରର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ
ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ଠାରେ ସମ୍ବର୍ଦ୍ଧନା ପରିବାର ଦ୍ୱାରା ୨୦୨୨ ବର୍ଷ ପାଇଁ ସମ୍ବର୍ଦ୍ଧନା ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ ହୋଇଯାଇଛି। ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଏବଂ ସୁଶାନ୍ତ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିରାକାର ସ୍ୱାଇଁ ମହୋଦୟ ସଭାପତିତ୍ୱ ଏବଂ ହରିପ୍ରିୟା ଦ୍ବିବେଦୀ ସମ୍ପାଦନା ଭାର ସୁଚାରୁରୂପେ ନିର୍ବାହ କରିଥିଲେ। ସେବା, ସଂସ୍କୃତି ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାରା ଓଡ଼ିଶାରେ ଶରଣକୁଳ ମାଟି ନିଜର ଉତ୍କର୍ଷତା ଐତିହାସିକ ଯୁଗରୁ ପ୍ରତିପାଦିତ କରି ଆସିଛି। ଲଡୁବାବାଙ୍କ ଦୀପାବଳି ଯାତ୍ରା ସମୟରେ ଓ ଶ୍ରୀକ୍ଷେତ୍ର ପୁରୀରେ ସେବା କ୍ଷେତ୍ରରେ ମୁରାରୀ ତ୍ରିପାଠୀଙ୍କ ଉଲ୍ଲେଖନୀୟ କାର୍ଯ୍ୟର ପୁନରାଲୋଚନା କରିବା ସହ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ଶିକ୍ଷା ଗୁରୁ…
Read Moreଭାରତରତ୍ନ ଡ.କାଲାମଙ୍କ ୯୧ତମ ଜନ୍ମବାର୍ଷିକ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମିଶାଇଲ ମ୍ୟାନ, ପୂର୍ବତନ ରାଷ୍ଟ୍ରପତି ଏବଂ ଭାରତରତ୍ନ ସ୍ୱର୍ଗତ ଡଃ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୧ତମ ଜନ୍ମବାର୍ଷିକୀ ଅବଦୁଲ କାଲାମ ସ୍ମୃତି କମିଟି ଏବଂ ଶିକ୍ଷକ ସମାଜ ପକ୍ଷରୁ ପାଳିତ ହୋଇଯାଇଛି । ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିକମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗଦାନ କରି ଶିକ୍ଷକ ସମାଜ ଦ୍ୱାରା ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ,ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଂଜୟ ମଲ୍ଲିକ…
Read Moreଜାତି ସମାଜର ମୁଖିଆଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ କଲେ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଜ ନିଜ ଜାତି ସମାଜ ତରଫରୁ ଘୋଷଣା କରିଥିବା ଜାତି ମୁଖିଆଙ୍କୁ ଆଜି ଜିଲ୍ଲାସ୍ତରରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କଲେ ଜିଲ୍ଲାପାଳ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ନୟାଗଡ଼ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ଦିବା ୧୧ଘଟିକା ସମୟରେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜାତି ସମାଜ ମୁଖିଆଙ୍କର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବାଲ୍ୟବିବାହ ଭଳି ଏକ ଧର୍ତ୍ତବ୍ୟ ଦଣ୍ଡନୀୟ ଅପରାଧ ଓ କୁପ୍ରଥାକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଥିବା ପ୍ରୟାସକୁ ସଫଳ କରିବାକୁ ସମସ୍ତ ଜାତି ମୁଖିଆଙ୍କୁ ନିବେଦନ କରିବା ସହ ଏଭଳି ସମାଜ ସେବାଭଳି ମହତ କାର୍ଯ୍ୟ କରୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ…
Read Moreନୟାଗଡ଼ରେ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନେହେରୁ ଯୁବ କେନ୍ଦ୍ର ସଂଗଠନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର NCC / NSS / YRC ଛାତ୍ରମାନେ ସହଯୋଗ କରିଥିଲେ । ନୟାଗଡ଼ ଜିଲ୍ଲାର ୧୮-୩୫ବର୍ଷ ବୟସର ଯୁବଗୋଷ୍ଠୀଙ୍କୁ ନେଇ ଚିତ୍ରାଙ୍କନ, କବିତା ଲିଖନ, ମୋବାଇଲ ଫଟୋଗ୍ରାଫି, ଯୁବ ସାମ୍ବାଦିକତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ପ୍ରତିଯୋଗିତା ହୋଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାରୁ ୩ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ବିତରଣ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ମାନ୍ୟବର ବିଧାୟକ ଡଃ. ଅରୁଣ କୁମାର ସାହୁ, ସମ୍ଭବର ସଂପାଦିକା…
Read More