ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଲା ସଫଳତାର କାହାଣୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ); ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନ ବେହେରାଙ୍କୁ ମିଳିଛି ଆଉଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ। ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ କରିଥାଏ। ଯାହାକି ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି। ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର। ଜ୍ୟୋତି ରଂଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବେଷିତ। ସେ ଗଛ ମାନଙ୍କରୁ କିଭଳି ତୈଳ ଉତ୍ପାଦନ…
Read MoreCategory: ନୟାଗଡ଼ ବ୍ୟକ୍ତିତ୍ୱ
ପ୍ରତିଦିନ ପାଞ୍ଚଜଣ ଅସହାୟଙ୍କ ନିମନ୍ତେ ଜଳଖିଆ ବ୍ୟବସ୍ଥାର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତିଦିନ ପାଞ୍ଚଜଣ ଅସହାୟ ଦୁଃଖିରଙ୍କି ଲୋକମାନଙ୍କ ପାଇଁ ମାଗଣାରେ ସକାଳ ଜଳଖିଆ ବଣ୍ଟନ ବ୍ୟବସ୍ଥା ଆଜି ପୁରୁଣା ସହରସ୍ଥିତ “ଶିବ କ୍ୟାଣ୍ଟିନ” ଦୋକାନରେ ଶୁଭାରମ୍ଭ ହୋଇଯାଇଛି। ଜଳଖିଆ ବଣ୍ଟନ ବ୍ୟବସ୍ଥାର ଆରମ୍ଭ କରିଥିବା ଉଦ୍ୟୋଗୀ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏ ଦିଗରେ ହେବାକୁଥିବା ସମସ୍ତ ଖର୍ଚ୍ଚ ନିଜେ ବହନ କରିବେ ବୋଲି ସୂଚନା ଦେଇଛନ୍ତିମ ପ୍ରତ୍ୟେକ ଦିନ ଜଣକୁ ୨୦ ଟଙ୍କା ହିସାବରେ ପାଞ୍ଚ ଜଣଙ୍କୁ ଶହେ ଟଙ୍କା ଖର୍ଚ୍ଚରେ ଜଳଖିଆ ଯୋଗାଇ ଦିଆଯିବ। ଶ୍ରୀ ପଟ୍ଟନାୟକ ବଞ୍ଚିଥିବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଚାଲୁ ରଖିବେ ବୋଲି ଘୋଷଣା କରିଥିଲେ । ଉକ୍ତ ମହତ କାର୍ଯ୍ୟକ୍ରମରେ ସହରର ବହୁ ବରେନ୍ୟ ବ୍ୟକ୍ତି ଯୋଗଦେଇ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପଟ୍ଟନାୟକ, କାଉନସିଲର କିଷାନ କୁମାର ଦାସ, ଲକ୍ଷ୍ମୀଧର ମହାପାତ୍ର, ନୟାଗଡ଼ ପୋୖରାଧ୍ୟକ୍ଷାଙ୍କ…
Read Moreଜିଲ୍ଲା ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଭାବେ ଆଜି ରବୀନ୍ଦ୍ର କୁମାର ସାହୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଥିବା ଜଣାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ବରିଷ୍ଠ ଆଏଏସ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଜଣାଯାଇଛି।
Read Moreଜାତୀୟ ଶିକ୍ଷାରତ୍ନ ସମ୍ମାନ ପାଇଲେ ଶିକ୍ଷକ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ କୁରାଳ କ୍ଲଷ୍ଟର ଅଧୀନ ସରକାରୀ ଉ.ପ୍ରା. ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ପାଇଲେ ଜାତୀୟ ଶିକ୍ଷାରତ୍ନ ସମ୍ମାନ।ନବାଚାରୀ ଗତିବିଧି ସମୁହ ସଂଗଠନ,ଛତିଶଗଡ଼ ପକ୍ଷରୁ ଗତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଏକ ଶୈକ୍ଷିକ କାର୍ଯ୍ୟକ୍ରମରେ ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବାସହ ଭର୍ଚୁଆଲ୍ ମାଧ୍ୟମରେ ୟୁଟ୍ୟୁବ ଲାଇଭ୍ ଆସି ଓଡ଼ିଶା ରାଜ୍ୟ ତରଫରୁ ଉକ୍ତ ସଂଗଠନର ଶୈକ୍ଷିକ ଓ୍ୱବିନାରରେ କୋଭିଡ୍ ସମୟରେ ସେ କରିଥିବା ଗୁଣାତ୍ମକ ଶିକ୍ଷାର ପ୍ରଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କରିଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ ପାଇଁ ସଂଗଠନ ପକ୍ଷରୁ ସେ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…
Read Moreଓମ୍ସା ରାଜ୍ୟ ଉପସଭାପତି ହେଲେ ନୟାଗଡ଼ର ଜଣାଶୁଣା ଡାକ୍ତର ଆଶିଷ ଦୀକ୍ଷିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ମେଡିକାଲ ସେବା ସଂଘ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି(ଓମ୍ସା)ର ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ଵରରେ ଥିବା ଓମସା ଭବନରେ ଅନୁଷ୍ଠିତ ହୋଇଯାଇଛି। ଓମ୍ସାର ରାଜ୍ୟ ଉପସଭାପତି (ସେଣ୍ଟ୍ରାଲ ଜୋନ୍) ପଦବିରେ ନୟାଗଡ଼ର ଜଣାଶୁଣା ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତ ଉପ ସଭାପତି ପଦରେ ନିର୍ଦ୍ଧ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏଥିରେ ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ, ସାଧାରଣ ସମ୍ପାଦକ ଡାକ୍ତର ବିଶ୍ବଜିତ ସାମଲ, କୋଷାଧକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ, ଉପସଭାପତି ପଶ୍ଚିମାଞ୍ଚଳ ଡାକ୍ତର ସମୀର କୁମାର ପାତ୍ର, ଉପସଭାପତି ଦକ୍ଷିଣାଞ୍ଚଳ ଡାକ୍ତର ମହମ୍ମଦ ଅବଦୁଲ ମାଳିଦ, ଯୁଗ୍ମ ସମ୍ପାଦକ ଡାକ୍ତର ମାନସ ରଞ୍ଜନ ପାଣି, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର କ୍ଷେତ୍ରମୋହନ କାଣ୍ଡ, ଡାକ୍ତର ସଂଜୀବ କୁମାର ପ୍ରଧାନ, ଡାକ୍ତର ସରୋଜ ରଞ୍ଜନ ନାୟକ ଓ…
Read Moreଦାସିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ପ୍ରସିଦ୍ଧ ସାରସ୍ବତ ସାଧକ ଏବଂ ନୟାଗଡ଼ ମାଟିର ଗର୍ଵ ଓ ଗୌରବ ସ୍ବର୍ଗତ ଦାଶରଥି ପଟ୍ଟନାୟକ ସମସ୍ତଙ୍କ ପ୍ରିୟ ଦାଶିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦାସିଆ ଅଜା ଅମର ରହେ, ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇଥିଲା। ସ୍ମୃତି କମିଟି ଅଧ୍ୟକ୍ଷ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କମ୍ରେଡ଼ ବିଶ୍ୱନାଥ ମହାପାତ୍ର, ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ସନ୍ତୋଷ ପ୍ରଧାନ, ଆଇନଜୀବୀ ରଣଜିତ ଦାଶ, ଅରୁଣ ମହାପାତ୍ର, ପ୍ରତାପ ନନ୍ଦ, ସୁରେନ୍ଦ୍ର ମହାପାତ୍ର,…
Read Moreସାମ୍ବାଦିକ କିଶୋର ମହାପାତ୍ରଙ୍କ ଉଦ୍ଦେଶ୍ଯରେ ସାମ୍ବାଦିକ ଭବନରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ସାମ୍ବାଦିକ କିଶୋର ମହାପାତ୍ରଙ୍କ ଉଦ୍ଦେଶ୍ଯରେ ନୟାଗଡ ସାମ୍ବାଦିକ ଭବନରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ଉଦ୍ଦେଶ୍ଯରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଭବନର ସଭାପତି ବୈଦ୍ଯଭୂଷଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ନିଶିକାନ୍ତ ରଥ, ରାମକୃଷ୍ଣ ରଥ, ରଜତ ପଟ୍ଟନାୟକ, ଲୋକନାଥ ମିଶ୍ର, ପ୍ରଶାନ୍ତ ଜେନା, ଅନୱର ଅଲ୍ଲି, ଚନ୍ଦ୍ର ବିଜୟୀ ମିଶ୍ର, ପ୍ରଭାତ ମହାପାତ୍ର, ନବକିଶୋର ମିଶ୍ର, ଯଯାତି କେଶରୀ ମହାପାତ୍ର, ବିଭୁତି ଭୂଷଣ ସ୍ୱାଇଁ, ବିଶ୍ୱଜିତ ନାୟକ, ନିହାର ପଟ୍ଟନାୟକ, ବିଶ୍ୱନାଥ ନାୟକ, ଜୟନ୍ତ ମିଶ୍ର, ମାନସ କୁମାର, ଜିତୁନ ମହାପାତ୍ର ପ୍ରମୁଖ ଯୋଗଦେଇ କିଶୋରଙ୍କ ସ୍ମୃତିଚାରଣ କରିଥିଲେ । କିଶୋରଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ପାଇଁ ରହିଥିବା ସମସ୍ତ ଆର୍ଥିକ ସାହାଯ୍ଯ ଯୋଗାଇଦେବାପାଇଁ ଜିଲ୍ଲା…
Read Moreରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନରେ ବିଶ୍ବ ସାକ୍ଷରତା ଦିବସ ପାଳିତ ହୋଇ )ଯାଇଛି। ରୋଟାରୀ କ୍ଲବର ସଭାପତି ପ୍ରବୀର କୁମାର ପ୍ରୁଷ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଯୋଗଦେଇ ଥିବାବେଳେ ମୁଖ୍ଯବକ୍ତା ଭାବେ କ୍ଲବର ଲିଟେର୍ସି ଚେୟାରମ୍ୟାନ ବସିରନ ବିବି ଯୋଗଦେଇ ଶିକ୍ଷକମାନେ ସମାଜର ମାଇଲ୍ ଖୁଣ୍ଟ ତଥା ସମାଜ ପରିବର୍ତ୍ତନର ଶ୍ରେଷ୍ଠ ବିନ୍ଧାଣି ବୋଲି କହିଥିଲେ। ଏହି ଅବସରରେ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ବରିଷ୍ଠ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ସରସ୍ୱତୀ ଶିଶୁବିଦ୍ଯାମନ୍ଦିରର ସେବାବ୍ରତୀ ଆଚାର୍ଯ୍ୟା ଶ୍ରାବଣୀ ନାଥ, ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ ଘୋଳାହାଣ୍ଡିରେ କାର୍ଯ୍ଯରତ ଶିକ୍ଷକ ବାଲାରସେନ ପାତ୍ର, ସରକାରୀ ଜନଶକ୍ତି ଉଚ୍ଚ ବିଦ୍ଯାଳୟ ଦେଓଙ୍ଗାର ପ୍ରଧାନ ଶିକ୍ଷକ ସତ୍ଯ ନାରାୟଣ ଆଚାର୍ଯ୍ୟ,…
Read Moreଜିଲ୍ଲାପାଳଙ୍କ ଦାୟିତ୍ୱହୀନତା ପାଇଁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ରଙ୍ଗ ଛାଡ଼ି ବିକୃତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥି ପଟ୍ଟନାୟକ ଦାସିଆ ଅଜାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ନୟାଗଡ କଚେରୀ ବଜାର ଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନାର ପାଞ୍ଚବର୍ଷ ପୁରିବ। ଜିଲ୍ଲାର ଜିଲ୍ଲାପାଳ ହେଉଛନ୍ତି ଦାଶରଥି ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟର ଅଧ୍ୟକ୍ଷ, ମାତ୍ର ଜିଲ୍ଲାପାଳଙ୍କ ଦାୟିତ୍ୱହୀନତା ପାଇଁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ରଙ୍ଗ ଛାଡ଼ି ବିକୃତ ହୋଇଗଲାଣି,ମଞ୍ଚ ରୁ ପଥର ଖସି ଗଲାଣି, କେତେବେଳେ ଭୁଶୁଡିବ। ସମ୍ଭାବନାକୁ ଅସ୍ବୀକାର କରାଯାଇ ନପାରେ। ଜିଲ୍ଲପାଳ ଏହି ରାସ୍ତା ଦେଇ ତାଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି ଯାଉଛନ୍ତି, କିନ୍ତୁ ମାଡାମଙ୍କ ଦୃଷ୍ଟି ପଡୁନି। ଆସନ୍ତା ୧୨ ସେପ୍ଟେମ୍ବର ହେଉଛି ଦାସିଆ ଅଜାଙ୍କ ପୁଣ୍ୟ ଜନ୍ମତିଥି, ଅନ୍ତତଃ ପକ୍ଷେ ଏହି ଯୋଗଜନ୍ମା ପୁରୁଷଙ୍କ ଜନ୍ମତିଥି ପୂର୍ବରୁ ଏହି ପ୍ରତିମୂର୍ତ୍ତିରେ ରଙ୍ଗ…
Read Moreପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଅନୁମତି ଦିଆଯାଉ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିମୂର୍ତ୍ତି କମିଟି ଆବାହକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ଼ର ଦୁଇଟି ମହାବିଦ୍ୟାଳୟ ଯଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତାମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ଚିଠି ମାଧ୍ୟମରେ ଜଣାଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୬୫ ବର୍ଷ ତଳେ ବଣ ପାହାଡ଼ ଘେରା ଅନୁନ୍ନତ ନୟାଗଡ଼ରେ ଉଚ୍ଚଶିକ୍ଷାର ପ୍ରଚାର ଏବଂ ପ୍ରସାର ପାଇଁ ଦୀପ ପ୍ରଜ୍ଜ୍ୱଳନ ସଦୃଶ ନୟାଗଡ଼ କଲେଜ ନିର୍ମାଣ ପାଇଁ ଯେଉଁ କେତେଜଣ ବୁଦ୍ଧିଜୀବୀ ସ୍ଵପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରୁ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସମ୍ପାଦକ ସ୍ଵର୍ଗତଃ ଅକ୍ରୁର ମହାପାତ୍ର ଏବଂ ଅଧ୍ୟକ୍ଷ ସ୍ଵର୍ଗତଃ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଅନ୍ୟତମ। ନୟାଗଡ଼ କଲେଜ ତା’ର ରୌପ୍ୟ ଜୟନ୍ତୀ, ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସରରିଥିବା ବେଳେ ବର୍ତ୍ତମାନ…
Read More