ରଣପୁର, (ନୟାଗଡ଼ ଦର୍ପଣ): ସ୍ୱଳ୍ପ ପାଠପଢ଼ା ଓ ଅଦମ୍ୟ ଇଚ୍ଛା ଶକ୍ତି। କିଛି ନୂଆ କରିବାର ନିଶା; ସେ ପୁଣି ସଙ୍ଗୀତ କଳା କ୍ଷେତ୍ରରେ। ପିତାମାତାଙ୍କ ସହିତ ପିଲାବେଳୁ ଆର୍ଥିକ ଅନାଟନରେ ସମୟ ଅତିବାହିତ କରୁଥିବା ଯୋଗୁଁ ଇଚ୍ଛା ଶକ୍ତି ଆଗରେ ହାର ମାନି ନଥିଲା ପରିସ୍ଥିତି। ପାଠ ପଢ଼ିବା ପାଇଁ ସ୍ୱତନ୍ତ୍ର ଆଗ୍ରହ। ସେଥିପାଇଁ ପିଲାବେଳୁ କଅଁଳ ହାତର ସ୍ପର୍ଶରେ ମାଟି ପିଣ୍ଡୁଳାରେ ନୂଆନୂଆ ସୃଷ୍ଟି କରି ଚାଲନ୍ତି। ମାଟିରେ ମୂର୍ତ୍ତି ତିଆରି କରି ସେଥିରୁ ଦି’ ପଇସା ରୋଜଗାର କରି ପାଠପଢ଼ାରେ ଆଗକୁ ବଢ଼ିବାର ନିଶା କେତେବେଳେ ଯେ ପାଠପଢ଼ାରେ ଡୋରୀ ବନ୍ଧା ହେବ ଏବଂ ପରବର୍ତ୍ତୀ ସମୟରେ ମୂର୍ତ୍ତି କଳା କାରିଗରୁ ଓଡ଼ିଶା ସଙ୍ଗୀତ ଜଗତର ଜଣାଶୁଣା ବେହଲା ବାଦକ ଓ ତା’ର ସହିତ ବେହେଲା ନିର୍ମାତା କାରୀ ବନିଯିବେ ସେ ସବୁ…
Read MoreCategory: ନୟାଗଡ଼ ବ୍ୟକ୍ତିତ୍ୱ
‘ଡିଜିପି କମେଣ୍ଡେସନ’ ସମ୍ମାନ ପାଇବେ ନୟାଗଡ଼ ଏସପି ରାହୁଲ ଜୈନ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନକୁ ମୁକ୍ତ, ସ୍ବଚ୍ଛ, ଅପରାଧମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ଶେଷ କରିଥିବାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୨୪ଜଣ ଆଇପିଏସ୍ ଅଧିକାରୀଙ୍କୁ ସମ୍ମାନିତ କରାଯିବ। ସେମାନଙ୍କୁ ‘ଡିଜିପି କମେଣ୍ଡେସନ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସ୍ଥିର କରାଯାଇଛି। ନୟାଗଡ଼ ଏସ୍ପି ରାହୁଲ ଜୈନ ମଧ୍ୟ ଏହି ସମ୍ମାନ ଗ୍ରହଣ କରିବେ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ତାଲିକାରୁ ଜଣାପଡ଼ିଛି। ସାଧାରଣ ନିର୍ବାଚନ ପୂର୍ବରୁ ହେଉ ଅବା ପରେ ଏସ୍ପିଙ୍କ ନେତୃତ୍ଵରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପୁଲିସର ବାରମ୍ବାର ଫ୍ଲାଗମାର୍ଚ୍ଚ ସହ ନିଜେ ଏସ୍ପି ଗାଁ’ ଗାଁରେ ପହଞ୍ଚି ମୁରବୀମାନଙ୍କ ସହ ଆଲୋଚନା କରିଥିଲେ। ଗାଁରେ ଭାଇଚାରା ବଜାୟ ରଖିବା ପାଇଁ ଏସ୍ପି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ବିଭିନ୍ନ ଛକରେ ବ୍ଲକିଂ…
Read Moreବିଶିଷ୍ଟ ସମାଜସେବୀ ତଥା ରୋଟାରିଆନ ଆରିଫ ଖାଁଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ବରିଷ୍ଠ ରୋଟାରିଆନ ଆରିଫ ଖାଁଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ଗତ ଦୁଇ ଦିନ ଧରି ସାମାନ୍ୟ ଜ୍ବରରେ ଆକ୍ରାନ୍ତ ଥିଲେ। ତେବେ ଆଜି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଖୋର୍ଦ୍ଧା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।ସୂଚନା ଯୋଗ୍ୟ ଯେ, ଗତ ବର୍ଷ ସେ ନୟାଗଡ଼ ରୋଟାରୀ କ୍ଲବର ସଭାପତି ଥିଲେ। ଗତ ଦୁଇଦିନ ତଳେ ସେ ନୟାଗଡ଼ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ନୟାଗଡ଼ର ଜଣେ ବିଶିଷ୍ଟ ସମାଜସେବୀ ଭାବେ ସେ ବେଶ ଜଣାଶୁଣା ଥିଲେ। ସେ ନୟାଗଡ଼ର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିବାବେଳେ…
Read Moreବିଶିଷ୍ଟ ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟ ସାହିତ୍ୟର କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ‘ନନାଙ୍କ ଡାଏରୀ’ ନୟାଗଡ଼ ବ୍ଳକ ସଭାଗୃହରେ ଆଜି ପୂର୍ବାହ୍ନରେ ଅତିଥିମାନଙ୍କ ଦ୍ୱାରା ପାଠକାର୍ପଣ ହୋଇଯାଇଛି। ନାଟ୍ୟକାରଙ୍କ ସୁପୁତ୍ର ଡ.ଅଶୁତୋଷ ମିଶ୍ରଙ୍କ ଦ୍ୱାରା ଲିଖିତ ଏହି ଜୀବନୀ ପୁସ୍ତକ ଉନ୍ମୋଚନ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ପ୍ରକାଶକ ବନୋଜ ମିଶ୍ର ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ତଥା ଗବେଷକ ଡ.ସନ୍ତୋଷ କୁମାର ତ୍ରିପାଠୀ ଏବଂ ବରେଶ୍ୟ ଅତିଥିଭାବେ ଔପନ୍ୟାସିକ ଡ.ଅଜୟ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଓଡ଼ିଶାର ସମୃଦ୍ଧ ନାଟ୍ୟ ପରମ୍ପରାକୁ ବେଗବାନ, ଗତିଶୀଳ ଓ ରୁଚିଶୀଳ କରିବାରେ ନାଟ୍ୟକାର…
Read Moreନୟାଗଡ଼ ମୋଟର ଆସୋସିଏସନର ପ୍ରାକ୍ତନ ସଭାପତି ଅନ୍ତର୍ଯ୍ୟାମୀ ଦାସଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୋଟର ଆସୋସିଏସନର ସଭାପତି, ନୟାଗଡ଼ ଏନ.ଏ.ସି.ର ପ୍ରଥମ କାଉଁସିଲର, ନୟାଗଡ଼ର ପ୍ରଥମ ଫୁଟବଲର, ମର୍ସିଡ଼ିଜ ବେଞ୍ଚ ଟ୍ରକର ପ୍ରଥମ ଓନର, ନୟାଗଡ଼ର ପ୍ରଥମ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକାରୀ ଅନ୍ତର୍ଯ୍ୟାମୀ ଦାସଙ୍କ ୯୨ବର୍ଷ ବୟସରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ବାସଭବନରେ ରବିବାର ସକାଳୁ ପରଲୋକ ହୋଇ ଯାଇଛି। ଅତ୍ୟନ୍ତ ମେଳାପୀ, ସମସ୍ତଙ୍କ ସ୍ନେହୀ ଥିବା ନୟାଗଡ଼ର ଏହି ବରିଷ୍ଠ ନାଗରିକଙ୍କ ପରଲୋକରେ ଚାରିଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହି ଦୁଃଖଦ ଖବର ପାଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
Read Moreନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସୋହମ୍’ର ବାର୍ଷିକୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ୍”ର ଏକାଦଶ ବାର୍ଷିକୋତ୍ସବ ପାଳିତ। ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ କକ୍ଷରେ ସଭାନେତ୍ରୀ ଡଃ. କବିତା ମିଶ୍ରଙ୍କ ସଭାପତିତ୍ବରେ ଏହାର ସଦସ୍ୟ, ସ୍ଵେଚ୍ଛାସେବୀ, ଅତିଥି ଓ ଶୁଭେଚ୍ଛୁ ମାନଙ୍କ ଗହଣରେ ଅନୁଷ୍ଠିତ ହୋଯାଇଅଛି । ଏଥିରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି “ସୋହମ୍” ସଙ୍ଗଠନର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରଶଂସା କରି ସମାଜ ସେବାର ମୂଲ୍ୟବୋଧ ଏବଂ ଏକ ଉତ୍ତମ ସମାଜ ଗଠନରେ ନାଗରିକର ଭୂମିକା ଉପରେ ଆଲୋକପାତ କରିଥିଲେ। ସଙ୍ଗଠନର ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିକୋତ୍ସବ ପାଳନ…
Read Moreଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବଙ୍କ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମକୁ ପରିଦର୍ଶନ କରିଛନ୍ତି ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ ସମର୍ପଣ ପରିସର ବୁଲିବା ସହିତ ଅନ୍ତେବାସୀ ମାନଙ୍କ ରୁମ୍ ଗୁଡିକୁ ବୁଲି ଦେଖିଥିଲେ। ସେମାନଙ୍କର ଖାଇବା, ପିଇବା, ରହିବା, ଶୋଇବା, ମନୋରଞ୍ଜନ ଆଦି ସମସ୍ତ ପ୍ରକାର ବ୍ଯବସ୍ଥା ବିଷୟରେ ଟିକିନିଖି କରି ବୁଝିଥିଲେ। ଅନ୍ତେବାସୀ ମାନଙ୍କ ସହିତ ଏକ ଆଲୋଚନା ସଭା କରି ସେମାନଙ୍କୁ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଉତ୍ତମ ପରାମର୍ଶ ଦେବା ସହିତ ଆଇନ୍ ଜନିତ ସମସ୍ତ ପ୍ରକାର ସେବା ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନିଜେ ଗୀତ ଗାଇ ଅନ୍ତେବାସୀ ମାନଙ୍କ ମଧ୍ଯରେ ନୂଆ ଉତ୍ସାହ ଉନ୍ମାଦନା…
Read Moreବିଶିଷ୍ଟ ନାଟ୍ୟକାର ଶରତ ମାଝିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ଟିଭି, ସିନେମା ଏବଂ ମଞ୍ଚ ଅଭିନେତା,ନାଟ୍ୟକାର ତଥା ପ୍ରତିଶ୍ରୁତିବଦ୍ଧ ନାଟ୍ୟ ବ୍ୟକ୍ତିତ୍ବ ଶରତ ମାଝିଙ୍କ ଆକସ୍ମିକ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ଚମତ୍କାର, ନାଟ୍ୟଧାରା ଏବଂ ଶ୍ରୀ ସୃଜନ ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀ ସୃଜନ ଅଧ୍ୟକ୍ଷ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ,ନାଟ୍ୟକାର ବିଶ୍ୱନାଥ ମହାପାତ୍ର ଏବଂ ନାଟ୍ୟଧାରା ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ରଜନୀକାନ୍ତ ମହାପାତ୍ର, ରାକେଶ ଦାସ,ସୁରେନ୍ଦ୍ର ସାହୁ,ଶରତ ଆଚାର୍ଯ୍ୟ ପ୍ରମୁଖ ସ୍ବର୍ଗତ ଶରତ ମାଝିଙ୍କ ସ୍ମୃତି ଚାରଣ କରିବା ସହିତ ସେ ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ୱ ତଥା ଦକ୍ଷ ଅଭିନେତା…
Read Moreକବି ଓ ସାହିତ୍ୟିକ ଗୌରାଙ୍ଗ ପ୍ରଧାନଙ୍କ ନବମ ଶ୍ରଦ୍ଧାଞ୍ଜଳୀ ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ଅସୁରିଢିପା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓଡ଼ିଶାର ଖ୍ୟାତନାମା ଆସୁକବି, ସାହିତ୍ୟିକ, ସାମ୍ୱାଦିକ, ସ୍ତମ୍ବକାର, ଜନପ୍ରିୟ ରାଜନେତା ତଥା ସମାଜସେବୀ ଗୌରାଙ୍ଗ ପ୍ରଧାନ(କନ୍ଦର୍ପ)ଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନବମ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବାଉଁଶିଆ ରଘୁନାଥପୁର ଶାସନସ୍ଥିତ ଆଶ୍ରୟ ର ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଦାସକାଠିଆ ଓ ପାଲା ମାଧ୍ୟମରେ ବନ୍ଦନା କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ ଗୌରାଙ୍ଗ ପ୍ରଧାନଙ୍କ ଜୀବନ ଶୈଳୀ ଉପରେ ବିଭିନ୍ନ କବି ତାଙ୍କର ନିଜ ନିଜର କବିତା ଆବୃତ୍ତି କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଆଶ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ସାହିତ୍ୟିକ ପ୍ରଫେସର ବିଜୟ କୁମାର ଚୌଧୁରୀ, ଶିକ୍ଷାବିତ ଅଶୋକ କୁମାର ନାୟକ,…
Read Moreସମୁଦ୍ରରେ ବୁଡ଼ି ଦୁଃସାହସିକତାର ପରିଚୟ ଦେଲେ ରଣପୁର ମାଟିର ପୁଅ
➡️ ଭାରତୀୟ ସେନା ତରଫରୁ ଆୟୋଜିତ ଆଡ଼ଭେଞ୍ଚର୍ସ ଟ୍ରେନିଂ କ୍ୟାମ୍ପରେ ରେକର୍ଡ କଲେ ଏବଂ ମା’ ମାଟି, ରାଜ୍ୟ ତଥା ଦେଶ ପାଇଁ ଯଶ ଆଣିଲେ। ➡️’ମୁଁ ମୋ ଦେଶ, ରାଜ୍ୟ, ଜିଲ୍ଲା ,ରଣପୁର ତଥା ମୋ ଜନ୍ମିତ ଗାଁ’ ଝାଡ଼ପଡାର ମର୍ଯ୍ୟାଦା ପାଇଁ କିଛି ବି ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି’ ବୋଲି କହିଲେ ଗିରିଜା ରଣପୁର, (ନୟାଗଡ଼ ଦର୍ପଣ): ଜଣେ ଓଡ଼ିଆ ଯବାନ ସାମରିକ ବିଭାଗର ସ୍କୁଭା ଡାଇଭିଂ ତାଲିମ ପ୍ରତିଯୋଗିତାରେ ସାରା ଭାରତରେ ୨ୟ ଓ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଦେଶ, ରାଜ୍ୟ, ଜିଲ୍ଲା ତଥା ନିଜ ଗାଁମାଟି ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ଜୁଲାଇ ୨୫, ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ରେଡକ୍ରସ ତରଫରୁ ତାଙ୍କୁ ସ୍ଵତନ୍ତ୍ର ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ…
Read More