ଷଷ୍ଠ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସମ୍ବର୍ଦ୍ଧନା ପରିବାରର ପ୍ରତିଷ୍ଠାତା ସଦସ୍ୟ ଦିନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଓ ରାଜେଶ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩୦ ତାରିଖ ରବିବାର ଦିନ ଶରଣକୁଳ କୁସୁମୀ ନଦୀ ପାର୍ଶ୍ଵରେ ଅବସ୍ଥିତ ହରିହରପୁର ଗ୍ରୀନ କ୍ଳବ୍ ପରିସରରେ “ସମ୍ବର୍ଦ୍ଧନା “ପରିବାର ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପରିବାରର ସଭାପତି କବି କୁସୁମ ନିରାକାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଶାନ୍ତନୁ କୁମାର ରଥ, ପ୍ରାକ୍ତନ ନିର୍ଦ୍ଦେଶକ ଆକାଶବାଣୀ କଟକ ଓ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର, ଏବଂ ସମ୍ମାନିତ ଅତିଥି ଭାବରେ ଡକ୍ଟର ଯଦୁନାଥ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଭବାନୀପାଟଣା, ମୁଖ୍ୟ ଉପଦେଷ୍ଟା ଭାବରେ ଡକ୍ଟର ବେଣୁଧର…

Read More

ଗଳ୍ପ ସଂକଳନ “ଭିନ୍ନ ରଙ୍ଗ” ଉନ୍ମୋଚିତ

ନୟାଗଡ଼, (ନୟାଗଡ଼ ଦର୍ପଣ): କବି ତଥା ଲେଖକ ଧିରେନ୍ଦ୍ର ପଟ୍ଟନାୟକଙ୍କ ନୂତନ ଗଳ୍ପ  ସଂକଳନ “ଭିନ୍ନ ରଙ୍ଗ” ଆଜି ରୋଟାରୀ କ୍ଲବ, ନୟାଗଡ଼ରେ ଉନ୍ମୋଚିତ ହେଇଯାଇଛି। ଆଜିର ଏହି ପୁସ୍ତକ  ଲୋକାର୍ପଣ ଉତ୍ସବକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମୀକ୍ଷା କରିଥିଲେ । ଏହି  ଉନ୍ମୋଚନ କାର୍ଯ୍ୟକ୍ରମରେ ସାହିତ୍ୟିକା ବସିରନ୍ ବିବି, କଥାକାର ଅନିଲ ପଣ୍ଡା, କବି ରବିନ୍ଦ୍ର ମହାପାତ୍ର, କବି ମଣିମାଳା ପାଣିଗ୍ରାହୀ, ସମାଜସେବୀ ଶ୍ରୀଧର ସାହୁ, ରୋଟାରିଆନ ଅବିନାଶ ସାହୁ, ରୋଟାରିଆନ ସନ୍ତୋଷ ନାୟକ, ସାମ୍ବାଦିକ ବିଶ୍ବଜିତ ନାୟକ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ଼, କାଜଲ ଡାକୁଆ, ସୌମ୍ୟରଞ୍ଜନ ରଥ, ସୁଜିତ୍ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଭିନ୍ନ ରଙ୍ଗରେ  ମାନବୀୟ ଭାବନା, ଦୈନିକ ଜୀବନ ଓ ସରଳ ଶୈଳୀରେ ଲେଖାଯାଇଥିବା ଗଳ୍ପଗୁଡ଼ିକୁ ସ୍ୱାଗତ…

Read More

ପରମ୍ପରାର ୩୦ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସାହିତ୍ୟ ଓ ସଂସ୍କୃତି ପରିଷଦର ୩୦ତମ ସ୍ଵନକ୍ଷତ୍ର ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ନୀଳମାଧବ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନରେ ବରିଷ୍ଠ ଶିଶୁ ସାହିତ୍ୟିକା ବସିରନ୍ ବିବି, ଡ଼. ଗୀତାଞ୍ଜଳି ମହାପାତ୍ର, ଗୀତିକାର ଗୋଦାବରୀଶ ମିଶ୍ର ଯୋଗଦେଇ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ସତ୍ କବି ସାଧନାରେ ନିର୍ଲିପ୍ତ ଥାନ୍ତି। ଏହି ଅଧିବେଶନରେ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ହରପ୍ରିୟା ଦ୍ଵିବେଦୀ ଓ ନୀଳମାଧବ ମିଶ୍ର । ଦ୍ଵିତୀୟ ଅଧିବେଶନରେ ଅତିଥି ଭାବେ ଉତ୍ତରାଞ୍ଚଳ ପୂର୍ବତନ ରାଜସ୍ବ କମିଶନର ନିରଞ୍ଜନ ସାହୁ ଓ ବରିଷ୍ଠ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଯୋଗଦେଇ କହିଥିଲେ ଯେ ବେଦ, ଉପନିଷଦ ରାମାୟଣ ଓ ମହାଭାରତ ଚାରିସ୍ତମ୍ଭ ଉପରେ ଆମ ସାହିତ୍ୟ ଗଠିତ ଓ ଗତିଶୀଳ। ଏହି ଅଧିବେଶନରେ କୈଳାସ…

Read More

ହିନ୍ଦୀ: ରାଷ୍ଟ୍ରୀୟ ଏକତାର ଭାଷା

ନୟାଗଡ଼, (ନୟାଗଡ଼ ଦର୍ପଣ): କେବଳ ଭାରତର ଏକ ପ୍ରମୁଖ ଭାଷା ଭାବେ ନୁହେଁ  ଭାରତୀୟ  ସାଂସ୍କୃତିକ  ଏକତା ଦିଗରେ ମଧ୍ୟ ହିନ୍ଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଅଛି। ସ୍ୱାଧୀନତା ଆନ୍ଦୋଳନରେ ଭାରତୀୟଙ୍କ ମଧ୍ୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଦିଗରେ ହିନ୍ଦୀ ଥିଲା ପ୍ରମୁଖ ମାଧ୍ୟମ। ଆଜି କେବଳ ଭାରତ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ହିନ୍ଦୀ ଭାଷା ବେଶ୍ ପ୍ରଭାବଶାଳୀ ହୋଇପାରିଛି। ଅତଏବ ହିନ୍ଦୀ ଦିବସ ପାଳନ କେବଳ ଏକ ଔପଚାରିକ ଉତ୍ସବ ନୁହେଁ ବଂର ଏକ ଜାଗୃତି ଅଭିଯାନ ଯହା ଆମକୁ ଆମର ରାଜଭାଷା ପ୍ରତି ଭଲପାଇବା ଏବଂ ସମ୍ମାନ ପ୍ରଦାନ କରିବାକୁ ଉତ୍ସାହିତ କରେ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ହିନ୍ଦୀ ପକ୍ଷ ପାଳନ  ଅବସରରେ ଅତିଥି ତଥା ହିନ୍ଦୀ ଭାଷା ସାହିତ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାର୍ଥୀମାନେ ଏହି ମତବ୍ୟକ୍ତ…

Read More

ଜିଲ୍ଲା ଲେଖକ ପରିଷଦ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସିନ୍ଦୁରିଆ ବକ୍ସି ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶେଖ ଅବଦୁଲ ଖାଲିକ ଗତବର୍ଷ ଅନୁଷ୍ଠିତ ବାର୍ଷିକ ଉତ୍ସବର ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ବ୍ୟୟ ଅଟକଳ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବାର୍ଷିକ ଉତ୍ସବ ଡିସେମ୍ବର ୧୩ ଏବଂ ୧୪ ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ଲେଖକ ପରିଷଦ ସଦସ୍ୟ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ତେଣୁ ଏଥି ନିମନ୍ତେ ଏକ ନାଟକ ଓ କଳାକାର ଚୟନ କମିଟି ଗଠନ କରାଯାଇଥିବା ବେଳେ ପ୍ରଧାନୀ ବୃନ୍ଦାବନ…

Read More

ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ମାତ୍ର ସପ୍ତମ ଶ୍ରେଣୀ ପାଠ ପଢି ମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଉଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର ଅନ୍ତିମ ସମୟରେ ରହିବା,ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟ ଇତିହାସ (୧୯୨୯), ଓଡ଼ିଆ ସାହିତ୍ୟ ପ୍ରକାଶ, ଭାରତୀୟ ଦର୍ଶନ ପ୍ରବେଶିକା, ଆଧୁନିକ…

Read More

ପ୍ରକୃତି କୋଳରେ ବର୍ଷା କାଳୀନ ସାହିତ୍ୟ ଆସର “ମେଘ ମହ୍ଲାର”

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢାବୁଢ଼ିଆଣି ନିକଟସ୍ଥ ପ୍ରକୃତିର ବରଦାନ ବରକନ୍ୟା ଝରଣାଠାରେ ନୟାଗଡ଼ ଜିଲା ଲେଖକ ପରିଷଦ ଓ ନୟାଗଡ଼ ଦର୍ପଣ ପରିବାରର ମିଳିତ ଆନୁକୂଲ୍ୟରେ ବର୍ଷା କାଳୀନ ସାହିତ୍ୟ ଆସର ‘ମେଘ ମହ୍ଲାର’ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ପ୍ରାୟ ଶତାଧିକ ପ୍ରତିଭାଧାରୀ ସାହିତ୍ୟର ସୃଜନଶୀଳ ସ୍ରଷ୍ଟାମାନେ ଯୋଗଦେଇଥିଲେ। ଗଳ୍ପ, କବିତା, ସଙ୍ଗୀତ ଓ ବ୍ୟଙ୍ଗ ଚତୁଃଧାରାର ମଧୁର ମିଳନରେ ପ୍ରେମ ଭକ୍ତି ରୋମାଞ୍ଚକର କବିତା ଗଳ୍ପ ଓ ସଙ୍ଗୀତର ଭାବମୟ ପରିବେଶ ସ୍ମୃତି ଓ ବିସ୍ମୃତିର ସନ୍ଧିକ୍ଷଣରେ ଉପସ୍ଥିତ ସମସ୍ତ କବି ମନପ୍ରାଣରେ ସୃଷ୍ଟି ହୋଇଥିଲା ଅପାର ଆନନ୍ଦ। ଏହି ଅବସରରେ ସ୍ଵର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ଦ୍ଵାରା ରଚିତ ‘ଜହ୍ନର ମନ’ ଏବଂ ‘ରାଧାକୃଷ୍ଣ ଭାରତୀ’ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କବି ନିଳୀମା ନନ୍ଦ, କ୍ଷଣପ୍ରଭା କର,…

Read More

ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପାଇବେ ସାହିତ୍ୟିକ ଶତ୍ରୁଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସପ୍ତମ ଶ୍ରେଣୀ ପାଠ ପଢି ଡ୍ରଇଂ ଶିକ୍ଷକରୁ ଅଧ୍ୟାପକ ହେବା ସହ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିଥିବା ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଅନନ୍ୟ ସାରସ୍ଵତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ  ୧୩୨ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅଗଷ୍ଟ ୨୭ ତାରିଖ ୨୦୨୫ ରେ ନୟାଗଡ଼ଠାରେ ଅନୁଷ୍ଠିତ ହେବ। ସମାରୋହରେ ଚଳିତ ବର୍ଷ ତଥାସ୍ତୁ ତରଫରୁ କବି, ପ୍ରାବନ୍ଧିକ ଓ ସଂପାଦକ ଶତ୍ରୁଜିତଙ୍କୁ  ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ ପାଇଁ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ…

Read More

ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା

ନୟାଗଡ଼, (ନୟାଗଡ଼ ଦର୍ପଣ):  ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି  ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ, ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଥିଲା ତତ୍ ସହ ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ ବେଶ୍ ଜଣଶୁଣା ବୋଲି ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ହରିହର କାନୁନଗୋ ତିରୁପତି ବିଶ୍ବ ବିଦ୍ୟାଳୟ କୁଳପତି ଓ ଶଶଧର ପଣ୍ଡା…

Read More

ଶ୍ରୀବିଷ୍ଣୁ ଷୋଡଶ ନାମ ସ୍ମରଣ

ଶ୍ରୀ ବିଷ୍ଣୁ ଷୋଡଶ ନାମ ସ୍ମରଣ*********************ଔଷଧ ସେବନେ ବିଷ୍ଣୁ ଦିବ୍ଯ ନାମ                               କର ନିରବେ ଚିନ୍ତନ।ଭୋଜନ କାଳରେ ଜନାର୍ଦ୍ଦନ ନାମ                              ମାନସେ କର ସ୍ମରଣ।ଶୟନେ ଶ୍ରୀପଦ୍ମନାଭଙ୍କୁ ଧ୍ଯାୟିବ                               ବିବାହରେ ପ୍ରଜାପତି।ସମରେ ଶ୍ରୀଚକ୍ରଧରଙ୍କୁ ଚିନ୍ତିଲେ                               ହଟଇ ଘୋର ବିପତ୍ତି।ପ୍ରବାସ ଗମନେ ତ୍ରିବିକ୍ରମ ନାମ                               କରୁଥିବ ମନେ ଧ୍ଯାନ।ପରାଣ ପ୍ରୟାଣ ହୋଇଲେ ଆସନ୍ନ                                ଜପୁଥିବ ନାରାୟଣ।ପିୟସଙ୍ଗମରେ ଶ୍ରୀଧର ନାମ ଯେ                               କରିବ ମନେ ଚିନ୍ତନ।ଦୁଃସ୍ବପ୍ନ ଦର୍ଶନେ ଗୋବିନ୍ଦ ଭଜିବ                               ସଙ୍କଟେ ମଧୁସୂଦନ।କାନନ ଭ୍ରମଣେ ନରସିଂହ ଭଜ                               ପାବକେ ଜଳଶାୟୀଙ୍କୁ।ଜଳେ ଭଜୁଥିବ ବରାହ ମୂର୍ତ୍ତିଙ୍କୂ                                ପର୍ବତେ ରଘୁନାଥଙ୍କୁ।ଗମନେ ବାମନ ସ୍ମରି ଭ୍ରମୁଥିଲେ                                ନହୁଏ ଯାତ୍ରା ଦୁଷ୍କର।ସକଳ କାର୍ଯ୍ଯରେ ମାଧବ ଧ୍ଯାୟିଲେ                                ହୁଏ ସର୍ବ ଶୁଭଙ୍କର।ଏବଂବିଧ ବିଷ୍ଣୁ ଷୋଡଶ ନାମ ଯେ                                କରଇ ପ୍ରାତଃ ସ୍ମରଣ।ପାପରାଶି ନାଶି ବିଷ୍ଣୂଲୋକେ ହର୍ଷେ                                କରଇ ସେ ବିଚରଣ।। – ମୀନକେତନ ଷଡଙ୍ଗୀ, କଣ୍ଟାବଣିଆ ଶାସନ,   …

Read More