ନୟାଗଡ଼ରେ “ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ” ଗଠନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ମୈତ୍ରୀ ସଂସଦ କାର୍ଯ୍ୟାଳୟ ଠାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡିଶାର ବରପୁତ୍ର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ନୟାଗଡ଼ ଜିଲ୍ଲାର ପ୍ରଥମ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ, ରାଜ୍ୟସଭା ସଦସ୍ୟ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଆବାହକ ପ୍ରସନ୍ନ କୁମାର ପଣ୍ଡା ବୈଠକର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ସର୍ବସମ୍ମତି ନିଷ୍ପତ୍ତିକ୍ରମେ “ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ” ଗଠନ କରାଗଲା ଏବଂ ପ୍ରସନ୍ନ କୁମାର ପଣ୍ଡା ସଭାପତି, ପ୍ରବୀର କୁମାର ପୃଷ୍ଟି ଉପସଭାପତି, ପ୍ରଦୀପ କୁମାର ସାହୁ ସଂପାଦକ, କାମାକ୍ଷା ପ୍ରସାଦ ଦାସ ଯୁଗ୍ମ ସଂପାଦକ, ଡ଼. ସୁକାନ୍ତି ମହାନ୍ତି କୋଷାଧ୍ୟକ୍ଷ, ପ୍ରଫୁଲ କୁମାର ନାୟକ ଏବଂ ଶ୍ରୀଧର ସାହୁଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ…

Read More

ସାହିତ୍ୟ ଉତ୍ସବର ପ୍ରସ୍ତୁତି ବୈଠକ ଓ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ତିନି ତାରିଖ ନୟାଗଡ ବଲାଙ୍ଗୀ ପାର୍କ ପରିସରରେ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲ୍ଲା ଲେଖକ୍ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଭିଙ୍କ ସହଯୋଗ ରହିବ ବୋଲି ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହେଲା। ପରେ ପରେ ସ୍ଵନାମଧନ୍ୟ ଗଜଲ୍ ଗାୟକ ସ୍ବର୍ଗତ ପଙ୍କଜ ଉଦାସଙ୍କ ସୃଷ୍ଟି ଉପରେ ଆଲୋଚନା କରାଯାଇଥିଲା। କଣ୍ଠଶିଳ୍ପୀ ଡ. ଆଶୁତୋଷ ମିଶ୍ର ସ୍ବର୍ଗତ ପ୍ରତିଭାଙ୍କ କାଳଜୟୀ ଗଜଲ୍ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ଅବଦୁଲ୍ ଖାଲିକ୍ ଓ ଗୋପୀନାଥ ସେଠୀ ସ୍ବର୍ଗତ ପଙ୍କଜ ଉଦାସଙ୍କ ଗଜଲ୍ ଗାନ କରି ପରିବେଶକୁ ଗାମ୍ଭିର୍ଜମୟ କରିଥିଲେ। ସ୍ବର୍ଗତ ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲେଖା ଯାଇଥିବା…

Read More

ନବନିର୍ମିତ ସମ୍ମିଳନୀ କକ୍ଷରେ ପ୍ରଥମ ସାହିତ୍ୟ ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ପ୍ରାୟ ଦେଢ଼କୋଟି ବ୍ୟୟ ବରାଦରେ ନିର୍ମିତ ଏହି ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଆଜି ନୟାଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ସହିତ୍ୟନୁଷ୍ଠାନ ମାନଙ୍କୁ ନେଇ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁ ଯୋଗଦେଇ ସାହିତ୍ୟ ଜୀବନକୁ ସରସ ସୁନ୍ଦର ଓ ସାବଲୀଳ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ପ୍ରଧାନ, ନାଟ୍ୟଭୁଷଣ ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ଡ. ସୁକାନ୍ତି ମହାନ୍ତି, ଅନୁବାଦକ ଶରତ ଆଚାର୍ଯ୍ୟ, କବି…

Read More

ମାର୍ଚ୍ଚ ୩ରେ ନୟାଗଡ଼ ସାହିତ୍ୟ ଉତ୍ସବକୁ ନେଇ ନୟାଗଡ଼ରେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ। ଆଜି ଅପରାହ୍ଣରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଏହି ଉତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ନବନିର୍ମିତ ବଲାଙ୍ଗି ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ବିଶିଷ୍ଟ ଲେଖକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ନୟାଗଡ଼ର ଲେଖକଙ୍କ ଭିତରେ ସହଭାବ (fellow feelings) ବୃଦ୍ଧି କରିବା ସହ ଆଞ୍ଚଳିକ ସାହିତ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ୨୦୨୧ ମସିହାଠାରୁ ଏ ଉତ୍ସବ ଆୟୋଜିତ ହୋଇଆସୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥର ଜିଲ୍ଲାର…

Read More

ଜିଲ୍ଲା ପାଠାଗାର ଉଦ୍ଘାଟନ ଉତ୍ସଵରେ ପାଠାଗାରକୁ ପୁସ୍ତକ ପ୍ରଦାନ କଲେ ସାହିତ୍ୟିକ ଲେଖକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପାଠାଗାରର ଉଦଘାଟନୀ ପର୍ବ ଅନୁଷ୍ଠିତ ହୋଇଥିଲା। ଆଜିର ଉଦଘାଟନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର୍ ସାହୁ ଫିତା କାଟି ପାଠାଗାର ଉଦଘାଟନ କରିଥଲେ। ପରେ ପରେ ଦକ୍ଷିଣକାଳୀ ପଡ଼ିଆରେ ଆୟୋଜିତ ସଭାରେ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବହି ଜୀବନର ବିଶ୍ବସ୍ତ ବନ୍ଧୁ, ସେ କେବେ ଧୋକା ଦିଏନା ବୋଲି ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ। ପରେ ପରେ ଜିଲ୍ଲା ଲେଖକ ପରିଷଦ ସମ୍ପାଦକଙ୍କ ଆହ୍ଵାନରେ ସତର ଜଣ କବି/କବୟିତ୍ରୀ ଓ ସାହିତ୍ୟିକ ଜିଲ୍ଲା ପାଠାଗାରକୁ ଆନେକ ବହି ପ୍ରଦାନ୍ କରିଥଲେ। ବହି ପ୍ରଦାନ୍ କରିଥିବା ବଦାନ୍ୟ ବ୍ୟକ୍ତି ଭିତରେ ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର,…

Read More

ଆସନ୍ତା ସମୟରେ ଓଡ଼ିଆ ଭାଷା ସମଗ୍ର ବିଶ୍ୱ- ଭାଷାକୁ ପ୍ରଭାବିତ କରିବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆମ ଭାବନା ଓ ବିଚାରକୁ ସ୍ପଷ୍ଟ ବ୍ୟକ୍ତ କରିବାର ମାଧ୍ୟମ ହେଉଛି ମାତୃଭାଷା। ବହୁରାଷ୍ଟ୍ରୀୟକରଣ ସମୟରେ ମାତୃଭାଷା, ଗାଁ ଗହଳିର ଢଗଢମାଳିର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମୟରେ ବିଭିନ୍ନ ବୈଦ୍ଧିକ ପ୍ରାଚୀନ କୀର୍ତ୍ତି ସବୁର ରକ୍ଷାକରିବା ତଥା ମାତୃଭାଷାର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ଓଡିଆ ଭାଷା ସାହିତ୍ୟ ବେଶ୍ ସମୃଦ୍ଧ ଏବଂ ଆସନ୍ତା ସମୟରେ ଆମର ମାତୃଭାଷା ସମଗ୍ର ବିଶ୍ୱର ଭାଷାକୁ ପ୍ରଭାବିତ କରିବ ବୋଲି କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ଅନୁଷ୍ଠିତ ବିଶ୍ୱ ମାତୃଭାଷା ଦିବସ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ନୟାଗଡର ସଂସ୍କୃତି ପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵନାଥ ମହାପାତ୍ର, ଅଶୋକ କୁମାର ନାୟକ, ଗୋଦାବରୀଶ ମିଶ୍ର, ଡ. ପ୍ରାଣକୃଷ୍ଣ ବେହେରା, ମହମ୍ମଦ ଓମାର ମଲ୍ଲିକ, ସୁଦର୍ଶନ ପ୍ରଧାନ ପ୍ରମୁଖ ମାତୃଭାଷାର…

Read More

ଭାରତୀୟ ଅନୁବାଦ ସାହିତ୍ୟ ଆନୁକୁଲ୍ୟରେ ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ଅନୁବାଦ ସାହିତ୍ୟର ସମୃଦ୍ଧି ତଥା ଯୁବ ଅନୁବାଦକମାନଙ୍କୁ ଉତ୍ସାହିତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଥିବା ଭାରତର ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆଲୋଚନା ଓ ଅନୂଦିତ କାବ୍ୟ ପାଠ ଅନୁଷ୍ଠିତ ହୋଇ ଯାଇଛି।ଅନୁବାଦ ଏକ ସର୍ଜନାତ୍ମକ କାର୍ଯ୍ୟ । ବିଶିଷ୍ଟ ଜ୍ଞାନ, ସାମର୍ଥ୍ୟ,ଅନୁଭବ ଏବଂ କଳାତ୍ମକ କୌଶଳ ଦ୍ୱାରା ଅନୁବାଦ ଲାଳିତ୍ୟପୁର୍ଣ୍ଣ ତଥା ପ୍ରଭାବଶାଳୀ ହୋଇଥାଏ। ଅନୁବାଦ ଆମ ପରସ୍ପରକୁ ନିକଟତର କରିବାସହ ବିଶ୍ୱ ଐକ୍ୟକୁ ପରିପୁଷ୍ଟ କରିଥାଏ ବୋଲି ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଶିଷ୍ଟ ପଞ୍ଜାବୀ ଅନୁବାଦକ ଅମରଜୀତ କୌଁକେ, ଓଡ଼ିଆ ଅନୁବାଦକ ଡ. ଚିତ୍ତରଞ୍ଜନ ମିଶ୍ର ଓ ମରାଠୀ ଅନୁବାଦକ ବିଜୟ ପ୍ରଭାକର ନାଗରକର ମତପ୍ରକାଶ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ…

Read More

ମୋ ସମୟ ର ନୟାଗଡ଼ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରି କ୍ଳବ ପରିସରରେଅଧ୍ୟlପକ ସରୋଜ କୁମାର ପଟ୍ଟନାୟକ ଙ୍କ ଉଦ୍ୟମ ରେ ନୟାଗଡ଼ ର ସୁନାମଧନ୍ୟ, ଆଇନଜ୍ଞ, ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ସ୍ବର୍ଗତ ନରସିଂହ ପଟ୍ଟନାୟକ ଙ୍କ ଲିଖିତ ସଂକ୍ଷିପ୍ତ ଆତ୍ମଲିପି “ମୋ ସମୟ ର ନୟାଗଡ଼ :ଧ୍ୱନି, ପ୍ରତିଧ୍ୱନି ଏବଂ ବିଦୂଷି ବିଭୁ ପରାୟଣ ଓ ସୁ ସାହିତ୍ୟିକା ସ୍ବର୍ଗତା ମନୋରମା ପଟ୍ଟନାୟକ ଙ୍କ ଲିଖିତ ଭଜନାବଳୀ “ନୀଳ ପର୍ବତ ର କାଳିଆ ସୁନା ର ଶୁଭ ଉନ୍ମୋଚନ ହୋଇଛି, ଏହି ଅବସରରେ ଅବସର ପ୍ରାପ୍ତ ଅଧକ୍ଷ,ପୂର୍ବାଞ୍ଚଳ ଭାଷାକେନ୍ଦ୍ର ଭୁବନେଶ୍ୱର ର ଡ଼. ଅରବିନ୍ଦ ପଟ୍ଟନାୟକ ଓ ଅବସର ପ୍ରାପ୍ତ ଅଧକ୍ଷ, ଶରଣକୂଳ ମହାବିଦ୍ୟାଳୟ ର ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ ଦେଇ ନିଜ କର କମଳ ରେ ପୁସ୍ତକ ଉନ୍ମୋଚନ କରିଥିବା ବେଳେ, ମୁଖ୍ୟ ଅତିଥି…

Read More

“ଡାକ ମୁଣାରେ ଡଗରା” ଏକ ସଫଳ ଉପନ୍ୟାସ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ, ଡାକମୁଣାର ଡଗରା ଏକ ସମାଜଧର୍ମୀ ସୁଖପାଠ୍ୟ ଓ ସଂସ୍କାରମୂଳକ ସଫଳ ଉପନ୍ୟାସ ଓ ସମାଜକୁ ସୁଧାରିବା ପାଇଁ ଏହିଭଳି ବାସ୍ତବବାଦୀ ନିର୍ଭୀକ ସାହିତ୍ୟ ସୃଷ୍ଟି ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଆଜି ନୟାଗଡ଼ ବୁଦ୍ଧମଣ୍ଡପ ଯୋଗକେନ୍ଦ୍ରଠାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ବିଧାୟକ ଡ. ଅରୁଣ କୁମାର ସାହୁ ମତପ୍ରକାଶ କରିଛନ୍ତି। ତୃତୀୟ ନୟନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ମୀଧର ମହାପାତ୍ରଙ୍କ ଆବାହକତ୍ଵରେ ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡ. ବିଜୟ କୁମାର ଚୌଧୁରୀ ଉପନ୍ୟାସର ସଫଳ ଗତିକ୍ରମ, ବଳିଷ୍ଠ ଉପସ୍ଥାପନ ଶୈଳୀ, ଉତ୍କଣ୍ଠା ଉଦ୍ରେକ ବିଷୟବସ୍ତୁ ଓ ପ୍ରଭାବଶାଳୀ ବାର୍ତ୍ତା ଉପନ୍ୟାସଟିକୁ କାଳଜୟୀ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ନାଟ୍ୟକାର…

Read More

ମହାମହିମ ରାଜ୍ୟପାଳଙ୍କ କରକମଳରେ ‘କଂସାରାତି’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ଼ଃ. ଗଣେସୀ ଲାଲଙ୍କ କରକମଳରେ ଉନ୍ମୋଚିତ ହେଲା ନୟାଗଡ଼ର ବିଶିଷ୍ଟ ଲେଖକ ପ୍ରଧାନ ପଣ୍ଡିତ ସ୍ୱର୍ଗତ ଚନ୍ଦ୍ରମଣୀ ପ୍ରଧାନ ଏବଂ ତାଙ୍କ ସହଧର୍ମିଣୀ ଡ଼ଃ. ସୁକାନ୍ତି ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଂସାରାତି’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା’। ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ଼ଃ. ସୁକାନ୍ତି ମହାନ୍ତିଙ୍କ ଦ୍ୱାରା ଲିଖିତ ‘କଂସାରାତି’ ଏବଂ “ପ୍ରବନ୍ଧପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା”ର ଲେଖକ ହେଉଛନ୍ତି ପ୍ରଧାନ ପଣ୍ଡିତ ସ୍ବର୍ଗତ ଚନ୍ଦ୍ରମଣି ପ୍ରଧାନ। ଆଜିର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଡଃ. ସୁକାନ୍ତି ମହାନ୍ତିଙ୍କ ସମେତ କବି ଗୋଦାବରୀଶ ମିଶ୍ର, ଶିତୁ ପ୍ରକାଶ ରଥ, ଦିବ୍ୟଜ୍ଞ ସତ୍ୟପ୍ରଜ୍ଞ, ଜ୍ୟୋତିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେl

Read More