ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟ ମେଳାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସମ୍ବଲପୁରୀ ଭାଷାର ସମ୍ପୂର୍ଣ ପାରିବାରିକ ନାଟକ ‘ଭାବନୁ ଅଭାବ’ । ବୁଧବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଅତିଶ କୁମାର ଶତପଥୀ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ଅଦୃଶ୍ୟ ନାଟ୍ୟାଶ୍ରମ, ସମ୍ବଲପୁର ପକ୍ଷରୁ ପରିବେଷିତ ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ନରେନ୍ଦ୍ର ବେହେରା, ଅତିଶ କୁମାର ଶତପଥୀ, ରାହୁଲ ମହାନନ୍ଦ, ସୁମିତ୍ରା ମହାକୁଡ଼ ଏବଂ ପଙ୍କଜିନୀ ମେହେରଙ୍କ ଅଭିନୟ ଯାଦୁ ସମସ୍ତ ଦର୍ଶକଙ୍କୁ ଭାବର ଡୋରିରେ ବାନ୍ଧି ରଖିଥିଲା। ଏହି ନାଟକରେ ସଙ୍ଗୀତ ଦେଇଥିଲେ ଗିରିଜା ଶଙ୍କର ମିଶ୍ର ଏବଂ ଘନଶ୍ୟାମ…
Read MoreCategory: ମନୋରଞ୍ଜନ
ରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ବସ୍ତାବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟମେଳାର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଭିନ୍ନ ସ୍ୱାଦର ଏକ ବାସ୍ତବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’ । ସୋମବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ମଳୟ କୁମାର ମହାନ୍ତି । ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ପରିବେଷିତ ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ମାନସ କୁମାର ପରିଡ଼ା।ଆଜି ଅତିଥିଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ…
Read Moreପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୫ ଉଦ୍ଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମାର୍ଚ୍ଚ ୨ ତାରିଖ ରବିବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଶୁଭକାନ୍ତ ପାଢ଼ୀ, ନାଟ୍ୟ ନିର୍ଦ୍ଦେଶିକା ସୌନିକା ସାହୁ ପ୍ରମୁଖ ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ନାଟ୍ୟାନୁଷ୍ଠାନ ନାଟ୍ୟଧାରା ପକ୍ଷରୁ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ଛଅଦିନ ଧରି ହେବାକୁଥିବା ଏହି ନାଟ୍ୟମେଳାର ଉଦ୍ଘାଟନୀ ଦିବସରେ ବିଦ୍ୟାକନକ ସୃଜନାନୁଷ୍ଠାନ, ଭୁବନେଶ୍ୱର…
Read Moreଭକ୍ତି ସଙ୍ଗୀତ ଗ୍ରାଣ୍ଡ ଫାଇନାଲ,ବିଷ୍ନୁପ୍ରିୟା ହେଲେ ନୟାଗଡ଼ ‘ସଙ୍ଗୀତ କଲ୍ଲୋଳ’
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ନୟାଗଡ଼ ବ୍ଲକର ବିଷ୍ନୁପ୍ରିୟା ବେହେରା ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧିରେ ଭୂଷିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଭାପୁର ବ୍ଲକର ଓମ ପ୍ରକାଶ ମହାରଣା ଏବଂ ତୃତୀୟ ସ୍ଥାନରେ ନୟାଗଡ଼ ବ୍ଲକର ଶୁଚିସ୍ମିତା ଦୋରା ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ନମିତାରାଣୀ ଦାଶ,କଣ୍ଠଶିଳ୍ପୀ ରଶ୍ମିତା ଦାଶ ଏବଂ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଶୋକ…
Read Moreନାଟ୍ୟଧାରା’ ପକ୍ଷରୁ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧ତାରିଖ ଠାରୁ ୭ ତାରିଖ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ଜିଲ୍ଲାର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନାଟ୍ୟନୁଷ୍ଠାନ ମାନଙ୍କ ଦ୍ୱାରା ନାଟକ ପରିବେଷଣ ହେବ। ନାଟ୍ୟଧାରା ପକ୍ଷରୁ ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୁଭମ ପାର୍କ ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ନୟାଗଡ଼ର ଚମତ୍କାର ନାଟ୍ୟାନୁଷ୍ଠାନ, ଭୁବନେଶ୍ୱରର ବିଦ୍ୟାକନକ ସୃଜାନୁଷ୍ଠାନ ଏବଂ ପଞ୍ଚାଧ୍ୱନି, ଦେବଗଡ଼ର ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ, ସମ୍ବଲପୁରର ଅଦୃଶ୍ୟ ନାଟ୍ୟାଶ୍ରମ, ରାଉରକେଲାର ସ୍ବସ୍ତି ଝଙ୍କାର ଏବଂ ଭୁବନେଶ୍ୱରର ମ୍ୟାଜିକ ଥିଏଟର ପ୍ରମୁଖ…
Read Moreଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି। ସିରିୟସ ଜୋନ ଆନୁକୂଲ୍ୟରେ ଅନୁଷ୍ଠିତ ନାଟକ ମହୋତ୍ସବ ଶେଷ ସଂଧ୍ୟାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ ସମ୍ବର୍ଦ୍ଧିତ ପ୍ରତିଭୁ ତଥା ସମ୍ମାନୀତ ଅତିଥି ଭାବେ ଜଳସେଚନ ବିଭାଗ ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସରୋଜ କୁମାର ପଟ୍ଟନାୟକ, ଫିଲ୍ମ ସେନସର ବୋର୍ଡ଼ ର ଅବସରପ୍ରାପ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି କିଷାନ ଦାଶ ଏବଂ ସଂପାଦକ ଜାମିନ କାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ସାଂସ୍କୃତିକ ଜାଗରଣ ଦୀର୍ଘ ଦିନ ଧରି ଚାଲିଛି। ନୟାଗଡ଼ର…
Read Moreନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମନ ମୋହିଲା ନାଟକ “ମାଗୁଣିର ଶଗଡ଼
ନୟାଗଡ଼, (ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ଅଡିଟୋରିୟମଠାରେ ସିରିୟସ୍ ଜୋନ୍, ନୟାଗଡ଼ ଦ୍ବାରା ଚାଲିଥିବା ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ ବିଦ୍ଯାକନକ ସୃଜନାନୁଷ୍ଠାନର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ମାଗୁଣିର ଶଗଡ଼”। ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନା ଓ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଯାମିନୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଓ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ପ୍ରମୁଖ ଯୋଗଦେଇ ସଭାକୁ ସମୃଦ୍ଧ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିଙ୍କ କରକମଳରେ କବି ପ୍ରଭାତ କୁମାର ମିଶ୍ରଙ୍କ କବିତା ପୁସ୍ତକ “ପ୍ରହରୀ” ର ପାଠକାର୍ପଣ ହୋଇଥିଲା। ତୃତୀୟ ସଂଧ୍ୟାରେ ମଞ୍ଚସ୍ଥ ନାଟକ “ମାଗୁଣିର ଶଗଡ଼”…
Read Moreଶେଖ୍ ତୌଫିକ୍ ଅଲ୍ଲୀ ଜିତିଲେ ଷ୍ଟାର ଅଫ୍ ନୟାଗଡ଼ ସିଜନ୍ ଓ୍ବାନ ର ଟାଇଟଲ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ। ସତ୍ୟମ କମ୍ପ୍ୟୁଟର ଦ୍ବାରା ପ୍ରଯୋଜିତ ଆଜିର ଫାଇନାଲ ପ୍ରତିଯୋଗିତାରେ ୧୦ଜଣ ପ୍ରତିଭାବାନ ପ୍ରତିଯୋଗୀ ସଂଗୀତ ପରିବେଷଣ କରିଥିଲେ ଇପ୍ସିତା ପ୍ରିୟଦର୍ଶିନୀ, ଶେଖ୍ ତୌଫିକ ଅଲ୍ଲୀ, ଲକ୍ଷ୍ମୀପ୍ରିୟା ନାୟକ, ଅମ୍ରିତା ରଥ, ଆଶୁତୋଷ ବେହେରା, ଜଗନ ବେହେରା, ମିଲନ କୁମାର ସ୍ବାଇଁ, ଶୁଭସ୍ମିତା ବେହେରା, ଲିପ୍ସା ରାଣୀ ପଣ୍ଡା, ଓ ଦିବ୍ୟାଶା ପ୍ରିୟଦର୍ଶିନୀ । ଫାଇନାଲରେ ବିଚାରକ ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କଣ୍ଠଶିଳ୍ପୀ ନବକିଶୋର ମିଶ୍ର ଏବଂ ବରିଷ୍ଠ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ ଯୋଗଦେଇଥିଲେ। ପ୍ରତ୍ୟେକ ପ୍ରତିଯୋଗୀ ଦୁଇଟି ଲେଖାଏଁ ଗୀତ ଗାଇଥିଲେ। ଶେଖ୍ ତୌଫିକ୍ ଅଲ୍ଲୀ ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଯୁଗ୍ମ ଦ୍ବିତୀୟ…
Read Moreସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!! “। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ। ଅନୁଷ୍ଠାନର ସଭାପତି କିଷାନ କୁମାର ଦାସ, ନାଟ୍ୟଭୂଷଣ ଡ ବିଜୟ ଚୌଧୁରୀ ଓ ନାଟ୍ୟକାର ବିଶ୍ବନାଥ ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ନାଟକର ଶୁଭାରମ୍ଭ କରିଥିଲେ। ବିଧାୟକ ଡ ଅରୁଣ କୁମାର ସାହୁ ନାଟକ ଜୀବନକୁ ବୋଧ ଦିଏ ବୋଲି ମତ ପ୍ରକାଶ କରିଥିଲେ। ଦ୍ବିତୀୟ ସଂଧ୍ୟାରେ ମଞ୍ଚସ୍ଥ ନାଟକ ଏବଂ…
Read Moreନୟାଗଡ଼ରେ ଉଦ୍ଘାଟିତ ହେଲା ସିରିୟସ୍ ଜୋନ୍ ର ନାଟକ ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଆରମ୍ଭ ହେଲା ନାଟକ ମହୋତ୍ସବ। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଉଦ୍ଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଇଁ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି, ନାଟକ ସମାଜକୁ ସଠିକ୍ ଦିଗଦର୍ଶନ ଦେବାରେ ସହାୟକ ହୁଏ ବୋଲି ମତ ରଖିଥିଲେ। ଏହି ଅବସରରେ ବହୁ ଚର୍ଚ୍ଚିତ ନାଟକ ବାଞ୍ଝ ମଞ୍ଚସ୍ଥ ହୋଇଥିଲା। ଇଂ ଅଜୟ ମହାପାତ୍ରଙ୍କ ଲିଖିତ ଏହି ଗପକୁ ନାଟ୍ଯରୂପ ଦେଇଥିଲେ କୈଳାସ ଚନ୍ଦ୍ର ଓଝା ଓ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀଯୁକ୍ତ ଯାମିନୀକାନ୍ତ ମିଶ୍ର। ସାମାଜିକ ରୀତିନୀତି ବ୍ଯବସ୍ଥା, ବିଚାରବୋଧ ଆଧାରିତ ଏହି ସଂସ୍ଥାରଧର୍ମୀ ନାଟକ ବାଞ୍ଝର ସହ ନିର୍ଦେଶନା ଦାୟିତ୍ବରେ ଶ୍ରୀଯୁକ୍ତ ପ୍ରଶାନ୍ତ…
Read More