ଶିକ୍ଷା:- ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା ହେଲାପରେ ପରୀକ୍ଷା ପାଇଁ ପ୍ରତୀକ୍ଷାର ଅନ୍ତ ଘଟିଲା। ଜେଇଇ ମେନ୍ ପରୀକ୍ଷା ହେବାକୁ ଥିବାବେଳେ ମହାମାରୀ କୋଭିଡ୍-୧୯କୁ ଦୃଷ୍ଟିରେ ପାଇଁ ଗତ ଏପ୍ରିଲ୍ ଓ ମେ ମାସରେ ସ୍ଥଗିତ ରଖାଯାଇଥିଲା । ତେବେ ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ପରୀକ୍ଷା ଅନୁଷ୍ଠିତ ହେବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ଘୋଷଣା କରିଛନ୍ତି । ଜେଇଇ ମେନ୍ ପରୀକ୍ଷା ତୃତୀୟ ସିଜିନ ଜୁଲାଇ ୨୦ରୁ ୨୫ତାରିଖ ଯାଏଁ ଏବଂ ୪ର୍ଥ ସିଜିନ୍ ଜୁଲାଇ ୨୭ରୁ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆଜି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
Read MoreCategory: ଶିକ୍ଷା
ଉଚ୍ଚଶିକ୍ଷା ଅନୁଷ୍ଠାନରୁ ଯୁକ୍ତ-୨ ଶିକ୍ଷାନୁଷ୍ଠାନ ଗୁଡିକ ପୃଥକ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ଵାରୋପ
ଭୁବନେଶ୍ବର: ଯୁକ୍ତ-୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଥିବା ବେଳେ ଯୁକ୍ତ-୨ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଉଚ୍ଚଶିକ୍ଷାରୁ ପୃଥକୀ କରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତି । ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା ଅନୁଷ୍ଠାନରୁ ପୃଥକ କରିବା ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ…
Read Moreକଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଖରାଛୁଟି ଘୋଷଣା
ନୟାଗଡ଼: (ନୟାଗଡ଼ ଦର୍ପଣ, ବ୍ୟୁରୋ) ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର। ମେ’ ୫ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ମେ’ ୩୧ ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଖରାଛୁଟି ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି କରାଯାଇଛି। ତା’ସହିତ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସପାଲ ମାନଙ୍କୁ ମଧ୍ୟ ଏନେଇ ଚିଠି କରାଯାଇଛି। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏହି ଚିଠି ଜାରି କରିଥିବା ବେଳେ ଏଥିରେ ଖରାଛୁଟି ସମୟରେ ଅନ୍ଲାଇନ୍ କ୍ଲାସ୍ ଅବା ପରୀକ୍ଷା କରାଯିବାକୁ ସ୍ପଷ୍ଟ ଭାବେ ବାରଣ କରାଯାଇଛି। ତେବେ ପିଏଚ୍ଡି ଓ ଅନ୍ୟ ରିସର୍ଚ୍ଚ ସ୍କୋଲାରଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସାକ୍ଷାତକାର…
Read Moreନୟାଗଡ଼ ଇତିହାସ
ପୂର୍ବତନ ନୟାଗଡ଼ ଦେଶୀୟ ରାଜ୍ୟ ଓଡ଼ିଶା ଗଡ଼ଜାତ ମଧ୍ୟରେ ଅନ୍ତର୍ଭୁକ୍ତ ।ଭାରତ ଇଂରେଜମାନଙ୍କର ଅଧିନ ହେବା ପରେ ଏହି ରାଜ୍ୟ ପୁରୀ ଜିଲ୍ଲାର ଏକ ଅଂଶ ରହିଥିଲା । ବର୍ତ୍ତମାନ ଏହା ନୟାଗଡ଼ ଜିଲ୍ଲାର ଅଂଶ ଅଟେ । ନୟାଗଡ଼ ରାଜ୍ୟ ସ୍ଥାପନ ପୂର୍ବର ରାଜନୈତିକ ପରିସ୍ଥିତି ନୟାଗଡ଼ ରାଜ୍ୟ ରେବା ରାଜବଂଶର ସୂର୍ଯ୍ୟମଣିଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ସ୍ଥାପିତ ହେବା ପୂର୍ବରୁ ଏହି ଅଞ୍ଚଳ ମୂଖ୍ୟତଃ ବାଙ୍କୀ, ରଣପୁର, ବୌଦ୍ଧ, ଘୁମୁସର ରାଜ୍ୟର ଅଂଶ ଥିଲା । ଅଧିକ ଭାଗ ରଣପୁର ରାଜ୍ୟ ଅଧିନରେ ରହିଥିଲା । ଏହା ବ୍ୟତୀତ ଇଟାମାଟି ଠାରୁ ଦିଘିରି ଅଞ୍ଚଳ ଯାଏଁ ଓଡ଼ିଶା ରାଜାଙ୍କର ଅଧିନସ୍ଥ ରହିଥିଲା । ମହିପୂର, ବାହାଡ଼ାଝୋଲା, ନୂଆଗାଁ ଇତ୍ୟାଦି ମାଳ ଅଞ୍ଚଳରେ ସ୍ଥାନୀୟ ଦଳପତି ବା ଗଡ଼ତିଆମାନେ ଶାସନ କରୁଥିଲେ । ସେମାନଙ୍କ ଉପରେ…
Read Moreନୟାଗଡ଼ର ଭୌଗଳିକସ୍ଥିତି
ନୟାଗଡ଼ ସହର ଏକଦା ନୟାଗଡ଼ ଗଡ଼ଜାତ ରାଜ୍ୟର ରାଜଧାନୀ ରହିଥିଲା । ଏହି ରାଜ୍ୟ ୧୯ଂ-୫୩’ ଓ ୨୦ଂ-୨୦’ଉତ୍ତର ଅକ୍ଷାଂଶ ଓ ୮୪ଂ-୪୮’ ଓ ୮୫ଂ-୧୫’ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ନୟାଗଡ଼ ରାଜ୍ୟର ଉତ୍ତର ପଶ୍ଚିମ ଅଞ୍ଚଳରେ ସାପୁଆ – ମୁଣ୍ଡା ଓ ହାତିମୁଣ୍ଡା ପର୍ବତମାଳା ଅବସ୍ଥିତ । ପଶ୍ଚିମ ଭାଗରେ ଶୂଳିଆ ପର୍ବତ ବହୁ ଅଞ୍ଚଳ ବ୍ୟାପି ରହିଅଛି । ପୂର୍ବ ଅଞ୍ଚଳରେ ଶୁକରମଲ୍ଲ ପର୍ବତ ବିଦ୍ୟମାନ । ନୟାଗଡ଼ ସହର ସମୁଦ୍ର କୂଳରୁ ପ୍ରାୟ ୪୫ ମାଇଲ ଦୂରରେ ଅବସ୍ଥିତ । ମାତ୍ର ପ୍ରାଚୀର ସଦୃଶ ପର୍ବତମାଳା ରହି ସାମୁଦ୍ରିକ ବାୟୁ ପ୍ରଭାବରେ ବାଧା ଦେଉଛି । ନୟାଗଡ଼ ରାଜ୍ୟର ଉଚ୍ଚତମ ପର୍ବତ ଶୁଳିଆର ଶିଖର ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ରହିଅଛି । ଶୁକରମଲ୍ଲ ପର୍ବତର ଶିଖର ୧୪୩୨ ଫୁଟ…
Read More