ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହରସ୍ଥିତ ବାରମାସୀ ଲେନରେ ବଚପନ ଓ ଗାଇଡାନ୍ସ ସ୍କୁଲର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ବିଶିଷ୍ଟ ଅତିଥି ଭାବେ ନୟାଗଡ ପୌରପରିକାର ଅଧକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ଲେ ଗ୍ରୁପ୍, ନର୍ସରୀ, ଜୁନିଅର କେ.ଜି ଓ ସିନିୟର୍ କେ.ଜି ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବର ପ୍ରଥମ ଦିବସରେ ଉତ୍ତୀର୍ଣ୍ଣ ହୋଇଥିବା ଶିଶୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଚେୟାରମ୍ୟାନ ଅବିନାଶ ସାହୁଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଶିଶୁମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଡ୍ରାମା ଆଜିର ଦିନରେ ସୋସିଆଲ ମିଡ଼ିଆର ଅପବ୍ୟବହାର, ଶ୍ରୀକୃଷ୍ଣ ଓ ନାରଦଙ୍କ ମର୍ତ୍ୟ ପରିଦର୍ଶନ ପରିବେଷଣ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା…
Read MoreCategory: ଶିକ୍ଷା
ମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାଷା ମାଧ୍ୟମରେ ସାଂସ୍କୃତିକ ବିବିଧତାକୁ ଲୋକାଭିମୁଖୀ କରିବା ତଥା ବହୁଭାଷାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବା ଦ୍ୱାରା ଭାଷା-ଏକତା ସୃଷ୍ଟି ହୋଇପାରିବ। ପୃଥିବୀରେ ବର୍ତ୍ତମାନ ପ୍ରାୟ ୭୦୦୦ ଭାଷା ପ୍ରଚଳିତ ଥିବାବେଳେ ପାଖାପାଖି ୪୦୦୦ ଭାଷା ବିଲୁପ୍ତ ପ୍ରାୟ ଅବସ୍ଥାରେ ଅଛି।ତେଣୁ ଭାଷାକୁ ନେଇ ସମଗ୍ର ପୃଥିବୀର ସ୍ଥିତି ଚିନ୍ତାଜନକ। ଭାରତରେ ପ୍ରାୟ ୪୫୦ ଭାଷା ପ୍ରଚଳିତ ଥିବାବେଳେ ସେଥିରୁ ପ୍ରାୟ ଏମିତି ୧୦ଟି ଭାଷା ଅଛି ଯାହା କହୁଥିବା ଲୋକଙ୍କ ସଂଖ୍ୟା ୧୦୦ ରୁ ମଧ୍ୟ କମ୍। ମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ହିଁ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ। ମାତୃଭାଷା ବ୍ୟତୀତ କୌଣସି ଦେଶ, ଜାତି ବା ସମାଜର ସଂସ୍କୃତି ବିଷୟରେ କଳ୍ପନା କରାଯାଇନପାରେ ବୋଲି ଆଜି ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ…
Read Moreନୟାଗଡ଼ ଶିକ୍ଷକଙ୍କ ପ୍ରଶିକ୍ଷଣ କେନ୍ଦ୍ରକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଘୋର ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ରକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସୂଚନା ଯୋଗ୍ୟ ଯେ ପ୍ରାଥମିକ ଶିକ୍ଷକମାନଙ୍କୁ ଜିଲ୍ଲାସ୍ତରରେ ବିଭିନ୍ନ ବିଷୟ ଭିତ୍ତିକ କର୍ମଶାଳା ଓ ପ୍ରଶିକ୍ଷଣ,କମ୍ପ୍ୟୁଟର ଟ୍ରେନିଂ ତଥା ସହ-ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟ ତଥା କର୍ମଶାଳା ବର୍ଷ ତମାମ ରାଜସୁନାଖଳା ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରଦାନ କରାଯାଉଛି । ତେବେ ନୟାଗଡ଼ ଜିଲ୍ଲାର ସୀମାବର୍ତ୍ତି ନୟାଗଡ ଜିଲ୍ଲା-ଖୋର୍ଦ୍ଧା ଜିଲ୍ଲା ସୀମାରେଖା ନିକଟରେ ଅବସ୍ଥିତ ରାଜସୁନାଖଳାଠାରେ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ନୟାଗଡ଼ ଜିଳ୍ଲାର ୮ଟି ବ୍ଳକର…
Read Moreନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟା
ମଣିଷ ବହି ତିଆରି କରେ, ବହି ମଣିଷ ତିଆରି କରେ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ଓଡ଼ିଆ ଭାଷା ସାହିତ୍ୟିକ ଡ. ନାରାୟଣ ପଣ୍ଡା, ନାଟ୍ୟକାର ନାରାୟଣ ସାହୁ, କଥାକାର ଶୁଭ୍ରାଂଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଲେଖା ଚାଲୁଥାଉ, ସାହିତ୍ୟରେ ସମ୍ବେଦନା ବଞ୍ଚି ରହୁ ବୋଲି କଥାକାର ଶୁଭ୍ରାଂଶୁ ପଣ୍ଡା କହିଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସାହୁ ତାଙ୍କ ବକ୍ତବ୍ୟରେ, ଜ୍ଞାନ ନଥିଲେ କିଛି ପାଇ ପାରିବ ନାହିଁ ବୋଲି କହିଥିଲେ। ଦୀପ ଜଳିବାକୁ ଚାହୁଁ ଥିଲେ ଜ୍ଞାନର ଦୀପ ଜାଳ ବୋଲି କହିଥିଲେ। ପ୍ରଫେସର ଡ. ପଣ୍ଡା ତାଙ୍କ ବକ୍ତବ୍ୟରେ, ନୟାଗଡ଼ ମାଟି ସାହିତ୍ୟ ଓ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ “ଆସ ଆମେ ଶିଶୁଙ୍କୁ ବୁଝିବା”ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ଖଣ୍ଡପଡାରୋଡସ୍ଥ ନୀଳମାଧବ କଲ୍ଯାଣ ମଣ୍ଡପ ଠାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ ତରଫରୁ ” ଆସ ଆମେ ଶିଶୁଙ୍କୁ ବୁଝିବା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ୩୫୦ ଜଣ ଅଭିଭାବକଙ୍କୁ ନେଇ ଶିଶୁ ମାନଙ୍କର ପ୍ରଗତିରେ ମାତାପିତାଙ୍କ ଭୂମିକା ବିଷୟରେ ଆଲୋଚନା ହୋଇଥିଲା । ବିଦ୍ଯାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଶୈକ୍ଷିକ ଶିବିରରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ପ୍ରାଧ୍ଯାପକ ପ୍ରମୋଦ କୁମାର ଦାଶ ଯୋଗଦେଇ ଥିଲା ବେଳେ ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ବାଳିକା ଶିକ୍ଷା ସଂଯୋଜିକା ସୁଶ୍ରୀ ଶ୍ରାବଣୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ…
Read Moreସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଗଣିଆ ବି.ଡ଼଼ି.ଓଙ୍କ ଜରିଆରେ ମୁଖ୍ୟଶାସନ ସଚ଼ିବଙ୍କୁ ଦାବିପତ୍ର
ଗଣିଆ,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ରେ ଏକ ରାୟର ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ(ଓଏସ୍ଇଏଫଡ଼ି) ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ ବି.ଡ଼ି.ଓଙ୍କ ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚ଼ିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଗଣିଆ ବ୍ଲକର ସ୍ଵତନ୍ତ୍ର ଶିକ୍ଷକ ଆଶାୟୀ ସଂଘର ବ୍ଲକ୍ ସଂଯୋଜକ ସନ୍ତୋଷ କୁମାର ସାମଲ, ବ୍ଲକ୍ ଲିଡର ଶୁଭେନ୍ଦୁ କୁମାର ବେହେରା ବି. ଡି.ଓ. ମହୋଦୟଙ୍କୁ ଏ ନେଇ ଅବଗତ କରାଇଥିଲେ। ଜଣେ ଦିବ୍ୟାଙ୍ଗ…
Read Moreସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ରଣପୁର ବି.ଡ଼଼ି.ଓଙ୍କ ଜରିଆରେ ମୁଖ୍ୟଶାସନ ସଚ଼ିବଙ୍କୁ ଦାବିପତ୍ର
ରଣପୁର,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ର ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ(ଓଏସ୍ଇଏଫଡ଼ି) ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ଉପସଭାପତି ଶୁଭସ୍ମିତା ମିଶ୍ର, ସଂଯୋଜକ ଶିବ ପ୍ରସାଦ ମିଶ୍ର ରଣପୁର ବ୍ଲକ ବି.ଡ଼ି.ଓ ଙ୍କ ଜରିଆରେ ମାନନୀୟ ମୁଖ୍ୟ ଶାସନ ସଚ଼ିବ ଙ୍କୁ ଦାବିପତ୍ର ପ୍ରଦାନ କଲେ। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର…
Read Moreସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ଗାଁ ବି.ଡ଼଼ି.ଓ ଙ୍କ ଜରିଆରେ ମୁଖ୍ୟଶାସନ ସଚ଼ିବଙ୍କୁ ଦାବିପତ୍ର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ରେ ଏକ ରାୟର ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ(ଓଏସ୍ଇଏଫଡ଼ି) ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ଯୁଗ୍ମ ସମ୍ପାଦକ ଆର୍ଷୀ ଉପାସନା କର,ନିବେଦିତା ଅଲ୍ଟିଆ, ସାନ୍ତ୍ଵନା ସାଗନିକା,ଟୁକୁନା ବେହେରା,ପ୍ରିତିମୟ ସାହୁ ଓଡ଼ଗାଁ ବ୍ଲକ ବି.ଡ଼ି.ଓ ଙ୍କ ଜରିଆରେ ମାନନୀୟ ମୁଖ୍ୟ ଶାସନ ସଚ଼ିବଙ୍କୁ ଦାବିପତ୍ର ପ୍ରଦାନ କଲେ।ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା…
Read Moreଓଡଗାଁ ବ୍ଲକ ଶିକ୍ଷକ ସଙ୍ଘର ପ୍ରତିବାଦ ସଭା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ (NPS)ର ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଇଯାଇଛି। ନଭେମ୍ବର ୨୭ଆନ୍ଦୋଳନ ସମୟରେ ସରକାରଙ୍କ ତରଫରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ୩ଦଫା ଦାବୀ ପୂରଣ ନେଇ ଲିଖିତ ପ୍ରତିଶୃତି ମିଳିଥିଲା। ଅଦ୍ୟାବଧି ୨ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯଦି ସରକାର ବିଧାନ ସଭା ଅଧିବେଶନ ପୂର୍ବରୁ ଦାବୀ ପୂରଣ ନ କରନ୍ତି, ତେବେ ପୁଣିଥରେ ମିଳିତ ପ୍ରାଥମିକ ମହାସଂଘ ନେତୃତ୍ୱରେ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତି ନିଆଗଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁକାନ୍ତ କୁମାର ସାହୁ, ନୀଳମାଧଵ ମହାରଣା, ଚିତ୍ତ ରଞ୍ଜନ ମିଶ୍ର, ମୋହନ ସାହୁ, ନାରାୟଣ ଡାକୁଆ, ମହନ୍ତ କୁମାର ସେଠୀ,…
Read Moreନୟାଗଡ଼ ପାଇଁ ଗୌରବ ଆଣିଲେ ସ୍ବୟଂପ୍ରଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଇକୋନୋମିକ୍ସରେ ଗୋଲଡ଼ ମେଡାଲ ପାଇ ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡର ଝିଅ ସ୍ବୟଂପ୍ରଭା । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ ଗ୍ରାମର ଝିଅ ସ୍ୱୟଂପ୍ରଭା ବେହେରା ଜିଲ୍ଲା ସମଗ୍ର ପାଇଁ ଆଣିଛନ୍ତି ଗୌରବ । ଶ୍ରୀଯୁକ୍ତ ସତ୍ୟବାଦୀ ବେହେରା ଓ ଶ୍ରୀମତି ଜୟନ୍ତୀ ବେହେରାଙ୍କ ଝିଅ ହେଉଛନ୍ତି ସ୍ୱୟଂପ୍ରଭା ବେହେରା । ଭୁବନେଶ୍ବର ରମାଦେବୀ ମହିଳା ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗରେ ଟପ୍ପର ହୋଇ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଉଦାହରଣ ପାଲଟିଛନ୍ତି ସ୍ୱୟଂପ୍ରଭା ବେହେରା | ସ୍ୱୟଂପ୍ରଭା ପିଲାଟି ଦିନରୁ ଅତି ସରଳ ଏବଂ ମେଧାଵୀ ଛାତ୍ରୀ ଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟର ୨ ୟ ସମାବର୍ତ୍ତନ ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗୋଲଡ଼ ମେଡାଲ ଓ ବୃତ୍ତି ପାଇଛନ୍ତି…
Read More