ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହର ଉପକଣ୍ଠ ବାରମାସୀ ଲେନରେ ବଚପନ ଓ ଗାଇଡାନ୍ସ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ନୟାଗଡ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଓ ବିଶିଷ୍ଟ ଅତିଥି ଭାବେ ନୟାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଥମରୁ ଷଷ୍ଠ ଶ୍ରେଣୀ ଶିଶୁ ମାନଙ୍କର ଏହି ୨ୟ ଦିବସରେ ପୂର୍ବରୁ ଶିଶୁମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜୁନିଅରରେ ଆର୍ବିକା ଅନନ୍ୟ ଓ ସିନିଅରରେ ଆକାଂକ୍ଷା ପ୍ରିୟଦର୍ଶିନୀ ଚାମ୍ପିଅନ ପୁରସ୍କୃତ ହୋଇଥିଲେ।ଚେୟାରମ୍ୟାନ ଅବିନାଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିଶୁ ମାନଙ୍କ ଦ୍ଵାରା ଅଣୁ ନାଟକ ଆଜିର ଦିନରେ ସୋସିଆଲ ମିଡ଼ିଆର ଅପବ୍ୟବହାର, ‘ଶ୍ରୀକୃଷ୍ଣ ଓ ନାରଦଙ୍କ ମର୍ତ୍ତ୍ୟମଣ୍ଡଳ ପରିଦର୍ଶନ’ ପରିବେଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଭାବକ ମନଙ୍କୁ ଛୁଇଁଥିଲା। ତତ୍ ସହିତ କୁନି କୁନି ଶିଶୁମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରିନ୍ସିପାଲ ଅମୂଲ୍ୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ମୋନାଲି ପ୍ରିୟଦର୍ଶିନୀ ମଞ୍ଚ ସଂଯୋଜନା କରିଥିବା ବେଳେ ପି.ଆର.ଓ କଳ୍ପନା ଭଦ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ସେବିକା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିଥିଲେ ।

