ରଣପୁର,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ସଭାଗୃହରେ ରାଜ୍ ୟୁଥ୍ ଫାଉଣ୍ଡେସନ, ରାଜସୁନାଖଳା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା ପରିଷଦର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ଉଦଘାଟକ ଭାବେ ଫ୍ରେଣ୍ଡସ କ୍ଳବ ମୁଖ୍ୟ ତଥା ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ସିପିଆଇଏମ ନେତା ଶ୍ରୀ ସୁରେଶ କୁମାର ସ୍ୱାଇଁ, ସମ୍ମାନୀତ ବକ୍ତା ଭାବେ ରାଜସୁନାଖଳା ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ଭୁବନେଶ୍ୱରୀ ସାହୁ, ସମ୍ମାନିତ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ଶ୍ରୀ ବାସୁଦେବ ସାହୁ, ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ନାୟକ, ପୂର୍ବତନ…
Read MoreCategory: ରଣପୁର ବ୍ଲକ
ଝାଡପଡା ବରିଷ୍ଠ ନାଗରିକ କଲ୍ଯାଣ ପରିଷଦର ୩ୟ ବାର୍ଷିକୋତ୍ସବ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ୍ ଝାଡ଼ପଡା ଦୁର୍ଗା ମଣ୍ଡପ ଠାରେ ଝାଡପଡା ବରିଷ୍ଠ ନାଗରିକ କଲ୍ଯାଣ ପରିଷଦର ୩ୟ ବାର୍ଷିକୋତ୍ସବ ପରିଷଦର ସଭାପତି ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ଅବସରରେ ରାଜ୍ଯ ବରିଷ୍ଠ ନାଗରିକ ମହାସଂଘ ମହାସଚିବ ଶ୍ରୀଯୁକ୍ତ ରାଜକିଶୋର ସାମନ୍ତରାୟ ମୁଖ୍ୟବକ୍ତା, ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ନାରାୟଣ ମହାପାତ୍ର ମୁଖ୍ୟ ଅତିଥି , ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମ୍ପର୍କୀତ ବହୁମୂଲ୍ୟ ଉପାଦେୟ ତଥ୍ଯ ଉପସ୍ଥାପନ କରି ଉପସ୍ଥିତ ବରିଷ୍ଠ ନାଗରିକଙ୍କ ହୃଦୟକୁ ଜିଣିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ଭିତରେ ବିଜୟ କୁମାର ରାଉତ, ବାଳକୃଷ୍ଣ ମିଶ୍ର,ଡାକ୍ତର ମଧୁସୂଦନ ସେନାପତି, ସୁରେନ୍ଦ୍ର ରାଉତ, ଲିଙ୍ଗରାଜ ସାହୁ,ମନୋଜ ପାତ୍ର, ରମେଶ ରାଉତ,…
Read Moreରାଜସୁନଖଳାକୁ ଏନ୍ ଏ ସି ମାନ୍ୟତା ପ୍ରସଙ୍ଗ
ପୁରୀ ସାଂସଦଙ୍କ ସମର୍ଥନ ମାଗିଲେ ଆର୍ତ୍ତତ୍ରାଣ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରସଙ୍ଗରେ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କ ସମର୍ଥନ ଲୋଡିଲେ ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ଏନ୍ଏସି ଦାବିରେ ଆନ୍ଦୋଳନ କରୁଥିବା ସ୍ୱେଚ୍ଛାସେବୀ ଆର୍ତ୍ତତ୍ରାଣ ପ୍ରଧାନ। ଏନ୍ ଏ ସି ମାନ୍ୟତା ପାଇଁ ଗତ 2023 ମସିହା ମାର୍ଚ୍ଚ 23ତାରିଖ ରେ ଆମରଣ ଅନଶନ କରିଥିଲେ ଶ୍ରୀ ପ୍ରଧାନ। ତେବେ ୨ମାସ ଭିତରେ ପ୍ରକ୍ରିୟା କରି ମାନ୍ୟତା ମିଳିବାକୁ ପ୍ରତିଶୃତି ଦେଇଥିଲା ଜିଲ୍ଲା ପ୍ରଶାସନ। ମାତ୍ର ୨ବର୍ଷ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମାନ୍ୟତା ମିଳିନି। ଅନ୍ୟପଟେ ସମ୍ପ୍ରତି ରାଜ୍ୟ ସରକାର 7 ଟି ଜିଲ୍ଲାର ଅନେକ ଅଞ୍ଚଳକୁ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଏଥିରେ ରାଜ ସୁନାଖଳାର ନାଁ ନାହିଁ। ପୂର୍ବରୁ ଏପ୍ରସଙ୍ଗ…
Read Moreରାଜସୁନାଖଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରସଙ୍ଗ, ପୁଣି ଆନ୍ଦୋଳନ କରିବେ ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜସୁନାଖଳାକୁ ଏନ.ଏ.ସି ମାନ୍ୟତା ଦେବାରେ ପୁଣି ଅବହେଳା କରିଛନ୍ତି ସରକାର। ଏହି ଦାବିକୁ ନେଇ ପୁଣି ଆନ୍ଦୋଳନ ଜୋରଦାର କରିବାକୁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ସ୍ୱେଚ୍ଛାସେବୀ ଆର୍ତ୍ତତ୍ରାଣ ପ୍ରଧାନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବୃହତ ଗ୍ରାମ ପଞ୍ଚାୟତ ରୂପେ ପରିଚିତ ରାଜ ସୁନାଖଳାକୁ ଏନଏସି ମାନ୍ୟତା ପାଇଁ ବିଗତ ଦଶନ୍ଧି ଧରି ପ୍ରୟାସ ଚାଲିଛି। ମାତ୍ର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ବାରମ୍ବାର ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ସୀମାରେ ରହିଥିବା ଏହି ପଞ୍ଚାୟତରେ ଜନସଂଖ୍ୟା ଅନୁସାରେ ଏନଏସି ଘୋଷଣା ହୋଇଯିବା କଥା। ମାତ୍ର ଦୀର୍ଘ ଦିନର ଏହି ଦାବିକୁ ଲଗାତର ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ସରକାରଙ୍କ ରହିଥିବା ସମସ୍ତ ଯୋଗ୍ୟତା ଏବଂ ମାପଦଣ୍ଡ…
Read Moreରଣପୁର ନିର୍ବାଚନ ମଣ୍ଡଳୀରେ ଚାନ୍ଦପୁର , ଗୋପାଳପୁର, ରଣପୁର ଗ୍ରାମୀଣ ମଣ୍ଡଳରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି
ରଣପୁର, (ନୟାଗଡ଼ ଦର୍ପଣ): ପ୍ରତେକ ଲୋକଙ୍କ ପାଖରେ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ। ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳରେ ମଣ୍ଡଳ ସଭାପତି ଅକ୍ଷୟ ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକଲୋକ ମୋଟର ସାଇକେଲରେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ, ବନ୍ଦେ ମାତରଂ ଗାନ କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାଟି ଚମ୍ପାଗଡ଼ ଛକ ଠାରୁ ବାହାରି ଚାନ୍ଦପୁର ବଜାର ପରିକ୍ରମା କରି କେରେଣ୍ଡାଟାଙ୍ଗୀ ଛକ ପର୍ଯ୍ୟନ୍ତ ଯାଇଥିଲା ଏହି ଶୋଭାଯାତ୍ରାରେ ୨୫୦ ଶହ ମୋଟର ସାଇକେଲ ଓ ୫ ଶହ ରୁ ଉର୍ଦ୍ଧ୍ବ ଲୋକ ସାମିଲ୍ ହେଇଥିଲେ । ଗୋପାଳପୁର ମଣ୍ଡଳରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ନେତୃତ୍ବରେ ୫୦୦ରୁ ଉର୍ଦ୍ଧ୍ବ ଲୋକ…
Read Moreକାମ କରୁଥିବା ସମୟରେ ଛାତରୁ ପଡ଼ି ନିର୍ମାଣ ଶ୍ରମିକ ମୃତ
ରଣପୁର, (ନୟାଗଡ଼ ଦର୍ପଣ): ଚମ୍ପାଗଡ ହାଇସ୍କୁଲ ଛାତ ଉପରେ ୫ଜଣରୁ ଉର୍ଦ୍ଧ୍ବ ଶ୍ରମିକ କାମ କରୁଥିବା ସମୟରେ ଚମ୍ପାଗଡ ଗ୍ରାମର ୬୭ବର୍ଷୀୟ ସୁବଳ ରଣା ନାମକ ଜନୈକ ବ୍ୟକ୍ତି ଛାତ ଉପରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି ।ଛାତରୁ ପଡ଼ିବା ପରେ ତାଙ୍କୁ ଚାନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଠିକାଦାର ଲାଇସେନ୍ସ ନଥାଇ ମଧ୍ୟ ଚମ୍ପାଗଡ ଗ୍ରାମର ମନ୍ମଥ ଭୋଳ ନାମକ ଜଣେ ଠିକାଦାର ଏହି କାମ କରୁଥିଲେ। ନିର୍ମାଣ ଶ୍ରମିକମାନଙ୍କୁ ଠିକାଦାର ସୁରକ୍ଷା ନିର୍ଦେଶାବଳି ଅନୁଯାୟୀ କାମ କରାଇବା ପାଇଁ ସରକାରଙ୍କ ନିୟମ ରହିଥିଲେ ମଧ୍ୟ ରଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁ ଓ ଠିକାଦାର ଏସବୁକୁ ନ ମାନି ଲୋକମାନଙ୍କୁ କାମରେ ଲଗାଉଥିଲେ । ଏଠାରେ ୬୭ବର୍ଷର ଲୋକମାନଙ୍କୁ କାମରେ କମ୍ ବେତନ ଦେଇ ଠିକାଦାର…
Read Moreନୂଆ ଜୀବନ ପାଇଲେ ୩ଜଣ, ମରି ବି ଅମର କୁନ୍ତଳା
ରଣପୁର, (ନୟାଗଡ଼ ଦର୍ପଣ): ଅଙ୍ଗଦାନ ହେଉଛି ସର୍ବକାଳୀନ ଶ୍ରେଷ୍ଠ ଦାନ। ଏହାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ପଞ୍ଚାୟତ ଅଧୀନ ଗଉଡ଼ିଆପଡ଼ା ଗାଁ’ର ବାସିନ୍ଦା କୁନ୍ତଳା ନନ୍ଦ। ତେବେ ମୃତକ କୁନ୍ତଳାଙ୍କ ପରିବାରର ଉଦାର କାର୍ଯ୍ୟ ଦ୍ବାରା ଏହା ସମ୍ଭବ ହୋଇପାରିଛି। ସୂଚନା ଥାଉକି, କୁନ୍ତଳା ନନ୍ଦଙ୍କୁ ଗତ ମାସ ୨୯ତାରିଖରେ ଏକ ବିଷଧର ସାପ କାମୁଡ଼ି ଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪୯ ବର୍ଷୀୟା କୁନ୍ତଳାଙ୍କୁ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରେନ୍ ଡେଡ୍ (ମସ୍ତିଷ୍କମୃତ) ଘୋଷଣା କରାଯାଇଥିଲା ବେଳେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ସମ୍ମତି ଦେଇଥିଲେ। ସାପ କାମୁଡ଼ାରେ ମୃତ୍ୟୁ…
Read Moreନରସିଂହପୁର କ୍ଲଷ୍ଟରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ
ରଣପୁର,(ନୟାଗଡ଼ ଦର୍ପଣ): ଗଣଶିକ୍ଷା ବିଭାଗ ଓଡ଼ିଶା ର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ହଂସରା ପ୍ରାଥମିକ ବିଦ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱରେ ଓ ହଂସରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀ ଦେଇ ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ବୈଠକର ଶୁଭାରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ-ଦୀପ ଦେଇ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରି…
Read Moreନରସିଂହପୁର କ୍ଲଷ୍ଟରରେ ଅନୁଷ୍ଠିତ ହେଲା ପ୍ରଥମ ମାସିକ କ୍ଲଷ୍ଟର ବୈଠକ
ରଣପୁର,(ନୟାଗଡ଼ ଦର୍ପଣ) : ଗଣଶିକ୍ଷା ବିଭାଗ ଓଡ଼ିଶାର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ରଣାପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବୈଠକର ଶୁଭାରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ-ଦୀପ ଦେଇ ହୋଇଥିଲା, ଯାହାର ଉଦ୍ଘାଟନ କରିଥିଲେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ, ରାଜସୁନାଖଳା ର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଓ ରଣପୁର ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରସାନନ୍ଦ ପ୍ରଧାନ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଭ୍ରମରବର…
Read Moreରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦୈନିକ ଖବର କାଗଜର ଶିରୋନାମା ପାଲଟୁଛି ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା
ନୟାଗଡ଼, (ନୟାଗଡ଼ ଦର୍ପଣ) : ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମେକେଶ ରାୟ ଏବଂ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆସନ୍ତା ଜୁନ ୨୫ ତାରିଖ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ସକାଳ ୧୦ ଘଟିକା ସମୟରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ…
Read More