ରଣପୁର,(ନୟାଗଡ଼ ଦର୍ପଣ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସକାଳ ୬ଟାରେ ରଣପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ସେ କହିଥିଲେ ଯେ, ଯୋଗ ଆମର ଦୈନନ୍ଦିନ ଜୀବନଶୈଳୀକୁ ଶୃଙ୍ଖଳିତ କରିବା ସହିତ ସୁସ୍ଥ ଓ ସମୃଦ୍ଧ ଜୀବନର ମୂଳ ଆଧାର ହୋଇଥାଏ। ଏହି ଯୋଗ ଶିବିରରେ ପ୍ରାୟ ୧୫୦ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ବାଚସ୍ପତିଙ୍କ ସହ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ବ୍ଲକ ସିଡିପିଓ, କନିଷ୍ଠ ଯନ୍ତ୍ରୀ, ଅନ୍ୟାନ୍ୟ ସରକାରୀ କର୍ମଚାରୀ, ହକି ଓ ବାସ୍କେଟବଲ ଖେଳାଳି, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ରହି…
Read MoreCategory: ରଣପୁର ବ୍ଲକ
ରଣପୁର ବ୍ଲକ ATMAର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ନିର୍ମଳ କୁମାର ମତ୍ତଗଜସିଂହ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକରେ ନୂତନ ଭାବେ ଗଠିତ ବ୍ଲକ କୃଷକ ପରାମର୍ଶଦାତା କମିଟି (BFAC)କୁ ଜିଲ୍ଲାପାଳ ତଥା ଜିଲ୍ଲା ATMAର ଅଧ୍ୟକ୍ଷଙ୍କ ଅନୁମୋଦନ ମିଳିବା ପରେ ଶୁକ୍ରବାର ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସର୍ବସମ୍ମତିକ୍ରମେ ନିର୍ମଳ କୁମାର ମତ୍ତଗଜସିଂହ ATMA (Agricultural Technology Management Agency)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ରଣପୁର ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ସକାଳ ୧୦ଟାରେ ଆୟୋଜିତ ଏହି ବୈଠକରେ ବ୍ଲକ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟ ଉର୍ମିଳା ମାନ୍ଧାତା,ରଶ୍ମିତା ନାୟକ, କୈଳାସ ବିଶ୍ବାଳ,ଶରତ ଚନ୍ଦ୍ର ପ୍ରଧାନ, ଅଶୋକ ପ୍ରଧାନ, ଦେବସ୍ମିତା ଗୁମାନସିଂହ,ଅର୍ଚ୍ଚନା ସମାନ୍ତରାୟ,ନିର୍ମଳ କୁମାର ମତ୍ତଗଜସିଂହ,ପ୍ରଶାନ୍ତ ଜୟସିଂହ,ସୋମନାଥ ମାର୍ଥା, କୌଶଲ୍ୟା ପାଇକରାୟ, ସୁନୀତା ମହାପାତ୍ର, ରତ୍ନାକର ନିଶଙ୍କ, ଆଲୋକ କୁମାର ପ୍ରଧାନ, ପ୍ରଦୀପ କୁମାର ରାୟ, ମଧୁସ୍ମିତା ସାହୁ, ଦୀପକ କୁମାର ପ୍ରଧାନ, ଭାସ୍କର…
Read Moreସର୍ଦ୍ଦାରପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଡିପଡାରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ
ଗୋଡିପଡା, (ନୟାଗଡ଼ ଦର୍ପଣ): ଗୋଡିପଡା ସ୍ଥିତ ସର୍ଦ୍ଦାରପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘନଶ୍ୟାମ ରାଉତ ନୂତନ ପ୍ରଧାନ ଶିକ୍ଷକଭାବେ ଯୋଗଦାନ କରିଛନ୍ତି। ତାଙ୍କ ଯୋଗଦାନ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗୋଡିପଡା ସିଆରସିସି ବିଜୟ କୁମାର ପୃଷ୍ଟି ଓ ଆଙ୍ଗିସିଙ୍ଗି ସିଆରସିସି ରାଜେଶ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ନୂତନ ପ୍ରଧାନ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ରାଉତ ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ଶିକ୍ଷକ,ଶିକ୍ଷା ମହଲରେ ସୁପରିଚିତ। ସେ ଦୀର୍ଘ ୨୨ ବର୍ଷ ଧରି ସାରସ୍ୱତ ଲୋକ ବିଦ୍ୟାପୀଠ, କଜଲାଇପଲ୍ଲୀରେ ବିଜ୍ଞାନ ଶିକ୍ଷକ ଭାବେ ସଫଳତାର ସହ ଶିକ୍ଷକତା କରିଆସିଛନ୍ତି। ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦାନ ପରେ ନିଜ ପ୍ରତିକ୍ରିୟାରେ…
Read Moreଝାଡ଼ପଡା ଠାରେ ନୂତନ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାଡ଼ପଡା ଠାରେ ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାରେ ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଠାରେ ଏକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ନିର୍ମାଣ ପାଇଁ ବାଚସ୍ପତି ସୁରମା ପାଢୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଣପୁର ବିଡ଼ିଓ ମନୋଜ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା,ସରପଞ୍ଚ…
Read Moreବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ ବାଚସ୍ପତି
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାଡ଼ପଡା ଗୋଦାବରୀଶ ମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ପରିସରରେ ନିମ ଗଛ ରୋପଣ କଲେ ବାଚସ୍ପତି ସୁରମା ପାଢ଼ୀ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରଣପୁର ବନାଞ୍ଚଳ ଅଧିକାରୀ ସିଦ୍ଧୁ ସିଂହ , ନୟାଗଡ଼ ଜିଲ୍ଲା ବିଜେପି ଉପ ସଭାପତି ନିର୍ମଳ କୁମାର ମତ୍ତଗଜସିଂହ, ଝାଡ଼ପଡା ସରପଞ୍ଚ ସୌରୀବନ୍ଧୁ ସାହୁ, ତ୍ରିନାଥ ଉଦୟସିଂହ, ସଞ୍ଜୀବ କୁମାର ପରିଡ଼ା, ହରିବନ୍ଧୁ ଜଗଦ୍ଦେବ, ପ୍ରମୋଦ ରାଉତରାୟ, ମାଧବ ଚନ୍ଦ୍ର ରାଉତ,ଗଣେଶ୍ୱର ମାନ୍ଧାତା ଙ୍କ ସମେତ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ,ସ୍ଥାନୀୟ ଶିକ୍ଷକ,ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ, ପ୍ରକୃତି ପ୍ରେମୀ ତଥା ଜନସାଧାରଣ ଉପସ୍ଥିତ ଥିଲେ । ସୁରମା ପାଢ଼ୀଙ୍କ ଉପସ୍ଥିତିରେ “ବୃକ୍ଷ ହିଁ ଜୀବନ”ର ନାରା ଦେବା ସହ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନିଆଯାଇଥିଲା। ଏହି ନିମ୍ବ ଗଛ…
Read Moreରଣପୁର ବ୍ଲକରେ ଆଜିଠାରୁ ଆରମ୍ଭ ହେଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ
ରଣପୁର,(ନୟାଗଡ଼ ଦର୍ପଣ): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଆଜିଠାରୁ ରଣପୁର ବ୍ଲକରେ ଆରମ୍ଭ ହୋଇଛି। ଏହି ଅଭିଯାନ ୩୦ ମଇ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନୀ ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ଅଦ୍ୟତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ୧୬୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୧୬ ଜଣ ବି.ଏଲ.ଓ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି। ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରମାନଙ୍କ ସୂଚନା ସଂଗ୍ରହ, ଯାଞ୍ଚ ଏବଂ ପରିଶୋଧନ କାର୍ଯ୍ୟ ସମ୍ପାଦନ କରିବେ। ଏହି ଅଭିଯାନରେ ପ୍ରତ୍ୟେକ ପରିବାରକୁ ପରିଗଣନା ଫର୍ମ ପ୍ରଦାନ କରାଯିବ। ଭୋଟରମାନେ ଏହି ଫର୍ମ ପୂରଣ କରି ବୁଥ୍ ସ୍ତରୀୟ…
Read Moreରାଇପଡା ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ଼ମେମ୍ବରଙ୍କ ସମେତ ବରିଷ୍ଠ କଂଗ୍ରେସ, କମ୍ୟୁନିଷ୍ଟ ଓ ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି
ରଣପୁର, (ନୟାଗଡ଼ ଦର୍ପଣ): ରାଇପଡା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି, ଏହି ମିଶ୍ରଣ ପର୍ବରେ ରାଇପଡା ଗ୍ରାମ ପଞ୍ଚାୟତ ର କଂଗ୍ରେସ, କମ୍ୟୁନିଷ୍ଟ, ବିଜେଡି ର ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ରାଇପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବାସନ୍ତୀ ଦେଇ, ନାଏବ ସରପଞ୍ଚ ଛନ୍ଦ୍ରମଣି ପ୍ରଧାନ,୮ ନଂ ୱାର୍ଡ ମେମ୍ବର ହଜାରି ଜେନା,୯ ନଂ ୱାର୍ଡ ମେମ୍ବର ସୁକାନ୍ତ ଜେନା,୧୧ ନଂ ୱାର୍ଡ ମେମ୍ବର ଚୈତନ୍ୟ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଦାସ, ରାଇପଡା ଗ୍ରାମ ର ସୁଧାକର ପାଇକରାୟ, ପୂର୍ଣ୍ଣଚନ୍ଦ୍ର ମାଝୀ,ଅକ୍ରୁର ମାଝୀ, ପ୍ରଦୀପ ପ୍ରଧାନ, ଧନୁ ବେହେରା, ଭଗବାନ ସାହୁ, କପିଳ ସାମନ୍ତରାୟ, ସୋମନାଥ ପ୍ରଧାନ, ରମାକାନ୍ତ ଜେନା, ଗୁଣନିଧି ପ୍ରଧାନ, ଲିଙ୍ଗରାଜ…
Read Moreଗୋପାଳପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ କଂଗ୍ରେସ , ବିଜେଡି ଓ ଇଣ୍ଡି ମେଣ୍ଟ ର ବିରୋଧକୁ ନେଇ ଗୋପାଳପୁର ମହିଳା ମୋର୍ଚ୍ଚା ନେତୃତ୍ବରେ ବୁଧବାର ଦିନ ଅପରାହ୍ନ ସମୟରେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ମଣ୍ଡଳ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜେପି ସଭାନେତ୍ରୀ ସୁବାସିନୀ ପୃଷ୍ଟି, ସମାଜ ସେବୀ ଏଲି ପାଢ଼ୀ, ବିଜେପି ନେତ୍ରୀ ଶସ୍ମିତା ପରିଡା, ଗୋପାଳପୁର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ଗୋପାଳପୁର ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀ ପ୍ରିୟା ତରେଇ, ନୟାଗଡ଼ ଜିଲ୍ଲାର ବିଜେପି ଉପ ସଭାପତି ନିର୍ମଳ କୁମାର ମତ୍ତଗଜସିଂହ, ଗୋପାଳପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ସାଧାରଣ ସମ୍ପାଦକ ଭାସ୍କର ନାୟକ, ଭରତ ରଣସିଂହ, ସୁବର୍ଣ୍ଣ…
Read Moreରଣପୁର ବିଜେପି ପାର୍ଟି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବିଜେପି ପାର୍ଟି କାର୍ଯ୍ୟାଳୟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି। ଯେଉଁଥିରେ ରଣପୁର NACର ବିଜେଡିର ବରିଷ୍ଠ ନେତା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ପ୍ରତିନିଧି ସ୍ୱରାଜ କୁମାର ମହାନ୍ତି ଡମସାହି ଗ୍ରାମ ପଞ୍ଚାୟତର ବରିଷ୍ଠ ବିଜେଡ଼ି ନେତା ତଥା ରଣପୁର ବ୍ଲକର ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା ଓ ତାଙ୍କ ସହିତ ଶତାଧିକ ବିଜେଡ଼ି କର୍ମୀ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକପ୍ରିୟ ନେତ୍ରୀ ତଥା ବିଧାୟିକା ସୁରମା ପାଢ଼ୀ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ବିପିନ ପାଢ଼ୀ,…
Read Moreତଳ ମଣିନାଗ ନୂତନ ମନ୍ଦିର ପ୍ରତିଷ୍ଠା ଓ ମା’ଙ୍କ ଗର୍ଭଗୃହ ପ୍ରବେଶ ନେଇ ସାମ୍ବାଦିକ ସମ୍ମିଳନୀ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବିଜ୍ଞାପିତ ପରିଷଦ ଅଧୀନସ୍ଥ ତଳ ମଣିନାଗ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା, ମା’ଙ୍କ ଗର୍ଭଗୃହ ପ୍ରବେଶ ଓ ପଞ୍ଚଦିନାତ୍ମକ ଯଜ୍ଞ ଉତ୍ସବ ନେଇ ବୁଧବାର ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟିର ସଭାପତି ଡ଼. ପ୍ରଶାନ୍ତ କୁମାର ମିଶ୍ର ଙ୍କ ଆବାହକତ୍ୱରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଯଜ୍ଞ ଉତ୍ସବର ସମସ୍ତ କାର୍ଯ୍ୟସୂଚୀ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପିତ କରାଯାଇଥିଲା । ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଆସନ୍ତା ଜୁନ ୨୦ ତାରିଖରେ ଅଙ୍କୁରାରୋପଣ ସହ ଉତ୍ସବର ଶୁଭାରମ୍ଭ ହେବ । ୨୧ ତାରିଖରେ ଭବ୍ୟ କଳସ ଯାତ୍ରା, ୨୨ ତାରିଖରେ ଗର୍ଭାଧାନ ନୀତି, ୨୩ ତାରିଖରେ ସ୍ନାନ, ଶୟନ ଓ କାଳରାତ୍ରି ପୂଜା ଏବଂ ୨୪ ତାରିଖରେ…
Read More