ରାଜସୁନାଖଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତାଙ୍କ ପରଲୋକ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ମଧୁସୁଦନ ମହାପାତ୍ର (ମଧୁ ଅଜା)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ୧୯୭୮ମସିହା ଫେବୃଆରୀ ୨ତାରିଖରେ ରାଜସୁନାଖଳା କଲେଜର ପ୍ରତିଷ୍ଠାତା ରୂପେ ପରିଚିତ ମଧୁସୁଦନ ମହାପାତ୍ରଙ୍କ ଆଜି ସକାଳ ୬.୪୫ ମିନିଟିରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରଲୋକ ଘଟିଛି।ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ବେଳକୁ ୮୪ବର୍ଷ ବୋଲି ଜଣା ପଡିଛି । ଆଜି ରାଜସୁନାଖଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ, ପ୍ରତିଷ୍ଠାତା ମଧୁସୂଦନଙ୍କ ମୃତୁ ଖବର ଶୁଣି କଲେଜ ଅଧକ୍ଷଙ୍କ ସମେତ ଛାତ୍ରଛାତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଖବର ପାଇ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ, ସମିତି ସଭ୍ୟ, ବ୍ଲକ ବିଜେଡି ସଭାପତି, ରାଜ…

Read More

ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍‌, ଡାଇରୀ ପରିବର୍ତ୍ତେ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅତି ଆବଶ୍ୟକୀୟ ଉପକରଣ ଯଥା-ଖାତା, କଲମ,ପେନସିଲ, ରବର, କଟର, କଲରବାକ୍ସ, ଜ୍ୟାମିତି ବାକ୍ସ ଇତ୍ୟାଦି ଉପହାରରେ ଜିଲ୍ଲାର ସମସ୍ତ ଅଧସ୍ତନ ଅଧିକାରୀ, କର୍ମଚାରୀ, ସରକାରୀ ଓ ବେସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ତାଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଏହାର ଫଳସ୍ୱରୁପ ବହୁ ପରିମାଣରେ ଉପରୋକ୍ତ ଉପକରଣଗୁଡ଼ିକ ଜିଲ୍ଲାପାଳଙ୍କ ନିକଟରେ ଆସି ପହଞ୍ଚିଥିଲା । ଆଜି ଜିଲ୍ଲାପାଳ ରଣପୁର ବ୍ଲକର ମଝିଆଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଅନୁଯାୟୀ ୪୫୬ଜଣ ଛାତ୍ରଛାତ୍ରୀଙ୍କୁ ଖାତା, କଲମ, ପେନସିଲ, ରବର, କଟର, କଲର, ସ୍କେଲ, ସ୍କେଚ୍‌ପେନ୍‌, ଜ୍ୟାମିତିବାକ୍ସ ଇତ୍ୟାଦିକୁ ପ୍ୟାକେଟ୍ କରି ବଣ୍ଟନ କରିଥିଲେ ।…

Read More

ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲତୋଡ଼ା ଓ ପ୍ରଦାନ କରିବାକୁ ବାରଣ କରିଥିଲେ। ଏହା ବଦଳରେ ଶୁଭେଚ୍ଛା ଜଣାଇବା ସହ ଖାତା, କଲମ, ପେନସିଲ ଭଳି ପାଠ୍ୟ ଉପକରଣ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।ଯାହା ଦ୍ୱାରା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଥିବା ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ମିଳି ପାରିବ ବୋଲି ଜିଲ୍ଲାପାଳ କହିଥିଲେ।ଜିଲ୍ଲାପାଳଙ୍କ ବାର୍ତ୍ତା ଅନୁଯାୟୀ ନବ ବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ଯାଇଥିବା ସରକାରୀ ଅଧିକାରୀ ତଥା ଲୋକମାନେ ଫୁଲ ତୋଡ଼ା ପରିବର୍ତ୍ତେ ଖାତା, ପେନ, ଜ୍ୟାମିତି ବାକ୍ସ ଭଳି ପାଠ୍ୟ ଉପକରଣ ଉପହାର ଭାବେ ପ୍ରଦାନ କରିଥିଲେ।ସେହି ସବୁ ଉପହାରଗୁଡିକୁ ଏକତ୍ରିତ କରି ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହାକୁ…

Read More

ରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟ

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ଅର୍ଜୁନ-୨୦୨୫ ଆନୁକୂଲ୍ୟରେ “ବୈଷ୍ଣବ କବି ଭକ୍ତଚରଣ ଦିବସ” ପାଳନ ଅବସରରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର କବି ସମ୍ମିଳନୀରେ କବିତା ପାଠ ଉତ୍ସବରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସମ୍ବର୍ଦ୍ଧିତ କଲେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ ଓ ଆଦର୍ଶ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ.ଆର.ଜି ଡ଼କ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ସମ୍ମାନପତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ କାହ୍ନା ପ୍ରଧାନ କବିତା ରଚନାରେ ରାଜ୍ୟରେ ପ୍ରଥମ ହୋଇଥିଲେ ଓ ବକ୍ତୃତାରେ ଜିଲ୍ଲାରେ ପ୍ରଥମ ରାଜ୍ୟରେ ଚତୁର୍ଥ କୃତୀ ଛାତ୍ରୀ ସୁଶ୍ରୀ ସମୀକ୍ଷା ସମ୍ବର୍ଦ୍ଧିତ କଲେ।ବାଚସ୍ପତି କହିଲେ ଓଡିଆ ଅସ୍ମିତା ଯେପରି ପ୍ରତି…

Read More

ଉଦଘାଟିତ ହେଲା ରଣପୁର ମହୋତ୍ସବ ‘ଅର୍ଜୁନ-୨୦୨୫’

ମନ ମୋହିଲା ପୁରୁଲିଆ ଛଉ ନୃତ୍ୟ ଓ ସୌରଭଙ୍କ ସଙ୍ଗୀତ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ  ଆଜି ଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ପାଞ୍ଚଦିନ ଧରି ଯଥା ଜାନୁଆରୀ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଓଡିଶା ଅନୁଷ୍ଠିତ ହେଉଥିବା ବିଭିନ୍ନ ମହୋତ୍ସବ ଭିତରୁ ଏହା ଭିନ୍ନ ହୋଇଥିବା ବେଳେ ରଣପୁର ମାଟିରେ ଶହୀଦ ହୋଇଥିବା ବିରଙ୍ଗନାମାନଙ୍କ ସ୍ମୃତି ଉଦ୍ଦେଶ୍ୟ ପାଳନ କରାଯାଉଥିବାରୁ ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ମହୋତ୍ସବ ଅପେକ୍ଷା ଏହି ମହୋତ୍ସବର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ୧୯୩୯ ମସିହା ଜାନୁଆରୀ ୫ ତାରିଖରେ ବେଜେଲଗେଟ ଗୁଳିରେ ଅର୍ଜୁନ ରାଉତ…

Read More

ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ  ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ  ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୪୬ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୧୭ଟି ଫଇସଲା କରାଯାଇ ୧୫,୧୨,୪୦୫ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହ ଜନିତ ୧୬ଟି ମାମଲା ଫଇସଲା କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୪୫ଟି ମାମଲା ଫଇସଲା କରଯାଇଥିଲା।…

Read More

ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫ଜଣ

ରଣପୁର, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ,ରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାଡେମୀ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ଗଦାଧର ବେଉରା, ଅଧ୍ୟକ୍ଷ ପ୍ରାଣନାଥ ବେଉରା,ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ,କବି ଅଶୋକ ମଲ୍ଲ, ଶିକ୍ଷାବିତ୍ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପ୍ରତିଯୋଗିତା ପୂର୍ବରୁ କୁନି ଝିଅ ଆର୍ଯ୍ୟା ଅମ୍ରିତା ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ପ୍ରତିଯୋଗିତାରେ ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ…

Read More

ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ୨୦୨୩-୨୫ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶ ନିମନ୍ତେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡ. ଦାଶରଥି ବିଶ୍ୱାଳ, ମୂଖ୍ୟ ବକ୍ତା ବାବେ ରାଜସୁନାଖଳା ମହାବିଦ୍ୟାଳୟର ଓଡିଆ ବିଭାଗ ପ୍ରଧ୍ୟାପକ ଭାଗିରଥି ପାଢୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ  ଶିକ୍ଷକପ୍ରଶିକ୍ଷକ ଗୋବିନ୍ଦ ନାୟକ ପ୍ରମୂଖ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକା ତଥା ଗୁରୁ ଚାତ୍ରଛାତ୍ରୀବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂସ ଗ୍ରହଣ କରି ସାଫଲ୍ୟ ମଣ୍ଡିତ କରିଥିଲେ । ଅନୁଷ୍ଠାନରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ପ୍ରତିଯୋଗିତାରେ ସଫଲ ହୋଇଥିବା…

Read More

ବିଦ୍ୟାଳୟ, ଅଙ୍ଗନବାଡି, ପଚାୟତ କାର୍ଯ୍ୟାଳୟ ସହ ଛତୁଆ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ ଫୁୁଡ କମିଶନ ବିଭାଗର ଅଧିକାରୀ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଚାୟତ କାର୍ଯ୍ୟାଳୟ ତଥା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ରାଜ୍ୟ ଫୁୁଡ କମିଶନ ବିଭାଗ ପରିଦର୍ଶନ କରିଥିବା ଜଣାପଡିଛି । ରାଜ୍ୟ ଫୁୁଡ କମିଶନ ବିଭାଗର ସଦସ୍ୟ ପ୍ରିୟବ୍ରତ ସାମାନ୍ତରାୟ, ଜୁନିଅର ଏକଜୁଟିଭ୍ ଆସୁଷ୍ଟାଂଟ ପ୍ରଭାସ କୁମାର ନାୟକ ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଲୋଧାଚୁଆ ପଚାୟତ, ପାଟବେରେଣା ପ୍ରାଥମିକ ବିଦ୍ୟାଳୟ, ପାଟବେରେଣା ଅଙ୍ଗନବାଡି କେନ୍ଦ୍ର, କୋଇଲମା ଅଙ୍ଗନବାଡି କେନ୍ଦ୍ର, କୋଟଗଡ ଆଶ୍ରମ ବିଦ୍ୟାଳୟ, ତାରିଆ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲୋଧାଚୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଣପୁର ଛତୁଆ ପ୍ରସ୍ତୁତି କେନ୍ଦ୍ର ସହ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସମୟରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟର ମାନ, କାଗଜପତ୍ର…

Read More

ଟ୍ରକ ଓ ବାଇକ ଧକ୍କା, ମହିଳା ମୃତ

ରଣପୁର,(ନୟାଗଡ଼ ଦର୍ପଣ): ଶୁକ୍ରବାର ଅପରାହ୍ଣ ୨ଘଟିକା ସମୟରେ ରଣପୁର ବ୍ଲକ ବଜ୍ରକୋଟ ଗ୍ରାମ ନିକଟସ୍ଥ ଅସୁରକୁମାରୀ ଛକ ଠାରେ ଟ୍ରକ ଓ ବାଇକ ମୁହାମୁହିଁ ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ରଣପୁର ବଡକୂଅ ସାହିର ରଶ୍ମିରଞ୍ଜନ ଦାଶ ନାମକ ଜଣେ ଯୁବକ ଓଡି-୨୫-ପି-୬୫୩୨ ନମ୍ବର ବିଶିଷ୍ଟ ଏକ ପଲସର ବାଇକରେ ନିଜ ମାଆ ଙ୍କୁ ନେଇ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ   ଦର୍ପନାରାୟଣପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ନୟାଗଡ ପଟୁ ଆସୁଥିବା ଓଆର- ୦୫- ଏଡି- ୩୫୦୦ ନମ୍ବର ବିଶିଷ୍ଟ ଏକ ଟ୍ରକ ଏହି ବାଇକକୁ ବଜ୍ରକୋଟ ଅସୁରକୁମାରୀ ଛକ ଠାରେ ସାମନା ପଟୁ ଧକ୍କା ଦେଇଥିଲା । ଟ୍ରକ ଓ ବାଇକ…

Read More