ନୟାଗଡ଼ରେ ଧୁମଧାମରେ ପାଳିତ ହେଲା ଇଦ

ଇସଲାମ ଧର୍ମାବଲମ୍ବୀ କାହିଁକି ପାଳନ କରନ୍ତି ଇଦ, ପଢ଼ନ୍ତୁ… ନୟାଗଡ଼,(ନୟାଗଡ଼ ଦର୍ପଣ): ଇସଲାମ ଧର୍ମର ଅନୁଗାମୀଙ୍କ ପାଇଁ ରମଜାନ ମାସ ଖୁବ ପବିତ୍ର। ଏମିତି କହିବାକୁ ଗଲେ ପ୍ରତିଟି ଦିନ ଓ ମାସ ପବିତ୍ର ଓ ମହତ୍ୱ ରଖେ । କିନ୍ତୁ ରମଜାନ ମାସର ସ୍ଥାନ ଖୁବ ଉଚ୍ଚରେ । ଏହି ମାସ ଆରମ୍ଭରୁ ସମସ୍ତ ଇସଲାମ ଧର୍ମର ବିଶ୍ଵବ୍ୟାପୀ ଅନୁଗାମୀ ତଥା ସମସ୍ତ ସାବାଳକ, ବାଳିକା ନିଜକୁ ସମ୍ପୂର୍ଣ୍ଣ ରୂପେ ଆହ୍ଲାଙ୍କ ନିକଟରେ ନିଜକୁ ସମର୍ପିଦିଅନ୍ତି । ଭୋର ୩ଟାରୁ ଉଠି ସନ୍ଧ୍ୟାର ସୂର୍ଯ୍ୟାସ୍ତ ଯାଏଁ ମାସବ୍ୟାପୀ ନିର୍ଜଳା ଉପବାସ ରହି କ୍ଷୁଧାର୍ଥର ଭୋକକୁ ଅନୁଭବ କରି ମାସ ବ୍ୟାପୀ ଦାନ, ଧର୍ମ ଓ ଆରାଧନାରେ ନିଜକୁ ନିୟୋଜିତ କରନ୍ତି । ଲୋଭାସକ୍ତ ସଂସାରରେ ମଣିଷ ଅର୍ଥପ୍ରିୟ, ବସ୍ତୁବାଦୀ, ତଥା କ୍ଷମତାଶାଳୀ ହେବାକୁ ପ୍ରତିଯୋଗିତା କରିଥାଏ…

Read More

2 ଜଣ ଚୁକ୍ତିଭିତିକ ଗ୍ରାମ ରୋଜଗାର ସେବକ (GRS)ଚାକିରିରୁ ବହିସ୍କୃତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୨ଜଣ ଗ୍ରାମ ରୋଜଗାର ସେବକ (GRS)ଙ୍କୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଚୁକ୍ତିଭିତିକ GRSପଦବୀରୁ ତା.28.04.22ରିଖ ଠାରୁ ବହିସ୍କୃତ କରିଛନ୍ତି । ସୂଚନା ଅନୁସାରେ ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରାମ ପଂଚାୟତର ପୂର୍ବତନ GRS ସୁଶାନ୍ତ କୁମାର ଦାସ ଯିଏ ବର୍ତମାନ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ଗ୍ରାମ ପଂଚାୟତରେ GRS ଭାବରେ କାମ କରୁଥିଲେ ତାଙ୍କୁ ୨୮ ଏପ୍ରିଲ ୨୦୨୨ ଠାରୁ ଚୁକ୍ତିଭିତିକ GRS ପଦବୀରୁ ବହିସ୍କୃତ କରାଯାଇଛି । ତାଙ୍କ ବିରୁଦ୍ଧରେ କୁଳାସର ଗ୍ରାମପଂଚାୟତରେ ଅର୍ଥ ତୋଷରାପାତ ଓ ଭିଜିଲାନ୍ସ ତଦନ୍ତ ଆଦି ଅଭିଯୋଗ ଥିଲା। ସେହିପରି ରଣପୁର ବ୍ଲକ ଅନ୍ତର୍ଗତ ବ୍ରଜରାଜପୁର ଗ୍ରାମ ପଂଚାୟତର ପୂର୍ବତନ GRS ପୁର୍ନମାସି ଆଚାର୍ଯ୍ୟ ଯିଏକି ଏବେ ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝାଲିଆ ଗ୍ରାମ ପଂଚାୟତରେ GRS ଭାବେ କାର୍ଯ୍ୟ…

Read More

ନୟାଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଜୋର ଧରିଲା ଦାବି

“ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ନୟାଗଡ଼ ବିକାଶ ମଞ୍ଚ” ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ନୟାଗଡ଼ ଜିଲ୍ଲାର ବୃହତ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସରକାର ନୟାଗଡ଼ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏନେଇ ଆଜି ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିକାଶ ମଞ୍ଚ ଆବାହକ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ନେତା ମନୋଜ କୁମାର ସାହୁ, ସମାଜସେବୀ ଦାମୋଦର ସାହୁ, ଯୁବସମାଜସେବୀ ଶିବରାମ ମହାପାତ୍ର, ବିଜେପି ନେତା ସୌମ୍ୟରଂଜନ ପ୍ରଧାନ, ସମାଜସେବୀ ବସନ୍ତ ପଟ୍ଟନାୟକ, ମୈତ୍ରୀ ଯୁବ ସଂସଦର ପ୍ରଦୀପ ସାହୁ, ଖଣ୍ଡପଡା ବିକାଶମଞ୍ଚ ଆବାହକ ଅଭିଳାଷ ପଣ୍ଡା,…

Read More

ଶିକ୍ଷକମାନଙ୍କ ଜିଲ୍ଲାସ୍ତରୀୟ “ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର” ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ 5T ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସମଗ୍ର ଶିକ୍ଷା, ନୟାଗଡ ଆନୁକୂଲ୍ୟରେ ଗତ ୨୩ରୁ ୨୭ତାରିଖ ପର୍ଯ୍ୟନ୍ତ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ଚାଲିଥିବା “ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର” ଉଦଯାପିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରଥମ ପର୍ଯ୍ୟାୟରେ ୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶିବିରରେ ଯୋଗଦେଇଥିଲେ। ଏଥିରେ ଏମ୍.ଆର.ଏସ୍.ର ପ୍ରୋଗ୍ରାମର ସୁଦର୍ଶନ ସାହୁ, ଜିଲ୍ଲା ଶିକ୍ଷା ସଂଯୋଜିକା କୃଷ୍ଣାରାଣୀ ମାଝୀ, ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ଡ.ଗିରୀଜା ଶଙ୍କର ମହାପାତ୍ର, ରଂଜନ କୁମାର ସାହୁ ପ୍ରମୁଖ ପ୍ରଶିକ୍ଷଣରେ ଯୋଗ ଦେଇଥିଲେ। ପିରାମଲ୍ ଫାଉଣ୍ଡେସନର ମୁଖ୍ୟ ସସ୍ମିତା ରଥ, ବିରେନ୍ ବିଶି କାର୍ଯ୍ୟକ୍ରମ ସହଯୋଗୀ ଭାବେ ଯୋଗଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାର…

Read More

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ନୟାଗଡ଼ରେ ଶ୍ରଦ୍ଧାଞ୍ଜଳି ସନ୍ଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା, ସହିତ୍ୟିକ ତଥା ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସନ୍ଧ୍ୟା ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ସମ୍ମୁଖ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମୈତ୍ରୀଯୁବ ସଂସଦ, ସୁଧା ସାଂସ୍କୃତିକ ପରିଷଦ, ଶ୍ରୀ ସୃଜନ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଓ ରାଗେଶ୍ରୀ ନୀଳୟମ, ମା’ ଫାଉଣ୍ଡେସନ ଏବଂ ଆର୍ଟ ପଏଣ୍ଟର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ବିଭିନ୍ନ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ସେମାନଙ୍କ ମଧ୍ୟରେ ବେତାର କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ପ୍ରଶାନ୍ତ କୁମାର ଦାଶ, ଜଗଦୀଶ ରଥ, ଗୁରୁ ପ୍ରଭାତ ଦାଶ, ଜୟଶ୍ରୀ ଦେବୀ, ଡ଼ଃ ଆଶୁତୋଷ ମିଶ୍ର, ଦିଲୀପ ମହାପାତ୍ର, ଅନିତା ରାମ,…

Read More

ବିଶ୍ୱ ଟୀକାକରଣ ସପ୍ତାହ ପାଳନ

ନୟାଗଡ,(ନୟାଗଡ଼ ଦର୍ପଣ): ବିଶ୍ୱ ଟୀକାକରଣ ସପ୍ତାହ ତା. ୨୪.୦୪.୨୦୨୨ରିଖ ଠାରୁ ତା.୩୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ପାଳନ ଉପଲକ୍ଷେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ପାଇଁ ବାର୍ତା “ସମସ୍ତଙ୍କ ପାଇଁ ଦୀର୍ଘ ଜୀବନ କାମନା” । ଟୀକାକରଣ ଦ୍ୱାରା ସମସ୍ତ ରୋଗକୁ ରୋକାଯାଇପାରିବ । ଏହି ଟୀକାକରଣ ସପ୍ତାହ ପାଳନ ଅବସରରେ ପ୍ରଥମେ ଆମେ ଜନସାଧାରଣଙ୍କୁ ସଚେତନ କରାଇବା ଆମର ଲକ୍ଷ୍ୟ ହେବା ଉଚିତ୍ ବୋଲି ତା. ବେଉରା ପ୍ରକାଶ କରିଥିଲେ । ସେ ପୁଣି କହିଥିଲେ ପିଲା, ଗର୍ଭବତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଟୀକା ସେମାନଙ୍କୁ ଦେବା ଜରୁରୀ ଅଟେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ…

Read More

ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

ନୟାଗଡ଼,((ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ( ଟ୍ରେନିଙ୍ଗ୍ ୟୁନିଟ୍ ) ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏ ବର୍ଷ ପାଇଁ ସ୍ୱାସ୍ଥ୍ୟ ଭିତିକ ବାର୍ତା “ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବା” ପ୍ରକାଶ କରିଥିଲେ । ଆଜିର ଦିବସ ଉପରେ ଏକ ପାଠ୍ୟକ୍ରମ ମାଧ୍ୟମରେ ମୟାଲେରିଆକୁ କିପରି ଆମେ ପ୍ରତିହତ କରିବା ସେ ବିଷୟରେ ବୁଝାଇଥିଲେ । ସେ କହିଥିଲେ ଯେ, ଆମ ପରିବେଶକୁ ଆମେ ସଫା ରଖିବା,ମଶାରି ଟାଙ୍ଗି ଶୋଇବା,ଜ୍ୱର ହେଲେ ତୁରନ୍ତ ଆଶା, ଅଙ୍ଗନବାଡ଼ି ବା ଏ.ଏନ.ଏମ. ଦିଦିଙ୍କ…

Read More

ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଂଘର ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ନୟାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ସଦାସର୍ବଦା ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ସଂଘର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। RPWD ଆଇନ ଓ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ଼ିବ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚ଼ିବଙ୍କୁ ସଂଘ ତରଫରୁ ବିନମ୍ର ଅନୁରୋଧ କରାଯାଇଥିଲା।ଏହି ବୈଠକରେ ରାଜ୍ୟ ପଥପ୍ରଦର୍ଶକ ଶ୍ରୀ ଆୟୁଷ୍ମାନ ଚୌଧୁରୀଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ମିଥୁନ ମଲିକ, ଉପସଭାପତି ଶୁଭସ୍ମିତା ମିଶ୍ର, ସମ୍ପାଦିକା ରଶ୍ମିତା ସାମନ୍ତରାୟ, ସଂଯୋଜକ ଶିବ ପ୍ରସାଦ…

Read More

ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ ଠାରେ ସ୍ୱାଧୀନତାର ଅମୃତ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ ଠାରେ ସ୍ୱାଧୀନତାର ଅମୃତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିଅର ଶିଶିର କୁମାର ନାୟକ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ମାଟି ଭାବେ ଥୁଆବାରୀ ସାରା ଭାରତ ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି ବୋଲି କହିଛନ୍ତି l ସେହିଭଳି ମୁଖ୍ୟବକ୍ତା ଭାବେ ଲେଖକ ତଥା ଗବେଷକ ଚନ୍ଦ୍ରବିଜୟୀ ମିଶ୍ର ଭାରତର ସ୍ୱାଧୀନତା ସଂଗ୍ରାମରେ ଥୁଆବାରୀର ଯେଉଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ତାହା ସ୍ବର୍ଣ୍ଣକ୍ଷରରେ ଲିପିବଦ୍ଧ ରହିବ ବୋଲି ମତ ରଖିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ,ସାମ୍ବାଦିକ ଧନେଶ୍ୱର ସାହୁ, ଥୁଆବାରୀ ଗ୍ରାମର…

Read More

ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବାକୁ ଟାଟା ପାୱାର କମ୍ପାନୀକୁ ଜିଲ୍ଲା କଂଗ୍ରେସର ଚେତାବନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ପ୍ରମୁଖ ଉତ୍ତପ୍ତ ସହର ନୟାଗଡ ସହର ସମେତ ଜିଲ୍ଲାବ୍ୟାପି ଟାଟା ପାୱାର କମ୍ପାନୀର ମନଇଛା ଅଘୋଷିତ ବିଦ୍ୟୁତକାଟକୁ ଦୃଢ଼ ପ୍ରତିବାଦ କରି ଜିଲ୍ଲା କଂଗ୍ରେସର ତିନିଜଣିଆ ପ୍ରତିନିଧି ଦଳ ଟାଟା ପାୱାର କମ୍ପାନୀ ଜିଲ୍ଲା ମୁଖ୍ୟ ପରିଚାଳକ ସନ୍ତୋଷ ମହାପାତ୍ରଙ୍କୁ ସାକ୍ଷାତ କରି ଅଘୋଷିତ ବିଦ୍ୟୁତକାଟକୁ ତୁରନ୍ତ ବନ୍ଦ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମ୍ପ୍ରତ୍ତି ନୟାଗଡ ଜିଲ୍ଲାରେ ୪୨ଡିଗ୍ରୀ ସେଲସିୟସ ଗ୍ରୀଷ୍ମପ୍ରବାହ ରେକର୍ଡ ଛୁଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଟାଟା ପାୱାର କର୍ତୃପକ୍ଷ ଦିନରାତି ବାରମ୍ବାର ଘଣ୍ଟାଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ କରି ବିଦ୍ୟୁତ ଉପୋଭୋକ୍ତାଙ୍କୁ ମାନସିକ ଶାରୀରିକ ନିର୍ଯାତନା ଦିଆଯାଉଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ମାରକପତ୍ରରେ କୁହାଯାଇଛି। ଅଘୋଷିତ ବିଦ୍ୟୁତକାଟର ଏହି ବେଆଇନ ପରମ୍ପରାକୁ ତୁରନ୍ତ ବନ୍ଦ କରି ସ୍ୱାଭାବିକ ବିଦ୍ୟୁତ ସେବା…

Read More