ନୟାଗଡ ଜିଲ୍ଲାକୁ ମନ୍ତ୍ରୀ ଶୂନ୍ୟ କରି ୧୨ଲକ୍ଷ ଜିଲ୍ଲାବାସୀଙ୍କ ଜନାଦେଶ ପ୍ରତି ବିଶ୍ୱାସଘାତ କରିଛନ୍ତି ନବୀନ ସରକାର

ନୟାଗଡ଼,(ନୟାଗଡ଼ ଦର୍ପଣ): ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତି କ୍ରମେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ ଚିନ୍ତନ ଶିବିର ସ୍ଥାନୀୟ ହୋଟେଲ ନୀଳମାଧଵ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଦିନିକିଆ ସଂକଳ୍ପ ଶିବିରରେ ଜିଲ୍ଲାକୁ ମନ୍ତ୍ରୀ ଶୂନ୍ୟ କରାଯାଇ ୧୨ ଜିଲ୍ଲାବାସୀଙ୍କ ପ୍ରତି ନବୀନ ସରକାର ବିଶ୍ୱାସଘାତ କରିଥିବା ଦଳ ପକ୍ଷରୁ କୁହାଯାଇଛି l ଏହି ଚିନ୍ତନ ଶିବିରରେ ଜିଲ୍ଲା ପର୍ଯ୍ୟବେକ୍ଷକ ବରିଷ୍ଠ ନେତା ମନୋରଞ୍ଜନ ଦାସ, ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ର, ପିସିସି ସମ୍ପାଦକ ହୁସେନ ଖାଁ, କନ୍ଧମାଳ ଜିଲ୍ଲା ସଭାପତି ଅନାମ ଚରଣ ନାୟକ, ବରିଷ୍ଠ ନେତା ସରୋଜ କୁମାର ପରିଡା, ରାଜୀବ ଗାନ୍ଧୀ ୟୁଥ…

Read More

ନୂଆ ସ୍ୱର ନିଆରା କଥା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, କବି, ସାହିତ୍ୟିକ, ଅଧ୍ୟାପକଙ୍କୁ ନେଇ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା, କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ନିଆରା ସାହିତ୍ୟ କାର୍ଯ୍ୟକ୍ରମ ନୂଆ ସ୍ୱର ନିଆରା କଥା। ଡିଭାଇନ୍ ଆବାସିକ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ବିଶିଷ୍ଟ ଗୀତିକବି ଗୀତିକଳ୍ପ ହରିଶ୍ ପ୍ରଧାନ, ନ୍ୟୁଜଲାଣ୍ଡରେ ରହୁଥିବା ଓଡ଼ିଆ କବି ପ୍ରିୟଦର୍ଶୀ ଚନ୍ଦନ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ଅଧ୍ୟାପକ ଗଣେଶ ମିଶ୍ର ଏବଂ କବୀ ସୈ।ଦାମିନୀ ସ୍ୱାଇଁ। ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ କହିପାରିନଥିବା କଥା ‘ ଶୀର୍ଷକ ଚିଠିଲେଖା ତଥା ରଜଗୀତ ପ୍ରତିଯୋଗିତା…

Read More

ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟସ୍ଥ ହାଉସିଂ ବୋର୍ଡ କଲୋନି ନିକଟରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି। ସଂସ୍ଥାନର ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ଗତକାଲି ନୟାଗଡ଼ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। କରୋନାର ଦୁଇ ବର୍ଷ ତାଡନା ପରେ ବିଦ୍ଯାଳୟ ଖୋଲିଲା। ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟକୁ ଆସି ପ୍ରତ୍ଯେକ୍ଷ ଭାବେ ଶ୍ରେଣୀ ଶିକ୍ଷାଦାନ ପାଇଲେ।ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ନିଶ୍ଚିତ ଭାବେ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ କିଛି ନୂଆ ଦିଶା ଦେଖାଇବ ବୋଲି ମୁଖ୍ଯ ଅତିଥି କହିବା ସହିତ ଗୁରୁଜୀ ଗୁରୁମା ମାନେ…

Read More

ୟୁନିଟେକ ମହାବିଦ୍ୟାଳୟ ଓ ରୋଟାରୀ କ୍ଲବ ନୟାଗଡ଼ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ କଲେଜ ରୋଡସ୍ଥିତ ୟୁନିଟେକ ମହାବିଦ୍ୟାଳୟ ପରିସରରେ କୋଭିଡ୍ ନିୟମ ପାଳନ କରି ୟୁନିଟେକ ମହାବିଦ୍ୟାଳୟର ଚେୟାରମ୍ୟାନ ପ୍ରଦୀପ କୁମାର ପ୍ରୁଷ୍ଟି ଓ ରୋଟାରୀ କ୍ଳବ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ମହାସମାରୋହରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏହି ରକ୍ତ ଦାନ ଶିବିରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁସଂଖ୍ଯା ରେ ଯୋଗଦେଇ ରକ୍ତ ଦାନ କରିଥିଲେ। “ରକ୍ତ ଦାନ ଜୀବନ ଦାନ,ରକ୍ତ ଦାନ ମହା ପୂଣ୍ୟ ” ଏହି ଉକ୍ତିକୁ ଅନୁଭବ କରି ମହାବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ରକ୍ତ ଦାନ କରିଥିଲାବେଳେ ୨୦ ଜଣ ଛାତ୍ରଛାତ୍ରୀ ସ୍ବୟଂସେବକ ଭାବେ ସହଯୋଗ କରିଥିଲେ।ରକ୍ତ ଦାତା ମାନଙ୍କୁ ଜଳଖିଆ,ଥଣ୍ଡାପାନୀୟ ଦେବା ସହିତ ସାର୍ଟିଫିକେଟ ଓ ସ୍ବାମୀ ବିବେକାନନ୍ଦଙ୍କ ରଚିତ ସତସାହିତ୍ଯ ପୁସ୍ତକ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କରାଯାଇଥିଲା।ଏହି…

Read More

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ “ଶିବାଜୀ ପଟ୍ଟନାୟକ ଏକ୍ସପ୍ରେସ” ନାମରେ ନାମିତ କରାଯାଉ

ଖୋର୍ଦ୍ଧା – ବଲାଙ୍ଗୀର ରେଳପଥକୁ“ଶିବାଜୀ ପଟ୍ଟନାୟକ ଏକ୍ସପ୍ରେସ” ନାମରେ ନାମିତ ହେଉ –ଏ ହେଉଛି ମାଟିର ସ୍ବର ସଂଗଠନର ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲାର ସାମାଜିକ ସଂଗଠନ “ମାଟିର ସ୍ବର” ତରଫରୁ ମାଟିର ମଣିଷ ସର୍ବହରା ଖଟିଖିଆ ମୂଲିଆ ଚାଷୀ ଶ୍ରମିକ ସାଥୀ ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ ସଭା ଓ ଶ୍ରଦ୍ଧାଞ୍ଜଳି କବିତା ପାଠୋତ୍ସବ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ଯ ଅତିଥି ଭାବେ ସାମ୍ଯବାଦୀ ନେତା ତଥା ନାଟ୍ୟକାର ବିଶ୍ବନାଥ ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେ ବରିଷ୍ଠ ଓକିଲ ସାମ୍ଯବାଦୀ ନେତା ଶରତ ଚନ୍ଦ୍ର ବେହେରା ମହୋଦୟ ଯୋଗଦାନ କରି ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ଶିବାଜୀ ପଟ୍ଟନାୟକଙ୍କ ଜଣେ ବ୍ୟକ୍ତି ନଥିଲେ…

Read More

ଦଶପଲ୍ଲା ପ୍ରେସ କ୍ଲବର ୧୧ତମ ବାର୍ଷିକ ଉତ୍ସବ ସହ ନବନିର୍ମିତ ‘ସାମ୍ବାଦିକ ଭବନ’ ଉଦଘାଟିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପ୍ରେସ କ୍ଲବର ନବନିର୍ମିତ ‘ସାମ୍ବାଦିକ ଭବନ’ର ଉଦଘାଟନ ତଥା ପ୍ରେସ କ୍ଲବର ୧୧ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ବିଭୁତି ଭୂଷଣ କର, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ଦଶପଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବହୁ ସଂଖ୍ୟାରେ ସାମ୍ବାଦିକ ବନ୍ଧୁମାନେ…

Read More

ଶିବାଜୀ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବାମପନ୍ଥୀ ନେତା, ଭାଗଚାଷୀ ଆନ୍ଦୋଳନର ପ୍ରମୁଖ ସୂତ୍ରଧର, ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପର ପ୍ରମୁଖ ବିନ୍ଧାଣି ଶିବାଜୀ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ମଙ୍ଗଳବାର ଅପରାହ୍ନରେ କେସିକ୍ଲବର କମୁନିଟି ହଲରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ନୟାଗଡ଼ର ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ କମ୍ରେଡ ବିଶ୍ୱନାଥ ମହାପାତ୍ର, ଡ଼. ବିଜୟ ଚୌଧୁରୀ, ବର୍ଷିଆନ ସାମ୍ବାଦିକ ଏସ. ଏ. ମନାନ, ଆଇନଜୀବୀ ରଣଜିତ ଦାଶ, ଅମୀୟ ପଟ୍ଟନାୟକ, ଶିକ୍ଷାବିତ ଏମ. ଆଉରଙ୍ଗଜେବ, ନିରଞ୍ଜନ ମିଶ୍ର, କବି ଗୋପୀନାଥ ସେଠୀ, କାଉନସିଲର କିଷାନ ଦାସ, ସନ୍ତୋଷ ପ୍ରଧାନ, ସମାଜସେବୀ ପ୍ରଦୀପ ସାହୁ, ଶିବରାମ ମହାପାତ୍ର ପ୍ରମୁଖ ଶିବାଜୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ…

Read More

ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଦୁର୍ଯୋଧନ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ଜିଲ୍ଲା ସଂଘକୁ ସୁସଙ୍ଗଠିତ କରିବା ଉଦ୍ଦେଶ୍ୟରେ ସଭ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସହିତ ଅନୁବନ୍ଧିତ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୨୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୫ଜଣ ଲେଖାଏଁ ପ୍ରତିନିଧିଙ୍କ ଏକ ବୈଠକ ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ସମ୍ମିଳନୀ କକ୍ଷରେ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଛି । ସଙ୍ଘକୁ ବରିଷ୍ଠମାନେ କାର୍ଯ୍ୟକ୍ଷମ ଏବଂ ସୁସଙ୍ଗଠିତ…

Read More

ବଳରାମ ଯୋଜନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ରଚାଷୀମାନଙ୍କ ମିଳିତ ଚାଷ ନିମନ୍ତେ ଉଦ୍ଦିଷ୍ଟ ବଳରାମ ଯୋଜନାର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ବଳରାମ ଯୋଜନାରେ ସର୍ବନିମ୍ନ ୪ଜଣରୁ ସର୍ବାଧିକ ୧୦ଜଣ ଭୂମିହୀନ ଭାଗଚାଷୀ ମିଳିତ ଭାବେ ବ୍ୟାଙ୍କରୁ ୫୦ହଜାର ଟଙ୍କା ଠାରୁ ୧ଲକ୍ଷ ୬୦ହଜାର ଟଙ୍କା ପର୍ଯ୍ୟନ୍ତ (ଚାଷଜମି ଅନୁପାତରେ)ବର୍ଷିକିୟା ଫସଲ ପାଇଁ କୃଷିଋଣ ନେଇ ଏହାକୁ ପରିଷୋଧ କରିବେ । ଏହି ଋଣ ଠିକ୍ ସମୟରେ ପରିଷୋଧ କଲେ ୫୦,୦୦୦ଟଙ୍କା ଠାରୁ ଅଧିକ ଋଣ ଉପରେ ୩ ପ୍ରତିଶତ ହାରରେ ସୁଧ ଲାଗିବ ଏବଂ ୫୦୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କୌଣସି ସୁଧ ପଡ଼ିବ ନାହିଁ।…

Read More

ବେଟି ବଚାଓ, ବେଟି ପଢ଼ାଓ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): “ବେଟି ବଚାଓ, ବେଟି ପଢ଼ାଓ” (ଶିଶୁ ପାଇଁ ଦିନଟିଏ) କାର୍ଯ୍ୟକ୍ରମ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. ଟୁଡ଼ୁ ଉପସ୍ଥିତ ସମସ୍ତ ପଦାଧିକାରୀଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକର ସୂଚୀ ଅନୁଯାୟୀ ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାଲ୍ୟ ବିବାହ ବନ୍ଦ ଓ ତାହାର ସଫଳ ରୂପାୟନ ନିମନ୍ତେ ସଂପୃକ୍ତ ସମସ୍ତ ବିଭାଗର ମିଳିତ ସହଯୋଗରେ ଏକ ଯୋଜନା ପ୍ରସ୍ତୁତି ନିମନ୍ତେ ନିଷ୍ପତି ହୋଇଥିଲା । ବିଦ୍ୟାଳୟସ୍ତରରେ ପାଠ ଛାଡୁଥିବା କିଶୋରୀମାନଙ୍କ (୧୦ ରୁ ୧୮ବର୍ଷ) ଉପରେ ସ୍ଵତନ୍ତ୍ର ନଜର ରଖିବା ପାଇଁ ଅଂଚଳର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସଜାଗ ରହିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ବ…

Read More