ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲାସ୍ତରୀୟ ସଚେତନତା ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. ମକରନ୍ଦ ବେଉରା ମୁଖ୍ୟ ଅତିଥିଭାବେ ଯୋଗଦେଇ ନିୟମିତ ପାଣିର ପରୀକ୍ଷା, ଜଳଜନିତ ସୃଷ୍ଟି ହେଉଥିବା ରୋଗ, ତାହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବୁଝାଇଥିଲେ । ଫ୍ଲୋରୋସିସ ସୃଷ୍ଟି କରୁଥିବା ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ସ୍ଥାୟୀ ପରିବର୍ତ୍ତନ ଘଟିବା ପରେ ଫ୍ଲୋରୋସିସ ଚିକିତ୍ସା କରିବା କଷ୍ଟସାଧ୍ୟ ଅଟେ । ଏଥି ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥୁଲେ । ଫ୍ଲୋରୋସିସ ରୋଗର ନିରାକରଣ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି ଏହି ସଭାର ଉଦ୍ଦେଶ୍ୟ ବୋଲି ଡାଃ ମକରନ୍ଦ ବେଉରା ପ୍ରକାଶ କରିଥିଲେ…

Read More

ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଆଲୋକିତ ହେବ ସମଗ୍ର ସହର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଓଡ଼ିଶା ଦିବସ ଓ ନୟାଗଡ଼ ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ମହାନଦୀ ବନ୍ୟାପ୍ରାଣୀ ଡିଭିଜନ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନୟାଗଡ଼ ଖେଳପଡ଼ିଆରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି…

Read More

ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଚିଠି ଲେଖିଲେ ବିଧାୟକ ଡ଼ଃ. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ନୟାଗଡ଼ ଜିଲ୍ଲାର ଅନେକ ବାସିନ୍ଦା ନିକଟସ୍ଥ ବାଲେଶ୍ବର, ଭଦ୍ରକ ଓ କଟକ ଜିଲ୍ଲାରେ ବସବାସ କରୁଛନ୍ତି। ସେମାନେ ନୟାଗଡ଼କୁ ଆସୁଥିବା ଟ୍ରେନର ସଦ୍ ବ୍ୟବହାର କରି ପାରୁନାହାନ୍ତି। ଆର୍ଥିକ ଓ ସାମାଜିକ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଡ.ସାହୁ ଦାବି କରିଛନ୍ତି । ନୟାଗଡ଼ ବାସୀଙ୍କ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳର ନିହାତି ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ନୟାଗଡ଼ର ଅନେକ ବାସିନ୍ଦା ଟ୍ରେନ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି । ନୟାଗଡ଼ରୁ ଭଦ୍ରକ ଟ୍ରେନ…

Read More

ଜିଲ୍ଲା ପିଏନଡିଟି ପରାମର୍ଶ ସମିତି ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ପରାମର୍ଶ ସମିତି ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଗଲା । ପ୍ରଥମ ତ୍ରୈମାସିକରେ ଗର୍ଭଧାରଣର ପଞ୍ଜୀକରଣର ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ନୟାଗଡ଼ ସଦର, ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ବ୍ଲକରେ ଆଣ୍ଟେନାଟାଲ୍ ଚେକ୍ଅପର ସଠିକ ଭାବେ ରିପୋର୍ଟ୍ ହେଉ ନ ଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିପାଇଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ସଠିକ ପଦକ୍ଷେପ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସିଡିପିଓମାନେ ତତ୍ପର ହେବାପାଇଁ କହିଥିଲେ । ଆମ ହସ୍ପିଟାଲରେ ସାମିଲ ହୋଇଥିବା ଦଶପଲ୍ଲା ସରକାରୀ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ପାଇଁ ଆବଶ୍ୟକ…

Read More

ଆର.ବି.ଆଇ ଲୋକପାଳ ଅଫିସ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ଦ୍ବାରା ନୟାଗଡ଼ରେ ବ୍ୟାଙ୍କ ଗ୍ରାହକମାନଙ୍କ ସଚେତନତା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଲୋକପାଳ ପଙ୍କଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ନାୟକ ତାଙ୍କ ରିଜର୍ଭ ବ୍ୟାଙ୍କ ସମନ୍ବିତ ଲୋକପାଳ ଯୋଜନା (ଇଣ୍ଟିଗ୍ରେଟେଡ୍ ଓମୁନ୍ସମ୍ୟାନ୍ ସ୍କିମ୍), ୨୦୨୧ ଉପରେ ଆଲୋଚନା କରି ସ୍ପଷ୍ଟ କରିଛନ୍ତି ଯେ, ଏହି ସ୍କିମ୍ ହେଉଛି ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଆରବିଆଇ ଦ୍ବାରା ସ୍ଥାପିତ ଏକ ବିକଳ୍ପ ଅଭିଯୋଗ ସମାଧାନ ପ୍ରଣାଳୀ। ଶ୍ରୀ ନାୟକ କହିଲେ ଯେ ବ୍ୟାଙ୍କ, ଏନବିଏଫସି ଏବଂ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ସଂସ୍ଥାମାନଙ୍କର ଗ୍ରାହକଙ୍କର ଉକ୍ତ ସଂସ୍ଥା ଦ୍ବାରା ପ୍ରଦତ୍ତ ସେବାରେ ଅଭାବ ଜନିତ ଯଦି କୌଣସି ଅଭିଯୋଗ ଥାଏ, ତେବେ ଗ୍ରାହକ…

Read More

ନୟାଗଡ଼ରେ ଗଢ଼ି ଉଠିଥିବା ‘ସିଭିଲ ସୋସାଇଟ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମଧ୍ୟରେ ଥିବା ନୀଳମାଧବକଲ୍ୟାଣ ମଣ୍ଡପ ଠାରେ ସିଭିଲ ସୋସାଇଟର ବାର୍ଷିକ ଉତ୍ସବ ଅନୁଷ୍ଠିତହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷକିଶୋର ଚନ୍ଦ୍ର ସାହୁ, ସିଭିଲ ସୋସାଇଟର ସଭାପତି ଗୋଦାବରୀ ସାହୁ ଓସଂପାଦକ ଧନେଶ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ସମାଜସେବୀ ଭଗବତୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେସଭାପତି ଗୋଦାବରୀ ସାହୁ ସିଭିଲ ସୋସାଇଟର ମୁଖ୍ୟ ଉଦ୍ଦେଶ୍ୟ ଉପରେଆଲୋକପାତ କରିଥିଲେ । ନୟାଗଡ଼ ସିଭିଲ ସୋସାଇଟ ନୟାଗଡ଼ ଜନ ସାଧାରଣଙ୍କ ସେବାରେ ଉତ୍ସର୍ଗିକୃତ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ରେ…

Read More

ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ, ୯୬୩ଗୋଟି ମାମଲାର ଫଇସଲା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଆଇନ ସେବା ପ୍ରାଧ୍ୟାକାରଣଙ୍କ ନିର୍ଦ୍ଦେଶମତେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ରୂପଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୯୬୩ଗୋଟି ମାମଲାର ଆପୋଷ ସମାଧାନ ଦ୍ବାରା ଫଇସଲା ହୋଇପାରିଛି । ଏଥରେ ୮ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭,୨୦,୦୦୦/- ଟଙ୍କା ହିତାଧ୍ୟାକାରୀଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ୯୪୯ ଗୋଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୦,୪୪,୬୨୯/- ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୫ ଗୋଟି ଜମି ଅଧିଗ୍ରହଣ ଜନିତମାମଲା, ୧ ଗୋଟି ବିବାହଜନିତ ମାମଲା…

Read More

ମନ୍ଦିର ପୂଜକଙ୍କୁ ନେଇ ବାଲ୍ୟବିବାହ ପ୍ରତିରୋଧ ଉପରେ ସଚେତନତା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ନୟାଗଡରେ ଥିବା ସମସ୍ତ ପୂଜକମାନଙ୍କୁ ନେଇ ଏକ ବାଲ୍ୟବିବାହ ପ୍ରତିରୋଧ ସଚେତନତା ଶିବିର ଉପଜିଲ୍ଲାପାଳ ନୟାଗଡ ଶକ୍ତିକାନ୍ତ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମ୍ମାନନୀୟ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନୟାଗଡରେ ବାଲ୍ୟବିବାହର ମାତ୍ରା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ ଏବଂ ବାଲ୍ୟ ବିବାହ ନିଷେଧ ଅଧିନିୟମ  ୨୦୦୬ ନିୟମର ଉଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଥିବା ସମସ୍ତ ମନ୍ଦିରର ପୂଜକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସଚେତନା ଶିବିରରେ ପ୍ରତ୍ୟେକ ମନ୍ଦିରରୁ ପୂଜକ, ବଜା ବାଲା, ଟେଣ୍ଟହାଉସର ମାଲିକ ମାନେ ଯୋଗ ଦେବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏବଂ, ବାଲ୍ୟ ବିବାହ ବିରୋଧରେ ସ୍ବର ଉତ୍ତୋଳନ…

Read More

ବ୍ୟାଙ୍କ କର୍ତ୍ତୃପକ୍ଷ ନଶୁଣିବାରୁ ରାତି ସାରା ବ୍ୟାଙ୍କ ଆଗରେ ବାପା ପୁଅଙ୍କ ଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆକାଉଣ୍ଟ ରୁ ୪୦ ଲକ୍ଷ ଟଙ୍କା ଗାଏବ, ବ୍ୟାଙ୍କ କର୍ତ୍ତୃପକ୍ଷ ନଶୁଣିବାରୁ ରାତି ସାରା ବ୍ୟାଙ୍କ ଆଗରେ ବାପା ପୁଅଙ୍କ ଧାରଣା ! ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି ନୟାଗଡ଼ରେ। ଜଣେ ବୃଦ୍ଧଙ୍କ ଠାରୁ ପାଠ ନପଢ଼ିବାର ସୁଯୋଗ ନେଇ କିଛି ଯୁବକ ୪୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମର ବୃଦ୍ଧ ରଜନୀ ପ୍ରଧାନ । ନୟାଗଡ଼ ବ୍ଳକ ମୁକ୍ତାପୁରରେ ନିର୍ମାଣ ଚାଲିଥିବା ବାଇପାସ କାମ ପାଇଁ ଦଶପଲ୍ଲାର ବୃଦ୍ଧ ରଜନୀ ପ୍ରଧାନଙ୍କର ୨୫ଡିସିମିଲ ଜାଗା ଯାଇଥିଲା। ଏଥି ନିମନ୍ତେ ତାଙ୍କୁ ୪୦ଲକ୍ଷ ଟଙ୍କା ମିଳିଥିଲା । ଉକ୍ତ ଟଙ୍କା ଆଇଡିବିଆଇ ବ୍ୟାଙ୍କରେ ଡିପୋଜିଟ ହୋଇଥିଲା । ଏହି ଟଙ୍କାକୁ ଜାଲିଆତି କରି ମୁକ୍ତାପୁର ଗ୍ରାମର ୩ଜଣ ନେଇ ଯାଇଥିବା ଅଭିଯୋଗ ହୋଇଛି…

Read More

ଶୁଭେଚ୍ଛା ଏନସିସି ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମହାବିଦ୍ୟାଳୟର, ସଂସ୍କୃତ ବିଭାଗର ଛାତ୍ରୀ ତଥା NCC ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ ଡାକୁଆ ସାଧାରଣତନ୍ତ୍ର ଦିବସ ଶିବିର(2023), ନୂଆଦିଲ୍ଲୀରେ ସଫଳତାପୂର୍ବକ ଭାଗନେଇ ଜିଲ୍ଲା ତଥା ରଜ୍ୟପାଇଁ ଗୌରବ ଆଣିଥିବାରୁ ଆଜି ନୟାଗଡ଼ ଜିଲ୍ଲପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦିପ୍ତି ହେଉଛନ୍ତି ନୟାଗଡ଼ ଅନ୍ତର୍ଗତ ବାଲୁଗାଁର ଶ୍ରୀ କୃଷ୍ଣଚନ୍ଦ୍ର ଡାକୁଆ ଓ ଶ୍ରୀମତୀ ଟୁନୀ ଡାକୁଆଙ୍କ ଝିଅ। ଏହି ଅବସରରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ, 1(O) girls’ BN, NCC, Bhubaneswar ର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣଲ୍ ବିକାଶ ମଣ୍ଡଳ, ଆଡାମ୍ ଅଫିସର୍ ସୀମା ଜୈଶ୍ୱାଲ୍ , ଏ.ଏନ୍.ଓ ଲେଫ୍ଟନାଣ୍ଟ ବିନ୍ଦୁଲତା ଷଣ୍ଢ, ବାପା, ମା ଏବଂ ବାଟାଲିୟନର ପ୍ରଶିକ୍ଷକମାନଙ୍କୁ  କୃତଜ୍ଞତା ଜ୍ଞାପନ କରିଛନ୍ତି।

Read More