ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ସଦଭାବନା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଚଳିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ କାର୍ଯ୍ୟକ୍ରମ ଚାଲିବ। ଭୋଟରମାନେ ନିଜ ନିଜର ତଥ୍ୟ ଯୋଗ କରିବା ପାଇଁ ଫର୍ମ ସଂଖ୍ୟା ୬, ବାଦ ଦେବା ପାଇଁ ଫର୍ମ ସଂଖ୍ୟା ୭ ଏବଂ ସଂଶୋଧନ କରିବା ପାଇଁ ଫର୍ମ ସଂଖ୍ୟା ୮ ମାଧ୍ୟମରେ ଆବେଦନ କରିବାକୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡା. ଟୁଡୁ ସୂଚନା ଦେଇଛନ୍ତି । ଭୋଟରମାନଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ ସଂଖ୍ୟା ୮(କ) ମାଧ୍ୟମରେ ଆବେଦନ କରିବାକୁ କୁହାଯାଇଛି । ଏହା ବାଦ ଭୋଟରମାନେ…

Read More

ଗାନ୍ଧିବାଦୀ ପଦ୍ମଶ୍ରୀ ଏସ. ଏନ ସୁବାରାଓଙ୍କ ଉଦେଶ୍ୟରେ ସ୍ମୃତିସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଏସ, ଏନ ସୁବାରାଓଙ୍କ ସ୍ମୃତିରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀମୂର୍ତ୍ତି ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପଦ୍ମଶ୍ରୀ ସୁବାରାଓଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମାଜସେବୀ ଦାମୋଦର ସାହୁ, ଅରୁଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ସମାଜ ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ ଦାଶ, ୟୁଥଫର ଆକ୍ସନ ଜିଲ୍ଲା ସଭାପତି ପରମେଶ୍ୱର ସାହୁ, ସମଜସେବୀ ସଞ୍ଜୟ ନାୟକ, ତାପସ ରଞ୍ଜନ ମାର୍ଥା, ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର, ଅନନ୍ୟା ଫାଉଣ୍ଡେସନ ଅଧକ୍ଷ ଆଶୁତୋଷ ଦାସ , ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି…

Read More

ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଚଳିତ ବର୍ଷର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡା. ପୋମା ଟୁଡୁ କହିଲେ ଯେ, ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ବେଳେ ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ପ୍ରସଙ୍ଗ ଗୁରୁତ୍ୱ ବହନ କରେ । ଯେଉଁ ସତ୍ୟ, ଅହିଂସା ବଳରେ ଆମେ ସ୍ୱାଧୀନତା ଲାଭ କଲେ ଓ ପ୍ରଗତି ପଥରେ ଅଗ୍ରସର ହେଉଛେ, ସେହି ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ଆଦର୍ଶ ଆମକୁ ଆହୁରି ଆଗକୁ ଯିବାକୁ ପ୍ରେରଣା ଦେବ । କିନ୍ତୁ ପ୍ରଗତି ସାମନାରେ ଦୁର୍ନୀତି ଏକ ପ୍ରତିରୋଧକ ଅଟେ । ଦୁର୍ନୀତି ଭଳି ପଥରୋଧକକୁ ହଟାଇବା ସହ ମୂଳୋତ୍ପାଟନ କରିପାରିଲେ ରାଜ୍ୟ ତଥା ଦେଶର…

Read More

ଦୁର୍ଦ୍ଦାନ୍ତ ଅପରାଧୀକୁ ଧରି ଛେଚିଲେ ଏବଂ ପୁଲିସ ଜିମା ଦେଲେ ଗ୍ରାମବାସୀ

ବିକାଶକୁ ଖୋଜିବାର ଅଭିନୟ କରୁଥିଲା ଦଶପଲ୍ଲା ପୋଲିସ ଦଶପଲ୍ଲା/ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୋଲିସର ମୋଷ୍ଟ ୱାଣ୍ଟେଡ ଡକାୟତ ବିକାଶ ବେହେରାକୁ ମଧ୍ୟଖଣ୍ଡ ଗ୍ରାମବାସୀ ଧରି ଦଶପଲ୍ଲା ପୁଲିସକୁ ଜିମା ଦେଇଛନ୍ତି । ଦଶପଲ୍ଲା ଥାନା ଅଧିନସ୍ତ ମଧ୍ୟଖଣ୍ଡ ମହାନ୍ତିପଲ୍ଲୀ ଗ୍ରାମର ବିକାଶ ବେହେରାକୁ ଗତକାଲି ପୁଲିସ ଧରିବାରେ ସଫଳ ହୋଇଛି । ବିକାଶ ତା ଅପରାଧିକ କାର୍ଯ୍ୟକ୍ରମ ମଧ୍ୟଖଣ୍ଡରୁ ଆରମ୍ଭ କରି ବିଭିନ୍ନ ଜିଳ୍ଲାରେ ସେ କାୟା ବିସ୍ତାର କରିଥିଲା ଏପରିକି କନ୍ଧମାଳ, ଖୋର୍ଦ୍ଧା, ପୁରୀ, ତମାଣ୍ଡୋ, ଜଙ୍କିଆ ଓ ଅନୁଗୁଳ ଆଦି ଅଞ୍ଚଳରେ ତା ନେଟୱର୍କ କାମ କରୁଥିଲା। ୨୦୧୯ ମସିହା ଅଗଷ୍ଟ ୩୦ ତାରିଖ ଦିନ ମହାନ୍ତିପଲ୍ଲୀ ଗ୍ରାମରେ ପଞ୍ଚାୟତ ତରଫରୁ ଅନୁଷ୍ଠିତ ପଲ୍ଲୀସଭାରେ ଭିଏଲଡବ୍ଲ୍ୟୁ ମୁରଲିଧର ବାରିକ ଉପରକୁ ୨ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇ ଯାଇଥିଲା ।…

Read More

କନ୍ୟାଭୃଣ ହତ୍ୟା ଓ ବାଲ୍ୟବିବାହ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରୟାସ

ଗଢ଼ାହେବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ କନ୍ୟା ଭୃଣ ହତ୍ୟା ନିବାରଣ ଓ ବାଲ୍ୟ ବିବାହ ରୋକିବା ପାଇଁ ଟାସ୍କଫୋର୍ସ ଢାଂଚାରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠିତ ହେବ । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ବିଶେଷକରି ଗ୍ରାମାଂଚଳରେ ଝିଅମାନେ ସଅଳ ବିବାହ କରୁଥିବା କଥାକୁ ରୋକିବା ସହ ଝିଅମାନଙ୍କ ଉଚ୍ଚଶିକ୍ଷା ଓ ସ୍ୱାବଲମ୍ବୀ ହେବା ନିମନ୍ତେ ସଚେତନତା ସୃଷ୍ଟି କରିବେ । ଏହା ସହ କନ୍ୟା ଭୃଣହତ୍ୟା ପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଗ୍ରାଧିକାର ଦିଆଯିବ । ଏ ସଂକ୍ରାନ୍ତରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଆହୁତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିଷ୍ପତି ନିଆଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକର ସୂଚନା ଅନୁସାରେ କନ୍ୟା ଭୃଣହତ୍ୟା…

Read More

ନୟାଗଡ଼ ସହରରୁ ପୁଣି ଜବରଦଖଲ ଉଚ୍ଛେଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରୁ ପୁଣି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ନୟାଗଡ଼ ସହରରେ ରାସ୍ତା ପାର୍ଶ୍ବରେ ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନ ଉପରେ ଆଜି ପଡ଼ିଛି ଜେସିବି ପାହାର । ପୌର ପରିଷଦ ପକ୍ଷରୁ ଜେସିବି ଲଗାଇ ଦୋକାନ ସାମ୍ନାରୁ ଜବର ଦଖଲ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିସହିତ ଉଠାଦୋକାନ ଗୁଡ଼ିକ ମଧ୍ୟ ହଟା ଯାଇଛି । ପୌର ପରିଷଦ କାର୍ଯ୍ୟାଳୟ ଠାରୁ ନୟାଗଡ଼ କଲେଜ ରାସ୍ତା ପର୍ଯ୍ୟନ୍ତ ଜବରଦଖଲ ମୁକ୍ତି ଅଭିଯାନ ଆରମ୍ଭ କରାଯାଇଛି । ପୌର ପରିଷଦ କର୍ମଚାରୀ ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ରହି ଜବରଦଖଲ ମୁକ୍ତ କରୁଥିବା ଦେଖିବାକୁ ମିଳିଛି ।

Read More

ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶରଣକୁଳ ଅଡିଟୋରିୟମ ଗୃହରେ ସମସ୍ତ ପୁରାତନ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ। ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଏମ. ଦିନବନ୍ଧୁ ମହାପାତ୍ର, ରାମକୃଷ୍ଣ ପରିଡ଼ା ଅତିଥି ଭାବେ ଯୋଗଦେଇଥିବା ବେଳେ ଆଠଟି ବ୍ଳକର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧି ଏବଂ ଓଡ଼ଗାଁ ବ୍ଳକର ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ସମନ୍ୱୟ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନାୟକ, ଏକ୍ସ କ୍ୟାଡ଼ର ସଭାପତି ଜୟକୃଷ୍ଣ ପ୍ରଧାନ, ସମ୍ପାଦକ ଜଗନ୍ନାଥ ବାରିକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତିରଞ୍ଜନ ଦାଶ ଏବଂ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର…

Read More

କଣ୍ଟିଲୋରେ ସ୍ଵସ୍ଥ ଭାରତ ମିଶନ ଅଭିଯାନର ଉଦଘାଟନ ସହିତ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟିଲୋ,(ନୟାଗଡ଼ ଦର୍ପଣ): କଣ୍ଟିଲୋ ସ୍ଥିତ ନୀଳମାଧବ ମହାବିଦ୍ୟାଳୟ ଠାରେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଓ  ଦେଶରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଫିଟ୍ଇଣ୍ଡିଆ ଫ୍ରୀଡମ ରନର ଉଦଯାପନୀ ଏବଂ ସ୍ଵଚ୍ଛ ଭାରତ ମିଶନ ଅଭିଯାନର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳମାଧବ ମହାବିଦ୍ୟାଳୟର ଏନ୍.ସି.ସି., ଏନ.ଏସ. ଏସ., ୱାଇ. ଆର.ସି ୟୁନିଟ ଏବଂ ନୟାଗଡ଼ ନେହେରୁ ଯୁବକେନ୍ଦ୍ରର ୭୦ ଜଣ ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ନେହେରୁ ଯୁବକେନ୍ଦ୍ରେର ଜିଲ୍ଲା ଯୁବ ଅଧିକାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୀଳମାଧବ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଇଶ୍ୱରଚନ୍ଦ୍ର ଦାସଙ୍କ ସମେତ  ସମାଜ ବିଜ୍ଞାନ ଅଧ୍ୟାପକ ଦୀନବନ୍ଧୁ ସାହୁ, ବରିଷ୍ଠ କିରାଣି ଲକ୍ଷ୍ମୀଧର ଚିନାରା ଓ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ହୃଷିକେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ…

Read More

ରୋଟାରୀ କ୍ଲବର ଡିଫିଟ୍ ଡାଇବେଟିସ କାର୍ଯ୍ୟକ୍ରମ

ଖଣ୍ଡପଡ଼ା,(୨୯/୦୯): ନୟାଗଡ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଡାଇବେଟିସ ପରୀକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ ଖଣ୍ଡପଡା ବ୍ଲକ ସ୍ଥିତ ଶିଖରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୧୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ଡାଇବେଟିସ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଆୟୋଜନ କରିବାର ଲକ୍ଷ ରହିଛି ବୋଲି ନୟାଗଡ଼ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକ ସୁଚନା ଦେଇଛନ୍ତି। ଏ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୋଟାରୀ କ୍ଲବ ସଂପାଦକ ମିହିର ରଞ୍ଜନ ନାୟକ, ରୋଟାରୀ କ୍ଲବର ସଦସ୍ୟ ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରବିର ପୃଷ୍ଟି, ବାସୁଦେବ ସାହୁ, ଆଦିତ୍ୟ ମିଶ୍ର ଏବଂ ଆର.ସି.ସି. ଶିଖରପୁରର ସଭାପତି, ସଂପାଦକ ଓ ସଦସ୍ୟମାନେ । ରୋଟାରୀ କ୍ଲବର ଏପରି ସେବା କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀମାନେ ଭୁୟସୀ ପ୍ରଶଂସା କରିଥିଲେ ।

Read More

ମାଛ ଚାଷ ତାଲିମ ଶିବିର ଉଦଘାଟିତ

ନୟାଗଡ,(୨୮/୦୯): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତ ତାଲିମ ପ୍ରତିଷ୍ଠାନ, ନୟାଗଡ ତରଫରୁ ଜିଲ୍ଲାର ୨୫ ଜଣ ତାଲିମାର୍ଥୀଙ୍କୁ ନେଇ ୧୦ଦିନ ଧରି ହେବାକୁ ଥିବା ମାଛ ଚାଷ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୁବକ ଓ ମହିଳା ତାଲିମାର୍ଥୀ ଯୋଗଦାନ କରିଥିଲେ । ତାଲିମର ଉଦଘାଟନ ଦିବସରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଡ. ସୁରେନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନତି ଭିତ୍ତିକ ଯୋଜନା ବିଷୟରେ ଅବଗତ କରାଇଥିଲେ । ଜିଲ୍ଲାରେ ମାଛ ଚାଷକୁ ଏକ ବ୍ୟବସାୟ ଭିତିକ ଚାଷ ହିସାବରେ ଅପଣାଇ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ ଉତ୍ପାଦନ ହାରକୁ ବହୁଳମାତ୍ରାରେ ବୃଦ୍ଧି କରାଯାଇ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଜିଲ୍ଲାରୁ ବେରୋଜଗାରୀ ସମସ୍ୟା ଦୂର ହୋଇପାରିବ…

Read More