ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ବରିଷ୍ଟ ନାଗରିକ ମଞ୍ଚ ପ୍ରାୟୋଜିତ କାଳିଆଦର୍ଶନ ଯାତ୍ରାରେ ୧୦୮ଜଣ ବରିଷ୍ଠ ନାଗରିକ ଆଜି ସକାଳୁ ରେଳରେ ପୁରୀ ଯାତ୍ରା କରିଛନ୍ତି। ପୁରୀରେ ପହଂଚି ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଅବଢ଼ା ସେବନ ଏବଂ ସମୁଦ୍ରକୂଳରେ ଏକ ସ୍ୱତନ୍ତ୍ର ବୈଠକରେ ଯୋଗଦେବେ। ରାଜ୍ୟ ମହାସଂଘ ସାଧାରଣ ସମ୍ପାଦକ ଏବଂ ପୁରୀ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତା ଉକ୍ତ ବୈଠକରେ ଯୋଗଦେବେ। ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରିଷ୍ଟ ନାଗରିକମାନଂକୁ କାଳିଆ ଦର୍ଶନ ପାଇଁ ସମସ୍ତ ପୁଲିସି ସହାୟତା ଯୋଗାଇଦେବାଥିବାରୁ ସଂଘର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଦୁର୍ଯ୍ୟାଧନ ସାହୁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜିର ଏହି ତୀର୍ଥ ଯାତ୍ରାରେ ନୟାଗଡ, ବାଉଁଶିଆପଡା, ପଣ୍ଡୁସର, ବେଗୁନିଆପଟଣା, ଇଟାମାଟି, ଭାପୁର, ଶରଣକୁଳ ଏବଂ ଖଣ୍ଡପଡାର…
Read MoreCategory: ଖଣ୍ଡପଡ଼ା ବ୍ଲକ
ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆଜି ଉଦଯାପିତ ହୋଇଯାଇଛି। ଶେଷ ସଂଧ୍ୟାରେ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଛନ୍ଦା ମିଶ୍ର ଯୋଗ ଦେଇଥିଲେ। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଖଟେଇ ତାଙ୍କ ବକ୍ତବ୍ୟରେ ଆଗ୍ରହ ଥିଲେ ମୋଟା ବହି ବି କମ ସମୟରେ ପଢିହେବ ବୋଲି କହିଥିଲେ। ପାଠ ପଢ଼ିବାର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳ କହିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ପାଠର ଆବଶ୍ୟକତା…
Read Moreସୃଜନ ସମାବେଶରେ କବିତା ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସୃଜନ ସମାବେଶ-୨୦୨୩ ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମକୁ ନାଟ୍ୟଭୂଷଣ ଡ଼.ବିଜୟ ଚୌଧୁରୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ‘ବୋଉ’ ଶୀର୍ଷକ ଏକ କବିତା ପାଠର ପ୍ରତିଯୋଗିତା ଉପସ୍ଥିତ କବିମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କବି ଲକ୍ଷ୍ମଣ କୁମାର ନାୟକଙ୍କୁ ୧୧ଶହ ଟଙ୍କା ପୁରସ୍କାର ସହିତ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରା ଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କବି ଯଶୋବନ୍ତ ପଟ୍ଟନାୟକଙ୍କୁ ୭ଶହ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କବି ସୁରେଶ ଚନ୍ଦ୍ର ପରିଡ଼ାଙ୍କୁ ୫ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ପ୍ରୋତ୍ସାହିତ କରାଯାଇଥିଲା। କବିତା ଗୁଡିକୁ…
Read Moreନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟା
ମଣିଷ ବହି ତିଆରି କରେ, ବହି ମଣିଷ ତିଆରି କରେ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ଓଡ଼ିଆ ଭାଷା ସାହିତ୍ୟିକ ଡ. ନାରାୟଣ ପଣ୍ଡା, ନାଟ୍ୟକାର ନାରାୟଣ ସାହୁ, କଥାକାର ଶୁଭ୍ରାଂଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଲେଖା ଚାଲୁଥାଉ, ସାହିତ୍ୟରେ ସମ୍ବେଦନା ବଞ୍ଚି ରହୁ ବୋଲି କଥାକାର ଶୁଭ୍ରାଂଶୁ ପଣ୍ଡା କହିଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସାହୁ ତାଙ୍କ ବକ୍ତବ୍ୟରେ, ଜ୍ଞାନ ନଥିଲେ କିଛି ପାଇ ପାରିବ ନାହିଁ ବୋଲି କହିଥିଲେ। ଦୀପ ଜଳିବାକୁ ଚାହୁଁ ଥିଲେ ଜ୍ଞାନର ଦୀପ ଜାଳ ବୋଲି କହିଥିଲେ। ପ୍ରଫେସର ଡ. ପଣ୍ଡା ତାଙ୍କ ବକ୍ତବ୍ୟରେ, ନୟାଗଡ଼ ମାଟି ସାହିତ୍ୟ ଓ…
Read Moreଦଶପଲ୍ଲା ଠିକାଦାରଙ୍କ ଆକ୍ରୋଶର ଶିକାର ହେଲେ ଯନ୍ତ୍ରୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ସରକାରଙ୍କ ବିକାଶ ର କର୍ଣ୍ଣଧାର ହେଉଛନ୍ତି ଠିକାଦାର । ଠିକାଦାରମାନେ କାମ କରି ଠିକ୍ ସମୟରେ ସେମାନଙ୍କ ଅର୍ଥ ନ ପାଇବାରୁ ଏକ ଅଭାବନୀୟ ଘଟଣା ଘଟି ଯାଇଛି ଦଶପଲ୍ଲା ଏନ୍ ଏ ସି କାର୍ଯ୍ୟାଳୟ ମଧ୍ୟରେ । କାର୍ଯ୍ୟାଳୟ ମଧ୍ୟରେ କାର୍ଯ୍ଯରତ ଥିବା ଜଣେ ଯନ୍ତ୍ରୀ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆକ୍ରୋଶର ଶିକାର ହୋଇଥିବା ଯନ୍ତ୍ରୀଙ୍କ ନାମ ସୁବ୍ରତ କୁମାର ମହାପାତ୍ର । ଦଶପଲ୍ଲା ଏନ୍ ଏ ସି ଅଞ୍ଚଳ ମଧ୍ୟରେ କିଛି ବିକାଶ ମୂଳକ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ଯ କରିଥିବା ଠିକାଦାରମାନେ ସେମାନଙ୍କ ଟଙ୍କା ପାଇ ନ ଥିଲେ । ଏହାକୁ ନେଇ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୁକ୍ରବାର ଦିନ ଠିକାଦାରମାନେ ଏକାଠି ହୋଇଥିଲେ। ଏକ ଦାବିପତ୍ର ଦେବା ପାଇଁ ଠିକାଦାର ମାନେ…
Read Moreନୟାଗଡ଼ ଜିଲ୍ଲା ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାର ତୃତୀୟ ସଂଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ତୃତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ପ୍ରାବନ୍ଧିକ ଚନ୍ଦ୍ର ଶେଖର ହୋତା, ସୁଧାଂଶୁ ପ୍ରଧାନ, ବିଭୁ ପ୍ରସାଦ ତ୍ରିପାଠୀ, ଅଜୟ ପଣ୍ଡା, ଶୁଭେନ୍ଦୁ ଶେଖର ରଥ ଯୋଗ ଦେଇଥିଲେ। ଅନୁଷ୍ଠିତ ଆଲୋଚନା ଚକ୍ରରେ ଲେଖକ, ପାଠକ ଓ ପ୍ରକାଶକଙ୍କ ମଧ୍ୟରେ ସମନ୍ଵୟ ରହିବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ହୋତା କହିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏନେଇ ପ୍ରୟାସ ଆରମ୍ଭ କରିଥିଲେ। ଲେଖକ ପାଠକ ପ୍ରକାଶକ ସାମୁଖ୍ୟ ଗଠନ କରି ପ୍ରୟାସ ଆରମ୍ଭ କରିଥିଲେ। ଲେଖକ, ପାଠକ ଓ ପ୍ରକାଶକକୁ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ହୋତା ମତବ୍ୟକ୍ତ କରିଥିଲେ। ଲେଖାକୁ…
Read Moreଅନନ୍ୟା ଫାଉଣ୍ଡେସନର ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନର ପକ୍ଷରୁ ଆଜି ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇ ଯାଇଛି। ଇଟାମାଟି ଥାନା ଅନ୍ତର୍ଗତ ନୋତର କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇ ଥିବା ଏହି ଶିବିରରେ ୮୨ ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ। ଏଥି ମଧ୍ୟରୁ ୧୭ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଚିହ୍ନଟ ହୋଇଥିବା ୨୬ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ଭୁବନେଶ୍ୱରରେ ଆସନ୍ତା ସୋମବାର ଦିନ ମାଗଣା ଅସ୍ତ୍ରୋପଚାର କରାଯିବ। ସ୍ଥାନୀୟ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମ ପାଇଁ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସମାଜସେବୀ ଦାମୋଦର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ନୟାଗଡ଼ ବିଧାୟକ ଡଃ. ଅରୁଣ ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆୟୋଜକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।
Read Moreନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଦ୍ୱିତୀୟ ସଂଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ କଥାକାର ଡ. ଅଜୟ ସ୍ଵାଇଁ, କଥାଶିଳ୍ପୀ ଡ. ଅରବିନ୍ଦ ରାୟ, ସାହିତ୍ୟ ଘର ସଂଯୋଜକ ଡ. ଶୁଭଶ୍ରୀ ଲେଙ୍କା, କବି ଓ ପ୍ରକାଶକ ବନୋଜ ତ୍ରିପାଠୀ ଯୋଗ ଦେଇଥିଲେ। ଫେସବୁକରେ କବିତା ଲେଖି ବହି ପ୍ରକାଶ କରିଦେଲେ କେହି କବି ହୋଇ ଯାଏନି। କବିକୁ ଈଶ୍ୱର ବୋଲି କୁହାଯାଏ ବୋଲି ପ୍ରକାଶକ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲି। ଲେଖକଙ୍କଠାରୁ ବଡ ହେଉଛନ୍ତି ପାଠକ। ସମସ୍ତେ ଲେଖକ ନୁହେଁ, ପାଠକ ହେବା ଆବଶ୍ୟକ ବୋଲି କହିଥିଲେ। ଦୁଃଖ ବେଳେ ବହିର ଆବଶ୍ୟକତା ପଡ଼ିଥାଏ ବୋଲି କହିଥିଲେ। ପାଠକ ଲେଖକକୁ ଈଶ୍ୱରଠାରୁ ଅଧିକ…
Read Moreନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦ ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବୁଧବାର ଉଦଘାଟିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଦକ୍ଷୀଣକାଳୀ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟକ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଖାତନାମା ସାହିତ୍ୟିକ ଡ. ଗୈାରହରୀ ଦାସ ସମ୍ମାନିତ ଅତିଥି ଭାବେ ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗ ଉଦଘାଟନ କରିଥିଲେ । ନୟାଗଡ଼ ମାଟିରେ ବସ୍ତୁ ଅପେକ୍ଷା ଭାବକୁ ବେଶି ଗୁରୁତ୍ୱ ଦିଆଯାଇଥାଏ ବୋଲି ମୁଖ୍ୟ ଅତିଥି ଡ. ଦାସ କହିଥିଲେ । ବିଧାୟକ ଡ଼ଃ. ସାହୁ ତାଙ୍କ ବକ୍ତବ୍ୟରେ ସମାଜରେ ମହୁମାଛିଙ୍କ ସଂଖ୍ୟା କମ ଓ ମଶାଙ୍କ ସଂଖ୍ୟା ଅଧିକ ବୋଲି କହିଥିଲେ । ଏହା ସହିତ ଅନେକ ଉପାଦେୟ…
Read Moreନୟାଗଡ଼ ଜିଲ୍ଲା ଅମଲା ସଂଘର ଗୁରୁତ୍ୱପୁର୍ଣ୍ଣ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଜିଲ୍ଲା ଅମଲା ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲା କୃଷି ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅମଲା ସଂଘ ସଭାପତି ବାଳକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅମଲାମାନଙ୍କ ବିଭିନ୍ନ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ସହିତ ସେମାନଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିମୂଖ ରହୁଥିବା ନେଇ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାର ଅମଲାମାନଙ୍କର ସର୍ବନିମ୍ନ ଯୋଗ୍ୟତା ସ୍ନାତକ ଏବଂ କମ୍ପ୍ୟୁଟର ଡିପ୍ଲୋମା ଧାର୍ଯ୍ୟ କରିଥିବା ବେଳେ ସେହି ଅନୁଯାୟୀ ସେମାନଙ୍କୁ ୪୨୦୦ ଗ୍ରେଡ ପେ’ରେ ଦରମା ଦେବାପାଇଁ ସଂଘ ଦୀର୍ଘ ଦିନଧରି ଦାବି କରି ଆସୁଅଛି । ମାତ୍ର ସରକାର ବିଗତ ଦିନରେ ରାଜ୍ୟ ଅମଲା ସଂଘ ସହିତ ଆଲୋଚନା…
Read More