ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମର ଅନୁସୂଚିତ ଜାତି ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତ୍ତି, ମାଛ ଚାଷ, ଆମ୍ବତୋଟା ଓ କାଜୁ ଜଙ୍ଗଲକୁ ନେଇ ଅନୁସୂଚିତ ଜାତିର ୨୦ଟି ପରିବାର ଓ ସାଧାରଣ ବର୍ଗର ଲୋକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇ ଦୁଇ ଜଣଙ୍କୁ ଅପହରଣ ଓ ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଉତ୍ତେଜନା ଆହୁରି ଅଧିକ ହୋଇଥିଲା । ଫଳରେ ଅନୁସୂଚିତ ଜାତିର ୨୦ଟି ପରିବାରର ୮୦ରୁ ଅଧିକ ସଦସ୍ୟ ଗାଁ’ଛାଡି ପ୍ରଥମେ ଶିଖରପୁର ପରେ ନୟାଗଡ଼ ପାଣିପୋଇଲା ଏବଂ ଶେଷରେ ଭୁବନେଶ୍ବର ପିଏମଜି ଛକରେ ଧାରଣା ଦେଇଥିଲେ । ଗତବର୍ଷ ନଭେମ୍ବର ମାସ ୨୬ ତାରିଖରେ ଜିଲ୍ଲା ପ୍ରଶାସନ ଧାରଣାଧାରୀଙ୍କୁ ନୟାଗଡ଼…
Read MoreCategory: ଖଣ୍ଡପଡ଼ା ବ୍ଲକ
ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ, ୨ମୃତ ୩ଗୁରୁତର
ଖଣ୍ଡପଡା,ଗଣିଆ,(ନୟାଗଡ଼ ଦର୍ପଣ): କାଳବୈଶାଖୀ ତାଣ୍ଡବ ଯୋଗୁଁ ନୟାଗଡ ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ୩ଜଣ ଗୁରୁତର ଆହତ ହୋଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସତ ହେଉଛନ୍ତି। ଅଭିଯୋଗ ଅନୁଯାଇ ଆଜି ଅପରାହ୍ନ ୪ଟା ସମୟରେ ଖଣ୍ଡପଡା -ଖଲିସାହି ରାସ୍ତା ଅଁଳାପଟା ଠାରେ ୪ଜଣ ମହିଳାଙ୍କୁ ନେଇ ଏକ ଅଟୋ ଯାଉଥିବା ସମୟରେ କାଳବୈଶାଖୀ ପବନ ଯୋଗୁଁ ରାସ୍ତା କଡ଼ରେ ଥିବା ଏକ ଜାମୁ ଡାଳ ଭାଙ୍ଗି ଅଟୋ ଉପରେ ପଡିଯାଇଥିଲା। ତେବେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଥିଲେ। ମୃତକ ଜଣଙ୍କ ହେଲେ ଖଲିସାହି ଗ୍ରାମର ରଶ୍ମିତା ନାୟକ। ସେହିଭଳି କାଳବୈଶାଖୀ ପ୍ରଭାବରେ ଗଣିଆ ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଗଛ ଡ଼ାଳ ଭାଙ୍ଗି ଜଣକର ମୃତ୍ୟୁ ହୋଇଥିବା…
Read Moreବଦଳିଲେ ଜିଲ୍ଲାର ୭ ଥାନା ଅଧିକାରୀ, ଅଦଳବଦଳ କଲେ ଆରକ୍ଷୀ ଅଧିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବଦଳିଲେ ଜିଲ୍ଲାର ୭ଟି ଥାନା ଅଧିକାରୀ ଏହି ବଦଳିକୁ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି କରିଥିବା ଜଣାପଡିଛି। ସୂଚନା ଥାଉକି, ଶରଣକୁଳ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ ବଦଳି କରାଯାଇଛି । ନୂଆଗାଁ ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ପୁଷ୍ପଲତା ବେହେରାଙ୍କୁ ଶରଣକୁଳ ଥାନାକୁ ବଦଳି କରାଯାଇଛି। ନୟାଗଡ଼ ସଦର ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ରିଜର୍ଭ ପୋଲିସରେ ଥିବା ଇନିସ୍ପେକ୍ଟର ଅନିତା ସାହୁଙ୍କୁ ସଦର ଥାନାକୁ ବଦଳି କରାଯାଇଛି। ଗଣିଆ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ବିମଳ କୁମାର ମଲ୍ଲିକଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଛି। ଭାପୁର ବିଟ୍ ହାଉସ୍ର ସବ୍ଇନିସପେକ୍ଟର ବିନୟ ରଞ୍ଜନ ପରିଡାଙ୍କୁ ଗଣିଆ ଥାନାର ଓଆଇସି ଭାବେ ବଦଳି କରାଯାଇଛି।…
Read Moreଜିଲ୍ଲାପାଇଁ ଗୌରବ ଆଣିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ ହେଲେ ନୋତ୍ତର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନୋତରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୮୧ଜଣ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀ ପ୍ରତ୍ୟାଶା ଶତପଥୀ ୯୮% ମାର୍କ ରଖି ଟପ୍ପର ହୋଇଛନ୍ତି । ପ୍ରତ୍ୟାଶା ରାଜ୍ୟ ସ୍ତରରେ ଟପ୍ପର ହୋଇଛନ୍ତି । ସେ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ରଖୁଛନ୍ତି । ସେହିପରି ଭାବେ ଶୁଭକାନ୍ତ ମାଝି ଦ୍ବିତୀୟସ୍ଥାନ ଅଧିକାର କରିଛନ୍ତି । ସେ ୯୭.୨% ମାର୍କ ରଖିଛନ୍ତି। ସେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ଦିବେଶ ଦାସ ୯୫.୨% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ବିଦ୍ୟାଳୟରେ ୯୫ ରୁ ୧୦୦ % ମଧ୍ୟରେ ୩ ଜଣ ମେଧାବୀ ଥିବା ବେଳେ ୯୦ ରୁ ୧୦୦% ଭିତରେ ୨୧ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି…
Read Moreରାଜପଥରେ ଲୁଟ ପାଇଁ ଡ୍ରାଇଭରକୁ ଆକ୍ରମଣ ଘଟଣା, ଜଣେ ଗିରଫ ୩ଫେରାର
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧୀନରେ ଥିବା ଲୁଣିସରା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଦୁଇଦିନ ତଳେ କାର ଗାଡ଼ି ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ ଅଭିଯୋଗରେ ନୂଆଗାଁ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଦୁଇଦିନ ତଳେ କଣ୍ଟିଲୋ ଗ୍ରାମର କାର୍ ଡ଼୍ରାଇଭର କୁଲକ୍ ସାହୁ ଦୁଇଜଣ ଯାତ୍ରୀକୁ ନେଇ ଦଶପଲ୍ଲା ଯାଉଥିବା ବେଳେ, ଗାଡ଼ିରେ ବସିଥିବା ଦୁଇଜଣ ଯୁବକ ଏବଂ ବାଇକ୍ ରେ ଦୁଇଜଣ ଆସି କାରକୁ ଅଟକାଇବା ସହ ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ କରି ମୋବାଇଲ୍ ସହ, ୩୩୦୦ ଟଙ୍କା ନେଇ ଫେରାର ହେବା ସମୟରେ ସ୍ଥାନୀୟ ଲୋକ ଜଣକୁ କାବୁ କରି ନୂଆଗାଁ ଥାନା ପୁଲିସକୁ ଜିମା ଦେଇଥିଲେ । ଯୁବକ ଜଣକ ଗଞ୍ଜାମ ଜିଲ୍ଲାର ହାଡ଼ିବନ୍ଧୁ…
Read Moreଖଣ୍ଡପଡା ବ୍ଳକ ପରିସରରେ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ
ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଖଣ୍ଡପଡା ବ୍ଳକ ପରିସରରେ ସୋମବାର ସକାଳୁ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏଥିରେ ମୋଟ ୧୧୬ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ ୬ଟି ଗ୍ରାମ୍ୟ ସମସ୍ୟା, ଚାରିଜଣଙ୍କ ରେଡ୍ କ୍ରସ ସମସ୍ୟା, ୨୫ ଜଣ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ଆବେଦନ କରିଥିବା ନେଇ ସୂଚନା ରହିଛି। ସମୁଦାୟ ୧୫୧ ଟି ଅଭିଯୋଗରୁ ୭୨ଟି ତୁରନ୍ତ ସମାଧାନ ହୋଇଥିବା ଜିଲ୍ଲା ପ୍ରଶାସନ ଠାରୁ ସୂଚନା ମିଳିଛି। ତେବେ ବିଭିନ୍ନ ପଞ୍ଚାୟତରୁ କିଛି ସାଧାରଣ ଲୋକ ସେମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ପାଳଙ୍କ ଜନଶୁଣାଣୀ ଶିବିରକୁ ଆସୁଥିବାରୁ କ୍ଷୋଭ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାବ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ,…
Read Moreଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡ଼ ଜିଲ୍ଲାର ୫ଜଣ ମହିଳା, ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୫ଜଣ ମହିଳା ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଯାଜ୍ଞସେନୀ ସାହୁ ଓଇଏସ ପରୀକ୍ଷାରେ ୧୮ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି। ସେ ସମଗ୍ର ଜିଲ୍ଲାରେ ପ୍ରଥମ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହେନ୍ଦ୍ର ସାହୁ ଓ ସୁପ୍ରିୟା ସାହୁଙ୍କ ସୁକନ୍ୟା ଅମ୍ରିତା ସାହୁ । ସେ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଠିକା ଭାବେ ଶିକ୍ଷକତା କରୁଥିଲେ। ସେ ୧୯ ନମ୍ବର ସ୍ଥାନରେ ଓଇଏସରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ…
Read Moreଦୁଇ ଦେଶଦ୍ରୋହୀ ଗିରଫ ପରେ ଗାଁ’ ଛାଡି ଫେରାର ହେଲେ ପରିବାର ଲୋକେ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଏସ୍ଟିଏଫ୍ ଟିମ୍ ନୟାଗଡ଼ ଜିଲ୍ଲାର ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ଥାନା ଅଧୀନ ବଡ଼ପଣ୍ଡୁସର ଗ୍ରାମର ପଠାଣିସାମନ୍ତ ଲେଙ୍କା(୩୫) ଓ ଦଶପଲ୍ଲା ବ୍ଳକର ସାକେଣି ଗ୍ରାମର ସରୋଜ କୁମାର ନାୟକ ଓରଫ୍ ଅମିତ୍(୨୬)। ନୟାଗଡ଼ ଜିଲ୍ଲାର ଏହି ଦୁଇ ଯୁବକଙ୍କ ଗିରଫ ଏବେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ପଣ୍ଡୁସର ଗ୍ରାମର କିଛି ବ୍ୟକ୍ତିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ପଠାଣିସାମନ୍ତ ଲେଙ୍କା ଆଇଟିଆଇ ଶିକ୍ଷକତା ସହିତ ଗ୍ରାମରେ ଟ୍ୟୁସନ୍ ମଧ୍ୟ କରୁଥିଲେ। ସବୁବେଳେ ଚୁପ୍ଚାପ୍ ରୁହନ୍ତି। ତାଙ୍କ ବିଷୟରେ କାହା ପାଖରେ ବିଶେଷ କିଛି ଖବର ନଥାଏ। ତେବେ, ଗତ ମାର୍ଚ୍ଚ ମାସରେ କୋଲକାତା ପୁଲିସର ଏକ ଟିମ୍ ଇଟାମାଟି ପୁଲିସ ସହାୟତରେ ତାଙ୍କ ଘରେ…
Read Moreଡକାୟତି ଉଦ୍ୟମ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ
ନୂଆଗାଁ,(ନୟାଗଡ଼ ଦର୍ପଣ) ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଏକ କାର ଗାଡ଼ିକୁ ଲୁଟ କରିବା ଉଦ୍ୟମ ବିଫଳ ହେବା ସହ ଡ଼୍ରାଇଭରକୁ ମରଣାନ୍ତକ ଆକ୍ରମଣଏ ଶିକାର ହୋଇ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ସୂଚନା ଥାଉକି କଣ୍ଟିଲୋ ଗ୍ରାମର କାର୍ ଡ଼୍ରାଇଭର କୁଲକ୍ ସାହୁ କିଛି ଲୋକଙ୍କୁ ନେଇ ନୟାଗଡ ଦେଇ ଦଶପଲ୍ଲା ଯାଉଥିଲେ। ଦଶପଲ୍ଲା ଯାଉଥିବା ସମୟରେ ୫୭ ନଂ ଜାତୀୟ ରାଜପଥ ଲୁଣିସରା ଠାରେ ହଠାତ୍ ଏକ ଅଜଣା ବାଇକ୍ ଆସି ଗାଡ଼ି ଆଗରେ ରହି ଗାଡ଼ିଟିକୁ ଅଟକାଇଥିଲେ। ଗାଡ଼ି ଅଟକାଇବା ପରେ ଗାଡ଼ିରେ ବସିଥିବା ଲୋକ ଏବଂ ବାଇକ୍ ଚାଳକ( ଓଡି – ୦୨- ବିସି-୬୨୪୩ ) କାରର କାଚ ଭାଙ୍ଗିବା ସହ କାର ଡ଼୍ରାଇଭରକୁ ମରଣାତ୍ମକ ଆକ୍ରମଣ କରି ପର୍ସ ଓ…
Read Moreନବ ଗଠିତ ହେମେନ୍ଦ୍ର ସେନାର ପ୍ରଥମ ସାଧାରଣ ବୈଠକ ଏବଂ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟି ହୋଇଥିବା ଉତ୍କଟ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ସଙ୍ଗଠନର ପ୍ରତିଷ୍ଠାତା ଅରଣ୍ୟରାଜ କିଶୋର ସିଂଙ୍କ ନିର୍ଦ୍ଦେଶରେ ଆଜି ପ୍ରଥମ ସାଧାରଣ ବୈଠକ ଏବଂ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସ୍ଥିତ ପୁରୁଣା ରାଜବାଟିରେ ଆୟୋଜିତ ରକ୍ତଦାନ ଶିବିରକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ହେମେନ୍ଦ୍ର ସେନାର ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହାଦ, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ନୟାଗଡ଼ ମେଡିକାଲ କଲେଜ, ନୟାଗଡ଼ ମହାବିଦ୍ୟାଳୟକୁ ନୟାଗଡ଼ ବିଶ୍ବବିଦ୍ୟାଳୟ ରୂପେ ଘୋଷଣା ଏବଂ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ଉପରେ ଆଲୋଚନା କରାଯିବା ସହ ଏହା ଉପରେ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା ନିମନ୍ତେ ସ୍ଥିର କରାଗଲା। ନୟାଗଡ଼…
Read More