ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଇଟାମାଟିର ୪ଥ ବାର୍ଷିକ ଜିଲ୍ଲାବ୍ୟାପି ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ବଡ଼ ପଣ୍ଡୁସର ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ ହୋଇଯାଇଛି l ଡାଳିମ୍ବ, ଅଁଳା, ପିଜୁଳି, ପେସ୍ତା, ବେଲ, ଶାଗୁଆନ ଆଦି ଦୁଇହଜାର ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ବିନୋଦିନୀ ମହାନ୍ତି, ଦୈନିକ ଖବର କାଗଜ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ , ଧରିତ୍ରୀ ଜିଲ୍ଲା ପ୍ରତିନିଧି ଲୋକନାଥ ଦାସ, ଓଡ଼ିଶା ଖବର ଜିଲ୍ଲା ପ୍ରତିନିଧି ଦୀପକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡ଼ଃ. ରଙ୍ଗନାଥ ବେହେରା ସମାଜସେବୀ ପ୍ରଦୀପ କୁମାର ସାହୁ, ଧିରେନ କୁମାର ଦାସ, ବସନ୍ତ କୁମାର କର, ବିମଳ କୁମାର ଦାସ, ପ୍ରଫୁଲ୍ଲ କୁମାର ନାୟକ, ଉମେଶ ପଟ୍ଟନାୟକ,…
Read MoreCategory: ଖଣ୍ଡପଡ଼ା ବ୍ଲକ
ପାଠ୍ୟ ପୁସ୍ତକ ସଂଶୋଧନ କର୍ମଶାଳାରେ ନୟାଗଡ଼ରୁ ୬ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳିତ ଇଂରାଜୀ ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟ ଚଳିତ ମାସ ୨୪ ତାରିଖରୁ ୨୮ ତାରିଖ ୫ ଦିନପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାରୁ ୬ଜଣ ଶିକ୍ଷକ ଯୋଗଦାନ କରି ସଂଶୋଧନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କ୍ରମରେ ଜିଲ୍ଲାରୁ ବରିଷ୍ଠ ଶିକ୍ଷକ ଦୁର୍ଗାକାନ୍ତ ଆଚାର୍ଯ୍ୟ,ପ୍ରଶାନ୍ତ ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ,ସୁଜାତା ଦେବୀ ଏବଂ ବଲାଲ ପାତ୍ର ପ୍ରମୁଖ କର୍ମଶାଳାରେ ଯୋଗଦାନ କରି ତୃତୀୟରୁ ଅଷ୍ଟମ ଶ୍ରେଣୀ ଇଂରାଜୀ ବହିରେ ରହିଥିବା ତୃଟି ଗୁଡ଼ିକୁ ସଂଶୋଧନ କରିଥିଲେ । ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ଦ୍ଦେଶିକା ସୁମିତା ଦାସଙ୍କ…
Read Moreଭିଜିଲାନ୍ସ ହାତରେ ଗଣିଆ ଅତିରିକ୍ତ ତହସିଲଦାର
ନୟାଗଡ଼, (ନୟାଗଡ଼ ଦର୍ପଣ): ସୁଚନା ଥାଉକି ନୟାଗଡ଼ ଜିଲ୍ଲା ଗଣିଆ ତହସିଲରେ ବର୍ତମାନ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ସକାଳେ ବନମାଳିଙ୍କୁ ଗଣିଆ ତହସିଲ କଲେନିରୁ ଉଠାଇ ନେଇଛି ଭିଜିଲାନ୍ସ। ଗୋଟେ ବାଲି ବୋଝେଇ ହାଇୱା ଗାଡ଼ି ଛାଡ଼ିବାପାଇଁ ୧୫ ହଯାର ଟଙ୍କା ନେବାପାଇଁ ଜିଦି ଧରି ୧୩ ହଜାର ଟଙ୍କାରେ ଡିଲ ଫାଇନାଲ କରିଥିଲେ ଏବଂ ୧୦ ହଜାର ଟଙ୍କା ନଗଦ ନେଇଥିବା ବେଳେ ବାକି ୩ ହଜାର ଟଙ୍କା ଆଜି ନେଉଥିବା ସମୟରେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସର ମିଳିତ ସହଯୋଗରେ ଧରା ପଡ଼ିଛନ୍ତି। ତାଙ୍କ ଠାରୁ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି l
Read Moreମୁଖ୍ୟ ରେଳ ସୁରକ୍ଷା ଅଧିକାରୀଙ୍କ ଦଶପଲ୍ଲା ଷ୍ଟେସନ ନିରୀକ୍ଷଣ, ଖୁବଶୀଘ୍ର ଦଶପଲ୍ଲାକୁ ଗଡ଼ିବ ଟ୍ରେନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷା ଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ଆଜି ପୂର୍ବାହ୍ନରେ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏଣୁ ଖୁବଶୀଘ୍ର ଦଶପଲ୍ଲାକୁ ଟ୍ରେନ ଗଡ଼ିବା ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଚୌଧୁରୀ ଯାଞ୍ଚ ସମ୍ପର୍କିତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଏହି ଯାଞ୍ଚ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ବ୍ରିଜ ଅଧିକାରୀ ଏବଂ ମୁଖ୍ୟ ସିଗନାଲ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଆସନ୍ତା ଅଗଷ୍ଟ ମାସରେ ଦଶପଲ୍ଲା ଷ୍ଟେସନ କାର୍ଯ୍ୟକ୍ଷମ ହେବା ସହିତ ଖୁବଶୀଘ୍ର ଦଶପଲ୍ଲା ଭୁବନେଶ୍ୱର ଏବଂ…
Read Moreମଣିପୁର ପାଇଁ ନୟାଗଡରେ ମୋଦି ବିରୋଧୀ ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେପି ଶାସନାଧୀନ ମଣିପୁର ରାଜ୍ୟରେ ଦୀର୍ଘ ଅଢେଇ ମାସ ହେଲା ସଂଖ୍ୟାଲଘୁ ଆଦିବାସୀ କୁକି ସମ୍ପ୍ରଦାୟ ଉପରେ ସଂଖ୍ୟାଗରିଷ୍ଠ ମୈତ୍ରେଇ ସମ୍ପ୍ରଦାୟର ଯେଉଁ ଅକଥନୀୟ ଅତ୍ୟାଚାର ଚାଲିଛି, ଆଦିବାସୀ ମହିଳାଙ୍କୁ ରାଜରାସ୍ତାରେ ଉଲଗ୍ନ କରି ପ୍ୟାରେଡ କରାଇବା ସହିତ ଗଣଧର୍ଷଣ ପୂର୍ଵକ ହତ୍ୟା କରାଯାଉଛି ଏବଂ ବିଜେପି ମାର୍କା କେନ୍ଦ୍ର ଓ ମଣିପୁର ସରକାର ଆଦୌ ଏହି ଅତ୍ୟାଚାର ପ୍ରତି ଭ୍ରୁକ୍ଷେପ ନକରି ବେପରୁଆ ମନ୍ତବ୍ୟ ଦେଉଛନ୍ତି, ତାର ପ୍ରତିବାଦରେ ନୟାଗଡ ମୁଖ୍ୟ ଛକରେ ମିଳିତ ବିରୋଧୀ ମଞ୍ଚ ଓ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ମୋଦି ଓ ଶାହାଙ୍କର ଚିତ୍ରପଟରେ ଅଗ୍ନି ସଂଯୋଗ କରା ଯାଇଛି ଜୁଲାଇ 23ରେ ! ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ଏହି ପ୍ରତିବାଦ ବିକ୍ଷୋଭରେ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି…
Read Moreଜିତୁ ପ୍ରଧାନ ହେଲେ ଓଡ଼ିଆ ବିଭାଗରେ ରାଜ୍ୟ ଟପ୍ପର
ଶରଣକୁଳ,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର କାଯ୍ୟର୍କ୍ରମରେ ନାମଲେଖାଇବା ପାଇଁ ଆୟୋଜିତ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି-୨୦୨୩)ରେ ଓଡ଼ିଆ ବିଭାଗରେ ଶରଣକୁଳ ଥାନା ଅନ୍ତର୍ଗତ କୁଶାପାଣ୍ଡେରୀ ଗ୍ରାମର ଶରତ ପ୍ରଧାନଙ୍କ ପୁତ୍ର ଜିତୁ ପ୍ରଧାନ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ପ୍ରଧାନ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଅନର୍ସ ବିଷୟ ନେଇ ଅଧ୍ୟୟନ କରୁଥିଲେ। ସେ ଓଡ଼ିଆ ବିଷୟରେ ସର୍ବାଧିକ ନମ୍ବର ଶତକଡ଼ା ୯୫.୭୬ ରଖି ଏହି ଅନନ୍ୟ ସଫଳତା ହାସଲ କରିଛନ୍ତି। ସେ କୁଷାପାଣ୍ଡେରୀ ଗ୍ରାମର ପିତା ଶରତ ପ୍ରଧାନ ଓ ମାତା ଝରି ପ୍ରଧାନଙ୍କ ପୁତ୍ର। ଶ୍ରୀମାନ ପ୍ରଧାନ ତାଙ୍କ ସଫଳତାର ଶ୍ରେୟ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ,…
Read Moreନୟାଗଡ଼ ଜିଲ୍ଲାର ସମସ୍ତ ଘରୋଇ ବିଦ୍ଯାଳୟ ବନ୍ଦ
ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଓଡିଶା ରାଜ୍ଯ ଘରୋଇ ବିଦ୍ୟାଳୟ ମହାସଂଘ ଡାକରାରେ ନୟାଗଡ଼ ଜିଲ୍ଲାର ସମସ୍ତ ଘରୋଇ ବିଦ୍ଯାଳୟ ଆଜି ବନ୍ଦ ରହିଛି। ଘରୋଇ ବିଦ୍ଯାଳୟ ପ୍ରତି ରାଜ୍ଯ ସରକାରଙ୍କର ବୈମାତୃକ ମନୋଭାବ, ମନମୁଖୀ କାର୍ଯ୍ୟକ୍ରମ ଓ ଘରୋଇ ବିଦ୍ଯାଳୟ ମାରଣ ନୀତି ବିରୁଦ୍ଧରେ ଅଲ ଓଡିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ ତରଫରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ରାଜ୍ଯ ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଘରୋଇ ବିଦ୍ଯାଳୟର ୦୪ ଦଫା ସମ୍ବଳିତ ଏକ ଦାବିପତ୍ର ନେଇ ନୟାଗଡ଼ ଜିଲ୍ଲାର ଘରୋଇ ବିଦ୍ଯାଳୟ ମହାସଂଘର କାର୍ଯ୍ଯକର୍ତ୍ତା ମାନେ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ଦେବା ସହିତ ଭୁବନେଶ୍ୱର ଲୋୟର ପି ଏମ ଜି ରେ ଅନୁଷ୍ଠିତ ସାମୁହିକ ଧାରଣା ରେ ଭାଗ ନେଇଛନ୍ତି। ଚାରି ଦଫା ଦାବି ଗୁଡିକ ହେଲା……
Read Moreସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବଗୋଷ୍ଠୀ ଚାହିଁଲେ ସେବା ଏକ ଆନ୍ଦୋଳନ ହୋଇପାରିବ। ସେବାକୁ ଓଲଟାଇଲେ ବାସେ, ଏଣୁ ଏହାର ମହକରେ ସମାଜ ସୁଧାରି ହେବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଅନୁଷ୍ଠିତ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି । ଗତ ଜୁଲାଇ ୧ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୧୯ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର ଘର ବୁଲି ଅସହାୟ ଓ ଅଭାବ ଅନାଟନ ଭିତରେ…
Read Moreନୟାଗଡ଼ରେ ୫-ଟି ସଚିବ, ଦାବି ଦୋହରାଇଲା ବିକାଶ ମଞ୍ଚ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତାଙ୍କର ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସମସ୍ୟା ଜାଣିବା ଓ ସେ ସବୁର ସମାଧାନ ପାଇଁ ବାଟ ତିଆରି କରିବା ଲକ୍ଷ୍ୟରେ ଦୁଇଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି କାର୍ତିକେୟ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ଙ୍କ ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ଦାବି ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଛି ନୟାଗଡ଼ ବିକାଶ ମଞ୍ଚ। ଦୀର୍ଘ ଦିନ ଧରି ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଅଳି କରି ଆସୁଥିବା ନୟାଗଡ଼ ବିକାଶ ମଞ୍ଚ ଆଜି ମେଲ୍ ଯୋଗେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ପୁଣିଥରେ ପୁରୁଣା ଦାବି ମନେ ପକାଇ ଦେଇଛନ୍ତି। ଜିଲ୍ଲା ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ ଏହି ଦାବି…
Read Moreସାଇ ଶୁଭମଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ୫୧ ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜିକାଲିର ଯୁବପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ଆଉ ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ଆମ ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ଗ୍ରାମର ସାଇ ଶୁଭମ୍ ଏଇ ସବୁର ଉର୍ଦ୍ଧ୍ବରେ ରହି ଆଗାମୀ ଭବିଷ୍ୟତ, ପରିବେଶକୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଙ୍ଗ ସାଥୀଙ୍କ ସହ ବୃକ୍ଷରୋପଣ ଏବଂ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଏହି ପ୍ରରିପେକ୍ଷୀରେ ସାଇସିଦ୍ଧି ଫାଉଣ୍ଡେସନ, ଦି ସ୍କ୍ୱାର୍ଡ ଗ୍ରୁପ ଏବଂ ଜୀବନ ବିନ୍ଦୁ ସହଯୋଗରେ ବ୍ରଜେନ୍ଦ୍ର ହାଇ ସ୍କୁଲ ପରିସରରେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଯୁବବର୍ଗଙ୍କ ଏଭଳି…
Read More