ବଲାଙ୍ଗୀରକୁ କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ଯାଉଥିବା ବେଳେ ଦୁର୍ଘଟଣା

ଦଶପଲ୍ଲା: କୋଭିଡ୍-୧୯ ଡ୍ୟୁଟି ପାଇଁ ଏସସିବି ମେଡିକାଲ କଲେଜର ଶେଷ ବର୍ଷର ୧୯ଜଣ ଛାତ୍ରଛାତ୍ରୀ କଟକରୁ ବଲାଙ୍ଗିର ଯାଉଥିବା ବେଳେ ୫୭ନଂ ଜାତୀୟ ରାଜପଥ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଛକ ନିକଟରେ ଏକ ବୁଲାଣିରେ ବସଟି ଏକ ପଣସ ଗଛରେ ଧକ୍କା ହୋଇଥିଲା। ଦୁର୍ଘଟଣାର ଖବର ପାଇ ନୟାଗଡ଼ ଟାଉନ୍ ଥାନା ଅଧିକାରୀ ଜୟଦୀପ୍ ମହାନ୍ତି ସଙ୍ଗେ ସଙ୍ଗେ ବାଣିଗୋଚ୍ଛା ଥାନାକୁ ଖବର ଦେଇଥିଲେ। ସେହି ଖବର ପାଇ ବିଳମ୍ବିତ ରାତିରେ ନୟାଗଡ଼ ଟାଉନ୍ ପୁଲିସ ଓ ବାଣିଗୋଚ୍ଛା ପୁଲିସ, ଦଶପଲ୍ଲା ତହସିଲଦାର, ଦଶପଲ୍ଲା ମେଡିକାଲର ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ବସ୍ ଚାଳକ ଜଣକ ଗୁରୁତର ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହାତ ହୋଇଥିବା ନେଇ ବାଣିଗୋଚ୍ଛା ଥାନା…

Read More

ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ଜଳିଗଲା କାର

ଦଶପଲ୍ଲା: ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଏବଂ ସୁବଳୟା ମଧ୍ୟବର୍ତ୍ତୀ ସ୍ଥାନରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଜଳି ଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ କାରଟି ନୟାଗଡ଼ରୁ କନ୍ଧମାଳ ଅଭିମୁଖେ ଯାଉଥିବା ବେଳେ ଏକ ରାସ୍ତା କଡରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ପରେ କାର ଇଞ୍ଜିନରେ ହଠାତ ନିଆଁ ଲାଗି ଯାଇଥିବା ଦେଖା ଯାଇଥିଲା । ଖବରପାଇ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହାତ ହୋଇଥିବା ସୂଚନା ମିଳିଛି।

Read More

ବନୀକରଣ ନାମରେ ମାଲାମାଲ୍ ହେଉଛନ୍ତି ବନକର୍ମଚାରୀ

ଦଶପଲ୍ଲା: ଦିନକୁ ଦିନ ଜଙ୍ଗଲ କ୍ଷୟକୁ ନେଇ ରାଜ୍ୟରେ ବାୟୁ ମଣ୍ଡଳ ଦୂଷିତ ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇ ଚାଲିଛି । ହେଲେ ଏହାକୁ ଦୃଷ୍ଟିରେ ରଖି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର ପ୍ରତିବର୍ଷ ଯେଉଁ ଅନୁପାତରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି ତାହା ବାସ୍ତବ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି । କିଛି ଅସାଧୁ ବନକର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସରକାରଙ୍କୁ ଏହି ବଦନାମର ବୋଝ ମୁଣ୍ଡାଇବାକୁ ପଡୁଛି । ଯାହାର ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ବନଖଣ୍ଡ ଅଧିନସ୍ଥ ଦଶପଲ୍ଲା ବନାଚଂଳରେ । କୈାଣସି ଉପାନ୍ତ ଅଂଚଳ ନୁହେଁ, ଖୋଦ୍ ସଦର ସେକ୍ସନ ଅଂଚଳର ବିଭିନ୍ନ ସ୍ଥାନରେ ହୋଇଥିବା ବନୀକରଣ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି କିନ୍ତୁ ଏହାର ରକ୍ଷଣାବେକ୍ଷଣ ବାବଦକୁ ପ୍ରତି ବର୍ଷ…

Read More