ସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ (DYFI) ପକ୍ଷରୁ ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ପଞ୍ଚାୟତ ଯୁରଗଣ୍ଡା ଗ୍ରାମ ଠାରେ ସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ କରାଯାଇଅଛି। ପ୍ରଥମେ ସହିଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କଲାପରେ ଆଲୋଚନା ସଭା ଗୋପବନ୍ଧୁ ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂଗଠନର ବ୍ଲକ କମିଟି ସଂପାଦକ ବିପିନ କୁମାର ବାଜୁ ସ୍ବାଗତ ଭାଷଣ ଦେଲାପରେ, ଆଦିବାସୀ ନେତା ଶ୍ରୀନିବାସ ଜାନି ସମ୍ମାନିତ ଅତିଥି, ଆଡଭୋକେଟ୍ ଶରତ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଓ ବିଶିଷ୍ଟ ଲେଖକ ତଥା ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର ମୁଖ୍ୟଅତିଥି ଭାବେ ସହିଦଙ୍କ ସ୍ମୃତିଚରଣ ସହିତ ତାଙ୍କ ବେସାଲିସ ସଂଗ୍ରାମ ଓ ବଳିଦାନ ବିଷୟରେ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ମୁନା ନାୟକ,…

Read More

ମହାବୀର ବଣିକ ମହାସଂଘର ୧୪ତମ ବାର୍ଷିକ ଉତ୍ସବ ପାଳିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ଅଗ୍ରଣୀ ସଂଗଠନ ମହାବୀର ବଣିକ ମହାସଂଘ ମଙ୍ଗଳବାର ଦିନ ଅନୁଷ୍ଠାନର ୧୪ତମ ବାର୍ଷିକ ସାରସ୍ୱତ ଉତ୍ସବ ପାଳନ କରିଛି। ସମସ୍ତ ୧୪ ଗୋଟି ବଜାର ସମ୍ପୂର୍ଣ ବନ୍ଦ କରି ସ୍ଥାନୀୟ ବିଶ୍ୱ କର୍ମା ବାଜ଼ାର ଠାରୁ ପ୍ରଭୁ ମହାବୀରଙ୍କ ପୂଜା ପରେ ନାମ ସଂକୀର୍ତନ ଦ୍ୱରା ମହାସଂଘକୁ ଉତ୍ସସିତ ସ୍ୱାଗତ କରି ଥିଲେ। ଅନୁରୂପ ଭାବେ ବିଭିନ୍ନ ବଜାର ସଂଘ ପକ୍ଷରୁ ଶୋଭାଯାତ୍ରାକୁ ସ୍ଵାଗତ କରିବା ଶହ ଅଭିବାଦନ ଜଣାଇ ଥିଲେ। ପଟୁଆର ଯିବାବେଳେ ସହର ମଧ୍ୟରେ ଥିବା ବିଭିନ୍ନ ମହାପୁରୁଷ, ସାରସ୍ୱତ ସାଧକମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା। ପରେ ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୁ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିରରେ ପୂଜାର୍ଚନା କରି ସଭା ମଞ୍ଚ ମହାବୀର ମହାସଂଘର ନିଜସ୍ୱ କାର୍ଯ୍ୟାଳୟକୁ ଶୋଭାଯାତ୍ରା…

Read More

ଜିଲ୍ଲାପାଳଙ୍କ ଦ୍ଵାରା ନୂତନ “ଡୁଡା” କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଆଜି ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ନୂତନ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଉଦଘାଟନୀ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁମନ ବେହେରା, ଜିଲ୍ଲାର ସମସ୍ତ ଏନ.ଏ.ସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ଗଣ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସହରାଞ୍ଚଳର ବିକାଶ ନିମନ୍ତେ ଏହି କାର୍ଯ୍ୟାଳୟ ଏକ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବ ବୋଲି ଜିଲ୍ଲାପାଳ ମହୋଦୟ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ…

Read More

ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର ଦ୍ଵିତୀୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଦଶପଲ୍ଲା ବିଧାୟକଙ୍କ ପାଇଁ ଆଜି ଏହି ମହୋତ୍ସବ ଯାହା  ଦ୍ଵାରା ଭାଇ ଚାରା ସୃଷ୍ଟି ହୋଇପାରିଛି । ସମ୍ମାନିତ ଅତିଥି ଭାବେ  ନୟାଗଡ ପୌର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ନୟାଗଡ ଲଗ୍ନଜିତ ରାଉତ, ଜିଲ୍ଲା ପରିଷଦ ସଭ୍ୟ ଜୋନ୍ ନଂ ୧୧ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ ୮ ନରେଶ କୁମାର ବେହେରା, ନୂଆଗାଁ ଥାନା ଅଧିକାରୀ ଶରତ କୁମାର ସେଠୀ, ପଞ୍ଚୁପାଣ୍ଡବ ମହୋତ୍ସବ ଉପ…

Read More

ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ ଉଦଘାଟିତ ହୋଇଯାଇଛି । ଅପରାହ୍ନ ୨ ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ୍ ହୋଇ କଳାକାର ମାନେ ନାମ ସଙ୍କୀର୍ତ୍ତନ, ଦୁଲୁ ଦୁଲି ବାଜାରେ ପଞ୍ଚୁପାଣ୍ଡବଙ୍କ ପୀଠରୁ ବାହାରି ନୂଆଗାଁ ବିରୁପାଖେଶ୍ଵର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତିମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ। ଉଦଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶାର ଦକ୍ଷ ନେତା ସୁରେଶ କୁମାର ରାଉତରାୟ ମଶାଲ ଶୋଭାଯାତ୍ରାରେ ଆସି ମହୋତ୍ସବ ପଡ଼ିଆରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହ ମହୋତ୍ସବକୁ ଉଦ୍ଘାଟନ କରିଥଲେ। ତତସହିତ ବୃତଙ୍ଗ ପ୍ରକଳ୍ପ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଧାୟକ…

Read More

ଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା

ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ,ଦଶପଲ୍ଲାଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ଦଶପଲ୍ଲା ବ୍ଲକ ଶିକ୍ଷାଧିକାରୀ ଭକ୍ତ ବିନୋଦ ସାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ସଭାପତି ଲକ୍ଷ୍ମୀଧର ମହାପାତ୍ର, ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ ମଲ୍ଲ ଏବଂ ସହଯୋଗୀ ଭାବେ ଶିକ୍ଷକ ବିଘ୍ନେଶ୍ୱର ବେହେରା, ଲକ୍ଷ୍ମୀଧର ସାହୁ, ସଂଗ୍ରାମ କେଶରୀ ଜେନା, ପ୍ରଭାତ ସାଥୁଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଉପସ୍ଥାପନ କରିଥିଲେ ।ଏହି ପ୍ରତିଯୋଗିତାରେ ଦଶପଲ୍ଲା ବ୍ଲକ…

Read More

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ ରବିବାର ଦିନ ଦଶପଲ୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ତ୍ରିନାଥ ଛକସ୍ଥିତ ସୀତାରାମ ୟୁଥ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଂଗୀତଧାରା ସହ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ,ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍ ସୁଦର୍ଶନ ସାହୁ, ସାହିତ୍ୟିକ ହାଡିବନ୍ଧୁ ମହାକୁଡ଼, ବ୍ରଜେନ୍ଦ୍ର ପ୍ରସାଦ ଧଳ, ରାଜକିଶୋର ସ୍ୱାଇଁ, ଶିକ୍ଷକ ବିଘ୍ନେଶ୍ୱର ବେହେରା, ଲକ୍ଷ୍ମୀଧର ସାହୁ, ଶ୍ରୀକାନ୍ତ ସାହୁ,…

Read More

ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ  ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ  ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୪୬ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୧୭ଟି ଫଇସଲା କରାଯାଇ ୧୫,୧୨,୪୦୫ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହ ଜନିତ ୧୬ଟି ମାମଲା ଫଇସଲା କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୪୫ଟି ମାମଲା ଫଇସଲା କରଯାଇଥିଲା।…

Read More

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର  ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ପରିସରରେ  ବ୍ଲକ୍  ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣସାରିକା ଜେନାଙ୍କ ତତ୍ବାବଧାନରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ବୁଲି ବିଭିନ୍ନ ବିଭାଗରେ ପଞ୍ଜିକୃତ ହୋଇଥିବା ଲୋକମାନେ କିପରି ସେବା ପାଇ ପାରିବେ ସେ ଉପରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ଅମୃତ କୁମାର ରାଉଳ, ସାଂସଦଙ୍କ ପ୍ରତିନିଧି ଭୀମସେନ ସେଠୀ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ। ଅଭିଜ୍ଞ ଡାକ୍ତରମାନଙ୍କୁ…

Read More

ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲାସ୍ତରୀୟ ସମାବେଶ ଦଶପଲ୍ଲା ସ୍ଥିତ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାବେଶରେ ଶୁଣ୍ଢୀ ସମାଜରର ରାଜ୍ୟ ସଭାପତି ବିକ୍ରମ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ତ୍ରିନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ନୂଆଗାଁ, ଖଣ୍ଡପଡ଼ା, ନୟାଗଡ଼, ରଣପୁର ବ୍ଲକ୍ ସମେତ ଜିଲ୍ଲା ବାହାରୁ ଯଥା ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ଜିଲ୍ଲାରୁ ଶୁଣ୍ଢୀ ସମାଜର ଜାତିଭାଇମାନେ ଉପସ୍ଥିତ ରହିଥିଲେ। ଏଥିସହ ସମସ୍ତେ  ସମାଜରେ ଅଗ୍ରଗତି ସହ ଏକତାକୁ ବଜାୟ ରଖି ଆଗକୁ ବଢିବା ପାଇଁ ଶପଥ ଗ୍ରହଣ କରିଥିଲେ। ପରିଶେଷରେ ଉପସଭାପତି ରଘୁନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Read More