ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡଡାଝୋଲା ଠାରେ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ମା ମହାଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା ମହାଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବ ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ର ମହତ୍ତ୍ଵ ବର୍ଣ୍ଣନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ମୁରଲୀ ଧର ଜେନା,ସୁଶାନ୍ତ କୁମାର ପଢ଼ିଆରୀ, ତ୍ରିନାଥ ସ୍ୱାଇଁ, ବିମଳ ଲୋଚନ ପଟ୍ଟନାୟକ ଙ୍କ ସମେତ ମନ୍ଦିର କମିଟିର…
Read MoreCategory: ନୂଆଗାଁ ବ୍ଲକ
ଦାଶରଥି ସଂଗ୍ରହାଳୟ ପରିଦର୍ଶନ କରି ଅତ୍ୟନ୍ତ ଖୁସି ହେଲେ ନୟାଗଡ ଜିଲ୍ଲାପାଳ
ନୂଆଗାଁ,(ନୟାଗଡ଼ ଦର୍ପଣ): ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ଦଶ ପଇସାର ଅଜା ଦାସିଆ ଅଜାଙ୍କ ଦ୍ବାରା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ପରିଦର୍ଶନ କରି ଏବଂ ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ଖୁବ୍ ଖୁସି ପ୍ରକଟ କରିଛନ୍ତି ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ । ଦେଶ ବିଦେଶର ସହ ସହ ପୁରାତନ ବିରଳ କଳାକୃତି, ପ୍ରାଚୀନ ତାଳପତ୍ର ପୋଥି ଓ ଲକ୍ଷାଧିକ ପୁସ୍ତକ ସମ୍ଭାରକୁ ଦେଖି ବିସ୍ମୟ ହୋଇ ପଡ଼ିଥିଲେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ। ଦାସିଆ ଅଜାଙ୍କ ନାତି ତଥା ପାଠାଗାର ଆନ୍ଦୋଳନର ସମ୍ପାଦକ ଦୀପକ ପଟ୍ଟନାୟକ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପାଠାଗାର ସଂଗ୍ରହାଳୟରେ ସଂଗୃହିତ…
Read Moreସମ୍ପଡ଼ା ଚିନ୍ତାମଣି ବିଦ୍ୟାପୀଠରୁ ତାଲାଭାଙ୍ଗି ମନିଟର ନେଇ ଚାଲିଗଲେ ଦୁର୍ବୃତ୍ତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସମ୍ପଡା ଚିନ୍ତାମଣି ବିଦ୍ୟାପୀଠର କମ୍ପ୍ୟୁଟର ଲ୍ୟାବ ରୁମ୍ ତାଲାଭାଙ୍ଗି ମନିଟର ନେଇ ଚାଲିଯାଇଥିବା ଜଣା ପଡିଛି।ସୂଚନା ଅନୁଯାୟୀ ଗତକାଲି ରାତ୍ର ରେ ୨ ଜଣ ଦୁର୍ବୃତ୍ତ ମୁଁହରେ କପଡା ଲଗାଇ କମ୍ପ୍ୟୁଟର ଲ୍ୟାବ ରୁମ୍ ତାଲା ଭାଙ୍ଗି ସିସି ଟିଭି ଭାଙ୍ଗିବା ସହ ୨ଟି ମନିଟର ନେବା ସିସି ଟିଭି ଫୁଟେଜରେ କଏଦ ହୋଇଥବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ସାହୁ ସୂଚନା ଦେଇଛନ୍ତି।ଘଟଣାସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିଦ୍ୟାଳୟରେ ଏଭଳି ଚୋରି ଘଟଣା କୁ ଜନସାଧାରଣ ନିନ୍ଦା କରିଛନ୍ତି।
Read Moreଦିବ୍ୟାଙ୍ଗଙ୍କ ଦ୍ବାରଦେଶରେ ପହଞ୍ଚିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଟିମ
ନୟାଗଡ,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମର ପାଦୁର୍ଭାବରେ ରାଜ୍ୟର ସମସ୍ତ ଜନତା ଅସ୍ତବ୍ୟସ୍ତ ।ଯେତେବେଳେ ସାଧାରଣ ଜନତାଟିଏ ଅନେକ ଅସୁବିଧାର ସମୁଖୀନ ହୋଇଥାଏ, ସେତେବେଳେ ଦିବ୍ୟାଙ୍ଗଙ୍କ କଥା କହିଲେ ନସରେ । ଏହି ପରିପ୍ରେକ୍ଷୀରେ, ସେହି ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ରାଜ୍ୟ ଆଇନ ସେବା ପ୍ରାଧିକରଣର ଏକ ନିଆରା ପ୍ରୟାସ । ଏହି ପ୍ରୟାସକୁ ସଫଳ କରିବା ନିମନ୍ତେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଅଭିଯାନ ଆରମ୍ଭ କରି ସାରିଛନ୍ତି । ସୂଚନା ଅନୁସାରେ, ଚଳିତ ମାସ ଗତ ୨୨ରୁ ଆସନ୍ତା ୨୯ରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ତାଲୁକରେ ଏହି ଅଭିଯାନ ଜାରି ରହିବ । ପ୍ରାଧିକରଣ ଦିବ୍ୟାଙ୍ଗ ମାନଙ୍କ ଦ୍ବାରଦେଶରେ ପହଞ୍ଚି ତାଙ୍କର ସମସ୍ତ ସମସ୍ୟା, ସୁବିଧା- ଅସୁବିଧା ଏବଂ ଆବଶ୍ୟକତା ଆଦି ପଚାରି ବୁଝିବେ। ସେହି ସମସ୍ୟା ଗୁଡ଼ିକୁ ଉପଯୁକ୍ତ…
Read Moreଦୀର୍ଘ ଦୁଇ ବର୍ଷର ବିବାଦର ଅନ୍ତ, ଗ୍ରାମକୁ ଫେରିଲେ ଦଳିତ ପରିବାର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମର ଅନୁସୂଚିତ ଜାତି ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତି, ମାଛ ଚାଷ, ଆମ୍ବତୋଟା ଓ କାଜୁଜଙ୍ଗଲକୁ ନେଇ ଅନୁସୂଚିତ ଜାତିର ୨୦ ଟି ପରିବାର ଓ ସାଧାରଣ ବର୍ଗର ଲୋକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗଣ୍ଡଗୋଳ ଆରମ୍ଭ ହୋଇ ଗାଁ ମନ୍ଦିରରେ ପ୍ରବେଶ କରାଇ ନ ଦେବା, କୋଠାଘର ନିର୍ମାଣ ଆଦି ଘଟଣାରୁ ଉଭୟ ଗୋଷ୍ଠି ମଧ୍ୟରେ ବିବାଦ ବିସ୍ଫୋରକ ରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇ ଦୁଇ ଜଣଙ୍କୁ ଅପହରଣ ଓ ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଉତ୍ତେଜନା ଆହୁରି ଅଧିକ ହୋଇଥିଲା ଫଳରେ ଅନୁସୂଚିତ ଜାତିର ୨୦ଟି ପରିବାରର ୮୦ ରୁ…
Read Moreନୂଆଗାଁରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର,
୭୧ଟି ଅଭିଯୋଗର ୧୯ଟି ତତ୍କାଳ ସମାଧାନ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧି ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପଇ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ନୂଆଗାଁ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଟ ରେ ମୋଟ ୭୧ଟି ଆପତ୍ତି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ ୫୮ ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୫ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୬ ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଓ ୨ ଟି ରେଡକ୍ରସ…
Read Moreକଳାବ୍ୟାଚ ପରିଧାନ କଲେ ଜିଲ୍ଲା ଅମଲାସଂଘର କର୍ମଚାରୀ, ବିଧାୟକଙ୍କୁ ଦେଲେ ଦାବିପତ୍ର, ୧ରୁ ସମୂହ ଛୁଟି
ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ଅମଲା ସଂଘ ପକ୍ଷରୁ ଆଜିଠାରୁ କଳାବ୍ୟାଚ ପରିଧାନ ସରକାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଜିଲ୍ଲା ଅମଲା ସଂଘ ପକ୍ଷରୁ ଏକ ଦାବିପତ୍ର ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କୁ ଆଜି ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଅମଲାସଂଘ ମିଳିତ ମଞ୍ଚ ପକ୍ଷରୁ ଉପଦେଷ୍ଟା କୈଳାଶ ଚନ୍ଦ୍ର ଓଝା, ଉପସଭାପତି ରଶ୍ମିରଂଜନ ଦାଶ ଏବଂ ରାମକୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ରହି ବିଧାୟକଙ୍କୁ ନୟାଗଡ଼ ବ୍ଳକ ପରିସରରେ ଦାବିପତ୍ର ପ୍ରଦାନ କରିଥିଲେ । ବିଧାୟକ ସେମାନଙ୍କ ଦାବିପତ୍ର ଗ୍ରହଣ କରିବା ସହିତ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ବୋଲି କହିବା ସହିତ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସୂଚନା ଯୋଗ୍ୟ…
Read Moreବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ତଦାରଖ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ନିର୍ମାଣଧିନ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ କାର୍ଯ୍ୟର ତଦାରଖ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଆସନ୍ତା ୨୫ ତାରିଖରେ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ଉଦଘାଟାନ ହେବାକୁ ଯାଉଥିବାରୁ ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ସମାପ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ବିଧାୟକ ଶ୍ରୀଯୁକ୍ତ ବେହେରା। ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକରେ ବିଜୁ ପଟ୍ଟନାୟକ ଯୁବକ ସଂଘ ଗୃହ ନିର୍ମାଣ ହେବାକୁ ଯାଉଛି।
Read Moreସଚେତନତା ରଥର ଶୁଭାରମ୍ଭ କରିବା ସହ ବିଭିନ୍ନ ଗାଁ’କୁ ଯାଇ ସର୍ଭେର ଉଦ୍ଦେଶ୍ୟ ଲୋକମାନଙ୍କୁ ବୁଝାଇଲେ ବିଡ଼ିଓ
ନୂଆଗାଁ,(ନୟାଗଡ଼ ଦର୍ପଣ): ସ୍ଵତନ୍ତ୍ର ପଛୁଆ ବର୍ଗ ସର୍ଭେର ସ୍ଵତନ୍ତ୍ର ଦିବସ ୨୧ ତାରିଖ ରବିବାର ଦିନ ବିଡ଼ିଓ ସଚିଦା ନନ୍ଦ ମିଶ୍ର ନୂଆଗାଁ ବ୍ଲକର ସମ୍ପଡା, ଚାହାଳି, ଡ଼ାଳିଆମଡା, ଢେଙ୍କେଣା, ଦେଉଳୀ, ମାଳିସାହି ଆଦି ଗ୍ରାମ ଏବଂ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା ଗଣନା କାରୀ, ସୁପର ଭାଇଜରଙ୍କ ସହ ଡୋର ଟୁ ଡୋର ସର୍ଭେ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପଛୁଆ ବର୍ଗ ସର୍ଭେର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ହିତାଧିକାରୀ ମାନଙ୍କୁ ବୁଝାଇବା ସହ ସରକାରଙ୍କ ଏହି କାର୍ଯ୍ୟକ୍ରମ ଶତପ୍ରତିଶତ ସଫଳତା ପାଇଁ ଅନୁରୋଧ କରିଥିଲେ।ଲୋକମାନଙ୍କୁ ସଚେତନ କରିବା ପାଇଁ ସ୍ବତନ୍ତ୍ର ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରିଥିଲେ ବିଡ଼ିଓ ଶ୍ରୀ ମିଶ୍ର। ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରିଥିଲା ଏହି…
Read Moreଭଞ୍ଜପୀଠ ମାଳିସାହିରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ମହାଦେବଙ୍କ ପୀଠରେ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଡ଼ଃ ପ୍ରେମାନନ୍ଦ ମହାପାତ୍ର, ମୁଖ୍ୟବକ୍ତା ଭାବେ ଡଃ ବୈରାଗୀ ଚରଣ ପଟ୍ଟନାୟକ, ସମ୍ମାନିତ ବକ୍ତା ଭାବେ ଡଃ ଅଭିମନ୍ୟୁ ବରାଳ ଯୋଗଦେଇ ଭଞ୍ଜଙ୍କ ଜୀବନାଦର୍ଶ, ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହିକୁ ପବିତ୍ର ମାଟି ବୋଲି କହିବା ସହିତ ତାଙ୍କର ପାଣ୍ଡିତ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଥମେ ଭଞ୍ଜଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।…
Read More