ଆସନ୍ତାକାଲି ନୟାଗଡ଼ ଗସ୍ତରେ ଆସିବେ ଓଡିଶା ବିଧାନ ସଭା ଲାଇବ୍ରେରୀ କମିଟିର ୩୧ ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଗସ୍ତରେ ଆସୁଛନ୍ତି ୩୧ଜଣ ବିଧାୟକ। ଆସନ୍ତା କାଲି ଅର୍ଥାତ ୨୫ତାରିଖରେ ଓଡିଶା ବିଧାନ ସଭାର ଲାଇବ୍ରେରୀ କମିଟି ନୟାଗଡ଼ ଗସ୍ତରେ ଆସୁଥିବା ସୁଚନା ମିଳିଛି। ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ବରେ ଆସୁଥିବା ଜଣା ପଡିଛି । ଏହି ଗସ୍ତରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଡ. ନୃସିଂହ ଚରଣ ସାହୁ, ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁପିନ୍ଦର ସିଂ, ବ୍ରଜ କିଶୋର ପ୍ରଧାନ, ମହିଧର ରଣା, ପ୍ରଶାନ୍ତ କୁମାର ଜଗଦେବ, ସିମାରାଣୀ ନାୟକ, ସୁକାନ୍ତ କୁମାର ନାୟକ, ଦେବେସ ଆଚାର୍ଯ୍ୟ, ଅଙ୍ଗଦ କଅଁର, ଅଶୋକ କୁମାର ବାଲ, ବିକ୍ରମ କୁମାର ପଣ୍ଡା, ମନୋହର ରାନ୍ଧାରୀ, ମୌସୁମୀ ବାଗ, ପ୍ରଦୀପ କୁମାର ଭିସାରୀ, ରମେଶ ଚନ୍ଦ୍ର ସାଇ, ସଦାଶିବ ପ୍ରଧାନୀ, ସାଲୁଗା ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ସୁନନ୍ଦା ଦାସ, ସୁଧାଂଶୁ ଶେଖର ପରିଡ଼ା, ଆଦିତ୍ୟ ମାଢ଼ି, ଭବାନି ଶଙ୍କର ଭୋଇ, ଭାସ୍କର ମଢ଼େଡି, ବୃଧାନ ମୁର୍ମୁ, ରମେଶ ଚନ୍ଦ୍ର ବେହେରା, ପ୍ରଶାନ୍ତ ବେହେରା, ଚକ୍ରମଣି କଅଁର, ସ୍ବରୁପ କୁମାର ଦାସ ଓ ମଞ୍ଜୁଳା ସ୍ବାଇଁ ପ୍ରମୁଖ ଆସନ୍ତା କାଲି ନୟାଗଡ଼ ଗସ୍ତରେ ଆସୁଛନ୍ତି । ଆସନ୍ତା କାଲି ୧୦.୪୫ ସମୟରେ ନୟାଗଡ଼ ସର୍କିଟ ହାଉସରେ ପହଞ୍ଚିବେ । ସେଠାରୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିବେ । ନୟାଗଡ଼ କଲେଜର ଲାଇବ୍ରେରୀ ଗୃହକୁ
ଅନୁଧ୍ୟାନ କରିବେ । ଏହାପରେ ଜିଲ୍ଲା ଲାଇବ୍ରେରୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ନୂଆଗାଁର ଦାସିଆ ଅଜା ଲାଇବ୍ରେରୀ ପରିଦର୍ଶନ କରିବା ସହ କୁଆଁରିଆ ଡ୍ୟାମ ଗସ୍ତ କରିବେ । ଏହି କମିଟି ନୟାଗଡ଼ ଗସ୍ତ କରି କନ୍ଧମାଳ ଅଭିମୁଖେ ଯିବେ ।

Related posts