ଲୋକସେବା ଭବନରେ ପ୍ରକୃତିମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହେବ ଅନନ୍ୟା ଫାଉଣ୍ଡେସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ନୟାଗଡ଼ ବ୍ଲକରୁ ଅନନ୍ୟା ଫାଉଣ୍ଡେସନକୁ ମନୋନୀତ କରାଯାଇଛି। ଅନନ୍ୟା ଫାଉଣ୍ଡେସନ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ ସହ ସକ୍ରିୟ ଅବଦାନ ଥିବା ବେଳେ ବିଶେଷ କରି ପରିବେଶ ପ୍ରତି ଥିବା ନିରବଚ୍ଛିନ୍ନ ଅବଦାନ ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସୂଚନା ଥାଉକି ଟାଙ୍ଗରା ଭୂଇଁକୁ ସବୁଜ ବନାନୀରେ ପରିଣତ କରିବା ସହ ପ୍ଲାଷ୍ଟିକ ଫ୍ରି ନୟାଗଡ଼ ଅଭିଯାନ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ସଦସ୍ୟମାନେ ଅହରହ ଉଦ୍ୟମ ଚଳାଇଛନ୍ତି। ବିଭିନ୍ନ ସମୟରେ ପଶୁପକ୍ଷୀମାନଙ୍କ ଜଳପାନ ସୁବିଧା ସହ ବିଭିନ୍ନ ଦେବାଳୟରେ ପଲିଥିନ୍ ବ୍ୟବହାର କମ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ନିଜସ୍ଵ ଉଦ୍ୟମରେ ବାଉଁଶ ଚାଙ୍ଗୁଡ଼ି ବଣ୍ଟନ ସହ ନିଆରା କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ। ଅନେକ ସମୟରେ ବିଭିନ୍ନ…

Read More

ଭାରତୀୟ ଦର୍ଶନ ଓ ସଂସ୍କୃତିର ଆଧାର ସଂସ୍କୃତ ଭାଷା, ଦଶଦିବସୀୟ ଆବାସିକ ସଂସ୍କୃତ ପ୍ରଶିକ୍ଷଣ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ପ୍ରାଚୀନ ଭାଷା ହେଉଛି ସଂସ୍କୃତ ଯାହାର ସମୃଦ୍ଧ ପରମ୍ପରା ଓ ଇତିହାସ ରହିଛି।କେବଳ ଭାରତ ନୁହେଁ ବିଶ୍ଵର ପ୍ରାଚୀନତମ ଓ ଶ୍ରେଷ୍ଠ ଭାଷାଭାବେ ମଧ୍ୟ ସଂସ୍କୃତକୁ ଗ୍ରହଣ କରାଯାଏ। ବୈଦିକ ଯୁଗରେ ଋଷିମାନେ ଭାରତୀୟ ଦର୍ଶନଶାସ୍ତ୍ରର ସ୍ରଷ୍ଟା ଅଟନ୍ତି। ଭାରତୀୟ ଦର୍ଶନର କେନ୍ଦ୍ରବିନ୍ଦୁ ହେଉଛି ବେଦ ଓ ଉପନିଷଦ ସେହିପରି ତତ୍ୱଜ୍ଞାନ ହେଉଛି ଭାରତୀୟ ସଂସ୍କୃତି ଓ ଧର୍ମର ମୂଳପିଣ୍ଡ। ବେଦ, ଉପନିଷଦ, ରାମାୟଣ, ମହାଭାରତ, ଗୀତା, ପୁରାଣ ଆଦି ମହାନ ଗ୍ରନ୍ଥର ରଚନା ପ୍ରଥମେ ସଂସ୍କୃତ ଭାଷାରେ ହୋଇଥିଲା । ବିଶେଷଭାବେ ଭାରତୀୟ ଦର୍ଶନ ଓ ସଂସ୍କୃତିର ଆଧାର ହେଉଛି ସଂସ୍କୃତ ଭାଷା ବୋଲି ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରିସରରେ ଆୟୋଜିତ ହୋଇଥିବା ଦଶଦିବସୀୟ ଆବାସିକ ସଂସ୍କୃତ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ଯୋଗଦେଇ ସାହିତ୍ୟିକ ତଥା ଦର୍ଶନଶାସ୍ତ୍ର ଗବେଷକ ଶରତ…

Read More

ଦାସିଆ ଅଜାଙ୍କ ପାଠାଗାର ପରିଦର୍ଶନ କଲେ ଓଡ଼ିଶା ବିଧାନସଭା ପାଠାଗାର କମିଟି

ନୂଆଗାଁ,(ନୟାଗଡ଼ ଦର୍ପଣ): ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା ଦାସିଆ ଅଜାଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ବୁଲି ଦେଖିଲେ ଓଡିଶା ବିଧାନସଭା ପାଠାଗାର କମିଟି। ପାଠାଗାର କମିଟିର ୧୨ଜଣ ବିଧାୟକ ଦାସିଆ ଅଜାଙ୍କ ସାଧନା ପୀଠରେ ପହଞ୍ଚି ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପାଠାଗାର ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଥିବା ଓ ବର୍ତ୍ତମାନ ସଂଗୃହିତ ହେଉଥିବା ଲକ୍ଷାଧିକ ପୁସ୍ତକ ସମ୍ଭାର ଓ ଦେଶ ବିଦେଶର ଶହ ଶହ ପୁରାତନ କଳାକୃତି ଓ ଦୁର୍ଲ୍ଲଭ ସାମଗ୍ରୀକୁ ଦେଖି ବିଧାୟକ ମାନେ ଅଭିଭୂତ ହୋଇ ପଡ଼ିଥିଲେ। ଦାସିଆ ଅଜାଙ୍କ ବିରଳ ସାଧନାକୁ ବିଧାୟକମାନେ ଖୁବ୍ ପ୍ରଶଂସା କରିଥିଲେ। ଓଡ଼ିଆ ଜାତିର ଏହି ବିରଳ ସାଧକଙ୍କ ଅମ୍ଳାନ ସ୍ମୃତି ରକ୍ଷାପାଇଁ ଏବଂ ରାଜ୍ୟ ଓ ଦେଶର ଦାସିଆ ଅଜାଙ୍କ ବିରଳ ସାଂସ୍କୃତିକ ସମ୍ଭାରକୁ…

Read More

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ବିଜୁ ଯୁବ ଭବନ ଉଦଘାଟନ

ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ବିଜୁପ୍ରେମୀ, ବୁଦ୍ଧିଜୀବୀ, ଯୁବକ ଏବଂ ଅଞ୍ଚଳବାସୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ବିଜୁ ଯୁବ ଭବନ ଉଦଘାଟିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭା ପାଠାଗାର କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ବିଜୁ ଯୁବ ଭବନ ଉଦଘାଟନ କରିଥିଲେ। ତତ୍ ସହିତ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବିଜୁ ଯୁବଭବନ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିବାରୁ ଯୁବକମାନେ ଉତ୍ସାହିତ ଅଛନ୍ତି । ସମ୍ମାନୀତ ଅତିଥି ଭାବେ ବିଧାନସଭା ପାଠାଗାର କମିଟିର ସଦସ୍ୟ ତଥା…

Read More

ରଣପୁର ମୟୁରଝାଲିଆରେ ବେଆଇନ ମାଙ୍କଡା ପଥର ଖଣି ଚୋରାଚାଲାଣ, ଗଡ଼ିଲା ୬ମୁଣ୍ଡ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଆଜି ୬ ରାଜସ୍ୱ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଖଣ୍ଡପଡ଼ା ତହସିଲରେ କାର୍ୟ୍ୟରତ ସେକ୍ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ୟ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠି, ରଣପୁର ତହସିଲର ରାଜସ୍ୱ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ରଣପୁର ତହସିଲର ଚନ୍ଦ୍ରଶେଖର ନନ୍ଦଙ୍କୁ ଆଜି ଜିଲ୍ଲାପାଳ ସସ୍ପେଣ୍ଡ କରିଛନ୍ତି। ରଣପୁର ତହସିଲ ମୟୁରଝାଲିଆ ଗ୍ରାମରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖଣି ଚାଲାଣରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିଥିଲା। ଏମାନଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ ଫୌଜଦାର ମାମଲା ରଜୁ କରାଯିବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଥିଲା। ରଣପୁର ତହସିଲଦାର ଏମାନଙ୍କ…

Read More

ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ

ନୂଆଗାଁ,(ନପ୍ର): ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମିଳନୀ ଏବଂ ସାମ୍ବାଦିକ ଭବନର ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ କଲେଜ ପରିସରରେ ବହୁଆଡମ୍ବରରେ ପ୍ରଥମ ବାର୍ଷିକ ସମ୍ମିଳନୀ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ଦ୍ଵାରା ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଶିବଦତ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାମ୍ବାଦିକମାନଙ୍କ ଗୁରୁଦାୟିତ୍ବ ବର୍ଣ୍ଣନା କରିବା ସହ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ବନ୍ଧୁମାନଙ୍କ ଦାୟିତ୍ବ, କର୍ତ୍ତବ୍ୟବୋଧ ଏବଂ ଏଭଳି ଏକ କାର୍ଯ୍ୟକ୍ରମ କରି ଜିଲ୍ଲା ତଥା ରାଜ୍ୟ ସଭାପତିଙ୍କୁ ଆଣି ଏକତ୍ରିତ କରିପାରିବା ବାସ୍ତବିକ୍ ପ୍ରଶଂସନୀୟ ବୋଲି କହିଥିଲେ। ମୁଖ୍ୟ ବକ୍ତାଭାବେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର, ସମ୍ମାନୀତ ଅତିଥି ଭାବେ ନୟାଗଡ…

Read More

ନୟାଗଡ଼ ଟିପିସିଓଡ଼ିଏଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ ଓ ଦାବିପତ୍ର ପ୍ରଦାନ କଲା ହେମେନ୍ଦ୍ର ସେନା

ନୟାଗଡ଼,(ନୟାଗଡ଼ ଦର୍ପଣ): ହେମେନ୍ଦ୍ର ସେନା ପକ୍ଷରୁ ନୟାଗଡ଼ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(Elect), ଟିପିସିଓଡ଼ିଏଲ, ନୟାଗଡ଼ଙ୍କ କାର୍ଯ୍ୟାଳୟ ଘେରାଓ ଓ ଦାବିପତ୍ର ପ୍ରଦାନ । ପ୍ରଚଣ୍ଡ ରୌଦ୍ରତାପ ସମୟରେ ନୟାଗଡ଼ରେ ସୃଷ୍ଟି ହୋଇଥିବା ଉତ୍କଟ ତଥା ଘନଘନ ବିଜୁଳି କାଟକୁ ଦୃଷ୍ଟିରେ ରଖି ସଙ୍ଗଠନର ପ୍ରତିଷ୍ଠାତା ଅରଣ୍ୟରାଜ କିଶୋର ସିଂଙ୍କ ନେତୃତ୍ବରେ ଆଜି ଅପରାହ୍ନରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(Elect), ଟିପିସିଓଡ଼ିଏଲ, ନୟାଗଡ଼ ଅଫିସ ସାମ୍ନାରେ ପ୍ରତିବାଦ ସଭା ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହାଦ, ସମାଜସେବୀ ତଥା ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ଉପରେ ପ୍ରତିବାଦ କରାଯିବା ସହ… ୧- ବିଜୁଳିକାଟର ବିଜୁଳି ବିଭାଗ ତରଫରୁ ଅତିଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା। ୨- ପ୍ରିପେଡ ତଥା ଡିଜିଟାଲ ମିଟର ଲଗାଇବା…

Read More

ଆସନ୍ତାକାଲି ନୟାଗଡ଼ ଗସ୍ତରେ ଆସିବେ ଓଡିଶା ବିଧାନ ସଭା ଲାଇବ୍ରେରୀ କମିଟିର ୩୧ ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଗସ୍ତରେ ଆସୁଛନ୍ତି ୩୧ଜଣ ବିଧାୟକ। ଆସନ୍ତା କାଲି ଅର୍ଥାତ ୨୫ତାରିଖରେ ଓଡିଶା ବିଧାନ ସଭାର ଲାଇବ୍ରେରୀ କମିଟି ନୟାଗଡ଼ ଗସ୍ତରେ ଆସୁଥିବା ସୁଚନା ମିଳିଛି। ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ବରେ ଆସୁଥିବା ଜଣା ପଡିଛି । ଏହି ଗସ୍ତରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଡ. ନୃସିଂହ ଚରଣ ସାହୁ, ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁପିନ୍ଦର ସିଂ, ବ୍ରଜ କିଶୋର ପ୍ରଧାନ, ମହିଧର ରଣା, ପ୍ରଶାନ୍ତ କୁମାର ଜଗଦେବ, ସିମାରାଣୀ ନାୟକ, ସୁକାନ୍ତ କୁମାର ନାୟକ, ଦେବେସ ଆଚାର୍ଯ୍ୟ, ଅଙ୍ଗଦ କଅଁର, ଅଶୋକ କୁମାର ବାଲ, ବିକ୍ରମ କୁମାର ପଣ୍ଡା, ମନୋହର ରାନ୍ଧାରୀ, ମୌସୁମୀ ବାଗ, ପ୍ରଦୀପ କୁମାର ଭିସାରୀ, ରମେଶ ଚନ୍ଦ୍ର ସାଇ,…

Read More

ଦଶପଲ୍ଲା ବିଧାୟକଙ୍କୁ ପୁଣି ଥରେ ଜିଲ୍ଲା ବିଜେଡ଼ି ସଭାପତି ଭାବେ ନିଯୁକ୍ତି କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): କାର୍ଯ୍ୟ ଦକ୍ଷତା , ଲୋକ ପ୍ରିୟତା ଏବଂ ଦୃଢ଼ ସଂଗଠକ ଦଶପଲ୍ଲା ବିଧାୟକ। କାର୍ଯ୍ୟ ଦକ୍ଷତା, ଲୋକ ପ୍ରୀୟତା, ଦୃଢ଼ ସଂଗଠନ କୁ ଦେଖି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ପୁଣି ଥରେ ବିଜେଡ଼ି ସୁପ୍ରିମୋ ପଟ୍ଟନାୟକ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନରେ ଦଶପଲ୍ଲା, ନୂଆଗାଁ ଏବଂ ଗଣିଆ ବ୍ଲକ୍ ଦଖଲ କରିଥିଲା ବିଜେଡ଼ି।ଅହରହ ପ୍ରଚେଷ୍ଟା ଜାରି ରଖି ଲୋକ ମାନଙ୍କ ପାଖରେ ପହଞ୍ଚି ସୁବିଧା, ଅସୁବିଧା ବୁଝିବା ସହ ସମାଧାନ କରିବା ଏବଂ ଅଞ୍ଚଳର ବିକାଶ ସର୍ବଦା ପ୍ରଚେଷ୍ଟା ଜାରି ରଖିବା ସହ ବିଜୁ ଜନତା ଦଳ କୁ ଅଧିକ ସୁଦୃଢ କରି ପାରିଛନ୍ତି ଦଶପଲ୍ଲା ବିଧାୟକ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ…

Read More

ଖଣ୍ଡପଡାରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଖଣ୍ଡପଡା ସହରର ଶୁଭ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପ୍ରସନ୍ନ ଦାଶ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ନେତ୍ରୀ ସୁରମା ପାଢ଼ୀ, ଇରାନୀ ରାୟ, ପୂର୍ବତନ କନ୍ଧମାଳ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ମାନେ ଯୋଗଦେଇଥିଲେ। ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହ ଜନ ସମ୍ପର୍କ ଅଭିଯାନ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା ସମ୍ପର୍କରେ, ଦେଶ ଓ ରାଜ୍ୟର ପ୍ରଗତି…

Read More