ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ନୟାଗଡ଼ ଶାଖା ପକ୍ଷରୁ ରାଜସୁନାଖଳା ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଏକତ୍ରିତ କରି ତାଙ୍କ ସହ ଓଏସଇଏଫଡ଼ି ସଂଘର କାର୍ଯ୍ୟକର୍ତ୍ତା କିଛି ସମୟ ବିତାଇବା ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଖୁସି ପ୍ରକଟ କରିଥିଲେ। ଏହି ଦିବସକୁ ଓଡ଼ିଶା ସରକାର ରାଜ୍ୟସାରା ବହୁ ଆଡ଼ମ୍ବରରେ ପାଳନ କରୁଛନ୍ତି, କିନ୍ତୁ ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ତାଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ବାହାର କଲେ ନାହିଁ। ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ…
Read MoreCategory: ଗଣିଆ ବ୍ଲକ
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଡିସେମ୍ବର ୩ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉପଲକ୍ଷ୍ୟେ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସୁରଗନ୍ଧର୍ବ ନବକିଶୋର ମିଶ୍ର,ଗୁରୁ ପ୍ରଭାତ ଦାଶ,ରଜନୀକାନ୍ତ ମହାପାତ୍ର,ନିର୍ମଳ ଶୂରଦେଓ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ସାହୁ,ପ୍ରଦୀପ୍ତ ରଥ,ଡ.ଆଶୁତୋଷ ମହାପାତ୍ର,ସ୍ୱପ୍ନେଶ୍ୱର ଜେନା,ବିଜୟାନନ୍ଦ ମହାପାତ୍ର,ଗୋପୀନାଥ ସେଠୀ,ଲକ୍ଷ୍ମୀଧର ମହାପାତ୍ର,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ବିଭିନ୍ନ ନିୟମାବଳୀ ସମ୍ପର୍କରେ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ । ନିଷ୍ପତ୍ତି ମୁତାବକ ଏହି ପ୍ରତିଯୋଗୀତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ…
Read Moreନୟାଗଡ଼ରେ ବିଜେଡି ଯୁବ ଓ ଛାତ୍ର କର୍ମଶାଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ବିଜୁ ଯୁବ ଓ ଛାତ୍ର ସଂଗଠନକୁ ନେଇ ଏକ କର୍ମଶାଳା ତଥା ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନ ତଥା ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଜେଡି ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ନବୀନ ଓଡ଼ିଶାର ସାରଥି ହେବା ପାଇଁ ଛାତ୍ର ଓ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବ ବିଜେଡି ରାଜ୍ୟ ସଭାପତି ତଥା ଚାନ୍ଦବାଲି…
Read Moreଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
ନୟାଗଡ, (ନୟାଗଡ଼ ଦର୍ପଣ):ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ ହୋଇଛି। ଏହି ମେଳା ୫ଦିନ ବ୍ୟାପି ଅନୁଷ୍ଠିତ ହେବ। ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ବିଭାଗର ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ସଂମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ବ୍ଳକ ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ, ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଯୋଗ ଦେଇଥିଲେ। ସରକାର ଦେଉଥିବା ପ୍ରୋତ୍ସାହନକୁ ସତ…
Read Moreଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆ ରେ ନୟାଗଡ଼ ବିଧାୟକ
ଗଣିଆ, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ଼ଃ.ଅରୁଣ କୁମାର ସାହୁ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସି ବିଦ୍ୟାଳୟ ର ନୂତନ ଭାବେ ନିର୍ମାଣ ହେଉଥିବା ଶ୍ରେଣୀ ଗୃହ କାର୍ଯ୍ୟକୁ ସମୀକ୍ଷା କରିଥିଲେ ଓ ଯଥାଶୀଘ୍ର ଏହି କାର୍ଯ୍ୟ ସାରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଡଃ.ସାହୁ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ଆସି ସାମ୍ବାଦିକମାନଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତକାର କରିଥିଲେ। ଆଗାମୀ ଦୁର୍ଗାପୂଜା ପାଇଁ ସାମ୍ବାଦିକ ମାନଙ୍କୁ ଅଭିନନ୍ଦନ ଜଣାଇ ଅଞ୍ଚଳରେ ଘଟୁଥିବା ଘଟଣାବଳୀ ସଂପର୍କରେ ସତ୍ୟ ଏବଂ ନିର୍ଭୁଲ ସମ୍ବାଦ ପରିବେଷଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସହିତ ଯୋଡ଼ି ହୋଇ ସହଭାଗିତା ଭିତ୍ତିରେ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।
Read Moreଗଣିଆରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର
ଗଣିଆ, (ନୟାଗଡ଼ ଦର୍ପଣ): ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ନୟାଗଡ଼ ଆନୁକୁଲ୍ୟରେ ଗଣିଆ ବ୍ଲକ ପ୍ରଶାସନ ସହାୟତାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗଣିଆ ଠାରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ବିଧାୟକ ଦଶପଲ୍ଲା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅସ୍ଥି ଶଲ୍ୟ, ମାନସିକ ଅନଗ୍ରସର, ଦୃଷ୍ଟି ବାଧିତ,ଓ ଶ୍ରବଣ ବାଧିତ ବିଭାଗର ବରିଷ୍ଠ ଚିକିତ୍ସକମାନଙ୍କ ଦ୍ବାରା ଶତାଧିକ ରୋଗୀ ମାନଙ୍କୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଉପଯୁକ୍ତ ରୋଗୀ ମାନଙ୍କୁ ଚିହ୍ନଟ କରି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଯଥାସାଧ୍ୟ ସରକାରୀ ଯୋଜନା ଦ୍ବାରା ସାହାଯ୍ୟ କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ ।
Read Moreଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଚାଲିଥିବା ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ବର୍ଗରେ ସ୍ୱୟଂ ପ୍ରକାଶ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜାଗୃତି ଘଡେ଼ଇ, ତୃତୀୟରେ ଧର୍ମେଶ ରାୱଲ,ଚତୁର୍ଥରେ ରାଜା ପ୍ରଧାନ ଏବଂ ପଞ୍ଚମ ସ୍ଥାନରେ କ୍ରୀଷ୍ଣ ରାଓ ଦୋରା ପ୍ରମୁଖ କୃତିତ୍ବ ହାସଲ କରି ପୁରସ୍କୃତ ହୋଇଛନ୍ତି। ସେହିପରି କନିଷ୍ଠ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ କୁଇନ କନସାଇନ ହରିଚନ୍ଦନ, ତୃତୀୟରେ…
Read Moreନୂଆଗାଁ ବ୍ଲକ୍ ବିଜୁ ଜନତା ଦଳର ବିଶାଳ ଜନ ସମ୍ପର୍କ ପଦଯାତ୍ରା
ନୂଆଗାଁ,(ନୟାଗଡ଼ ଦର୍ପଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ଯୁବ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ନୂଆଗାଁ ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ରେ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି।ଏହି ବାଇକ ରାଲି ନୂଆଗାଁ ବ୍ଲକ୍ କିରିଆ ଲାଞ୍ଜି ଠାରୁ ବାହାରି ଦଶପଲ୍ଲା ମେଳିଆ ତୋଟା ରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସମାଜ ସେବୀ ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ବିଜେଡ଼ି ସଭାପତି ସନାତନ ସାମଲ,ଉପ…
Read Moreନୟାଗଡ଼ରେ ଅକ୍ଟୋବର ୧୬ ଏବଂ ୧୭ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚେସ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବା ନେଇ ସୂଚନା
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ୍ ଆସୋଶିଏସନ ଏବଂ କେ.ସି. କ୍ଲବ ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏ ନେଇ ଆଜି ନୟାଗଡ଼ କେ.ସି. କ୍ଲବ ପରିସରସ୍ଥ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଥମ ଦଶ ଜଣକୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯିବ| ନୟାଗଡ଼ ଚେସ୍ ଆଶୋସିଏସନ୍ର ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ କୁମାର ରଥ, କେ.ସି. କ୍ଲବର ସଭାପତି ଭାଗିରଥ ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ ଓ ବରଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସମ୍ପୂର୍ଣ୍ଣ ବିବରଣୀ ରଖୁଛନ୍ତି । ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ…
Read Moreନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ଗୁରୁତ୍ବପୁର୍ଣ୍ଣ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର କଡା ପଦକ୍ଷେପ । ୬ଶହ ଟଙ୍କାରେ ଘର ଭଡା ନେଇ ମାଲିକ ୭ରୁ ୮ହଜାର ଟଙ୍କାରେ ଅନ୍ୟକୁ ଭଡା ଦେଉଛନ୍ତି । ମୁଳ ପଇସା ଛଅ ଶହ ଟଙ୍କା ଦେବାକୁ ଖାତିର କରୁନାହାନ୍ତି । ବାରମ୍ବାର ମାଗିଲେ ମଧ୍ୟ ଟଙ୍କା ଠିକ ସମୟରେ ଦେଉ ନାହାନ୍ତି । ଏଥିପାଇଁ ଆଜି ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ପରିଚାଳନା ବୈଠକ କରାଯାଇ ୨୦ନଂ ଘରକୁ ସିଲ କରାଯାଇଛି । ଅପରାହ୍ନ ଦୁଇ ଘଟିକା ସମୟରେ ପରିଚାଳନା ପରିଷଦର ସଭ୍ୟ ସଭ୍ୟାମାନଙ୍କୁ ନେଇ ଗୁରୁତ୍ବପୁର୍ଣ୍ଣ ବୈଠକ ବସିଥିଲା । ଆଜିଠାରୁ ଉକ୍ତ ଦୋକାନୀର ମାଲିକଙ୍କୁ ୩୦ଦିନର ମହଲତ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ମାଲିକ ଟଙ୍କା ନଦେଲେ ସମିତି ଦଖଲକୁ ନେବ ବୋଲି ନିଷ୍ପତି ନିଆଯାଇଛି…
Read More