ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜ଼ିଲ୍ଲା ଆଇନ ସେବା ପରାଧିକରଣ ଆନୁକୂଲ୍ୟରେ, ଘଡୁଆଳ ସ୍ଥିତ ତପସ୍ୟା ଠାରେ – ‘ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ” ପାଳିତ ହୋଇଛି। ପ୍ରାଧିକାରଣ କର୍ମଚାରି ପବନ କୁମାର ବେହେରା ଅତିଥି ପରିଚୟ ଏବଂ ଦିବସର ତାପଯ୍ୟ ବର୍ଣ୍ଣନା କରିଥିଲେ। ସଦସ୍ୟ ମହମଦ ଓମାର ମଲ୍ଲିକ ଶିଶୁ ଶ୍ରମିକ ବିରୋଧୀ ଦିବସର କାରଣ, ନିରାକାରଣ, ସମସ୍ୟା ସମାଧାନ ସୁବିଧା ବିଷୟରେ ବକ୍ତବ୍ୟ ରଖିଥିଲେ। ସଦସ୍ୟା କ୍ଷଣପ୍ରଭା କର ଶ୍ରମିକ ନିରୋଧୀ ପରିବାର ସମାଜ ବିଷୟରେ ଉପାଦୟ ତଥ୍ୟ ଦେବା ସହିତ, ଗୀତ ମାଧ୍ୟମରେ ଭାବନକୁ ପ୍ରକାଶ କରିଥିଲେ। ତପସ୍ୟାର ତତ୍ୱାବଧାରକ ଚନ୍ଦ୍ରଶେଖର ବେହେରା ଶିଶୁମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଦର୍ଶାଇଥିଲେ। ପ୍ରଦୀପ କୁମାର ସାହୁ, ମୈତ୍ରୀ ଅନୁଷ୍ଠାନର ସମ୍ପାଦକ ବିଶ୍ୱ ଶିଶୁ ଶ୍ରମିକ ବିଷୟ ଉପରେ ଆଲୋଚନା କରିଥିଲେ। ଜୁନ ମାସ…
Read MoreCategory: ଗଣିଆ ବ୍ଲକ
ନୟାଗଡ଼ ବ୍ଳକ ବାଲୁଗାଁରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀରେ ଅରୁଣଙ୍କ ମନ୍ତ୍ର
ମହିଳା ଆଗକୁ ଆସିଲେ କେବଳ ପ୍ରଗତୀ ଓ ବିକାଶ ସୁନିଶ୍ଚିତ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ କୁମାର ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ୟ୍ୟୋଧନ ବେହେରା, ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ମାଟିର ମଣିଷ…
Read Moreପାରାଢିପିରେ ଖୋଲିଲା କୃଷି ସେବା ସମବାୟ କେନ୍ଦ୍ର ସମିତି,ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ପଞ୍ଚାୟତରେ ନୂତନ ଭାବେ ଖୋଲିଲା କୃଷି ସେବା ସମବାୟ କେନ୍ଦ୍ର ସମିତି। ଏନେଇ ଏଆରସିଏସ ହାଡ଼ିବନ୍ଧୁ ମହାକୁଡ଼ ପାରାଢିପି ପଞ୍ଚାୟତରେ କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ନେଇ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେସନ୍ ସରପଞ୍ଚ ବିଭୂତି ପ୍ରଧାନଙ୍କୁ ପ୍ରଦାନ କରିଥିଲେ। କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ଦ୍ବାରା ରାମପଲ୍ଲୀ, କରଡା ପଲ୍ଲୀ, ବାଲଣ୍ଡା, ଥୁଆବାରି, ଅଭୟପୁର, ପାରାଢିପି, ରଗଡ଼ି ସାହି, ମସ୍କାବାରି, କଣ୍ଟିଆମ୍ବା ପୋକସୁଙ୍ଗା ଗ୍ରାମର ଲୋକମାନେ ଉପକୃତ ହେବେ। ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଥିବାରୁ ପାରାଢିିପି ପଞ୍ଚାୟତର ଜନସାଧାରଣ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସରପଞ୍ଚ ବିଭୂତି ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
Read Moreହରିପୁରରେ ଉଭୟ ଗୋଷ୍ଠୀଙ୍କୁ ଉଷୁକାଇ ହିଂସା କରାଉଥିବା ନେତାନେତ୍ରୀଙ୍କୁ ଗିରଫ କଲେ ବନ୍ଦ ହେବ ରାଜନୈତିକ ହିଂସା: କଂଗ୍ରେସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେଡି ବିଜେପି ନେତାନେତ୍ରୀଙ୍କ ପ୍ରରୋଚନାରେ ରାଜନୈତିକ ବିଦ୍ବେଷ ଭାବ ସୃଷ୍ଟି କରି ହିଂସା କରାଉଥିବା ନୟାଗଡ଼ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏମିତି ପ୍ରାୟୋଜିତ ହିଂସା କରାଯାଇ ଶାନ୍ତି ପ୍ରିୟ ନୟାଗଡ଼କୁ ଜାଣିଶୁଣି ଆଗାମୀ ନିର୍ବାଚନ ପୂର୍ବରୁ ଅଶାନ୍ତ କରାଇ ନିରୀହ ଗ୍ରାମବାସୀଙ୍କୁ ମିଥ୍ୟା ଅଭିଯୁକ୍ତ ଭାବେ ଜେଲରେ ରଖାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବି ରଣଜିତ ଦାଶ ବିଜେଡି ବିଜେପିକୁ ଟାର୍ଗେଟ କରିଛନ୍ତି। ଏହି ଉଭୟ ଦଳ ରାଜନୈତିକ ଫାଇଦା ପାଇଁ ନୟାଗଡ଼ରେ ହିଂସା ଭିଆଇ ଆମ ଗାଁ’ ଗାଁ’ରେ ଘୃଣା ଅସହିଷ୍ଣୁତା ମଞ୍ଜି ବୁଣୁଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ବିଜେଡି ବିଜେପି ଦଳର ନେତାନେତ୍ରୀଙ୍କୁ ହିଂସା ଉଷୁକାଇବା ଅଭିଯୋଗରେ ଗିରଫ କରାଗଲେ ନୟାଗଡ଼ରେ ରାଜନୈତିକ ହିଂସା ବନ୍ଦ ହୋଇପାରିବ ବୋଲି କଂଗ୍ରେସ ନେତା ରଣଜିତ…
Read Moreଆମ ଗାଁ’ର ଲଙ୍କାଆମ୍ବଗଛ – ହକ ଆମର
ନୟାଗଡ଼/ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବୁଢ଼ାବୁଢ଼ୀଆଣି ଓ ବାଘୁଆ ଜଳଭଣ୍ଡାର ବିସ୍ଥାପିତ ଆଦିବାସୀ ଗ୍ରାମ ସନ୍ନିକଟ କାଜୁ ଫସଲ ଉପରେ ଓଡିଶା ବନ ନିଗମ ଯେଭଳି ମନମାନି ଚଳାଇ କାଜୁ ମାଫିଆମାନଙ୍କ ଦ୍ୱାରା ମୂଳନିବାସୀ ଆଦିବାସୀ ମାନଙ୍କୁ ଦମନ କରିବାର ବାଟ ଧରିଛନ୍ତି, ତାହା ତୁରନ୍ତ ବନ୍ଦ ନହେଲେ ପ୍ରତିରୋଧ ମୂଳକ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଓଡଗାଁ ବ୍ଲକ ଆଦିବାସୀ ଅଧିକାର ମଞ୍ଚ ଚେତାବନୀ ଦେଇଛି ! ତା 08.06.2023ରେ ବୁଢାବୁଢ଼ୀଆଣିଠାରେ ମଞ୍ଚର କାର୍ଯ୍ୟକାରିଣୀ ନକୁଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବନନିଗମର ଏତାଦୃଶ କାର୍ଯ୍ୟର ଦୃଢ ନିନ୍ଦା କରାଯାଇଛି ! ସାଧାରଣ ଭୂମିହୀନ ଆଦିବାସୀଙ୍କ ବାସଭୂମି ଶାଳିଆଝରି, ଭୋବସର, ଗିରିଡିଆମ୍ବା,ବାଘୁଆ, କଦମଝର, ଟିଙ୍କପଡିଆ ପ୍ରଭୃତି ଗ୍ରାମ ନିକଟରେ ଥିବା ପତିତଅନାବାଦୀ ଜମିକୁ ଆଦିବାସୀ ପ୍ରଜାମାନେ ମାଣ୍ଡିଆ, କୋଳଥ, ରାଶୀ ଫସଲ କରି ଭୋଗଦାଖଲ କରି ଆସୁଥିଲେ! ଫଳଭୋଗୀ…
Read Moreଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ (RSETI)ର ପ୍ରଥମ ଆର୍ଥିକ ସ୍ଵାକ୍ଷରତା ତାଲିମ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI)ରେ ପ୍ରଥମ ଦୁଇଦିନିଆ ଆର୍ଥିକ ସ୍ବାକ୍ଷରତା ଉପରେ ତାଲିମ କାର୍ଯ୍ୟକ୍ରମ RSETର ନିର୍ଦ୍ଦେଶକ ଶଅଜିତ୍ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ FIC OLM ଅଶୋକ କୁମାର ସାହୁ , ଏପିଡି ମିଶନ ଶକ୍ତି ବିଶ୍ଵଜିତ୍ ଦାସ ଏବଂ ପ୍ରଶିକ୍ଷକ RSETI ଗୋପାଳ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥ୍ ଭାବେ ଯୋଗଦାନ କରିଥିଲେ । ଏହି ଆର୍ଥିକ ପରିଚାଳନା ତାଲିମ କାର୍ଯ୍ୟକ୍ରମରେ ରଣପୁର ବ୍ଲକର ସମସ୍ତ MBK ତାଲିମାର୍ଥୀ ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ସାହୁ ସମସ୍ତ MBK…
Read Moreବିଶ୍ବ ପରିବେଶ ଦିବସରେ ଓଡ଼ଗାଁରେ ଦୁଇ ଦିନିଆ ପରିବେଶ ଭିତ୍ତିକ କର୍ମଶାଳା ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଶ୍ଵ ପରିବେଶ ଦିବସ ପାଳନ ବିଶ୍ଵ ଜଳବାୟୁ ପରିବର୍ତ୍ତନ ମନୁଷ୍ୟ ତଥା ଜୀବଜଗତ ପାଇଁ ଏକ ଆହ୍ୱାନ ରୂପେ ଉଭା ହୋଇଅଛି। ଏହାର ମୁକାବିଲା ପାଇଁ ପ୍ରତିବର୍ଷ ଜୁନ୍ ପାଞ୍ଚ ତାରିଖ ଦିନ ସାରା ବିଶ୍ୱରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଥାଏ। ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା କର୍ମୀ, ଅନୁଷ୍ଠାନ, ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ, ବନ ସୁରକ୍ଷା ସମିତି, ଇକୋ କ୍ଲବ ଇତ୍ୟାଦିକୁ ନେଇ ଗଠିତ ଜିଲ୍ଲା ପରିବେଶ ସୁରକ୍ଷା ସମନ୍ଵୟ ସମିତିର ଏକ ଦୁଇ ଦିନିଆ ପରିବେଶ ଭିତ୍ତିକ କର୍ମଶାଳା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ଆବାହନ କ୍ରମେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜୟମଙ୍ଗଳ ପ୍ରସାଦସ୍ଥିତ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ଓମ୍ ଶାନ୍ତି ଆଶ୍ରମ…
Read Moreମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ୟୁନିୟନର ଜିଲ୍ଲା ସମ୍ମିଳନୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ ସହବନ୍ଧିତ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା ସଂଘର ନୟାଗଡ଼ ଜିଲ୍ଲା ସମ୍ମିଳନୀ ଦଶପଲ୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ।ସମ୍ମିଳନୀର ପ୍ରାରମ୍ଭରେ ସଂଗଠନର ଲାଲ ପତାକାକୁ ଜିଲ୍ଲା ସଭାନେତ୍ରୀ ସୁକାନ୍ତି ଜେନା ଉତ୍ତୋଳନ କରିବା ପରେ ସମସ୍ତେ ସହିଦମାନଙ୍କ ଉଦ୍ଦେଶ୍ୟରେ ସହିଦ ବେଦିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହାପରେ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ସିଆଇଟିୟୁର ରାଜ୍ୟ ନେତ୍ରୀ ପୁଷ୍ପା ଦାସ ଉଦଘାଟନ କରିଥିଲେ। ଏହାପରେ ନୟାଗଡ଼ ଜିଲ୍ଲା କମିଟି ସମ୍ପାଦିକା ଜୟନ୍ତୀ ଦାସ ଜିଲ୍ଲା କମିଟିର ବିବରଣୀ ଉପସ୍ଥାପନ କଲାପରେ ପ୍ରତିନିଧିମାନେ ସେଉପରେ ଆଲୋଚନ କଲାପରେ ତାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହି ସମ୍ମିଳନୀରେ ସଂଗଠନର ଆଗାମୀ ଦିନପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଏହି…
Read Moreଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ପାଇଁ ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ନୀରବ ପ୍ରାର୍ଥନା
ନୂଆଗାଁ,(ନୟାଗଡ଼ ଦର୍ପଣ): ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହ ଶହ ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ପାଇଁ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇଛି। ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟମାନେ ପ୍ରାଣ ହରାଇଥିବା ଯାତ୍ରୀ ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କ ଆଶୁ ଆରୋଗ୍ୟ ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ।
Read Moreବିଶ୍ୱ ପରିବେଶ ଦିବସରେ ସମ୍ମାନିତ ହେଲା ‘ଅନନ୍ୟା ଫାଉଣ୍ଡେସନ’
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ଭୁବନେଶ୍ୱରର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ମାନିତ ହୋଇଛି। ବିଗତ ଦିନ ଗୁଡ଼ିକରେ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ବୃକ୍ଷ ରୋପଣ, ପକ୍ଷୀ ମାନଙ୍କୁ ଜଳପାନ, ପ୍ଲାଷ୍ଟିକ ଫ୍ରି ନୟାଗଡ଼ ଅଭିଯାନ ପାଇଁ ଅନନ୍ୟା ଫାଉଣ୍ଡେସନକୁ ଏହି ସମ୍ମାନ ମିଳିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିବା ବେଳେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନନ୍ୟା ଫାଉଣ୍ଡେସନକୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ମାନନୀୟ ପ୍ରଦୀପ ଅମାତ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ଵାଳ, ଜଙ୍ଗଲ ଓ ପରିବେଶ…
Read More