ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଭି.କେ ପାଣ୍ଡିଆନ ଗତ ଅକ୍ଟୋବର ୨୦ ତାରିଖ ଶୁକ୍ରବାର ଦିନ (୨୦.୧୦.୨୦୨୩) ନିଜ କାର୍ଯ୍ୟରୁ ସେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ଏହି ଆବେଦନକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କାର୍ମୀକ୍ ମନ୍ତ୍ରଣାଳୟ ବିଭାଗକୁ ସେହି ଦିନ ପଠାଇଲେ ଏବଂ ଅକ୍ଟୋବର ୨୩ ତାରିଖ ଦିନ ଅର୍ଥାତ ୩ ଦିନ ମଧ୍ୟରେ ତାଙ୍କର ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କଲେ। ଏହି ତିନିଦିନ ମଧ୍ୟରେ ଦୁଇ ଦିନ କେନ୍ଦ୍ର ସରକାରଙ୍କର ଛୁଟି ଦିନ ଥୁଲା। କାହିଁକି ଭି.କେ. ପାଣ୍ଡିଆନଙ୍କ ଆବେଦନକୁ ୪୮ ଘଂଟା ମଧ୍ୟରେ କେନ୍ଦ୍ର କାର୍ମୀକ୍ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କଲେ। କେନ୍ଦ୍ର ସରକାର ଏହା ପୂର୍ବରୁ ଓଡ଼ିଶାର କୌଣସି ଆଇ.ଏସ୍. ଅଫିସରଙ୍କ ଘଟଣାରେ ଏଭଳି ତତ୍ପରତା ଦେଖାଇବାର ନଜିର ଅଛି କି…
Read MoreCategory: ନୟାଗଡ଼ ବ୍ଲକ
ପିଆଜ ଦରବୃଦ୍ଦି ପାଇଁ ନବୀନ-ମୋଦି ଇସ୍ତଫା ଦାବୀ କଲା ମହିଳା କଂଗ୍ରେସ
ସରଣକୂଳ,(ନୟାଗଡ଼ ଦର୍ପଣ): ନିତ୍ୟ ବ୍ୟବହାର୍ଯ୍ୟ ପିଆଜର ମାତ୍ରାଧିକ ଦରବୃଦ୍ଦି ପାଇଁ ହାଣ୍ଡିଶାଳ ଉପରେ ଚଡକ ପକାଇଥିବା ବିଜେଡି ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶଙ୍କ ନେତୃତ୍ୱରେ ଶରଣକୂଳ ଲଡ଼ୁବାବା ମନ୍ଦିର ପ୍ରାଙ୍ଗଣରେ ଶତାଧିକ ମହିଳାଙ୍କୁ କେଜି ପ୍ରତି ୩୦ ଟଙ୍କା ଦରରେ ପିଆଜ ବିକ୍ରି କରି ମହିଳାମାନେ ଅଭିନଵ ପ୍ରତିବାଦ କରାଯାଇଥିଲା। ୨୩ ବର୍ଷରେ ନବୀନ ସରକାର ରାଜ୍ୟରେ ପିଆଜ ଚାଷ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ନପାରିବା ଏବଂ ପିଆଜର ଅଭାବ ଦୂର କରାଇବାରେ ବିଫଳ ନବୀନ ମୋଦି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉ ଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ। ପିଆଜ ଦରବୃଦ୍ଦି ବିରୁଦ୍ଧରେ ବିକ୍ଷୋଭ ପାଇଁ ସାଧାରଣ ଖାଉଟି ମଧ୍ୟ ସମର୍ଥନ ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ଡିସିସି ମେଡ଼ିଆ ବିଭାଗ ସଂଯୋଜକ…
Read Moreବିଜେଡି ଯୁବ ସଭାପତି ରମେଶ ସାହୁ(ବାଙ୍କ)ଙ୍କ ସ୍ମୃତିରେ କାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡ଼ିର ତୁଙ୍ଗନେତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ବିଜେଡି ଯୁବ ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ସହ କ୍ୟାଣ୍ଡେଲ ଶୋଭାଯାତ୍ରା l କେବଳ ବିଜେଡି ନୁହେଁ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ର ନେତାମାନେ ଶୋକବ୍ୟକ୍ତ କରିଛନ୍ତି ସ୍ବର୍ଗତ ରମେଶଙ୍କ ପାଇଁ l କାରଣ ରମେଶ ଥିଲେ ସମସ୍ତଙ୍କର ପ୍ରିୟ ମଣିଷ l କେବଳ ଗୋଟିଏ ଦଳ ଭିତରେ ସୀମିତ ନ ଥିଲା ତାଙ୍କର ବ୍ୟକ୍ତିତ୍ୱ l ସମସ୍ତଙ୍କୁ ଆପଣାର କଲାଭଳି ମଣିଷଟି ଆଜି ସମୟର ସ୍ରୋତ ଭିତରେ ନିରବୀ ଯାଇଛି ସତ ହେଲେ ତାଙ୍କର ଅମ୍ଲାନ ସ୍ମୃତି ଆଜି ବି ଗୁଞ୍ଜରିତ ହେଉଛି l ରମେଶଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେରେ ଯେମିତି ଖେଳି ଯାଇଛି ଶୋକର ଛାୟା l ଯିଏ ଏଖବର ପାଇଛି ସିଏ ମନେ ପକାଇବାକୁ ବାଧ୍ୟ ହୋଇଛି ମିଷ୍ଟଭାଷି ରମେଶଙ୍କ ଅମାୟିକ…
Read Moreନୟାଗଡ଼ ଶ୍ରୀ ଶ୍ଯାମ୍ ସୋରୁମରେ ଭୟାବହ ଅଗ୍ନିକାଣ୍ଡ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ରୁ ଉର୍ଦ୍ଧ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଏଥିରେ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକ ସୂଚନା ଦେଇଛନ୍ତି। ସବୁଦିନପରି ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା । ନୟାଗଡ, ନୂଆଗାଁ,…
Read Moreପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର
ନୟାଗଡ,(ନୟାଗଡ଼ ଦର୍ପଣ): ବିଶ୍ୱ ବିଶୃତ ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର (ପଠାଣି ସାମନ୍ତ)ଙ୍କ ଜନ୍ମ ଜୟନ୍ତୀ ସମ୍ପର୍କିତ ବ୍ୟତିକ୍ରମକୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତଥା ଓଡିଶା ସାହିତ୍ୟ ଏକାଡେମିକୁ ଅବଗତ କରିବା ନିମନ୍ତେ ଆଜି ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଗଲା। ପ୍ରକାଶଥାଉକି ବ୍ୟକ୍ତିଗତ ଭାବରେ ସାମନ୍ତ ଚନ୍ଦ୍ରଶେଖର ସଂସ୍କୃତିକ ଅନୁଷ୍ଠାନ ନୟାଗଡ ର ସଭାପତି ପ୍ରମୋଦ ପଟନାୟକ, ସମ୍ପାଦକ ଲଷ୍ମୀଧର ମହାପାତ୍ର ଓ ଗବେଷକ ଡ଼ଃ ବିଜୟ କୁମାର ଚୌଧୁରୀ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କୁ ସାକ୍ଷାତ କରି ତାଙ୍କ ସହିତ ବିଚାର ଆଲୋଚନା କରିଥିଲେ। ମାନ୍ୟବର ବିଧାୟକ ଡ଼ଃ ସାହୁ ଏ ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବା ସକାଶେ ତତ୍ପରତା ପ୍ରକାଶ କରିଥିଲେ।
Read Moreମୁକ୍ତିଲାଭ କଲା ‘ଶ୍ରୀ ସୃଜନ’ ଦ୍ବାରା ପ୍ରସ୍ତୁତ ସଙ୍ଗୀତ ଭିଡିଓ “ଓ ମା ଦୁର୍ଗା ମା’
ନୟାଗଡ଼, (ନୟାଗଡ଼ ଦର୍ପଣ): ଶାରଦୀୟ ଦୁର୍ଗା ପୂଜା ଅବସରରେ ‘ଶ୍ରୀ ସୃଜନ’,ନୟାଗଡ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ବାରା ପ୍ରସ୍ତୁତ ସଙ୍ଗୀତ ଭିଡିଓ “ଓ ମା ଦୁର୍ଗା ମା’ ଅନୁଷ୍ଠାନର ସଭାପତି ନାଟ୍ୟ ଭୂଷଣ ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ମନୋଜ କୁମାର ମିଶ୍ର, ଶ୍ରୀକାନ୍ତ ଖଟେଇ, ଡ.ନିର୍ମଳ ଚନ୍ଦ୍ର ଶୂରଦେଓ, ଦାମୋଦର ସାହୁ, ନିରଞ୍ଜନ ମିଶ୍ର, ଧନେଶ୍ଵର ପ୍ରଧାନ, ଅଜୟ କୁମାର ସେଠୀ, କାଦମ୍ବିନୀ ମହାପାତ୍ର, ମଧୁସ୍ମିତା ବେହେରା, ବିରଞ୍ଚି ବେହେରା, ସମସ୍ତ ସଦସ୍ୟ ସଦସ୍ୟା ଓ ଅନେକ ଭକ୍ତଙ୍କ ଗହଣରେ ଆନୁଷ୍ଠାନିକ ଭାବେ ମୁକ୍ତିଲାଭ କରିଛି। ଇଂ.ଲକ୍ଷ୍ମୀଧର ନାୟକ ଏହି ଗୀତଟି ରଚନା କରିଥିବା ବେଳେ ଏହାକୁ ଅନୁଷ୍ଠାନର ସମ୍ପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ ସଙ୍ଗୀତରେ ସଜାଇବା ସହ କଣ୍ଠଦାନ କରିଛନ୍ତି। ଉପସ୍ଥିତ ସମସ୍ତଙ୍କ ମତରେ ଗୀତଟି ବେଶ୍…
Read More“ଡାକ ମୁଣାରେ ଡଗରା” ଏକ ସଫଳ ଉପନ୍ୟାସ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ, ଡାକମୁଣାର ଡଗରା ଏକ ସମାଜଧର୍ମୀ ସୁଖପାଠ୍ୟ ଓ ସଂସ୍କାରମୂଳକ ସଫଳ ଉପନ୍ୟାସ ଓ ସମାଜକୁ ସୁଧାରିବା ପାଇଁ ଏହିଭଳି ବାସ୍ତବବାଦୀ ନିର୍ଭୀକ ସାହିତ୍ୟ ସୃଷ୍ଟି ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଆଜି ନୟାଗଡ଼ ବୁଦ୍ଧମଣ୍ଡପ ଯୋଗକେନ୍ଦ୍ରଠାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ବିଧାୟକ ଡ. ଅରୁଣ କୁମାର ସାହୁ ମତପ୍ରକାଶ କରିଛନ୍ତି। ତୃତୀୟ ନୟନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ମୀଧର ମହାପାତ୍ରଙ୍କ ଆବାହକତ୍ଵରେ ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡ. ବିଜୟ କୁମାର ଚୌଧୁରୀ ଉପନ୍ୟାସର ସଫଳ ଗତିକ୍ରମ, ବଳିଷ୍ଠ ଉପସ୍ଥାପନ ଶୈଳୀ, ଉତ୍କଣ୍ଠା ଉଦ୍ରେକ ବିଷୟବସ୍ତୁ ଓ ପ୍ରଭାବଶାଳୀ ବାର୍ତ୍ତା ଉପନ୍ୟାସଟିକୁ କାଳଜୟୀ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ନାଟ୍ୟକାର…
Read Moreବ୍ଲକସ୍ତରୀୟ ସୁରଭି, ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଦରକାର: ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଦରକାର। ପିତାମାତା ମାନେ ପିଲାମାନଙ୍କୁ ଅଯଥା ଆକଟ ନକରି ସେମାନଙ୍କୁ ସବୁ ବିଷୟରେ ଜାଣିବାର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ବିଦ୍ୟାଳୟ ସ୍ତରରୁ ପିଲାମାନେ ଖବରକାଗଜ ପଢ଼ିବା ସହିତ ଦେଶ ବିଦେଶର ହାଲଚାଲ ଏବଂ ସମସ୍ୟା ସମ୍ପର୍କରେ ଅବଗତ ହେବା ଉଚିତ ବୋଲି ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ । ବିଭିନ୍ନ ବିଷୟରେ ପ୍ରାଥମିକ ସ୍ତରରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲାଙ୍କ ସୃଜନଶୀଳ ପ୍ରତିଭାର ବିକାଶ…
Read Moreଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟିରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଭିଭାବିକା ବିଜୟଲକ୍ଷ୍ମୀଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ଅତିଥିଙ୍କ ପରିଚୟ କରିଥିଲେ ।ବିଦ୍ୟାଳୟର ସମ୍ପାଦକ ରଜନୀକାନ୍ତ ମିଶ୍ର ସ୍ବାଗତ ଅଭଭାଷଣ ପ୍ରଦାନ କରିବା ସହିତ ମାତୃକର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ଧାରଣ ଦେଇଥିଲେ।ଶିଶୁବାଟିକା ପ୍ରମୁଖା ଟୁନି ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ମା ମାନଙ୍କ ଦ୍ଵାରା ବୌଦ୍ଧିକ ବିକାଶ ର ଉପକରଣ ପ୍ରସ୍ତୁତି, ହସ୍ତକର୍ମ, ସଙ୍ଗୀତ ଚୌକି, ବଲ ପିଙ୍ଗା,ଧନ ସଂଗ୍ରହ, ‘ହାତୀ ଶୁଣ୍ଢ ଛୁଁ’ ଅଭିନୟ ସାହାଯ୍ୟରେ ଅଙ୍କଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ୭୫ ଜଣ ଅଭିଭାବିକା ଯୋଗ ଦେଇଥିଲେ।ବନ୍ଦେମାତରଂ ପରେ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।
Read Moreଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଡକ ସୁରକ୍ଷା ସଚେତନତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଠିପଡା ପରିଦର୍ଶନ କରିଥିଲେ । ଛାତ୍ର ଆଇନ ସାକ୍ଷରତା ସଚେତନତା କାର୍ଯକ୍ରମରେ, ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥି ସ୍ଵାଗତ ଏବଂ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ମୌଳିକ ଆଇନ ବାଖ୍ୟା କରିବା ସହିତ, ବିଶେଷକରି ସଡକ ସୁରକ୍ଷା ଏବଂ ପରିବାରରେ ଗାଡି ଚାଳନା କରୁଥିବା ବ୍ୟକ୍ତିମାନଙ୍କ, ହେଲମେଟ ବ୍ୟବହାରକୁ ଛାତ୍ରଛାତ୍ରୀ ଧ୍ୟାନ ଦେବାକୁ ମତ ରଖିଥିଲେ । ବରିଷ୍ଠ ଅଧିବକ୍ତା ଶ୍ରୀ ରମେଶ ଚନ୍ଦ୍ର ମହାରଣା ଆଇନ ସେବା ବିଷୟରେ ବିସ୍ତ୍ରୁତଭାବେ ଆଲୋଚନା…
Read More