ନୟାଗଡ଼,(ନୟାଗଡ଼ ଦର୍ପଣ): ୧୯୯୦ମସିହାରେ ଗଠିତ ନୟାଗଡ଼ ରୋଟାରୀ କ୍ଳବ ଗଠନ ପର ରୋଟାରୀ ଆନ୍ତର୍ଜାତିକ ସଂସ୍ଥା, ଆମେରିକା, ନୟାଗଡ଼ରେ ଆଉ ଏକ ନୂତନ ରୋଟାରୀ କ୍ଳବ ଗଠନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ରୋଟାରୀ କ୍ଳବ ଅଫ ନୟାଗଡ଼ ଏକ୍ସିଲେନ୍ସିର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ରୋଟାରୀ ଅଫିସରୁ ରୋଟାରୀ କାର୍ଯ୍ୟକାରୀ ସମ୍ପାଦକ ବରିଷ୍ଠ ରୋଟାରୀଆନ ସୁଶାନ୍ତ କୁମାର ମହାପାତ୍ରଙ୍କ ଠାରୁ ଅନୁମତି ପତ୍ର ଗ୍ରହଣ କରିଛନ୍ତି। ସମାଜସେବୀ ଶ୍ରୀଯୁକ୍ତ ପଟ୍ଟନାୟକ କୁହନ୍ତି “ରୋଟାରୀ” ଏବଂ ସେବା ତାଙ୍କ ଜୀବନ। ଏଥି ସହିତ ନୂତନ ରୋଟାରୀ କ୍ଳବ ପାଇଁ ସେ ଦୈନିକ ସମୟଦେବେ ବୋଲି ପ୍ରକାଶ କରିଛନ୍ତି।
Read MoreCategory: ନୟାଗଡ଼ ବ୍ଲକ
ଇଟାମାଟିରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ
ଇଟାମାଟି, (ନୟାଗଡ଼ ଦର୍ପଣ): ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଆୟୋଜିତ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ନୟାଗଡ଼ ବ୍ଲକ ଇଟାମାଟି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଔଷଧ ସହ ନିଶୁଳ୍କ ଫିସିଓଥେରାପି ସେବା ଯୋଗାଇ ଦିଆଯାଇଥିଲା। ଆଗାମୀ ଦିନରେ ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଯଥାସମ୍ଭବ ଜନସେବା ମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସାଇସିଦ୍ଧି ଫାଉଣ୍ଡେସନର ଫାଉଣ୍ଡର ସାଇ ଶୁଭମ୍ କହିଛନ୍ତି। ମେଡ଼ିସିନ ବିଭାଗ ଡାକ୍ତର ବିଶ୍ୱଜିତ୍ ମହାନ୍ତି, ଶିଶୁ ବିଭାଗ ଡାକ୍ତର ଶୁଭ ସନ୍ଦୀପ ମହାନ୍ତି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦିଲ୍ଲିପ ନାୟକ, ସର୍ଜରୀ ବିଭାଗ ଡାକ୍ତର ଅଂଶୁମାନ ରଥଙ୍କ ଭଳି ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା। ଦିବ୍ୟରଞ୍ଜନ ମିଶ୍ରଙ୍କ ଦ୍ଵାରା ଫିଜିଓଥେରାପି ସେବା ପ୍ରଦାନ କରାଯାଇଥିଲା। ଫାର୍ମାସୀ ମନୋଜ କୁମାର ପଣ୍ଡାଙ୍କ…
Read Moreରଥଯାତ୍ରାରେ ଚିନ୍ମୟ ମିଶନ ପକ୍ଷରୁ ହାଲୁଆ ବଣ୍ଟନ କରାଯିବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ରଥଯାତ୍ରା ଅବସରରେ ନୟାଗଡ଼ ଚିନ୍ମୟ ମିଶନ ଶାଖା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ହାଲୁଆ ବଣ୍ଟନ କରାଯିବ। ଏ ନେଇ ଚିନ୍ମୟ ମିଶନ ପକ୍ଷରୁ ପିଟିଏସ ସ୍ଥିତ ଭାରତ ବିକାଶ ପରିଷଦ ସଭା ଗୃହରେ ଅନୁଷ୍ଠିତ ମାସିକ ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚିନ୍ମୟ ମିଶନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ବରିଷ୍ଠ ସଦସ୍ୟା ଡ. ବିଦ୍ୟୁତପ୍ରଭା ମିଶ୍ରଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଗୁରୁ ବନ୍ଦନା ଏବଂ ଗୀତା ଆବୃତ୍ତି କରାଯାଇ ଏହା ଉପରେ ବ୍ୟାଖ୍ୟା କରାଯାଇଥିଲା। ଚିନ୍ମୟ ମିଶନ ନୟାଗଡ଼ ଶାଖାର ନିଜସ୍ୱ ଗୃହ ନଥିବାରୁ ଗୃହ ନିର୍ମାଣ ନିମନ୍ତେ ଏକ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି…
Read Moreରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦୈନିକ ଖବର କାଗଜର ଶିରୋନାମା ପାଲଟୁଛି ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା
ନୟାଗଡ଼, (ନୟାଗଡ଼ ଦର୍ପଣ) : ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମେକେଶ ରାୟ ଏବଂ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆସନ୍ତା ଜୁନ ୨୫ ତାରିଖ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ସକାଳ ୧୦ ଘଟିକା ସମୟରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ…
Read Moreଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କ ‘ଅଲଭ୍ୟ’ ପୁସ୍ତକ ଉନ୍ମୋଚିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜ୍ଞାନ ପ୍ରକାଶର ନବମ ବାର୍ଷିକ ଉତ୍ସବ ଓ ନେସନାଲ୍ କନଫରେନ୍ସ-୨୦୨୫ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜ୍ଞାନ ପ୍ରକାଶ ପତ୍ରିକା ଉନ୍ମୋଚନ ସହ ଆଦର୍ଶ ଶିକ୍ଷକ, ଲେଖକ ଓ କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କର ପ୍ରଥମ କବିତା ସଂଙ୍କଳନ ଅଲଭ୍ୟ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ସମ୍ବର୍ଦ୍ଧନା ପର୍ବରେ ପ୍ରତାପ କୁମାର ପରିଡ଼ାଙ୍କୁ ଶିକ୍ଷା ଓ ସାହିତ୍ୟ ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ବ୍ୟଙ୍ଗକବି ଜ୍ଞାନ ହୋତା ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରଫେସର ଲକ୍ଷ୍ମୀଧର ବେହେରା, କୋଠଘର ପ୍ରତିଷ୍ଠାତା ସମ୍ପାଦିକା ଅମ୍ବିକା ସ୍ବାଇଁ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ। ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ସମ୍ପାଦକ ଜ୍ଞାନଚାନ୍ଦ ଶତପଥୀ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
Read Moreସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆରେ ବିଶ୍ଵ ଯୋଗ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜୁନ୍ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ସଂଯୋଜନାରେ “ବିଶ୍ଵ ଯୋଗ ଦିବସ” ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ଯୋଗର ଆବଶ୍ୟକତା ସହିତ ସୁସ୍ଥ ରହିବା ପାଇଁ ନିୟମିତ ଯୋଗ ଓ ବ୍ୟାୟାମ କରିବା ଉପରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପରେ ସାମୁହିକ ଯୋଗ କରାଯାଇଥିଲା। ବିଶିଷ୍ଟ ଯୋଗ ବିଶାରଦ ତଥା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ଵପ୍ନାରାଣୀ ନନ୍ଦ ସଭିଙ୍କୁ ଯୋଗ କରାଇଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ନିଶାମଣି ମିଶ୍ର ତାଙ୍କୁ ସହାୟତା କରିଥିଲେ। ଏହି ଯୋଗ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍, ତାଜୁଦ୍ଦିନ୍ ଖାଁ, ଜିତେନ୍ଦ୍ର କୁମାର ଗୁରୁ ସମେତ ସହକାରୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ରଶ୍ମୀ ରଞ୍ଜିତା ବେହେରା, ତ୍ରିପୁରା ସେଠୀ, ସବିତା ପଟ୍ଟନାୟକ, ପ୍ରବାସିନୀ ମିଶ୍ର…
Read Moreସମର୍ପଣ ବୃଦ୍ଧାଶ୍ରମରେ ବିଶ୍ବ ଯୋଗ ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବିଶ୍ବଯୋଗ ଦିବସ ପାଳନ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ ପ୍ରଫୁଲ କୁମାର ବେହେରା, ମମତା ବେହେରା ଓ ଜିନୁ ସାହୁ ଯୋଗଦେଇଥିଲା ବେଳେ ଯୋଗଗୁରୁ ଭାବେ ସମାଜସେବୀ ତଥା ଆଇନଜୀବୀ କାମାକ୍ଷା ପ୍ରସାଦ ଦାସ ଓ ସେବାବ୍ରତୀ ଆଚାର୍ଯ୍ୟା ଶୋଭାରାଣୀ ସାହୁ ସମର୍ପଣ ଅନ୍ତେବାସୀ ବରିଷ୍ଠ ନାଗରିକ ମାନଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ନିୟମିତ ଯୋଗ କରିବା ଦ୍ବାରା ମନ ପ୍ରଫୁଲ ରହିବ ଏବଂ ବହୁ ପୁରାତନ ବାତରୋଗ ସହିତ ଅନେକ ରୋଗଯନ୍ତ୍ରଣାକୁ ଦୂର କରି ପାରିବା ବୋଲି ଯୋଗଗୁରୁ ମାନେ…
Read Moreଭିଜନ ଓଡ଼ିଶା ଏବଂ ବିକଶିତ ଭାରତ ପ୍ରତିଯୋଗିତାରେ ପିଲାମାନଙ୍କୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଶିକ୍ଷା, ନୟାଗଡ଼ ପକ୍ଷରୁ ଆୟୋଜିତ ଭିଜନ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ସମ୍ପର୍କିତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ନବଘନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଚିତ୍ତରଞ୍ଜନ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରବନ୍ଧ ଏବଂ ଚିତ୍ରକଳା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୧୧ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଂଯୋଜିକା ଶୁଭସ୍ମିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ,ବନଲତା ବେହେରା ଏବଂ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ରାଜ୍ୟ ତଥା ଦେଶର ବିକାଶରେ ସହାୟକ ହୋଇ ଏକ ଉତ୍ତମ ନାଗରିକ ଭାବେ ନିଜକୁ ଗଢ଼ି ତୋଳିବାକୁ…
Read Moreସମର୍ପଣ ବୃଦ୍ଧାଶ୍ରମରେ ଓ୍ବାର୍ଲ୍ଡ ଏଲ୍ଡର୍ସ ଆବିୟ୍ଯୁସ୍ ଆଓ୍ବାରନେସ୍ ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବିଶ୍ବ ବରିଷ୍ଠ ନାଗରିକଙ୍କୁ ଅବମାନନା ନ କରିବା ସଚେତନତା ଦିବସ ପାଳନ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ ମୁଖ୍ଯଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ କଳା ପରିଷଦର ସଂପାଦିକା ପ୍ରଭାସିନୀ ନନ୍ଦ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ କ୍ଷଣପ୍ରଭା କର ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମସ୍ତଙ୍କର କି ପ୍ରକାର ଉତ୍ତର ଦାୟିତ୍ୱ ଓ କର୍ତ୍ତବ୍ଯ ଅଛି ସେ ବିଷୟରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକମାନଙ୍କୁ ଉତ୍ତମ ବ୍ଯବହାର ପ୍ରଦର୍ଶନ କରିବା, ସେମାନଙ୍କର ସେବା ସୂଷୁଶ୍ରା କରିବା ଆଦି ବହୁ ଉପାଦେୟ ବିଷୟରେ ଅତିଥିମାନେ…
Read Moreସରକାରୀ ବସରେ ମାଗଣା ଏବଂ ଘରୋଇ ବସରେ ୫୦% ଯାତାୟତ ରିହାତି ଘୋଷଣା ଦାବିରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ଆହ୍ୱାନକ୍ରମେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ବସରେ ମାଗଣା ଏବଂ ଘରୋଇ ବସରେ ୫୦% ଯାତାୟାତ ରିହାତି ଘୋଷଣା ଦାବିରେ ଆଜି ନୟାଗଡ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ଆବାହକତ୍ୱରେ ଆରଟିଓ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦଳ ପକ୍ଷରୁ ଜାରି ସ୍ମାରକପତ୍ର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁଶ୍ରୀ ସୁଧାଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିସିସି ସଂଯୋଜକ ସତ୍ୟବ୍ରତ ନାୟକ, ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ସେବାଦଳ ନେତା ମନୋଜ କୁମାର ସାହୁ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି…
Read More