୧୧ତମ ଓଡିଶା କୃଷକ ସଭା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ୧୧ ତମ ଓଡିଶା କୃଷକ ସଭା ନୟାଗଡ଼ ଜିଲ୍ଲା ସମ୍ମିଳନୀ ନୟାଗଡ଼ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କୃଷକ ସଭାର ପତାକାକୁ ଗୋଲକ ବିହାରୀ ମୁଦୁଲି ଉତୋଳନ କରିବା ପରେ ସହିଦ ବେଦିରେ ପୁଷ୍ପମାଲ୍ୟ ଦେବା ପରେ ରାଜ୍ୟ ସଭାପତି ଜମ୍ବେଶ୍ୱର ସାମନ୍ତରା ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର ଚିଠା ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ପ୍ରସ୍ତାବ ୧୨ଜଣ ପ୍ରତିନିଧି ଆଲୋଚନା କରିବା ପରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତା ସହିତ ଚାଷୀ ମାନଙ୍କ ବିରୁଦ୍ଧରେ ହୋଇଥିବା ବିଭିନ୍ନ ଚାଷୀ ବିରୋଧୀ ଆଇନ ବିଷୟରେ ଆଲୋଚନା ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାମୀନାଥନ କମିଶନ ନୀତିକୁ କାର୍ଯକାରୀ କରୁ ନଥିବାରୁ ସମ୍ମିଳନୀ ଏହାକୁ ନିନ୍ଦା କରିଥିଲା। ସଠିକ ସମୟରେ ସାର ଯୋଗାଣ, ଫସଲ…

Read More

ନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା, ଅମୁଲ୍ୟ ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ନଗର ବିଜେଡି ସଭାପତି ଅମୁଲ୍ୟ ମହାନ୍ତିଙ୍କ ପରଲୋକରେ ଆଜି ବ୍ଲକ ସଭାଗୃହଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଏହି ସଭାରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇ ଅମୁଲ୍ୟ ମହାନ୍ତି ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ହୋଇଥିଲେ ବି ସେ ନିଜକୁ ସର୍ବଦା ନୟାଗଡ଼ିଆ ବୋଲି…

Read More

ମରାମତି ହେଉନି ଭଙ୍ଗା ଗେଟ, ଗାଈଗୋରୁଙ୍କ ଆଡ଼ାସ୍ଥଳୀ ପାଲଟିଛି ନୟାଗଡ଼ ରେଳଷ୍ଟେସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରକ୍ଷଣା ବେକ୍ଷଣ ଅଭାବ ତଥା ରେଳ ବିଭାଗର ପରିଚାଳନା ଗତ ତ୍ରୁଟି ପାଇଁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବେ ବୁଲା ଗାଈଗୋରୁଙ୍କ ଆଡାସ୍ଥଳୀ ପାଲଟିଛି। ସେହିପରି  ସଫେଇ କାର୍ଯ୍ୟ ଠିକ ଭାବରେ ହେଉ ନଥିବାରୁ ଷ୍ଟେସନ ପରିସର ମଧ୍ୟରେ ଅଳିଆ ଆବର୍ଜନା କୁଢ଼ କୁଢ଼ ହୋଇ ଜମା ହେବା ସହିତ ବିଭିନ୍ନ ଅନାବନା ଗଛଲତା ଷ୍ଟେସନ ଚତୁର୍ପାଶ୍ୱରେ ଉଠି ଲଟାବୁଦାରେ ପରିପୂର୍ଣ୍ଣ ହେବାରେ ଲାଗିଛି। ବର୍ଷା ଦିନେ ଏହି ଲଟାବୁଦା ମଧ୍ୟରୁ ସାପ ବିଛା ଆଦି ସରୀସୃପ ଜାତୀୟ ଜୀବଜନ୍ତୁ ବାହାରି ଯାତ୍ରୀମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏଠାରେ କେହି ସ୍ଥାୟୀ ସଫେଇ କର୍ମଚାରୀ ନଥିବାରୁ ଏପରି ପରିବେଶ ସୃଷ୍ଟି ହେଉଥିବା ଜାଣିବାକୁ ମିଳିଛି।ରେଳ ବିଭାଗ ପକ୍ଷରୁ ଷ୍ଟେସନ ପରିମଳ ଏବଂ ସଫେଇ ବାବଦକୁ ମାସିକ ମାତ୍ର ୮ହଜାର ଟଙ୍କା ଅନୁଦାନ…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ହରେକୃଷ୍ଣ ମୁଦୁଲି, କୃପାସିନ୍ଧୁ କରଣ, ଭଗବାନ ସାହୁ, ଉମା ଚରଣ ତ୍ରିପାଠୀ ଉପସ୍ଥିତ ଥିଲେ। ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ଶିଶୁମାନଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଶିଶୁମାନଙ୍କୁ ଗୁରୁ ଶିଷ୍ୟ ପାଠ୍ୟକ୍ରମ ସହ ସମ୍ପର୍କକୁ ନେଇ କହିଥିଲେ ତିନିହେଁ ତ୍ରିଭୁଜର ଶୀର୍ଷ ବିନ୍ଦୁ ଅଟନ୍ତି । ଗୁରୁ ଶିଷ୍ୟ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଦେଶ ମାତୃକାର ମଙ୍ଗଳ କାମନା ରଖିବା ଉଚିତ୍ ବୋଲି ଆହ୍ବାନ କରିଥିଲେ। ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁପୂଜନ କାର୍ଯ୍ୟକ୍ରମକୁ ମହାଆଡମ୍ବରରେ ପାଳନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ…

Read More

ବିଜେଡି ନଗର ସଭାପତିଙ୍କ ପରଲୋକ,
ଗଭୀର ଶୋକବ୍ୟକ୍ତ କଲେ ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୟାଗଡ଼ ପୈାର ପରିଷଦ ନଗର ସଭାପତି ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଅମୁଲ୍ୟ କୁମାର ମହାନ୍ତିଙ୍କ ଆଜି ପରଲୋକ ଘଟିଛି । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ସେ ଇହଳିଳା ସମ୍ବରଣ କରିଛନ୍ତି । ଦୀର୍ଘଦିନ ହେବ ସେ ଅସୁସ୍ଥ ରହିଥିଲେ । ତାଙ୍କର ଚିକିତ୍ସା କରାଯାଉଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟରେ ଅବନତୀ ଘଟିଥିଲା । ତାଙ୍କ ପରଲୋକ ଖବର ପାଇ ନୟାଗଡ଼ରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସେ ଜଣେ ଭଦ୍ର, ଅମାୟିକ, ପରପୋକାରୀ ମଣିଷ ଥିଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବୋରିଗିନା ନିକଟସ୍ଥ ଓଳାସ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଯୁକ୍ତ ମହାନ୍ତି ପୁଲିସ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ଅଭିଭୁକ୍ତ ପୁରୀ ଜିଲ୍ଲାରେ ସେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ…

Read More

କେ.ଏନ.ଜନତା ଉଚ୍ଚ ବିଦ୍ୟାଳୟ ସଜନାପଡାରେ ସଂସ୍କୃତ ସମ୍ଭାଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ କେ.ଏନ୍. ଜନତା ଉଚ୍ଚ ବିଦ୍ୟାଳୟ, ସଜନାପଡ଼ା ଠାରେ ଅଖିଳଭାରତ ଅମୃତବାଣୀ ସେବାପ୍ରତିଷ୍ଠାନ, ବାଲେଶ୍ଵର ପକ୍ଷରୁ ଦଶଦିନଧରି ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାସ ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମୁଖ୍ୟଅତିଥି, ସମାଜସେବୀ ତଥା ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସଭାରେ ଖଳିସାହି ଉଚ୍ଚବିଦ୍ୟାଳୟର ଶିକ୍ଷକ ଗୋସ୍ୱାମୀ ଦାସ ସଂଯୋଜନା କରିଥିବା ବେଳେ ସଂସ୍କୃତଶିକ୍ଷୟିତ୍ରୀ ବୀଣାପାଣି ସାହୁ ସ୍ବାଗତ ଭାଷଣ  ଓ ଶିକ୍ଷୟିତ୍ରୀ ଇପ୍ସିତା ମିଶ୍ର ଅତିଥି ପରିଚୟ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅମୃତବାଣୀ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଜୟପ୍ରକାଶ ଶାସ୍ତ୍ରୀ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତ ମାସ ପାଳନ ଅବସରରେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ୱରର ମିଳିତ ସହଯୋଗରେ ବିଦ୍ଯାଳୟର ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ଯୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଉଦଯାପନୀ ସଭାରେ ମୁଖ୍ଯଅତିଥି ଭାବେ ନୟାଗଡ଼ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଫେସର ହରପ୍ରସାଦ ମହାପାତ୍ର ଯୋଗଦେଇ ସଂସ୍କୃତ ଭାଷା ହେଉଛି ସମସ୍ତ ଭାଷାର ଜନନୀ ବୋଲି କହିବା ସହିତ ସକଳ ଜ୍ଞାନର ମୂଳ ହେଉଛି ବେଦ, ଏଣୁ ଏହି ବେଦକୁ ଜାଣିବା ପାଇଁ ହେଲେ ସଂସ୍କୃତ ଭାଷାରେ ଜ୍ଞାନ ଆହରଣ କରିବାକୁ ପଡିବ। କାରଣ ବେଦ…

Read More

ବରପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସ ଶିବିର ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବରପଲ୍ଲୀ ଉଚ୍ଚ ବିଦ୍ୟାଳୟଠାରେ ଅଖିଳ ଭାରତ ଅମୃତବାଣୀ ସେବାପ୍ରତିଷ୍ଠାନ, ବାଲେଶ୍ଵର ପକ୍ଷରୁ ଦଶଦିନଧରି ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଦାଶ ସଭାପତିତ୍ବ କରିଥିଲାବେଳେ ଶିକ୍ଷକ ଜୟକୃଷ୍ଣ ସାହୁ ମୁଖ୍ୟଅତିଥି, ଶିକ୍ଷକ ସୁଦର୍ଶନ ପ୍ରଧାନ ମୁଖ୍ୟବକ୍ତା, ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ଶିକ୍ଷକ ସୁରେନ୍ଦ୍ର କୁମାର ସ୍ବାଇଁ ଓ ଶ୍ରୀଧର ସାହୁ ଯୋଗଦେଇ ସଂସ୍କୃତଭାଷାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସଭାରେ ବିଦ୍ୟାଳୟର ଶିକ୍ଷକ ଗୋସ୍ୱାମୀ ଦାସ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ ସୁନୀତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ଚ୍ଚନା ଘଡେ଼ଇ ଓ ଶିକ୍ଷକ ଉଦେରାମ ସାହୁ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତ ମାସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ୱରର ମିଳିତ ସହଯୋଗରେ ବିଦ୍ଯାଳୟର ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ଯୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଶିବିରର ପ୍ରଶିକ୍ଷକ ଭାବେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ଵରର ପ୍ରଚାରକ ଜୟପ୍ରକାଶ ଶାସ୍ତ୍ରୀ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲା ବେଳେ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ସଂସ୍କୃତ ଅଧ୍ଯାପକ ଡକ୍ଟର ସନ୍ତୋଷ କୁମାର ସାହୁ ଓ ଖଳିସାହି ଉଚ୍ଚ ବିଦ୍ଯାଳୟ ର ଶିକ୍ଷକ ଗୋସ୍ୱାମୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ…

Read More

ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନ୍.ଏ.ସି ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦେଶାତ୍ମକବୋଧକ ସଙ୍ଗୀତ, ଓଡ଼ିଆ ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ବିଷୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗିତା ହୋଇଥିଲା । ସହରରେ ଥିବା ୨୨ଟି ଯାକ ବିଦ୍ୟାଳୟର ମନୋନୀତ ପ୍ରାୟ ୧୦୫ ଜଣ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୨୫ ଜଣ ଛାତ୍ର-ଛାତ୍ରୀ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ନେଇ ଅପରାହ୍ନରେ ଫଳାଫଳ ଘୋଷଣା କରାଯାଇଥିଲା।ବିଚାରକ ଭାବେ ସୁର ଗନ୍ଧର୍ବ ନବ କିଶୋର ମିଶ୍ର, ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସଙ୍ଗୀତକାର ଜୟଶ୍ରୀ ଦେବୀ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଗୋଦାବରୀଶ ମିଶ୍ର, ଅଶୋକ ମଲ୍ଲ, ନିର୍ମଲ ଚନ୍ଦ୍ର ସୁରଦେଓ, ପ୍ରଦୀପ…

Read More