ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦକଙ୍କ ଆମରଣ ଅନଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ଗତ ଅକ୍ଟୋବର ୨୭ତାରିଖ ଦିନ ବିଜୁ ଶ୍ରମିକ ସାମ୍ମୁଖ୍ୟ ନେତୃତ୍ବରେ କାବ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ଓ ନିର୍ମାଣ ଶ୍ରମିକ ଫେଡେରେସନ୍ ପକ୍ଷରୁ ଶହ ଶହ ଶ୍ରମିକ ଧାରଣା ଦେଇଥିଲେ । ଶ୍ରମ ବିଭାଗର ଅପାରଗତା ଏବଂ ସ୍ଥାଣୁତାକୁ ନେଇ ଧାରଣା ଦିଆଯାଇଥିବା ବେଳେ ପଡ଼ି ରହିଥିବା ସହାୟତା ରାଶିକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ପ୍ରଦାନ କରିବା, ଅନଲାଇନ ଆବେଦନ କାରୀଙ୍କୁ ତୁରନ୍ତ ପରିଚୟ ପତ୍ର ପ୍ରଦାନ, ଅଣସଂଗଠିତ ଶ୍ରମିକମାନଙ୍କୁ ପରିଚୟ ପତ୍ର ଦେବାରେ ପାତରଅନ୍ତର ବନ୍ଦ କରାଯାଉ, ମୃତ୍ୟୁ ସହାୟତା ଏକ ମାସ ମଧ୍ୟରେ ପ୍ରଦାନ କରାଯାଉ, କାବ୍ୟରେ ଅବହେଳା କରୁଥିବା କର୍ମଚାରୀ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରଯାଇଥିଲା । ଦୀର୍ଘସମୟ ଧରିଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବା ପରେ ପ୍ରଭାଗୀୟ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନା ରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।କୁନି କୁନି ବୈଜ୍ଞାନିକମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୫୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୨ଟାରେ ଶରଣକୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ତଥା ନୟାଗଡ଼ ଜିଲ୍ଲା ସଂସ୍କୃତ ବିକାଶ ପରିଷଦର ଅଧ୍ଯକ୍ଷ ବିଜୟ କୁମାର ରଥଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ମୁଖ୍ଯ ଅତିଥି ଭାବେ ଓଡିଶାର ପ୍ରଥମ ମହିଳା ଆର୍କିଟେକଚର ଇଂ. ଗୀତା ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନ ରେ ବିଜ୍ଞାନର ବ୍ଯବହାର ବିଷୟରେ ଆଲୋଚନା କରିବା ସହିତ ପ୍ରତ୍ଯେକ…

Read More

ଫାଇନାଲରେ ପ୍ରବେଶ କଲେ ଶ୍ରେଷ୍ଠ ଦଶଜଣ ଯୁବ କଣ୍ଠଶିଳ୍ପୀ

ଭଏସ୍ ଅଫ ନୟାଗଡ଼ ସିଜିନ୍ ୩ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ଭଏସ୍ ଅଫ୍ ନୟାଗଡର ସେମିଫାଇନାଲରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ହୋଇଥିବା ତିରିଶ ଜଣ ଯୁବ କଣ୍ଠଶିଳ୍ପୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ସଂଗୀତ ପ୍ରତିଯୋଗିତାର ସେମିଫାଇନାଲ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ଼ କ୍ଳବର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମଟି ନୟାଗଡ଼ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଯୁବ କଣ୍ଠଶିଳ୍ପୀଙ୍କ ପାଇଁ ଏକ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ। ଭଏସ ଅଫ୍ ନୟାଗଡର ସଂଯୋଜକ ଧୀରେନ୍ଦ୍ର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ…

Read More

ଜିଲ୍ଲା ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ମହାସଂଘ ଶାଖାର ସାଧାରଣ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ମହାସଂଘ ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ରାଧେଶ୍ୟାମ ପ୍ରଧାନଙ୍କର ଅଧ୍ୟକ୍ଷତାରେ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂଘର କର୍ମକର୍ତ୍ତା ନିରଞ୍ଜନ ଦାଶ, ପ୍ରଭାକର ପଲେଇ, କାଞ୍ଚନବାଳା ମହାରଣା, ଚକ୍ରଧର ଛୋଟରାୟ, ରାଜ୍ୟ ସଂଘର କର୍ମକର୍ତ୍ତା ପ୍ରଶନ୍ନ କୁମାର ସାହୁ ଏବଂ ଦୟାନିଧି ଦାଶ ଉପସ୍ଥିତ ଥିଲେ । ସ୍ବାସ୍ଥ୍ୟ ପରିଦର୍ଶକ ଭାସ୍କର ନାରାୟଣ ମହାରଣା ସଭା ପରିଚାଳନା କରିଥିଲେ । ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଦାବି ଗୁଡ଼ିକ ମଧ୍ୟରେ କ୍ୟାଡ଼ର ପୁନଃର୍ଗଠନ ପ୍ରମୁଖ ଥିଲା । ବର୍ତ୍ତମାନ ସଂଘ ପକ୍ଷରୁ…

Read More

ଜନ ପ୍ରତିନିଧି ହେବତ ଏମିତି, ସରକାରୀ ସୁବିଧାରୁ ବଞ୍ଚିତ ହେବେନି ବ୍ଲକର କୌଣସି ଭିନ୍ନକ୍ଷମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର ଅଧିକାଂଶ ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମମାନେ ସେମାନଙ୍କ ପରିଚୟ ପତ୍ର ଧରି ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଥିଲେ । ତେବେ ଉକ୍ତ ଭିନ୍ନକ୍ଷମ ପ୍ରଣାମପତ୍ର ସଠିକ ଅଛି କି ନାହିଁ ତାହା ଜାଣିବା ପାଇଁ ନୟାଗଡ଼ ବ୍ଲକ ପକ୍ଷରୁ ସିଡ଼ିଏମଙ୍କୁ ମାସେ ହେଲା ଚିଠି କରିଥିଲେ । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବେଦନ କରିଥିଲେ ମଧ୍ୟ ଏହା ସଠିକ ସମୟରେ ମିଳୁନାହିଁ । ଯେଉଁଥି ପାଇଁକି ଭିନ୍ନକ୍ଷମ ମାନେ ସରକାରୀ ସୁବିଧା ପାଇବା ପାଇଁ ବଞ୍ଚିତ ହେଉଛନ୍ତି । ସେମାନେ ବାରମ୍ବାର ବ୍ଲକର ଦ୍ୱାରସ୍ଥ ହେଉଛନ୍ତି । ସିଡିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ ସଠିକ ସମୟରେ ଯାଞ୍ଚ କରାଯାଉନଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି । ଏଥିସହିତ ଇଟାମାଟି ଜିଲ୍ଲା ପରିଷଦ ଯୋନର ବଡ଼ପଣ୍ଡୁସର ସ୍ୱାସ୍ଥ୍ୟକେନ୍ଦ୍ରରେ ଷ୍ଟାଫନର୍ସ ଅଭାବ ରହିଥିବାରୁ ଏହା…

Read More

ନୟାଗଡ଼ ଜିଲ୍ଲାରେ ଅଲିଭା ରେଜିଷ୍ଟର ଅନନ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଜାନୁୟାରୀ ମାସରେ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ଭାବେ ପ୍ରଣୟନ କରାଯାଇଥିବା ଅଲିଭା ରେଜିଷ୍ଟରକୁ ରାଜ୍ୟ ସରକାର ଖୁବ ପସନ୍ଦ ଓ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ଦ୍ଵାରା ଜିଲ୍ଲାରେ ଅପ୍ରାପ୍ତ ବୟସ ଝିଅମାନଙ୍କର ବିବାହ ବହୁ ପରିମାଣରେ କମିଯାଇଛି । ଏକଶତ ପୃଷ୍ଠା ବିଶିଷ୍ଟ ଏହି ରେଜିଷ୍ଟରରେ ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କ ଦ୍ବାରା କେନ୍ଦ୍ର ଅନ୍ତର୍ଭୁକ୍ତ ୧୦ରୁ ୧୯ବର୍ଷ ବୟସର ସମସ୍ତ ଝିଅମାନଙ୍କର ନାମ, ବୟସ, ଦୂରଭାଷ ନମ୍ବର, ଆଧାର ନମ୍ବର, ବାପା ଓ ମାଆଙ୍କର ନାମ ଠିକଣା ଆଦି ଲିପିବଦ୍ଧ କରାଯାଇଥାଏ । ପାଠ ପଢ଼ୁଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଅଭିଭାବକ ସମସ୍ତଙ୍କ ମିଳିତ ସହଯୋଗରେ ଝିଅ ଉପରେ ଧ୍ୟାନ ଦିଆଯାଏ । ପାଠପଢ଼ା ଛାଡୁଥିବା ଝିଅମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି…

Read More

ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ମରଣିକା ଓ ସାଂସ୍କୃତିକ ସବ୍-କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆର.ଏମ୍.ସି. ସଭାଗୃହରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବର ସ୍କରଣୀକା ଏବଂ ସାଂସ୍କୃତିକ ସବ୍-କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ, ୨୦୨୨ ପାଳନ ଅବସରରେ ମହୋତ୍ସବର ମୁଖପତ୍ର ‘ଆରଣ୍ୟକ’ ପ୍ରକାଶ ପାଇଁ ନୟାଗଡ଼ ଜିଲ୍ଲାର ସଂସ୍କୃତି, ଐତିହ, ଜନଜୀବନ, ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ବିକାଶ ମୂଳକ ଓ ଫିଚର ଧର୍ମୀଲେଖା ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ ଆବଶ୍ୟକ । ଇଚ୍ଛୁକ ଲେଖକ, କବି, ପ୍ରାବନ୍ଧିକ, ଶିକ୍ଷାବିତ୍, ଗବେଷକମାନଙ୍କ ଠାରୁ ଲେଖା ଓ ତତ୍‌ସଂପର୍କୀୟ ଫଟୋ ଆମନ୍ତ୍ରଣ କରାଯାଉଛି । ଲେଖାଗୁଡ଼ିକ ଉଚ୍ଚକୋଟୀର ଓ ସଂକ୍ଷିପ୍ତ ହେବା ଆବଶ୍ୟକ । ଲେଖକମାନେ ଲେଖାଗୁଡ଼ିକୁ ତା.୦୫.୧୨.୨୦୨୨ରିଖସୁଦ୍ଧା ଉପଜିଲ୍ଲାପାଳ, ନୟାଗଡ଼ଙ୍କ ନିକଟକୁ ପଠାଇ ପାରିବେ । ଲେଖାଗୁଡ଼ିକ ଆକୃତି ଲିପିରେ ଉଭୟ ସଫ୍ଟକପି ଓ କଠିନ ନକଲ ସହ…

Read More

ସିଆଇଟିୟୁର ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସିଆଇଟିୟୁ ନୟାଗଡ଼ ଶାଖାର ଜିଲ୍ଲା ତୃତୀୟ ସମ୍ମିଳନୀ ନୟାଗଡ଼ ସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ସଙ୍ଗଠନ ର ଲାଲଝଣ୍ଡାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ।ସମସ୍ତ ସାଥୀ ସହିଦୀ ବେଦିରେ ମାଲ୍ୟାର୍ପଣ ପରେ ସହିଦଙ୍କ ପ୍ରତି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇ ଥିଲା।ସାଥୀ ବିଶ୍ୱନାଥ ମହାପାତ୍ର, ଏସ ଏ କରିମି ଓ ନଳିନୀ ଦାସ ଙ୍କ ସଭାପତି ମଣ୍ଡଳୀ ରେ ଅନୁଷ୍ଠିତ ତୃତୀୟ ସମ୍ମିଳନୀକୁ ରାଜ୍ୟ ର ଶ୍ରମିକ ନେତା ଦୁଷ୍ମନ୍ତ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ତୀବ୍ର ସମାଲୋଚନା କରି ଥିଲେ ଏବଂ ୨୭ ନଭେମ୍ବର ରାଜ୍ୟ ସ୍ତରୀୟ ଶ୍ରମିକ ସମାବେଶକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।ତା ପରେ…

Read More

ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ସାହିତ୍ୟ ମହାକୁମ୍ଭ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ୨ ଦିନ ବ୍ୟାପି ଅନୁଷ୍ଠିତ ନୟାଗଡ଼ ସାହିତ୍ୟ ମହାକୁମ୍ଭ ଆଜି ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଅତିଥିଭାବେ ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ଗାଳ୍ପିକ ସୁରେଶ ଛୋଟରାୟ, କଥାକାର ତପନ ମହାପାତ୍ର, ଯୁବ କଥାକାର/ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା, ହାଡ଼ିବନ୍ଧୁ ମହାକୁଢ଼, ଡ.ଅଶୁତୋଷ ମିଶ୍ର, ଅଧ୍ୟାପକ ରବି ଶତପଥୀ, ଅଶୋକ ମଲ୍ଲ, ଗୋଦାବରିଶ ମିଶ୍ର, ପ୍ରଭାତ ମିଶ୍ର ପ୍ରମୁଖ ଯୋଗଦାନ କରି ଗଳ୍ପ ଓ କବିତା କାହିଁକି ଓ କିପରି ଲେଖା ଯାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟଙ୍ଗ ଦରବାର କାର୍ଯକ୍ରମରେ ଅତିଥିଭାବେ ବ୍ୟଙ୍ଗକାର ଶ୍ରୀଯୁକ୍ତ ସତ୍ୟାନାଶ, ବ୍ରଜ ସୁବୁଦ୍ଧି, ରବିନ୍ଦ୍ର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।…

Read More

ଆଦଭିକ ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସଦର ମିଶନ ଶକ୍ତି ଭବନଠାରେ ଜିଲ୍ଲା ସ୍ତରୀୟ ଆଦଭିକ ଜୀବନ ଶୈଳୀ ଶିକ୍ଷା ଓ ଆଫ୍ରିକା ଆପର ବ୍ୟବହାର ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। Unicef ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିବିରରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଉର୍ମିଲା ପରିଡା ସଭାପତିତ୍ଵ କରିଥିଲେ। ଏହି ଶିବିରରେ actionaid ଜିଲ୍ଲା ସଂଯୋଜିକା ଇପ୍ସିତା ଅଗ୍ରୱାଲ ଆଦଭିକ କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ତାଲିମ ଶିବିରରେ Unicefର ସୁନନ୍ଦା କାନୁନଗୋ ଏବଂ ଅମିୟବାଳା ପଟ୍ଟନାୟକ କାର୍ଯ୍ୟକ୍ରମର କିଶୋରୀ କ୍ୟାଲେଣ୍ଡର ସମସ୍ତ ବିଷୟବସ୍ତୁ ଉପରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ କ୍ଷେତ୍ର ପରିଦର୍ଶିକାଙ୍କୁ ଜିଲ୍ଲା ସ୍ତରରେ ତାଲିମ ପ୍ରଦାନ କରିଥିଲେ ।…

Read More