ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବିକାଶ ମଞ୍ଚ ଏବଂ ହେମେନ୍ଦ୍ର ସେନାଙ୍କ ମିଳିତ ଆହ୍ବାନରେ ରବିବାର ସ୍ଥାନୀୟ କେ.ସି.କ୍ଲବଠାରେ ଆଲୋଚନା ସଭା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିକାଶ ମଞ୍ଚର ଆବାହକ ସନ୍ତୋଷ ପ୍ରଧାନ ମେଡିକାଲ କଲେଜ ସ୍ଥାପନା ଏବଂନୟାଗଡ କଲେଜକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ଦାବି ସମ୍ପର୍କରେ ଯଥାରୀତି ଉପସ୍ଥାପନା କରିବା ସହ ସବିଶେଷ ଯୁକ୍ତି ଉପରେ ଆଲୋଚନା କରିଥିଲେ। ହେମେନ୍ଦ୍ର ସେନାର ପୃଷ୍ଠପୋଷକ ଯୁବରାଜ ଅରଣ୍ୟ କିଶୋର ସିଂ ହମେନ୍ଦ୍ର ସେନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନୟାଗଡର ବିକାଶ ଧାରାରେ ହମେନ୍ଦ୍ର ସେନା ପ୍ରମୁଖ ସେନାନୀ ଭାବେ କାର୍ଯ୍ୟ କରିବ ବୋଲି ଘୋଷଣା କରିଥିଲେ। ସେନା ସଭାପତି ଆଇନଜୀବୀ ସୌମ୍ୟରଞ୍ଜନ ପ୍ରଧାନ, ସମ୍ପାଦକ ଶେଖ ଆହତ, ସେବା ଉତ୍ସବ ସଭାପତି ଶିବରାମ ମହାପାତ୍ର,ଦକ୍ଷ ସଂଗଠକ ନସିର ଅହମ୍ମଦ ପ୍ରମୁଖ ବୈଠକର ଲକ୍ଷ୍ୟ…
Read MoreCategory: ନୟାଗଡ଼ ବ୍ଲକ
ନୟାଗଡ଼ରେ ବିଜେଡି ପକ୍ଷରୁ ୧୦୭ତମ ବିଜୁ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳନ ଅବସରରେ ଏକ ମହାସମାବେଶ ନୟାଗଡ଼ ସହର ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ଗାଁ ବ୍ଲକ ବିଜେଡି ସଭାପତି ନିତ୍ୟାନନ୍ଦ ପ୍ରଧାନ ଶାନ୍ତି, ପ୍ରଗତୀ ଓ ଉନ୍ନତୀ ପାଇଁ ବିଜେଡିର ପ୍ରୟାସ ସମ୍ବନ୍ଧୀୟ ବକ୍ତବ୍ୟ ଦେଇଥିଲେ । ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ବିଜୁ ବାବୁଙ୍କ ସାହାସ ଓ ଖାତି ଉପରେ ବକ୍ତବ୍ୟ ଦେବା ସହ ୩ଟି…
Read Moreଶୁଣୁ ନାହାନ୍ତି ସରକାର, ୧୫ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ତଥା ସେମାନ୍ଙ୍କ ବିଭିନ୍ନ ଦାବି ଗୁଡ଼ିକ ପ୍ରତି ଅବହେଳା କରୁଥିବା ପ୍ରତିବାଦରେ ଚଳିତ ମାସ ୧୫ ତାରିଖରୁ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାମେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆଜି ପୂର୍ବାହ୍ନରେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ପ୍ରାଥମିକ ଶିକ୍ଷକଭବନରେ ଅନୁଷ୍ଠିତ ହୋଇଥିଲା । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ,୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି…
Read Moreମହିଳା ଦିବସରେ ଭୃଣହତ୍ୟା ଏବଂ ବାଲ୍ୟବିବାହ ରୋକାଯିବା ଉପରେ ଗୁରୁତ୍ବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ମହିଳା ଦିବସ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୧୯୧୪ ମସିହାରେ ଇଂଲଣ୍ଡର ମହିଳାମାନେ ଭୋଟ ଦେବାର ଅଧିକାର ପାଇଁ ମହିଳା ସମାବେଶ କରିଥିଲେ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ । ନୟାଗଡ଼ ଜିଲ୍ଲାରେ ଭୃଣହତ୍ୟା ଏବଂ ବାଲ୍ୟବିବାହ ରୋକାଯିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହା ସହିତ ଜିଲ୍ଲାପାଳ ଅଙ୍ଗନବାଡ଼ି କର୍ମୀମାନେ ତୃଣମୂଳ ସ୍ତରରେ ଏହାକୁ କିଛି ମାତ୍ରାରେ ରୋକିବାରେ ସଫଳ ହୋଇଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଜିଲ୍ଲା ପରିଷଦର ସଭାପତି ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ନାରୀ ଜାଗରଣ ଉପରେ ବାଖ୍ୟା କରି କହିଥିଲେ ଯେ, ସମୟାନୁକ୍ରମେ ମହିଳାମାନେ ସଚେତନ ହେଲେଣି । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର…
Read Moreବଚପନ୍ ଓ ଗାଇଡାନ୍ସ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହର ଉପକଣ୍ଠ ବାରମାସୀ ଲେନରେ ବଚପନ ଓ ଗାଇଡାନ୍ସ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ନୟାଗଡ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଓ ବିଶିଷ୍ଟ ଅତିଥି ଭାବେ ନୟାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଥମରୁ ଷଷ୍ଠ ଶ୍ରେଣୀ ଶିଶୁ ମାନଙ୍କର ଏହି ୨ୟ ଦିବସରେ ପୂର୍ବରୁ ଶିଶୁମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜୁନିଅରରେ ଆର୍ବିକା ଅନନ୍ୟ ଓ ସିନିଅରରେ ଆକାଂକ୍ଷା ପ୍ରିୟଦର୍ଶିନୀ ଚାମ୍ପିଅନ ପୁରସ୍କୃତ ହୋଇଥିଲେ।ଚେୟାରମ୍ୟାନ ଅବିନାଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିଶୁ ମାନଙ୍କ ଦ୍ଵାରା ଅଣୁ ନାଟକ ଆଜିର ଦିନରେ ସୋସିଆଲ ମିଡ଼ିଆର ଅପବ୍ୟବହାର, ‘ଶ୍ରୀକୃଷ୍ଣ ଓ ନାରଦଙ୍କ…
Read Moreକଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ମା’ ବାସବି କନ୍ୟକାପରମେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅଞ୍ଚଳ କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ମା’ ବାସବି କନ୍ୟକାପରମେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସମାଜ ଧର୍ମଶାଳାଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ୩ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ଶୁଭ ଅଙ୍କୁରାରୋପଣ ସହିତ ଗର୍ଭାଧାନ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା । ଦ୍ୱିତୀୟ ଦିବସରେ ତୀର୍ଥ ବାହାନ ଓ କଳସ ଯାତ୍ରା, ହୋମ ଯଜ୍ଞଏବଂ ଦେବତା ମହାସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟଦିବସରେ ସୂର୍ଯ୍ୟାର୍ଚ୍ଚନା, ବିଗ୍ରହ ପ୍ରତିଷ୍ଠା, ସିଂହାସନ ଆରୋହଣ ଓ ପୂର୍ଣ୍ଣାହୁତିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ବହୁ ଶ୍ରଦ୍ଧାଳୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନୟାଗଡ଼ ଅଞ୍ଚଳକଳିଙ୍ଗ ବୈଶ୍ୟ ସମାଜ ସଭାପତି ଇସେଟି ସୁବାଷ ଚନ୍ଦ୍ର ପାତ୍ର, ସମ୍ପାଦକକୋଟିନ ପ୍ରଦୀପ…
Read Moreବଚପନ୍ ଓ ଗାଇଡାନ୍ସ ସ୍କୁଲର ୧୧ତମ ବାର୍ଷିକ ଉତ୍ସବର ପ୍ରଥମ ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହରସ୍ଥିତ ବାରମାସୀ ଲେନରେ ବଚପନ ଓ ଗାଇଡାନ୍ସ ସ୍କୁଲର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ବିଶିଷ୍ଟ ଅତିଥି ଭାବେ ନୟାଗଡ ପୌରପରିକାର ଅଧକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ଲେ ଗ୍ରୁପ୍, ନର୍ସରୀ, ଜୁନିଅର କେ.ଜି ଓ ସିନିୟର୍ କେ.ଜି ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବର ପ୍ରଥମ ଦିବସରେ ଉତ୍ତୀର୍ଣ୍ଣ ହୋଇଥିବା ଶିଶୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଚେୟାରମ୍ୟାନ ଅବିନାଶ ସାହୁଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଶିଶୁମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଡ୍ରାମା ଆଜିର ଦିନରେ ସୋସିଆଲ ମିଡ଼ିଆର ଅପବ୍ୟବହାର, ଶ୍ରୀକୃଷ୍ଣ ଓ ନାରଦଙ୍କ ମର୍ତ୍ୟ ପରିଦର୍ଶନ ପରିବେଷଣ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା…
Read Moreଓଡ଼ଗାଁରେ ମଡେଲ ସିଭିଲ କୋର୍ଟ କମ୍ପ୍ଲେକ୍ସ ଆଡିସନାଲ ଡିଷ୍ଟ୍ରିଟ ଓ ସେସନ୍ ଜଜକୋର୍ଟ ଉଦଘାଟିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସମଗ୍ର ରାଜ୍ୟରେ ନ୍ୟାୟପାଳିକା ଭିତ୍ତିଭୂମିର କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ବେଳେ ଓଡ଼ଗାଁରେ ନିର୍ମାଣ ହୋଇଥିବା ମଡେଲ ସିଭିଲ କୋର୍ଟ କମ୍ପ୍ଲେକ୍ସ ଆଡିସନାଲ ଡିଷ୍ଟ୍ରିଟ ଓ ସେସନ୍ ଜଜକୋଟ ଉଦଘାଟିତ ହୋଇଯାଇଛି। ଜଷ୍ଟିସ ଭି. ନରସିଂଘ ଜେ ହାଇକୋର୍ଟ ଓଡ଼ିଆ (ପ୍ରଶାସନିକ ଜଜ, ନୟାଗଡ଼ ଜିଲ୍ଲା) ଙ୍କ ଉପସ୍ଥିତିରେ ଓଡିଶା ହାଇକୋର୍ଟ ବରିଷ୍ଠ ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ (ଅଧ୍ୟକ୍ଷ ବିଲଡିଙ୍ଗ କମିଟି, ଓଡିଶା ହାଇକୋର୍ଟ) ସେସନ୍ କୋର୍ଟକୁ ଉଦଘାଟିତ କରିଥିଲେ । ଏତଦ୍ ବ୍ୟତୀତ ଅତିରିକ୍ତ ଜିଲ୍ଲା ସେସନ୍ ଜଜଙ୍କ ପାଇଁ ବି-୧ ଟାଇପ, ବରିଷ୍ଠ ସିଭିଲ ଜଜଙ୍କ ପାଇଁ ସି-ଟାଇପ କ୍ବାଟର ଏବଂ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ୮ ଏଫ ଟାଇପ ଷ୍ଟାଫ୍ କ୍ବାଟର ନିର୍ମାଣ ପାଇଁ ସିଭିଲ କୋର୍ଟ ଓଡ଼ଗାଁ ପରିସର ଭିତରେ ଭିତ୍ତିପ୍ରସ୍ତର ପକାଇ ଥିଲେ। ଓଡ଼ଗାଁ…
Read Moreପ୍ରକୃତି କୋଳରେ ବରକନ୍ୟାକୁ ଦେଖି ଆଚମ୍ବିତ ହେଲେ ବିଧାୟକ ଡ଼ଃ. ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢାବୁଢିଆଣୀ ଡ୍ୟାମ୍ ଠାରୁ ପ୍ରାୟ ୫ କି.ମି ଦୁର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମର କାନଖାଇ ପାହାଡ଼ରୁ ଧାର ଧାର ବୋହି ବହି ଚାଲିଛି ବରକନ୍ୟା ଝରଣା । ପ୍ରାକୃତିକ ଶୋଭରାଜିରେ ଭରପୁର ଏହି ସୌନ୍ଦର୍ଯ୍ୟମୟ ସ୍ଥାନଟି ଜିଲ୍ଲାରେ ଲୁକ୍କାୟିତ ଅବସ୍ଥାରେ ଥିବାବେଳେ ଏହି ଝରଣା ନିକଟକୁ ଆଜି ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଜିଲ୍ଲା ପ୍ରଶାସନକୁ ସାଙ୍ଗରେ ଧରି ଏହି ବର-କନ୍ୟା ଝରଣା ପରିଦର୍ଶନ କରିଛନ୍ତି। ପ୍ରକୃତି କୋଳରେ ଏମିତି ଏକ ବିରଳ ଚୀରସ୍ରୋତା ଝରଣା ରହିଥିବା କଥାକୁ ସେ ସହଜରେ ବିଶ୍ୱାସ କରି ପାରିନଥିଲେ। ପ୍ରଥମେ ଏଠାକାର ପରିବେଶ ଦେଖି ସେ ଆଚମ୍ବିତ ହେବା ସହ ଏହା ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇବାକୁ ହକ୍ ବୋଲି କହିଥିଲେ। ବିଧାୟକ ଡ଼ଃ. ସାହୁ ଝରଣାକୁ…
Read Moreନୟାଗଡ଼ରେ ବାଲ୍ୟ ବିବାହ ପ୍ରତିରୋଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଳାପାଳଙ୍କ ସଦଭାବନା ଗୃହରେ ବାଲ୍ୟବିବାହ ପ୍ରତିରୋଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୟାଗଡରେ ବାଲ୍ୟବିବାହ ବଢୁଥିବାରୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉଦବେଗ ପ୍ରକାଶ କରିଥିଲେ ଏବଂ ଏଥିପାଇଁ ଆଇନ ଅନୁଯାଇ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସଚେତନା ଶିବିରରେ ପ୍ରତେକ ବ୍ଲକରେ ଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀମାନେ ଯୋଗଦେବା ସହ ସମସ୍ତ ସୁପର ଭାଇଜର, ପୁଲିସ ଥାନାରେ ନିଯୋଜିତ ଥିବା ସମସ୍ତ ମହିଳା ଶିଶୁ ଡେସ୍କ ଅଧିକାରୀ, ଡି.ଏସ.ପି ସୁଷମା ପ୍ରଧାନଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜାତି ମୁଖିଆମାନଙ୍କୁ ଆମନ୍ତ୍ରିତ କରାଯାଇ ସେମାନଙ୍କୁ ବାଲ୍ୟ ବିବାହ ବିରୋଧରେ ସ୍ଵର ଉତ୍ତୋଳନ…
Read More