ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଇନଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ରଙ୍କ ସଭାପତିତ୍ୱରେ ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ଓଡ଼ଗାଁ ବ୍ଲକର ପ୍ରାୟ ୫୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏ ଅବସରରେ ନୟାଗଡ଼ ବିଧାୟକ ମାନ୍ୟବର ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୩୪ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ୍ ପ୍ରଶାସନିକ ଅଧିକାରୀ ଏବଂ ଓଡ଼ଗାଁ ବ୍ଲକ୍ ସାମ୍ବାଦିକମାନଙ୍କୁ ଫୁଲତୋଡା, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ରୂପେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଓ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି…
Read MoreCategory: ନୟାଗଡ଼ ବ୍ଲକ
ଇଟାମାଟିର ଗୌରବ ସୌଭାଗ୍ୟ ଚଢିବେ ୟୁରୋପ ଓ ରୁଷର ଉଚ୍ଚ ମାଉଣ୍ଟ୍ ଏଲ୍ବ୍ରସ୍
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍ ଓ ରୁଷ୍ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍ବ୍ରସ୍ ଚଢ଼ିବାକୁ ଯାଉଛନ୍ତି। ପୂର୍ବରୁ ୨୦୧୯ରେ ଜର୍ମାନୀର ହାମବର୍ଗଠାରେ ଓ ୨୦୨୨ରେ କାଜାକସ୍ଥାନର ଆସ୍ଥାନା ସହରରେ ସଫଳତାର ସହ ଏକକାଳୀନ ସନ୍ତରଣ, ସାଇକ୍ଲିଂ ଓ ଦୌଡ଼ ସମାପ୍ତ କରି ଦୁଇଥର ଆଇରନ୍ ମ୍ୟାନ୍ ଟାଇଟଲ୍ ହାସଲ କରିଛନ୍ତି। ପୂର୍ବରୁ ସେ ଭୃଗୁ ଲେକ୍, ଫ୍ରେଣ୍ଡସିପ୍ ପିକ୍, ହମ୍ତା ପାସ୍ ଭଳି ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରିଛନ୍ତି। ଭବିଷ୍ୟତରେ ସେ ବିଶ୍ବର ୭ ମହାଦେଶର ସର୍ବୋଚ୍ଚ ୭ ଗିରିଶୃଙ୍ଗ ଆରୋହଣ କରିବାକୁ ଲକ୍ଷ ରଖିଛନ୍ତି। ସୂଚନାଯୋଗ୍ୟ ସୌଭାଗ୍ୟ ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିବେ। ଅଗଷ୍ଟ ୭ରେ ମସ୍କୋରୁ ‘ମିନେରାଲନୀ ଭଡୀ’ ଯାତ୍ରା କରିବେ। ତହିଁ ପରଦିନ…
Read Moreଇଟାମାଟିର ଯୁବ ସମାଜସେବୀଙ୍କ ଦ୍ୱାରା ଗ୍ରାମ ଶ୍ମଶାନ ସଫେଇ
ନୟାଗଡ଼,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମରେ ସାନ କାଲମାରି ପୋଖରୀ ପାଖରେ ଥିବା ଶ୍ମଶାନକୁ ଗ୍ରାମର କିଛି ଯୁବକ ମିଶି ଏହାକୁ ସଫେଇ କରିଛନ୍ତି l ନିଜେ ସମାଜସେବା କରିବା ସଙ୍ଗେ ସଙ୍ଗେ ଅସମ୍ଭବ କାମକୁ ସମ୍ଭବ କରିବା ପାଇଁ ଏହା ଭବିଷ୍ୟତର ଯୁବପିଢିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବା ସହ ସମାଜକୁ ଏହା ଏକ ନିଆରା ବାର୍ତ୍ତା ଦେବ l ଏହି କାର୍ଯ୍ୟକ୍ରମ ରେ ଗ୍ରାମର ଯୁବ ସମାଜସେବୀ ଅନନ୍ତ ସାହୁ, ପ୍ରଶାନ୍ତ କୁମାର ସାହୁ, ମୁନା ବେହେରା, ଦେବାଶିଷ, ଶ୍ରଧେୟ, ପାଣୁ, ସୁମିତ, ଆଶିଷ, ପୂର୍ଣ୍ଣ, ବିଶ୍ୱଜିତ୍, ହାପୀ, ଗୁଡୁଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ଆଜିକାର ଯୁବପିଢି ଙ୍କ ଏହିଭଳି କାର୍ଯ୍ୟ ଦେଖି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା ମଧ୍ୟ କରାଯାଉଛିl
Read Moreନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଅଶ୍ୱିନୀ ନାୟକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଅଶ୍ୱିନୀ କୁମାର ନାୟକ କଲେଜର ନୂତନ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଗତକାଲି ମହାବିଦ୍ୟାଳୟ ଅଧ୍ୟକ୍ଷ ପଦରୁ ସୁରେଶ କୁମାର ପ୍ରଧାନ ଅବସର ଗ୍ରହଣ କରିଥିଲେ। ଫଳରେ କଲେଜର ବରିଷ୍ଠ ଅଧ୍ୟାପକ ଭାବେ ଶ୍ରୀଯୁକ୍ତ ନାୟକ ଅଧ୍ୟକ୍ଷ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ କଲେଜର ସମସ୍ତ କର୍ମଚାରୀ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
Read Moreନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ଭାବେ ନିଯୁକ୍ତ ହେଲେ ନିମାଇଁ ଚରଣ ପ୍ରଧାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ନଂ୧୮୪୦୯ ତା:୩୧.୦୭.୨୩ରିଖ ଅନୁଯାୟୀ ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ନିଯୁକ୍ତି ପାଇଛନ୍ତି। ଫଳରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଖାଲି ପଡ଼ିଥିବା ନୟାଗଡ଼ ବିଇଓ ପଦବୀ ଏବେ ପୂରଣ ହୋଇଛି। ଶ୍ରୀଯୁକ୍ତ ପ୍ରଧାନଙ୍କ ନିଯୁକ୍ତିକୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି। ସୂଚନାଯୋଗ୍ୟ ଯେ ନବ ନିଯୁକ୍ତ ନୟାଗଡ଼ ବିଇଓ ଶ୍ରୀଯୁକ୍ତ ପ୍ରଧାନ ପ୍ରଥମେ ନୟାଗଡ଼ ବ୍ଳକ ଅନ୍ତର୍ଗତ ଚଣ୍ଡୀବସ୍ତ ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ।ପରବର୍ତ୍ତୀ ସମୟରେ ସେ ଶଙ୍ଖେଇ ହାଇସ୍କୁଲ ଏବଂ ବର୍ତ୍ତମାନ ଅଂକୁଲାଇ ହାଇସ୍କୁଲ, ମାନଧତାପୁରରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ଦକ୍ଷ ତଥା ଅଭିଜ୍ଞ ବିଜ୍ଞାନ ଶିକ୍ଷକ ଭାବେ ସମଗ୍ର ଜିଲ୍ଲାରେ ଶ୍ରୀଯୁକ୍ତ ପ୍ରଧାନ ପରିଚିତ ଥିବା ବେଳେ ପ୍ରଧାନ…
Read More‘ସେତୁବନ୍ଧ’ ସାହିତ୍ୟାନୁଷ୍ଠାନର ମୌସୁମୀ ସାହିତ୍ୟ ଆସର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ‘ସେତୁବନ୍ଧ’ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମୌସୁମୀ ସାହିତ୍ୟ ଆସର ଏବଂ ଆଲୋଚନା ଚକ୍ର ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ସାହିତ୍ୟ ଦ୍ୱାରା ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସତ୍ୟକଥା ଲେଖୁଥିବା କିମ୍ବା କହୁଥିବା ବ୍ୟକ୍ତି ବର୍ତ୍ତମାନ ଆକ୍ରୋଶର ଶିକାର ହେବା ସହିତ ସମ୍ପ୍ରତିକ ସମାଜରେ ଅଧିକାଂଶ ବ୍ୟକ୍ତି ଭୟଭୀତ ଅବସ୍ଥାରେ ରହୁଥିବା ଉଲ୍ଲେଖ କରିଥିଲେ । ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ପୌରହତ୍ୟରେ ଆୟୋଜିତ ଏହି ସାହିତ୍ୟ ଆସରରେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ ନାୟକ,ପ୍ରମୁଖ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ…
Read Moreୟୁରୋପ୍ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ, ଭୁବନେଶ୍ବରରେ ଶୁଭେଚ୍ଛା ସଭା
ଭୁବନେଶ୍ବର,(ନୟାଗଡ଼ ଦର୍ପଣ): ନୟାଗଡ଼ର ଗୌରବ ଆଇରନ୍ ମ୍ୟାନ୍ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍ ଓ ରୁଷ୍ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍ବ୍ରସ୍ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ନୟାଗଡ଼ର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ କରୁଣାକର ପଟ୍ଟନାୟକ, ଭାରତ ସରକାରଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ଓ ଡିଏଭିପିର ପୂର୍ବତନ ମହାନିର୍ଦେଶକ ତଥା ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦେଶକ ଡ. ଉମାକାନ୍ତ ମିଶ୍ର ଏବଂ ପ୍ରଥିତଯଶା ଲେଖକ ଶ୍ରୀ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ସୌଭାଗ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସୌଭାଗ୍ୟ କେବଳ ନୟାଗଡ଼,…
Read Moreବୄକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ,
ନୄତ୍ୟ ପ୍ରଦର୍ଶନ ଓ ରୋଡ୍ ଶୋ ମାଧ୍ୟମରେ ନିଆରା ସଚେତନତା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍କକ୍ ଅନ୍ତର୍ଗତ କୋମଣ୍ଡ କ୍ଲଷ୍ଟର ଅଧୀନରେ ଥିବା ଭଗବତୀପ୍ରସାଦ ଉ.ପ୍ରା.ବିଦ୍ୟାଳୟ ପରିସରରେ ଏକ ବୄକ୍ଷରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳ ୮ ଘଟିକାରେ ଉକ୍ତ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ରମାକାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ କରାଯାଇଥିଲା।ଓଡ଼ଗାଁ ବନବିଭାଗ ତରଫରୁ ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ ନଡ଼ିଆ ବାଡେଇ ଧୂପ ଦୀପ ବନ୍ଦାପନା କରି ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିବା ପରେ ବନକର୍ମଚାରୀ ମିନତି ପାଲଟାସିଂହ,ସୌମ୍ୟରଞ୍ଜନ ଦଳେଇ ଆଦିଙ୍କ ସହ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ,ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ, ନିଲମ୍ ପ୍ରିୟଦର୍ଶିନୀ, ଶିକ୍ଷକ ତ୍ରିଲୋଚନ ମହାଙ୍କୁଡ଼,ସମାଜସେବୀ ବସନ୍ତ କୁମାର ଆଲଟିଆ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ ଓ ଅନ୍ୟସଦସ୍ୟଗଣ ବିଦ୍ୟାଳୟ ପରିସର, ରାସ୍ତାକଡ଼ ଏବଂ ବିଦ୍ୟାଳୟ ଖେଳପଡିଆ ପାର୍ଶ୍ଵରେ ବୄକ୍ଷରୋପଣ କରିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଶିକ୍ଷକ ପ୍ରକୄତିବନ୍ଧୁ…
Read Moreଗଞ୍ଜେଇ ସନ୍ଦେହରେ କୋରିଅର ଗାଡିକୁ ପିଛା ଘଟଣାରେ ଚାରି ଡକାୟତଙ୍କୁ ଗିରଫ କରିଛି ଗଣିଆ ପୋଲିସ
ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଗତ ବୁଧବାର ଦିନ ଗଞ୍ଜେଇ ସନ୍ଦେହରେ ଏକ ଟାଟା ଏସି ଗାଡିକୁ ପିଛା କରିବା ସହିତ ଧକ୍କା ମାରିବା ଓ ଡ୍ରାଇଭର ଠାରୁ 2000 ଟଙ୍କା ଛଡେଇ ନେବା ସହିତ ଧମକ ଚମକ ଦେଇଥିଲେ l ହେଲେ ଡ୍ରାଇଭରର ଉପସ୍ଥିତ ବୁଦ୍ଧିପାଇଁ ଗଣିଆ ଥାନାରେ ଟାଟା ଏସି ଗାଡିକୁ ଭର୍ତ୍ତି କରିଦେଇଥିଲା l ପରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲା l ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ବିଭିନ୍ନ ସ୍ଥାନରେ ଛାନ ଭିନ ଜାରି ରଖିଥିଲେ l ବିଶେଷ ସୂତ୍ରରୁ ଖବର ପାଇଁ ଶୁକ୍ରବାର ଦିନ ମଧ୍ୟଖଣ୍ଡ ଗ୍ରାମରେ ଚଢ଼ାଉ କରି ଏହି ଗ୍ୟାଙ୍ଗର ଚାରି ଜଣଙ୍କୁ ଗ୍ରାମରୁ ଉଠେଇ ଆଣିଥିଲେ l ଗଣିଆ ଥାନାକୁ…
Read Moreନୟାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ମାନୀତ ଅତିଥି ଭାବେ ଚାହାଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଉକ୍ତ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ଚେତନାର ବିକାଶ ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ ଓ ପ୍ରତ୍ୟେକ ଶିଶୁ ଅନ୍ୱେଷଣ ମାର୍ଗରେ ନୂତନ ଉଦ୍ଭାବନ ସହ ଦେଶର ପ୍ରଗତିରେ ନିଜକୁ ନିୟୋଜିତ କରିବା ଉଚିତ ବୋଲି କହିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ରଖିଥିଲେ। ଏହି ମେଳାରେ ନିର୍ଣ୍ଣାୟକ ଭାବେ ଦୀପକ କୁମାର ମହାରଣା (ଗଣିଆ ହାଇସ୍କୁଲ), ଅନୁସୂୟା ମିଶ୍ର(ଏନ.ଏ. ସି. ହାଇସ୍କୁଲ), ଯୋଗେନ୍ଦ୍ର ନାଥ ନାୟକ(ନବଘନପୁର ହାଇସ୍କୁଲ), ଶରତ ଚନ୍ଦ୍ର ବେହେରା(ମାଛିପଡା ହାଇସ୍କୁଲ), ନିରଞ୍ଜନ ଦାସ(ଚାହାଳି ହାଇସ୍କୁଲ), ପ୍ରହଲ୍ଲାଦ ଶାନ୍ତ (ଅବସରପ୍ରାପ୍ତ ବିଜ୍ଞାନ…
Read More