ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ପଵିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ମୁଖ୍ୟ ବକ୍ତା ତଥା ଅତିଥି ଙ୍କ ପରିଚୟ ରଖିଥିଲେ। ଲେଙ୍କୁଡ଼ିପଡା ମଠାଧୀଶ ଶ୍ରୀ ଶ୍ରୀ ପୂର୍ଣ୍ଣାନନ୍ଦ ମହାରାଜ ସ୍ବ କରକମଳ ରେ ମା ସରସ୍ଵତୀ ଓ ଶ୍ରୀକୃଷ୍ଣ ଭଗବାନଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ନିମନ୍ତେ କଲ୍ୟାଣ ଭିକ୍ଷା କରିଥିଲେ। ବାସ୍ତବରେ କୃଷ୍ଣନାମରସ ଆତ୍ମତୃପ୍ତି ପ୍ରଦାୟକ। ମହାରାଜା ମହୋଦୟ ନାମ ସଂକୀର୍ତ୍ତନ ଓ କୃଷ୍ଣ ଜୀବନୀ ବର୍ଣ୍ଣନା ସମଗ୍ର ପରିବେଶକୁ ରସାଣିତ କରିଥିଲା। ଜୟ ଧ୍ଵନି ରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଶିଶୁ ଭାଇଭଉଣୀ ରାଧାକୃଷ୍ଣ, ଗୋପୀ, ଗୋପାଳ, ନନ୍ଦ, କୃଷ୍ଣ ବଳରାମ ଓ ଯଶୋଦା ବେଶ ହୋଇ ଆସିଥିଲେ। ଅଭିଭାବିକା ମା’ ମାନେ ଓ ଗୁରୁମା’ମାନେ ସେମାନଙ୍କୁ ବନ୍ଦାପନା କରିଥିଲେ। ଅଭିଭାବିକା ଅଭିଭାବକ ଓ ଶିଶୁଭାଇଭଉଣୀ ମାନେ ଭାବବିହ୍ୱଳ ହୋଇ ନୃତ୍ୟ ରତ ହୋଇଥିଲେ। ଏହି ଉତ୍ସବରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ଉପସ୍ଥିତ ହୋଇଥିଲେ। ପ୍ରଧାନଚାର୍ୟ୍ଯ, ସମ୍ପାଦକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଗୁରୁଜୀ ଗୁରୁମା’ ମାନଙ୍କର ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହେବା ସହ ବିଦ୍ୟାଳୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇ ପାରିଥିଲା।

