ନୟାଗଡ, (ନୟାଗଡ଼ ଦର୍ପଣ): ଭାରତୀୟ ଜୀବନଵୀମାର 67ତମ ବୀମା ସପ୍ତାହର ଉଦଯାପନୀ ଉତ୍ସବରେ ଆଜି ନୟାଗଡ଼ ଜୀବନଵୀମା ଶାଖା ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଦିନକୁଦିନ ରକ୍ତର ଅଭାବକୁ ପରିଲକ୍ଷିତ କରି ଶାଖାର କର୍ମଚାରୀ ଓ ଅଭିକର୍ତ୍ତାମାନେ ରକ୍ତଦାନ କରିବାପାଇଁ ନିଷ୍ପତି ନେଇଥିଲେ l ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମର ସ୍ବେଛାକୃତ ରକ୍ତଦାନ ଶିବିରକୁ ଶାଖା ପରିଚାଳକ ଲଳିତ କୁମାର ପରିଡା ଉଦଘାଟନ କରିଥିଲେ l ନୟାଗଡ଼ ମୁଖ୍ୟଚିକିତ୍ସାଳୟର ରକ୍ତ ଭଣ୍ଡାର ସହଯୋଗରେ 42ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ପରିଶେଷରେ ଜୀବନବୀମାର ଅଭିକର୍ତ୍ତା ଅସ୍ମିନ କୁମାର ଜେନା ଶିବିରରେ ଯୋଗଦେଇଥିବା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ବୀମା ସପ୍ତାହରେ ଉଦଯାପନୀ ଉତ୍ସବରେ ଭାରତୀୟ ଜୀବନବିମା ଶାଖା ତରଫରୁ ରକ୍ତଦାନ ଶିବିର
