ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି। ଦୀର୍ଘ ୧୨ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରି ଚେସ ଖେଳ ମାନସିକ ତଥା ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ। ଯେଉଁ ପିଲାମାନେ ସୂର୍ଯ୍ୟଙ୍କୁ ଉଠାନ୍ତି ଅର୍ଥାତ ପ୍ରତ୍ୟୁଷରେ ଉଠୁଥିବା ପିଲାମାନେ ଅଧିକ ବୁଦ୍ଧିମାନ ହୁଅନ୍ତି ବୋଲି ମୁଖ୍ୟ ଅତିଥି ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ବୁଝାଇଥିଲେ। ଆଗାମୀ ଦିନରେ ଚେସ ଖେଳର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ସହଯୋଗ କରିବ ବୋଲି ଏହି ଅବସରରେ ମୁଖ୍ୟ ଅତିଥି…
Read MoreCategory: ନୟାଗଡ଼ ବ୍ଲକ
ନୟାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ
ନୟାଗଡ,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ‘ସୃଜନ’ ସମ୍ମିଳନୀ କକ୍ଷରେ ମାନ୍ୟବର ବିଧାୟକ, ନୟାଗଡ଼ ଡଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଉପ ଆରକ୍ଷୀ ଅଧୀକ୍ଷକ ଡୋମେନ ଚରଣ ଟୁଡୁ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ନୟାଗଡ଼ ବିଧାୟକ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ, ଏହି ରିଭ୍ୟୁ ମିଟିଙ୍ଗ ୩/୪ମାସରେ ଥରେ ହେବା କଥା । ପ୍ରଥମେ ସ୍ୱାସ୍ଥ୍ୟ ବିଭାଗକୁ ନୟାଗଡ଼ ସ୍ୱାସ୍ଥ୍ୟ…
Read Moreସ୍ବର୍ଗତ ଭବାନୀ ଦାଶଙ୍କ ଦ୍ଵାଦଶାହରେ ଶ୍ରଦ୍ଧା ନିବେଦନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରାଜନୀତିର ଜଣେ ବିଚକ୍ଷଣ ରାଜନୀତିଜ୍ଞ, ବରିଷ୍ଠ ସାମ୍ବାଦିକ, ସ୍ପଷ୍ଟବାଦୀ, ନିର୍ଭୀକ, କ୍ରାନ୍ତିକାରୀ ବ୍ୟକ୍ତିତ୍ଵ ତଥା ନୟାଗଡ଼ ଏନଏସିର ତତ୍କାଳୀନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ଦ୍ଵାଦଶାହରେ ତାଙ୍କ ପୁରୁଣା ସହରସ୍ଥିତ ବାସଭବନ ଠାରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଦାଶଙ୍କ ବଡପୁଅ ନାଗଭୂଷଣ ଦାଶ ଓ ସାନପୁଅ ନୀଳକଣ୍ଠ ଦାଶଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସ୍ମୃତିସଭା କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ମାଧବ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବି ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, କମ୍ରେଡ ବିଶ୍ବନାଥ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,…
Read Moreନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପ୍ରସ୍ତାବିତ ବିକ୍ଷୋଭ ତଥା ଗଣଧାରଣା ସ୍ଥଗିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ-ପାକିସ୍ଥାନ ଯୁଦ୍ଧ ପରିପ୍ରେକ୍ଷୀରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ୧୧ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ହେବାକୁ ଥିବା ବିକ୍ଷୋଭ ତଥା ଗଣଧାରଣାକୁ ସ୍ଥଗିତ ରଖା ଯାଇଛି।ପରିସ୍ଥିତି ସ୍ୱାଭାବିକ ହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ସଂଯୋଗ କରାଯିବା, ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ (ନଂ ୧୮୪୨୩/୧୮୪୨୪)କୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଦଶପଲ୍ଲାରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ(ନଂ ୬୮୪୪୯/୫୦)କୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା, ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ବଗି ସଂଖ୍ୟା ବୃଦ୍ଧି କରିବା, ରେଳ ଷ୍ଟେସନରେ ଆଉ ଏକ ଟିକେଟ କାଉଣ୍ଟର ଖୋଲିବା କିମ୍ବା ନୂତନ କରି…
Read Moreଲାଠିପଡାରେ କାର୍ଲମାର୍କ୍ସ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ପୃଥିବୀ ସାମ୍ରାଜ୍ୟବାଦ, ଉପନିବେଶବାଦ ଓ ପୁଞ୍ଜିବାଦର ଦଂଶନରେ ତ୍ରାହି ତ୍ରାହି ଡାକୁଥିଲା ବେଳେ ସର୍ବହରା ଶ୍ରେଣୀ ମୁକ୍ତିମନ୍ତ୍ରର ଉଦଗାତା କାର୍ଲମାର୍କ୍ସ ୧୮୧୮ମସିହା ମଇ୫ତାରିଖରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କରି ଲେଖା କମ୍ୟୁନିଷ୍ଟ ଇସ୍ତାହାର ଓ ଦାସ୍ କ୍ୟାପିଟାଲ ସାରା ବିଶ୍ୱରେ ନିପୀଡିତ ଶ୍ରେଣୀର ମୁକ୍ତି ଆନ୍ଦୋଳନକୁ ଚଳଚଞ୍ଚଳ କରିଥିଲା ଏବଂ ପ୍ୟାରିକମ୍ୟୁନ୍, ଆମେରିକା ଚିକାଗୋର ଶ୍ରମିକ ଆନ୍ଦୋଳନ, ଋଷ୍ ବିପ୍ଳବ, ଭାରତର ସ୍ଵାଧୀନତା ସଂଗ୍ରାମରେ ମାର୍କସବାଦ ମୁଖ୍ୟ ଚାଳିକାଶକ୍ତି ଭାବରେ କାର୍ଯ୍ୟ କରିଥିଲା ବୋଲି ବର୍ଣ୍ଣନା କରି ଆସନ୍ତା ମଇ୨୦ ହରତାଳକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ସିଆଇଟିୟୁ ନେତା ବିଶ୍ଵନାଥ ମହାପାତ୍ର। କମ୍ରେଡ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଳନରେ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ।…
Read Moreମାଟ୍ରିକ ଏ-୧ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ ପରୀକ୍ଷାରେ ଏନଏସି ହାଇସ୍କୁଲର ୫୬୦ ନମ୍ବର ରଖି ଏ-୧ ପାଇଥିବା ଛାତ୍ରୀ ପିଙ୍କି କୁମାରୀ ସିଂଙ୍କୁ ବିଦ୍ୟାଳୟ ପକ୍ଷରୁ ଉଚ୍ଛ୍ଵର୍ସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥି ସହିତ ଏ-୨ ପାଇଥିବା ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ଛାତ୍ରଛାତ୍ରୀ ମାନେ ହେଲେ ଐଶ୍ୱର୍ଯ୍ୟା ପ୍ରଧାନ,ଶୁଭମ ମୁଦୁଲି,ପ୍ଲାଜା ରାଣୀ ପାତ୍ର,ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର ଏବଂ ଆୟୁଷ କୁମାର। ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ସେମାନଙ୍କୁ ଫୁଲତୋଡ଼ା ଏବଂ ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଦୀପ୍ତ ଡାକୁଆ, ପୂର୍ଣ୍ଣିମା ତ୍ରିପାଠୀ, ସୁଚିତ୍ରା ଦେବୀ, ରୋଜାଲିନ ମିଶ୍ର, ଜ୍ୟୋତିର୍ମୟୀ ରଥ, ଉମାକାନ୍ତ ମିଶ୍ର, କାଦମ୍ବିନୀ କରଣ, ସୌଦାମିନୀ ପ୍ରଧାନ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସୂଚନା ଯୋଗ୍ୟ ଯେ ଏନଏସି ହାଇସ୍କୁଲର…
Read Moreଦିବଂଗତ ସାମ୍ବାଦିକଙ୍କ ପରିବାରକୁ ସହାୟତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ତଥା ସାପ୍ତାହିକୀ ପତ୍ରିକା ସାଲାମୀର ସମ୍ପାଦକ ବର୍ଷିଆନ ସାମ୍ବାଦିକ ତଥା ନୟାଗଡ଼ ଏନଏସିର ପୂର୍ବତନ ନଗରପାଳ ଗତ ୨୯ ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ। ପୂର୍ବ ନିଷ୍ପତ୍ତି କ୍ରମେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୁଦ୍ଧକ୍ରିୟା ବ୍ରାହ୍ମଣ ଭୋଜନ ନିମନ୍ତେ ୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସ୍ବର୍ଗତ ଦାଶଙ୍କ ପୁରୁଣା ସହରସ୍ଥିତ ବାସ ଭବନରେ ପହଞ୍ଚି ତାଙ୍କ ଜ୍ୟେଷ୍ଠପୁତ୍ରଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ।
Read Moreନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ବାଜିମାତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା ଲାଭ କରିଛି। A1 ଗ୍ରେଡ଼ରେ ୬ଜଣ ଛାତ୍ରଛାତ୍ରୀ ସେହିପରି A2ରେ ୧୭ଜଣ, B1ରେ ୨୧ଜଣ B2ରେ ୨୧ଜଣ, C ଗ୍ରେଡ଼ରେ ୧୮ଜଣ, D-୨ଜଣ। ଏହିପରି କୃତି ଛାତ୍ରଛାତ୍ରୀ ମାନେ ବ୍ୟାପକ ସଫଳତା ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଆଶିଷ କୁମାର ପ୍ରଧାନ ସର୍ବୋଚ୍ଚ ୫୭୩ନମ୍ବର ରଖି ପିତାମାତା, ବିଦ୍ୟାଳୟ ଓ ସମ୍ପୂର୍ଣ୍ଣ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେହିପରି ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଆୟୁଷ କୁମାର ପ୍ରଧାନ ନୟାଗଡ଼ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ମୋଟ ୧୦୦ ରୁ ୯୯ ନମ୍ବର ରଖି କୃତ୍ତିତ୍ୱ ହାସଲ କରିଛନ୍ତି। ଗିରିଶ କୁମାର ଘଡେଇ ଦ୍ଵିତୀୟ ରାଙ୍କ ଓ ସ୍ବର୍ଣ୍ଣଲତା…
Read Moreସୋହମ ତରଫରୁ ‘ଜାଗତେ ରହୋ ଭାରତ ଯାତ୍ରା’କୁ ନୟାଗଡରେ ସ୍ଵାଗତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” ତରଫରୁ ଗତ ମାର୍ଚ୍ଚ ୮ ତାରିଖରୁ ମାଉଣ୍ଟ ଆବୁରୁ ଆରମ୍ଭ ହୋଇ ୧୮ଟି ରାଜ୍ୟକୁ ପ୍ରାୟ ୧୮୦୦୦ କି.ମି ଅତିକ୍ରମ କରି ଆସନ୍ତା ଜୁନ ୭ ତାରିଖରେ ନୂଆଦିଲ୍ହୀରେ ପହଞ୍ଚିବାକୁ ଥିବା “ଜାଗତେ ରହୋ ଭାରତ ଯାତ୍ରା”କୁ ନୟାଗଡରେ ସ୍ଵାଗତ କରିଯାଇଥିଲା। ତତ୍ପରେ ନୟାଗଡ ସ୍ଥିତ ଭାରତ ବିକାଶ ପରିଷଦ ଭବନ ଠାରେ ସୋହମ ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏହି ଯାତ୍ରାର ମୁଖ୍ୟ କର୍ଣ୍ଣଧାର ତଥା ଦିଗଦର୍ଶକ ଓ ଗ୍ରାମୀଣ ବିକାଶ ମଣ୍ଡଳ, ହରିୟଣାର ପ୍ରତିଷ୍ଠତା ରାଜେନ୍ଦ୍ର କୁମାର ଏହି ଯାତ୍ରାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ନାରୀମାନଙ୍କ ସମ୍ମାନ ଓ ନାରୀ ନିର୍ଯ୍ୟାତନା ବିରୋଧରେ…
Read Moreକଷ୍ଟିଡାକୁଆ ଭବନରେ ଶ୍ରମିକ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ)। ନୟାଗଡ଼ରେ କଷ୍ଟିଡାକୁଆ ଭବନଠାରେ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ବସ୍ତିବାସିନ୍ଦା ସଂଘର ନେତା କରିମ୍ ଖାଁ ଙ୍କ ଦ୍ଵାରା ରକ୍ତପତାକା ଉତ୍ତୋଳନ କରାଯାଇଥିଲା। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ମଇଦିବସର ଇତିହାସ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଅଧୁନା ଶ୍ରମିକ କୃଷକମାନଙ୍କ ସ୍ଵାର୍ଥ ବିରୋଧରେ ଚାଲିଥିବା ବିଶ୍ଵବ୍ୟାପୀ ପୁଞ୍ଜିବାଦୀ ଚକ୍ରାନ୍ତ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆସନ୍ତା ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ।
Read More