ନୟାଗଡ଼, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଭାବେ ଡ. ଅରୁଣ କୁମାର ସାହୁଙ୍କ ନାମ ଘୋଷଣା ପରେ ବିଜେଡି ଏବେ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ଲଗାତର ଭାବେ ବିରୋଧୀ ଗୋଷ୍ଠିର ବହୁ ଛାତ୍ର, ଯୁବ ଓ ମହିଳା ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଏଥି ସହିତ ଡ. ସାହୁ ଓଡ଼ଗାଁ ବ୍ଲକରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଆଜି ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତର ୧୦ ଗୋଟି ଗ୍ରାମରେ ଖରା ତାତି ମଧ୍ୟରେ ପ୍ରଚାର କାର୍ଯ୍ୟକୁ ଯୋର କରିଛନ୍ତି । ଦ୍ୱାର ଦ୍ୱାର ବୁଲି ଭୋଟରଙ୍କ ନିକଟତର ହୋଇଛନ୍ତି । ଆଜି ଭାଟସାହି ପଞ୍ଚାୟତର ଶିଆଳିଖାଲ, ଗୋପାଳ ସାହି, କଲ୍ୟାଣପୁର, ବାରପଲ୍ଲା, ପଣ୍ଡୁସର ସାହି, ଶୁଳିଆ, ଡିଆଁପଡ଼ା, ପଥରକଟା, ଅସନପଲ୍ଲୀ ଓ ବିରାଡ଼ି…
Read MoreCategory: ନୟାଗଡ଼ ବ୍ଲକ
ପ୍ରମୁଖ ବିରୋଧୀ ଦଳର ୨୫ଯୁବକ ବିଜେଡିରେ ହେଲେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାକୁ ଲାଗୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଦଳର ବହୁ ଛାତ୍ର ଓ ଯୁବ ବିଜେଡିରେ ଯୋଗ ଦେଉଛନ୍ତି । ଗତ କିଛି ଦିନ ଧରି ଏଭଳି ଘଟଣା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣୀତ ହେବା ସହ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରାରେ ବହୁ ବିରୋଧୀ ଗୋଷ୍ଠି ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଲାଠିପଡ଼ା ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ୨୫ ଯୁବକ ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏହି…
Read Moreଜାତୀୟ କଂଗ୍ରେସ ପକ୍ଷରୁ ନୟାଗଡ଼ ପାଇଁ ପ୍ରାର୍ଥୀ ହୋଇଥିବା ରଞ୍ଜିତ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହାକୁ ନେଇ ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଜାତୀୟ କଂଗ୍ରେସ ନୟାଗଡ଼ ବିଧାନସଭା କ୍ଷେତ୍ର ପାଇଁ ରଞ୍ଜିତ ଦାସଙ୍କ ନାମକୁ ଘୋଷଣା କରିଛି। ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ହେବା ପରେ ନୟାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ମୁନିସିପାଲିଟିର ଦଳୀୟ କାର୍ଯ୍ୟକର୍ତାମାନେ ନୟାଗଡ ଟ୍ରାଫିକ ଛକ ଠାରେ ଶ୍ରୀଯୁକ୍ତ ଦାସଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତତ ସହିତ ବାଣ ଫୁଟାଇ, ପରସ୍ପର ମିଠା ଖୁଆଇ ନୟାଗଡରେ କଂଗ୍ରେସ ବାନା ଉଡାଇ ଦଳୀୟ ମନୋନୀତ ପ୍ରାର୍ଥୀ ମାଟିର ପୁଅ ରଣଜିତ ଦାଶଙ୍କୁ ଜିତାଇବା ପାଇଁ ସଂକଳ୍ପ ନେଇଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ…
Read Moreକଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ବନ୍ଧା ହେଲେ ତିନି ଡକାୟତ
ନୟାଗଡ଼,(ନୟାଗଡ଼ ଦର୍ପଣ): କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ପୋଲିସ ହାତରେ ଧାରାପଡ଼ି ଜେଲ ଗଲେ ତିନି ଡକାୟତ। ନୟାଗଡ଼ ଟାଉନ୍ ଥାନା ପୁଲିସ ଆଜି ଏହି ତିନି ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ଲୁଟ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ସୁଚନାନୁସାରେ ଇଟାମାଟି ଥାନା ଭୁତଡି ଗ୍ରାମର ଶରତ କୁମାର ପ୍ରଧାନ ଓ ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ ନୂଆଗାଁ ଥୁଆବାରି ଗ୍ରାମକୁ ବାଇକ ସାହାଯ୍ୟରେ ଯାଉଥିଲେ । ଅପରାହ୍ନ ସମୟରେ କଳା ପଲ୍ସସରରେ ଆସି ୩ଜଣ ଲୁଟେରା ତୁଳସୀପୁର ଠାରେ ପଛପଟୁ ଆସି ଝାମ୍ପି ନେଇଥିଲେ। ପତିପତ୍ନୀ ଉଭୟ ତଳେ ପଡିଯାଇଥିବା ବେଳେ ତାଙ୍କ ଠାରୁ ଏକ ଭ୍ୟାନିଟ୍ ବ୍ୟାଗ୍, ଏକ ମୋବାଇଲ, ଭ୍ୟାନିଟ୍ରେ ଥିବା ୧୦ହଜାର…
Read Moreମହାନ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲାସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଗାନ୍ଧୀଜୀଙ୍କୁ ଗୋପବନ୍ଧୁଙ୍କ ସଂପର୍କରେ ଜଣାଇବା ମୂଳରେ ଯେଉଁ ଓଡିଆ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ରଙ୍କର ୫୮ତମ ଜିଲ୍ଲା ସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ଆଜି ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି। ପୂଜ୍ୟପୂଜା କମିଟି, ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ରୋଟାରୀ କ୍ଳବ୍, ଭାରତ ବିକାଶ ପରିଷଦ, ସମର୍ପଣ,ୟୁନିଟେକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ, ମୈତ୍ରୀ ଯୁବ ସଂସଦ ଆଦି ବହୁ ସାମାଜିକ ଅନୁଷ୍ଠାନର ସଦସ୍ଯ ମାନେ ଯୋଗଦେଇଥିଲେ। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ…
Read Moreନାଟ୍ଯରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମୈତ୍ରୀ ଯୁବ ସଂସଦ, ନୟାଗଡ଼ ତରଫରୁ ନୟାଗଡ଼ ମାଟିର ସନ୍ତାନ ତଥା ନୟାଗଡ଼ର ଗର୍ବ ଓ ଗୌରବ ବିଶିଷ୍ଟ ନାଟ୍ଯରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ସମାଜସେବୀ ଦାମୋଦର ସାହୁ, ପରମ୍ପରା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ତଥା ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ନାତି ନୀର୍ମଳଚନ୍ଦ୍ର ଶୂରଦେଓ, ସମାଜସେବୀ ଅନାଦି ଚରଣ ମହାନ୍ତି, ଅବସରପ୍ରାପ୍ତ ତହସିଲଦାର ସୁବଳ ଚରଣ ବେହେରା, ସାହିତ୍ୟିକ ଗୋପିନାଥ ସେଠୀ, ମୈତ୍ରୀ ଯୁବ ସଂସଦ, ନୟାଗଡ଼ର ସଂପାଦକ ପ୍ରଦୀପ କୁମାର ସାହୁ ଯୋଗଦେଇ ନାଟ୍ଯରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ପ୍ରକାଶ ଥାଉକି, ଆଜି ସକାଳ…
Read Moreନୟାଗଡ଼ ରାଜନୀତି, ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ । ବିରୋଧୀ ଦଳର ଅନେକ ନେତା ଶଙ୍ଖ ଫୁଙ୍କିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀ ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ନୟାଗଡ଼ ବିକାଶରେ ସାମିଲ ହେଉଛନ୍ତି ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତର…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବିଶ୍ବ ଛେନାପୋଡ଼ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ହଷ୍ଟେଲ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବିଶ୍ବ ଛେନାପୋଡ଼ ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଥିବା ଛେନାପୋଡ଼ ଆଜି ରାଜ୍ଯ ନୁହେଁ ଦେଶ ନୁହେଁ ସମଗ୍ର ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ଯରେ ଏହି ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ପ୍ରିୟମ୍ବଦା ଗୁରୁମା, ଅର୍ଚ୍ଚନା ଗୁରୁମା, ଅନ୍ନପୂର୍ଣ୍ଣା ଗୁରୁମା, ଅନିତା ଗୁରୁମା ଓ ରୋଜାଲିନ ଗୁରୁମା ଯୋଗଦେଇ ଛେନାପୋଡ଼ର ଉତ୍ପତ୍ତି ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ଛେନାପୋଡ଼ ବଣ୍ଟନ କରାଯାଇ ଥିଲା।
Read Moreଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଠାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ନୟାଗଡ଼ ଜିଲ୍ଲା ସ୍ତରୀୟ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରମୁଖ ସମାଜସେବୀ ଶ୍ରୀଧର ସାହୁଙ୍କ ସଭାପତିତ୍ବରେ କର୍ମଶାଳା ଆରମ୍ଭ ହୋଇଥିଲା । ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ମହାସଚିବ ଡା.କରୁଣା କର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କର୍ମଶାଳାକୁ ଉଦଘାଟନ କରିଥିଲା ବେଳେ ସର୍ବ ପ୍ରଥମେ ମୁଖ୍ଯ ଅତିଥିଙ୍କ ଦ୍ବାରା ଛେନାପୋଡ଼ କାଟି ଓ ବାଣ୍ଟି ବିଶ୍ବ ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଂସ୍ଥାନର ବରିଷ୍ଠ କାର୍ଯ୍ଯକର୍ତ୍ତା ଆଲୋକ ପ୍ରଭା ମହାନ୍ତି, ଗୌରାଙ୍ଗ ଚରଣ ପ୍ରଧାନ ଓ କୁରୁକ୍ଷେତ୍ର ଧାଙ୍ଗଣା ମାଝି ଯୋଗଦେଇ ବିଦ୍ୟାଳୟର ଶୈଖିକ ବ୍ଯବସ୍ଥା କିପରି ଶୃଙ୍ଖଳିତ ହେବ, ଶିଶୁ…
Read Moreବାଲୁଗାଁର ୧୭ବିରୋଧି ନେତା ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ । ବିରୋଧୀ ଦଳର ଅନେକ ନେତା ଶଙ୍ଖ ଫୁଙ୍କିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀ ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ନୟାଗଡ଼ ବିକାଶରେ ସାମିଲ ହେଉଛନ୍ତି ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବାଲୁଗାଁ ଗ୍ରାମ…
Read More