ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଧରାପୃଷ୍ଠରେ ଏପରି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଥାନ୍ତି, ଯାହାଙ୍କର ଅଲୌକିକ କାର୍ଯ୍ୟ କଳାପକୁ ଗୋଟିଏ ଜାତି ସବୁଦିନ ପାଇଁ ମନେ ରଖିଥାଏ। ସେହି ଚର୍ଚ୍ଚିତ ବିସ୍ମୟ ବ୍ଯକ୍ତିତ୍ବ ହେଉଛନ୍ତି ଓଡିଶା ପାଠାଗାର ଆନ୍ଦୋଳନର ପ୍ରବର୍ତ୍ତକ ପ୍ରଖ୍ୟାତ ସଂଗ୍ରହାକ ସାରସ୍ୱତ ସାଧକ ଐତିହାସିକ ଦାଶରଥି ପଟ୍ଟନାୟକ ଦଶ ପଇସାର ରଜା ଖୁଣ୍ଟାତଡା ରଜା ଦାସିଆ ଅଜା। ଦାସିଆ ଅଜା ଅତି ସାଧାରଣ ପରିବାର…
Read MoreCategory: ନୟାଗଡ଼ ବ୍ଲକ
ଦାସିଆ ଅଜାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,)ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜେସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ସୂଚନା…
Read Moreନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଗୁରୁଦିବସ ମହାସମାରୋହରେ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଓ ପଣ୍ଡିତ ଭଗବାନ ଆଚାର୍ଯ୍ୟ ଯୋଗଦେଇ ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁପୂଜାର ତାପ୍ତର୍ଯ୍ଯ ବିଷୟରେ ବର୍ଣ୍ଣନା କରିବା ସହିତ ଶିଷ୍ଯମାନଙ୍କ ସଫଳତା ଗୁରୁ ମାନଙ୍କ ପରିଚୟ ବୋଲି କହିଥିଲେ। ସ୍ବାମୀ ବିବେକାନନ୍ଦଙ୍କ ପାଇଁ ଠାକୁର ରାମକୃଷ୍ଣ ପରମହଂସ ବିଶ୍ବବିଦିତ। ଏହା ସହିତ ସଂସ୍କୃତ ଶ୍ଳୋକ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରି ସେମାନଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ସର୍ବପ୍ରଥମେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ଧୂପ ପୁଷ୍ପ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ମାନେ…
Read Moreରାଜ୍ୟସ୍ତରରେ ଟାଇକୋଣ୍ଡରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଗଷ୍ଟ ୩୦ ଓ ୩୧ ତାରିଖରେ ହୋଇଥିବା ରାଜ୍ୟସ୍ତରୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇ ଅଦ୍ଭୁତପୂର୍ବ ସଫଳତା ହାସଲ କରି ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣ , ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ଜିଲ୍ଲାକୁ ଗୌରବାନ୍ନିତ କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଆଜି ଅପରାହ୍ନ ୫ଘଟିକା ସମୟରେ ସେମାନଙ୍କୁ ସମ୍ମାନିତ କରିଥିଲେ। ଓମକାର ଦଳବେହେରା, ଶୋହିତ୍ ଗଡ଼ନାୟକ, ଶ୍ୟାମସୁନ୍ଦର ସିଂ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ସ୍ମୃତିପ୍ରଜ୍ଞା ସାହୁ, ରୂପାଲି ସେନାପତି ଓ ମନିଷ୍ ସେଠୀ ରୌପ୍ୟ ପଦକ ଏବଂ ଆରତୀକ୍ରିଷ୍ଣା ଦଳବେହେରା କାଂସ୍ୟ ପଦକ ପାଇଥିଲେ । ଏହି ସମ୍ମାନ ସମାରୋହରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ…
Read Moreନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ପାଳନ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ସାହୁ ମା’ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କ ପରିଚୟ ରଖିଥିଲେ। ମୁଖ୍ୟ ଅତିଥି ଗୁରୁଦିବସ ର ମହତ୍ତ୍ୱ, ସମାଜରେ ଗୁରୁଙ୍କ ଭୂମିକା ସମ୍ପର୍କ ରେ ଧାରଣା ଦେଇଥିଲେ। ଶିଶୁର ଶିକ୍ଷାଗ୍ରହଣ ଆରମ୍ଭ ହୁଏ ଶୂନ ରୁ ଆଠ ବର୍ଷ ମଧ୍ୟରେ। ଏହିସମୟ ରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଛାତ୍ରଛାତ୍ରୀମାନେ ମଧ୍ୟ ଗୁରୁଦିବସ ର ମହତ୍ୱ ଓ ଏହିଦିବସ ପାଳନ ର ଆବଶ୍ୟକତା ସମ୍ପର୍କ ରେ କହିଥିଲେ। ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନାମୟୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର…
Read Moreନୟାଗଡ଼ ଜିଲ୍ଲାରେ ବୁଲିଲା କୌଶଳ ରଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି କୌଶଳ ରଥ ପରିକ୍ରମା । ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ କୌଶଳ ରଥର ଶୁଭାରମ୍ଭ କରାଯାଇଛି । ଏହା ଜିଲ୍ଲାର ସମସ୍ତ ଆଠଟି ବ୍ଲକ ଏବଂ ପୌରାଞ୍ଚଳରେ ପରିକ୍ରମା କରିବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ କୌଶଳ ରଥର ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରୋଜିନା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ…
Read Moreସେପ୍ଟେମ୍ବର ୧୪ ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ସେପ୍ଟେମ୍ବର ୧୪ତାରିଖ ଶନିବାର ଦିନ ଜିଲ୍ଲା ଓ ଦୌରା ଅଦାଲତ ନୟାଗଡ଼ ସମେତ ଜିଲ୍ଲାର ସମସ୍ତ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚିବ ଶ୍ରୀ ଅଞ୍ଜଳି ମଛଖଣ୍ଡ ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରୀ (ସାଲିଶ ଯୋଗ୍ୟ ), ଚେକ ବାଉନ୍ସ , ବ୍ୟାଙ୍କ ଋଣ, ମୋଟୋର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହା ସହ ପ୍ରାକ୍ ମକଦ୍ଦମା ସ୍ତରୀୟ ମାମଲା ତଥା ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ସମ୍ବନ୍ଧୀୟ ବିବାଦ, ବିଦ୍ୟୁତ, ଜଳ ଓ…
Read Moreନୟାଗଡ଼ ଚିନିକଳ ପୁନଃରୁଦ୍ଧାର ନିମନ୍ତେ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ପାଣିପୋଇଲାସ୍ଥିତ ନୟାଗଡ଼ ଚିନିକଳକୁ ପୁନଃରୁଦ୍ଧାର କରିବା ନିମନ୍ତେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚିନିକଳର ପୁନଃରୁଦ୍ଧାର ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
Read Moreନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନାର ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚିସାରିଲାଣି । ଏହି ଜିଲ୍ଲାର ୮ଟି ବ୍ଲକ ଯଥା-ଭାପୁରକୁ ୪୬୭୭୫, ନୟାଗଡ଼କୁ ୭୪୩୦୨, ରଣପୁରକୁ ୭୪୩୨୭, ଓଡ଼ଗାଁକୁ ୮୧୬୨୩, ନୂଆଗାଁକୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦, ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡ଼ାକୁ ୫୧୩୧୫ ସର୍ବମୋଟ ୪୩୬୦୦୦ଫର୍ମ ଯୋଗାଇ ଦିଆଯାଇଛି । ଏହି ଫର୍ମ ମଧ୍ୟରୁ ୮ ବ୍ଲକର ୮ ସିଡିପିଓଙ୍କୁ ୩୧୫୧୫୭,ଜିଲ୍ଲାର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦, ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡିଓମାନଙ୍କ ପାଖରେ ୩୩୫୦,ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୩୬୦୦,ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦…
Read Moreରାଜ୍ୟସ୍ତରୀୟ ପ୍ରତିଯୋଗିତା, ଟାଇକୋଣ୍ଡୋ ସ୍କୁଲ୍ ଅଫ୍ ନୟାଗଡ଼ର ବଡ଼ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ରିଖ ୩ଦିନ ଧରି କଟକ ଯବାହାର ଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିଅମ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କିରୋଗୀ ଏବଂ ପୁମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଟାଇକୋଣ୍ଡୋ ସ୍କୁଲ୍ ଅଫ୍ ନୟାଗଡ଼ରୁ ୭ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ୩ଜଣ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୩ଜଣ ରୋପ୍ୟ ପଦକ ଏବଂ ଜଣେ କାଁସ୍ୟ ପଦକ ପାଇଥିଲେ। ଏଥିରେ ଏମ୍ ରିତିକ୍ ରଂଜନ ମହାପାତ୍ର କୋଚ୍ ଭାବରେ ଏବଂ ଲିଜା ପରିଡ଼ା ମ୍ୟାନେଜର ଭାବରେ ଯୋଗଦାନ ଦେଇଥିଲେ। ଯେଉଁ କ୍ରୀଡ଼ାବିତ ମାନେ ସ୍ଵର୍ଣ ପଦକ ପାଇଥିଲେ ଏଥିରୁ ୩ଜଣ କ୍ରୀଡ଼ାବିତ ଜାତୀୟସ୍ତର ପାଇ ମନୋନୀତ ହୋଇଛନ୍ତି । ଏଥିରେ ଓଁକାର ଦଳବେହେରା, ପୁମସେ ୧ଟି ସ୍ଵର୍ଣ ପଦକ ସୋହିତ ଗଡ଼ନାୟକ, ପୁମସେ…
Read More