କେସି କ୍ଲବର ସାଧାରଣ ପରିଷଦ ବୈଠକ, ଆୟୋଜିତ ହେବ ମାଗଣା ସ୍ୱାସ୍ଥ୍ୟ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବ ପୂରାତନ ତଥା ଅଗ୍ରଣୀ ଅନୁଷ୍ଠାନ କେସି କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ ସଭାପତି ଭାଗିରଥି ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ କ୍ଲବର ବାର୍ଷିକ ଆୟ ବ୍ୟୟ ଉପସ୍ଥାପନ କରାଯିବା ସହିତ ଏହା ଉପରେ ସଦସ୍ୟ ମାନେ ଆଲୋଚନା କରି ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ। କ୍ଲବର ପଶ୍ଚିମ ପାର୍ଶ୍ଵରେ ସିଡ଼ିଘର ନିର୍ମାଣ ସହିତ ଉପରେ ଏକ ଡର୍ମୀଟୋରି ନିର୍ମାଣ ପାଇଁ ଏକ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା। ଏହା ସହିତ ଆଗାମୀ ଦିନରେ  ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କ୍ଳବ ପକ୍ଷରୁ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି କ୍ଲବର ଉନ୍ନତି ପାଇଁ ଉପସ୍ଥିତ ସଦସ୍ୟ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ବୈଠକରେ ଉପ ସଭାପତି…

Read More

ଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ନିଷ୍ପତ୍ତି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ନୂଆ ବସଷ୍ଟାଣ୍ଡ ସ୍ଥିତ ଟେଷ୍ଟି ଟେଷ୍ଟି ହୋଟେଲରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ବାଦିକ ମାନଙ୍କ ପାଇଁ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସ୍ଥାନୀୟ ପୋଷ୍ଟ ଅଫିସରେ କଲ୍ୟାଣ ପାଣ୍ଠି ପାଇଁ  ୫୦ ହଜାର ଟଙ୍କା ଜମା ରାଶି ସହିତ ଏକ ଯୁଗ୍ମ ଆକାଉଣ୍ଟ ଖୋଲାଯିବ। କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ଏହି କଲ୍ୟାଣ ପାଣ୍ଠିରୁ ଅନ୍ତିମ ସଂସ୍କାର ପାଇଁ ତୁରନ୍ତ ୩ ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ସଂଘ କାର୍ଯ୍ୟାଳୟ ପାଇଁ ଏକ ଗୃହର ଆବଶ୍ୟକ ହେଉଥିବାରୁ ଭଡ଼ାସୂତ୍ରରେ ଏକ ଘର ନେବା ପାଇଁ ପ୍ରସ୍ତାବ…

Read More

+୩ ଛାତ୍ରୀମାନଙ୍କୁ ନେଇ ବାଳିକା ଆତ୍ମରକ୍ଷା ତାଲିମ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରୀମାନଙ୍କୁ ନେଇ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ଏହି ଶିବିରକୁ ଗତ ୧୦ ତାରିଖରେ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ଟ୍ରେନର ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଶିବିର ଦୀର୍ଘ ୭ଦିନ ଧରି ଚାଲିଥିଲା । ସେପ୍ଟେମ୍ବର ୧୬ ତାରିଖରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଆତ୍ମରକ୍ଷା କୌଶଳର ସଂଯୋଜିକା ଅଧ୍ୟାପିକା ସସ୍ମିତା ନାୟକ, ସଭ୍ୟା ଅଧ୍ୟାପିକା ସ୍ମିତା ସ୍ବାଇଁ ଓ ଅଧ୍ୟାପିକା ନିବେଦିତା ସାହୁଙ୍କ ଉପସ୍ଥିତିରେ ଉଦ୍‌ଯାପନୀ ହୋଇଥିଲା । ଏହି ଶିବିରରେ ଛାତ୍ରୀମାନେ ସାମ୍ପ୍ରତିକ ପ୍ରତିକୁଳ ପରିସ୍ଥିତିରେ କିପରି ନିଜର ସୁରକ୍ଷା କରିପାରିବେ ସେଥ‌ିପାଇଁ ବିଭିନ୍ନ ଆତ୍ମରକ୍ଷା କୌଶଳ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା।

Read More

ମଡେଲ ଡିଗ୍ରୀ କଲେଜରେ ଇଂରାଜୀ ସମ୍ମାନ ଖୋଲିବା ଓ ଖେଳପଡ଼ିଆ ନିର୍ମାଣ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଭାବେ ମଡେଲ ଡିଗ୍ରୀ କଲେଜ ୨୦୧୬ ମସିହାରେ ସ୍ଥାପିତ ହୋଇ ବିଜ୍ଞାନ ଓ କଳା ଶ୍ରେଣୀରେ ଶିକ୍ଷାଦାନ ଅବ୍ୟାହତ ରଖିଥିବାବେଳେ ଏଠାରେ ଇଂରାଜୀ ବିଷୟରେ ସମ୍ମାନ ନଖୋଲିବା ଯୋଗୁଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବହୁ ଆବଶ୍ୟକୀୟ ଇଂରାଜୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ସରକାର ଇତି ମଧ୍ୟରେ ଦୁଇଜଣ ଉଚ୍ଚଶିକ୍ଷିତ ଓଡ଼ିଆ ଲୋକସେବା ଆୟୋଗ ଦ୍ବାରା ମନୋନୀତ ଇଂରାଜୀ ଭାଷା ଅଧ୍ୟାପକ କଲେଜରେ ନିଯୁକ୍ତି ଦେଇସାରିଛନ୍ତି। ଇଂରାଜୀ ସମ୍ମାନ ଯୁକ୍ତ ତିନି ଶ୍ରେଣୀରେ ଖୋଲିବା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ମାନସ ରଞ୍ଜନ ଶତପଥୀ ଗତ ଶିକ୍ଷା ବର୍ଷଠାରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଥିବା ସୂଚନା ମିଳେ। ଏହା ବ୍ୟତୀତ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ପୂର୍ବତନ…

Read More

ବୈଷୟିକ ଶିକ୍ଷାର୍ଥୀଙ୍କ ଶିଳ୍ପାଞ୍ଚଳ ପରିଦର୍ଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ବୈଷୟିକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀ ମାନଙ୍କର ଶିଳ୍ପାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ବିଭିନ୍ନ ଶିଳ୍ପ କଳ କାରଖାନାକୁ ବ୍ୟବହାରିକ ଜ୍ଞାନ ଆହରଣ କରିବା ନିମନ୍ତେ ଛାତ୍ରଛାତ୍ରୀ ମାନେ ପରିଦର୍ଶନରେ ଯାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟର କମ୍ପ୍ୟୁଟର ଏବଂ ଇଲେକ୍ଟ୍ରୋନିକ୍ସ ବିଭାଗର ଛାତ୍ରମାନେ ନିକଟସ୍ଥ ବିଦ୍ୟୁତ ଶକ୍ତି ସରବରାହ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ। ଏଠାରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତକୁ କିପରି ଭାବରେ ଘରୋଇ ଏବଂ କଳକାରଖାନା ବ୍ୟବହାର ଉପଯୋଗୀ ବିଦ୍ୟୁତକୁ ପରିବର୍ତ୍ତନ କରାଯାଏ ସେ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀ ମାନେ ପିଲାମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ।  ବୈଷୟିକ ଶିକ୍ଷକ ମାନସ ରଞ୍ଜନ ସାହୁ ଏବଂ ସହକାରୀ ଶିକ୍ଷକ ଲକ୍ଷ୍ମୀଧର…

Read More

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା  ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଜିଲ୍ଲା ପ୍ରମୁଖ  ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୫୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ବରିଷ୍ଠ କାର୍ଯ୍ଯକର୍ତ୍ତା କୁରୁକ୍ଷେତ୍ର ଧାଙ୍ଗଡ ମାଝୀ ପର୍ଯ୍ଯବେକ୍ଷକ ଭାବେ ଯୋଗଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଛାତ୍ରଛାତ୍ରୀ ବିଜ୍ଞାନ ଅନୁସନ୍ଧିତ୍ସୁ ହେବା ପାଇଁ ପରାମର୍ଶ…

Read More

ଶ୍ରୀରାମକୃଷ୍ଣ – ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସଭାକକ୍ଷରେ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ଏକ ଯୁବ ସମ୍ମେଳନ ମାଧ୍ୟମରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଶ୍ରମ ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କାଉ ଓ ଚିଲ ର ଉଦାହରଣ ଦେଇ ପ୍ରତ୍ଯେକ ଛାତ୍ରଛାତ୍ରୀ ହିଂସା ଇର୍ଷା ଓ ନକରାତ୍ମକ ଭାବନାରୁ ଦୂରେଇ ଚିଲ ପରି ନିର୍ଦ୍ଧିଷ୍ଟ ଲକ୍ଷ୍ଯପଥରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷାକୁ ଆଧାର କରି ଜୀବନ ନିର୍ବାହ କରିବାକୁ ସନ୍ଦେଶ ଦେଇଥିଲେ। ମୁଖ୍ଯ ବକ୍ତା ଭାବେ ଭୁବନେଶ୍ୱର ସ୍ଥିତ ଆଦ୍ରୁତା ଶିଶୁ ସଦନର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି…

Read More

ରେଳ ଷ୍ଟେସନ ସଫେଇ ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ନାଗରିକ ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟରେ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ‘ନୟାଗଡ଼ ନାଗରିକ ମଞ୍ଚ’ । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ନାଗରିକ ମଞ୍ଚର ସଦସ୍ୟ ମାନେ ରେଳ ଷ୍ଟେସନ ପରିସରରେ ପଡ଼ିଥିବା ବିଭିନ୍ନ ଅଳିଆ ଆବର୍ଜନା ସଫା କରିବା ସହିତ ଅନାବନା ଅଦରକାରୀ ଗଛ ଗୁଡିକୁ ଉପୁଡ଼ାଇ ପରିବେଶ ସଫା କରିଥିଲେ। ସେହିପରି ରେଳ ଷ୍ଟେସନକୁ ସଫା ସୁତୁରା ରଖିବା, ବିଭିନ୍ନ ଅଳିଆ ଆବର୍ଜନା ତଥା ପ୍ଲାଷ୍ଟିକ ପାଣି ବୋତଲ ଏବଂ ପାଉଚ ଗୁଡ଼ିକୁ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇବା,ଷ୍ଟେସନ ମଧ୍ୟରେ ମାଦକ ଦ୍ରବ୍ୟ ସେବନ  ନକରିବା ଆଦି ସଚେତନତା ବାର୍ତ୍ତା ଲେଖା ଥିବା ସନ ବୋର୍ଡ଼ ଗୁଡ଼ିକୁ ନାଗରିକ ମଞ୍ଚ ପକ୍ଷରୁ ଷ୍ଟେସନର ବିଭିନ୍ନ…

Read More

ମଡେଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଶିବିର ଆନୁଷ୍ଠାନିକ ଭାବେ କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ ଓ ସଭ୍ୟ ବାଞ୍ଛାନିଧି ପାତ୍ର ଉଦଘାଟନ କରିଥିଲେ। ନୟାଗଡ଼ ବ୍ଳକ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହରେ ନିୟୋଜିତ ଦଳର ପ୍ରାୟ ୧୨ଜଣ କର୍ମଚାରୀ ଏହି ଶିବିରରେ ଛାତ୍ରଛାତ୍ରୀ,କର୍ମଚାରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କଠାରୁ ଅତି ଯତ୍ନର ସହିତ   ୬୫    ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଥମେ ରକ୍ତଦାନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଜାଗ୍ରତ କରିଥିଲେ।ଉକ୍ତ ଶିବିର ଯୁବ  ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ ଓ ଜାତୀୟ ସେବା ସଂସ୍ଥା ଅଧିକାରୀ…

Read More

ନୟାଗଡ଼ରେ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରକାରୀ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ ଚନ୍ଦ୍ର ସାହୁ ଏହାକୁ ପରିଚାଳନା କରିଥିବା ବେଳେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ବରିଷ୍ଠ ଶିକ୍ଷକ ବଟକିଶୋର ମହାପାତ୍ର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କନ୍ଧମାଳ,ଗଞ୍ଜାମ, ଗଜପତି, ବଲାଙ୍ଗୀର, ବୌଦ, ନୟାଗଡ଼ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଏହି ବିଜ୍ଞାନ ଡ୍ରାମାରେ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଥମ, ନୟାଗଡ ଜିଲ୍ଲା ଦ୍ଵିତୀୟ, ବଲାଙ୍ଗୀର…

Read More