ନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କେନ୍ଦ୍ର ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ସାଂସ୍କୃତିକ ପ୍ରଶିକ୍ଷଣ ଓ ସାଧନ କେନ୍ଦ୍ର ବା ସିସିଆରଟି ପକ୍ଷରୁ ଆୟୋଜିତ ଏହି ୧୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତର ୮ଟି ରାଜ୍ୟରୁ ୪୩ ଜଣ ଶିକ୍ଷକ ଯୋଗଦାନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମରେ ସନ୍ନିବେଶିତ ହସ୍ତକଳା କୌଶଳ ସମ୍ପର୍କରେ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଚଳିତ ମାସ ୨୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ କ୍ଷେତ୍ର ଅଧିକାରୀ ଦେବାନାରାୟଣ ରଜକ ଏବଂ ସହକାରୀ କ୍ଷେତ୍ର ଅଧିକାରୀ ତ୍ରିପାଳ ସିଂ ଠାକୁର ପରିଚାଳନା କରିଥିଲେ। ଓଡ଼ିଶାରୁ କେବଳ ନୟାଗଡ଼ ଜିଲ୍ଲା…
Read MoreCategory: ନୟାଗଡ଼ ବ୍ଲକ
ବିଦ୍ୟାଳୟରେ ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ପର୍ବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ କ୍ରୀଡା ଓ ବିଭିନ୍ନ ଶିକ୍ଷା ଭିତ୍ତିକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଇତ୍ୟବସରରେ ପୁରସ୍କୃତ କରାଯାଇଥିଲା। ଆଜିର ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ.ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି, ଖ୍ୟାତି ସମ୍ପନ୍ନା ଲେଖିକା ବସିରନ୍ ବିବି ମୁଖ୍ୟବକ୍ତା, ସିନ୍ଦୁରିଆ ସରପଞ୍ଚ ପ୍ରମୋଦ କୁମାର ବେହେରା, ବ୍ୟଙ୍ଗବିଦୂଷ ବ୍ରଜ ବିହାରୀ ସୁବୁଦ୍ଧି, ଆଲୁମିନି ସଭାପତି ଭଗବାନ୍ ଜେନା ଓ ସ୍କୁଲ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ପୂର୍ଣ ସଭାକାର୍ଯ୍ୟକୁ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିବା ବେଳେ…
Read Moreପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠଦିନ ବ୍ୟାପୀ ଆୟୋଜିତ ହୋଇଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପିକା ସସ୍ମିତା ନାୟକ ଉପସ୍ଥିତ ରହି ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ଵ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାପାଇଁ ପ୍ରବର୍ତ୍ତାଇ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ସକିଲା ଜମାଲ ଆତ୍ମରକ୍ଷା ପ୍ରଶିକ୍ଷଣର ଉପାଦେୟତା ବିଷୟରେ ଆଲୋଚନା କରି ଏହାର ସଦ୍ ବିନିଯୋଗ କରିବାପାଇଁ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିବା ବେଳେ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀ କୃଷ୍ଣାକୁମାରୀ ଦାଶ ବର୍ତ୍ତମାନ ସମୟରେ…
Read Moreଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜୟଦୁର୍ଗା କ୍ଳବର ୨୪ତମ ବାର୍ଷିକ ଉତ୍ସବରେ ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେଡି ମୁଖପାତ୍ର ଇରାନି ରାୟ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଉଦଯାପନୀ ସମୟରେ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ନାମେଣ୍ଟରେ ରାଜ୍ୟସ୍ତରୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ ଖେଳାଳିମାନେ ଯୋଗ ଦେଇଥିଲେ । ଯାହାକି ଖେଳକୁ ଆକର୍ଷଣୀୟସହ ରୋମାଞ୍ଚକର କରିଥିଲା । ଏଥିରେ ୪ଗୋଟି ଦଳ ଭାଗ ନେଇଥିଲେ । ଯଥା – କିଟ୍ କୟୁନିଭରସିଟି, ଭୁବନେଶ୍ୱର ସ୍ପ୍ରୋଟସ ହଷ୍ଟେଲ ଭୁବନେଶ୍ୱର, ପୁରୀ କ୍ଳବ୍ (ପୁରୀ), ସୂର୍ଯ୍ୟଶିଖା ଭଦ୍ରକ। ଫାଇନାଲରେ ଭୁବନେଶ୍ୱର ସ୍ପ୍ରୋଟସ ହଷ୍ଟେଲ ଏବଂ ସୂର୍ଯ୍ୟଶିଖା ଭଦ୍ରକକୁ ହରାଇ ୨-୧ ବ୍ୟବଧାନରେ ସେଟ୍ ଜିତି ଚାମ୍ପିଅନ ହୋଇଥିଲା। ନୟାଗଡ ବ୍ଲକ…
Read Moreନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଯୋଗଦାନ କରିଥିବା ନୂତନ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ,ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଏକ୍ସ-କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ପ୍ରତିନିଧି ମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଯୋଗଦାନ କରିଥିବା ଶିକ୍ଷାଧିକାରୀଙ୍କୁ ଭେଟି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଜିଲ୍ଲା ପ୍ରାଥମିକ ସଂଘ ପକ୍ଷରୁ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ, ଭକ୍ତ ରଞ୍ଜନ ମିଶ୍ର, ଶେଖ ଅବଦୁଲ ଖାଲିକ,ବିଭୁତି ଭୂଷଣ ସାହୁ,ସୁରେଶ ଚନ୍ଦ୍ର ସେଠି, ଲକ୍ଷ୍ମୀଧର ସାହୁ, ସଂଗ୍ରାମ କେଶରୀ ସାହୁ, ସଲିମ ଇବ୍ରାହିମ,ଉମେଶ ସ୍ୱାଇଁ, ରବୀନ୍ଦ୍ର ସାହୁ, ଭଗବାନ ପଣ୍ଡା ପ୍ରମୁଖ ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ।ସୂଚନାଯୋଗ୍ୟ ଯେ ଏଠାରେ ଜିଲ୍ଲା ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା ରାଜଶ୍ରୀ…
Read Moreକବିସୂର୍ଯ୍ୟ ସଦାନନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାସୁମନ
ନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟଯୁଗୀୟ ଓଡ଼ିଆ ତଥା ବୈଷ୍ଣବ ସାହିତ୍ୟର ମହାନ କବି, ଓଡ଼ିଶା ଆକାଶର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ମହାକବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୭ତମ ଜୟନ୍ତୀ ପାଳନ ସହିତ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମଜସେବୀ ପ୍ରମୋଦ ପଟ୍ଟନାୟକ, ସମାଜସେବୀ ଅନାଦି ଚରଣ ମହାନ୍ତି, ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠୀ, ବରିଷ୍ଠ ନାଗରିକ ଦୁର୍ଯ୍ୟୋଧନ ସାହୁ, ପୂର୍ଣଚନ୍ଦ୍ର ଶତପଥୀ, ପ୍ରଫୁଲ୍ଲ କୁମାର ନାୟକ, ଲକ୍ଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ସୁଦର୍ଶନ ସାହୁ, ଅଶୋକ ମଲ୍ଲ, ଶରତ ନାୟକ ପ୍ରମୁଖ ଯୋଗଦାନ କରି କବିସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ…
Read Moreଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ଜୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ କ୍ରିଷ୍ଣା କୁମାର ଅଗ୍ରୱାଲ। ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଶିବିରରେ ପ୍ରାୟ ୬୦ରୁ ଉର୍ଦ୍ଧ ବୃଦ୍ଧ ଓ ବୃଦ୍ଧା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଢୌକନ ପ୍ରଦାନ କରାଯିବା ସହିତ ରାମଚନ୍ଦ୍ର ସାହୁ (ଚକ୍ଷୁ ବିଶେଷଜ୍ଞ)ଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି । ଅଭିଜ୍ଞ…
Read Moreସମର୍ପଣ(ବୃଦ୍ଧାଶ୍ରମ)ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ। ରଣପୁରର ମାନ୍ଯବର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ଆଶ୍ରମ ଅନ୍ତେବାସୀ ଓ ସଦସ୍ଯମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ଯ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ ପଟ୍ଟନାୟକ, ରାଧେଶ୍ଯାମ ମୋହତା, ଦୁର୍ଯ୍ଯୋଧନ ସାହୁ ସମେତ ପ୍ଳେସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
Read Moreନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମିହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷାକର୍ମୀ ଏବଂ ବହୁ ପୁରାତନ ଛାତ୍ର ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲେ. ଗୋଲୋକ ବିହାରୀ ନାୟକ, ଲେ. ବିନ୍ଦୁଲତା ଷଣ୍ଢ, ଲେ. କମଳ କୁମାର ବର୍ମା। ଉଲ୍ଲେଖଯୋଗ୍ୟ ଯେ ସମର ଶିକ୍ଷାର୍ଥୀ ବାହନୀର ନୌବାହିନୀ ବର୍ଗ ଜିଲ୍ଳାସ୍ତରୀୟ ପରେଡ୍ ରେ ଅଂଶ ଗ୍ରହଣକରି ‘ବେଷ୍ଟ୍ କଣ୍ଟିଜେଣ୍ଟ’ ପୁରସ୍କାର ପ୍ରାପ୍ତହୋଇ ମହାବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି। ଅଧ୍ୟକ୍ଷ ଡ. ପଟ୍ଟନାୟକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପତାକା ଉତ୍ତୋଳନ କଲେ ରଣପୁରର ପ୍ରାକ୍ତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀ ଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସାଧାରଣତନ୍ତ୍ର ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ଆଜିର ଛାତ୍ର କାଲିର ନାଗରିକ। ତେଣୁ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। …
Read More