କିଟ୍ ଘଟଣା ଉପରେ ସି. ପି.ଆଇ.(ଏମ୍)ର ଦାବିପତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): କିଟରେ ଘଟିଥିବା ବର୍ବରୋଚିତ କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସି.ପି.ଆଇ.(ଏମ୍) ନୟାଗଡ଼ ଜିଲ୍ଲା କମିଟି। କିଟ୍ ପରିସରରେ ନେପାଳୀ ଛାତ୍ର ମାନଙ୍କ ଉପରେ ଘଟିଥିବା ଅତ୍ୟାଚାର, ଛାତ୍ରୀର ଦୟନୀୟ ମୃତ୍ୟୁ ଉପରେ ହାଇକୋର୍ଟର ବିଚାରପତିଙ୍କ ଦ୍ଵାରା ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବା, ନେପାଳୀ ଛାତ୍ରମାନଙ୍କ ପ୍ରତି ଆଚରଣର ଏବଂ କିଟ୍ ମ୍ୟାନେଜମେଣ୍ଟର କାର୍ଯ୍ୟକଳାପକୁ ତଦନ୍ତ ପରିସରଭୁକ୍ତ କରିବା, କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ ପଦକ୍ଷେପ ନେବା ପ୍ରଭୃତି ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦରେ ପାର୍ଟିର ବରିଷ୍ଠ ନେତୃତ୍ଵ ବିଶ୍ଵନାଥ ମହାପାତ୍ର, ସରୋଜ ନାୟକ, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, କୁଳମଣି ପୃଷ୍ଟି, ନିରଞ୍ଜନ ସାହୁ, ଅଧିକାରୀ…

Read More

ଧୂମଧାମରେ ପାଳିତ ହୋଇଯାଇଛି ଲଡ଼ୁକେଶ ମହାଦେବଙ୍କ କଳସ ଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜ଼ିଲ୍ଲା ମାଛିପଡା ପଂଚାୟତର ରଘୁନାଥପୁରରେ ପାଳିତ ହୋଇଯାଇଛି ଲଢୁକେଶ ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ପ୍ରଥମ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନେ ଗ୍ରାମ ନଈରୁ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରିବାପରେ ମନ୍ଦିରରେ ଆସି ପହଞ୍ଚିଥିଲେ। ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ସମସ୍ତ ଦେବାଦେବୀଙ୍କୁ ବେଦ ଧୂନିରେ ଆମନ୍ତ୍ରଣ କରାଯାଇଥିଲା। ପରେ କଳସ ଯାତ୍ରାରେ ସାମିଲ ଥିବା ସମସ୍ତ ବ୍ରତଧାରୀମାନେ ପଣା ସେବନ କରିବା ସାଙ୍ଗକୁ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କବି ସମ୍ମିଳନୀ ହୋଇଥିଲା।  ୪ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ମହାଶିବରାତ୍ରିଦିନ ଲଡ଼ୁକେଶ ମହାଦେବଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ରୂପେ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗୀୟ ମୁଖ୍ୟ କୃପାସିନ୍ଧୁ କରନ୍ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପ୍ରଧାନଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯକ୍ରମ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଆଜିର ଆଲୋଚ୍ୟ ବିଷୟ ଶିଶୁଙ୍କ ଶାରୀରିକ ଓ ମାନସିକ  ଆବଶ୍ୟକତା ଓ ପରିବାରରେ ଆହାର ଓ ବିହାର ବ୍ୟବସ୍ଥା ବିଷୟରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯକ୍ରମଟି ବିଦ୍ୟାଳୟର ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ, ସମସ୍ତ ଗୁରୁଜୀ ଗୁରୂମା ଓ ପରିଚାଳନା ସମିତି ଓ…

Read More

ଜିଲ୍ଳା ଆଇନ୍‌ସେବା ପ୍ରାଧିକରଣ ତରଫରୁ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଖେଳପଡ଼ିଆ ପରିସରରେ ପାଣିବୋତଲ, ଜରି, ଗଛର ଡାଳପତ୍ର ପଡ଼ି ପଡ଼ିଆଟି ଅପରସ୍କାର ହୋଇ ପଡ଼ିଥିଲା। ଏହି ପଡ଼ିଆରେ ଖେଳପ୍ରେମୀମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ନୟାଗଡ଼ର ସଚେତନ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇଥାନ୍ତି। କିନ୍ତୁ ଦୁଃଖର ବିଷୟ ଅସଚେତନତା ଜନସାଧାରଣ ପଡ଼ିଆରେ ଅପରିସ୍କାର କରି ପଡ଼ିଆଟିକୁ ଦୂଷିତ କରିଛନ୍ତି।ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶ ଜିଲ୍ଲା ଆଇନ ସଚେତନତା କର୍ମୀମାନେ ହାତରେ ଝାଡ଼ୁଧରି ପଡ଼ିଆଟିକୁ ପରିସ୍କାର କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ…

Read More

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କନ୍ୟା ସନ୍ତାନ ମାନେ ଉପଯୁକ୍ତ ଶିକ୍ଷା ପାଇଲେ ସମାଜର ଉନ୍ନତି ଘଟିବ ବୋଲି ମତବ୍ୟକ୍ତ କରିଥିଲେ। କନ୍ୟା ସନ୍ତାନ ମାନଙ୍କୁ ଠିକ ଭାବରେ ଲାଳନ ପାଳନ ସହିତ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପାଣ୍ଡେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ତଥା ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟା ସଂଯୁକ୍ତା ପଢ଼ିଆରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଜୟଶ୍ରୀ ପ୍ରଧାନ, ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା…

Read More

ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ସବ ଏକ ଜାତୀୟ ଛୁଟି ଦିବସ ନୁହେଁ ବରଂ ସମସ୍ତଙ୍କ ପାଇଁ ଏକ ଅଭୁଲା ସ୍ମୃତି ରୁପେ ମାନସ ପଟ୍ଟରେ ସାଇତା ହୋଇ ରହିବ। ନିଜେ ନିଜେ ନିରନ୍ତର ଅଧ୍ୟୟନ ସହ ବ୍ୟାୟାମ ନାଚ ଗୀତ ପ୍ରତି ସମସ୍ତେ ସମୟ ଦେବା ଉଚିତ ବୋଲି ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତି ବରିଷ୍ଠ ପ୍ରଶାସକ ନିରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି ଛାତ୍ର ଛାତ୍ରୀମାନଙ୍କୁ ଯେତେ ଭଲ ପାଠ ପଢ଼ିଲେ ବା ସଫଳତାର…

Read More

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ତରଫରୁ ସଡ଼କ ସୁରକ୍ଷା ଉପରେ ସଚେତନତା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ନେତୃତ୍ୱରେ ଡିଆର୍‌ଡିଏ ନୟାଗଡ଼ର ସୃଜନ ସମ୍ମିଳନୀ କକ୍ଷରେ ଶତାଧିକ ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନଙ୍କୁ ନେଇ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି ଶିବିରକୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଆଇନ୍‌ରେ ଥିବା ବିଧିବ୍ୟବସ୍ଥା ଏବଂ ନିୟମ କାନୁନ୍ ବିଷୟରେ ବୁଝାଇଥିବା ବେଳେ ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ, ଏଡିଏମ୍ ରାଜେଶ ଦାସ, ଆଡିସ୍‌ନାଲ ଏସ୍‌ପି ସୁବାଷଚନ୍ଦ୍ର ପଣ୍ଡା, ଆର୍‌ଟିଓ ପ୍ରସନ୍ନ କୁମାର ପରିଡା, ପ୍ରବକ୍ତା ଦଣ୍ଡପାଣି ସ୍ୱାଇଁ, ରମେଶ ଚନ୍ଦ୍ର…

Read More

ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ବାଉଁଶିଆପଡା – ଇଟାମାଟି ମଣ୍ଡଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିକୁ ପାଳନ କରାଯାଇଛି। ଏଥିରେ ମଣ୍ଡଳରୁ ୫୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଣ୍ଡିତ ଜିଙ୍କ ତ୍ୟାଗ ପୂର୍ଣ୍ଣ ଜୀବନୀ ତଥା ବଳିଦାନ ସମ୍ଵନ୍ଧରେ ସ୍ମୁତି ଚାରଣ କରିବା ସହିତ ପ୍ରତିଜ୍ଞା କରିଥିଲେ କି ତାଙ୍କ ବଳିଦାନଙ୍କୁ ନିରର୍ଥକ ଯିବାକୁ ଦେବୁନି ତାଙ୍କ ଏକାନ୍ତ ମାନବ ବାଦ୍ କଥାକୁ ଚରିତାର୍ଥ କରିବୁ। ଏହି କାର୍ଯ୍ୟକ୍ରମର ନେତୃତ୍ଵ ନେଉଥିବା ସନ୍ତୋଷ କୁମାର ପ୍ରଧାନଙ୍କ ଭାଷଣରେ ଅଭିଭୂତ ହୋଇ ମା’ମାନେ ହୁଳହୁଳି ତଥା ଭାଇମାନଙ୍କ ହରିବୋଲରେ ଗ୍ରାମ ପ୍ରକମ୍ପିତ ହୋଇଥିଲା।ଆସନ୍ତା ଦିନରେ ପଞ୍ଚାୟତରେ ସମସ୍ତ ପଦବୀରେ ବିଜେପି ପ୍ରାଥୀଙ୍କୁ ବିଜୟୀ କରି ଦିନ୍ ଦୟାଲଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାକୁ ମତ ପ୍ରକାଶ ପାଇଥିଲା। ମଞ୍ଚରେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା…

Read More

ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହେଉଛି ଶିକ୍ଷଣର ମୂଳ ପର୍ଯ୍ୟାୟ । ଏହାକୁ ଆଧାର କରି ଗତ କାଲି ଅନୁଷ୍ଠିତ ହୋଇଥିବା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ସମସ୍ତ ୧୫ଟି କ୍ଲଷ୍ଟରର ମନୋନୀତ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ମୌଳିକ ସଂଖ୍ୟା ଜ୍ଞାନ ସମ୍ପର୍କିତ ଅନୁଷ୍ଠିତ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଏହାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,…

Read More

ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ଏବଂ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପୂଜା ଓ ହୋମ କାର୍ଯ୍ୟ ସମାପନ ହୋଇଛି । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କର୍ତ୍ତା ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଚେଷ୍ଟା ବଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ଭବନ ଉପର ମହଲାରେ ଏକ ସଭାଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିଥିଲା । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଜି ବୈଦିକ ରୀତି ଅନୁସାରେ ହୋମ କାର୍ଯ୍ୟ ସମାପନ ହୋଇଛି । ଆଗାମୀ ଦିନରେ ଏହାକୁ ଉଦଘାଟନ କରାଯିବା ପାଇଁ ସ୍ଥିର ହୋଇଛି । ଆଜିର…

Read More