ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସମଗ୍ର ରାଜ୍ୟରେ ନ୍ୟାୟପାଳିକା ଭିତ୍ତିଭୂମିର କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ବେଳେ ଓଡ଼ଗାଁରେ ନିର୍ମାଣ ହୋଇଥିବା ମଡେଲ ସିଭିଲ କୋର୍ଟ କମ୍ପ୍ଲେକ୍ସ ଆଡିସନାଲ ଡିଷ୍ଟ୍ରିଟ ଓ ସେସନ୍ ଜଜକୋଟ ଉଦଘାଟିତ ହୋଇଯାଇଛି। ଜଷ୍ଟିସ ଭି. ନରସିଂଘ ଜେ ହାଇକୋର୍ଟ ଓଡ଼ିଆ (ପ୍ରଶାସନିକ ଜଜ, ନୟାଗଡ଼ ଜିଲ୍ଲା) ଙ୍କ ଉପସ୍ଥିତିରେ ଓଡିଶା ହାଇକୋର୍ଟ ବରିଷ୍ଠ ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ (ଅଧ୍ୟକ୍ଷ ବିଲଡିଙ୍ଗ କମିଟି, ଓଡିଶା ହାଇକୋର୍ଟ) ସେସନ୍ କୋର୍ଟକୁ ଉଦଘାଟିତ କରିଥିଲେ । ଏତଦ୍ ବ୍ୟତୀତ ଅତିରିକ୍ତ ଜିଲ୍ଲା ସେସନ୍ ଜଜଙ୍କ ପାଇଁ ବି-୧ ଟାଇପ, ବରିଷ୍ଠ ସିଭିଲ ଜଜଙ୍କ ପାଇଁ ସି-ଟାଇପ କ୍ବାଟର ଏବଂ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ୮ ଏଫ ଟାଇପ ଷ୍ଟାଫ୍ କ୍ବାଟର ନିର୍ମାଣ ପାଇଁ ସିଭିଲ କୋର୍ଟ ଓଡ଼ଗାଁ ପରିସର ଭିତରେ ଭିତ୍ତିପ୍ରସ୍ତର ପକାଇ ଥିଲେ। ଓଡ଼ଗାଁ…
Read MoreCategory: ନୟାଗଡ଼ ବ୍ଲକ
ପ୍ରକୃତି କୋଳରେ ବରକନ୍ୟାକୁ ଦେଖି ଆଚମ୍ବିତ ହେଲେ ବିଧାୟକ ଡ଼ଃ. ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢାବୁଢିଆଣୀ ଡ୍ୟାମ୍ ଠାରୁ ପ୍ରାୟ ୫ କି.ମି ଦୁର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମର କାନଖାଇ ପାହାଡ଼ରୁ ଧାର ଧାର ବୋହି ବହି ଚାଲିଛି ବରକନ୍ୟା ଝରଣା । ପ୍ରାକୃତିକ ଶୋଭରାଜିରେ ଭରପୁର ଏହି ସୌନ୍ଦର୍ଯ୍ୟମୟ ସ୍ଥାନଟି ଜିଲ୍ଲାରେ ଲୁକ୍କାୟିତ ଅବସ୍ଥାରେ ଥିବାବେଳେ ଏହି ଝରଣା ନିକଟକୁ ଆଜି ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଜିଲ୍ଲା ପ୍ରଶାସନକୁ ସାଙ୍ଗରେ ଧରି ଏହି ବର-କନ୍ୟା ଝରଣା ପରିଦର୍ଶନ କରିଛନ୍ତି। ପ୍ରକୃତି କୋଳରେ ଏମିତି ଏକ ବିରଳ ଚୀରସ୍ରୋତା ଝରଣା ରହିଥିବା କଥାକୁ ସେ ସହଜରେ ବିଶ୍ୱାସ କରି ପାରିନଥିଲେ। ପ୍ରଥମେ ଏଠାକାର ପରିବେଶ ଦେଖି ସେ ଆଚମ୍ବିତ ହେବା ସହ ଏହା ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇବାକୁ ହକ୍ ବୋଲି କହିଥିଲେ। ବିଧାୟକ ଡ଼ଃ. ସାହୁ ଝରଣାକୁ…
Read Moreନୟାଗଡ଼ରେ ବାଲ୍ୟ ବିବାହ ପ୍ରତିରୋଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଳାପାଳଙ୍କ ସଦଭାବନା ଗୃହରେ ବାଲ୍ୟବିବାହ ପ୍ରତିରୋଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୟାଗଡରେ ବାଲ୍ୟବିବାହ ବଢୁଥିବାରୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉଦବେଗ ପ୍ରକାଶ କରିଥିଲେ ଏବଂ ଏଥିପାଇଁ ଆଇନ ଅନୁଯାଇ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସଚେତନା ଶିବିରରେ ପ୍ରତେକ ବ୍ଲକରେ ଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀମାନେ ଯୋଗଦେବା ସହ ସମସ୍ତ ସୁପର ଭାଇଜର, ପୁଲିସ ଥାନାରେ ନିଯୋଜିତ ଥିବା ସମସ୍ତ ମହିଳା ଶିଶୁ ଡେସ୍କ ଅଧିକାରୀ, ଡି.ଏସ.ପି ସୁଷମା ପ୍ରଧାନଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜାତି ମୁଖିଆମାନଙ୍କୁ ଆମନ୍ତ୍ରିତ କରାଯାଇ ସେମାନଙ୍କୁ ବାଲ୍ୟ ବିବାହ ବିରୋଧରେ ସ୍ଵର ଉତ୍ତୋଳନ…
Read More‘ସାଧକ ଶତକ’ ପୁସ୍ତକ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ସୁନାମଧନ୍ୟ ଓ ଶ୍ରେଷ୍ଠ ସାଧକମାନଙ୍କ ଜୀବନବ୍ୟାପୀ କୃତିକୁ ନେଇ ପ୍ରକାଶ ପାଇବାକୁ ଯାଉଥିବା ‘ସାଧକ ଶତକ’ ପୁସ୍ତକ ଆଗାମୀ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଲୋକାର୍ପଣ ହେବ ବୋଲି ଗତ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଦୋଳବେଦୀ ଠାରେ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପ୍ରାୟୋଜିତ ପ୍ରସ୍ତୁତି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରକାଶିତ ହେବାକୁ ଥିବା ‘ସାଧକ ଶତକ’ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହା ପରେ ଉପସ୍ଥିତ ଥିବା ଅନ୍ୟାନ୍ୟ ସହିତ୍ୟିକ ଏବଂ ବୁଦ୍ଧିଜୀବୀ ମାନେ ସେମାନଙ୍କ ମତ ବ୍ୟକ୍ତ କରିଥିଲେ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୮ଟି ବ୍ଲକ ଏବଂ ପୌରାଞ୍ଚଳରେ ରହୁଥିବା ଦିବଂଗତ ଏବଂ କାର୍ଯ୍ୟରତ ସହିତ୍ୟିକ, ସାରସ୍ୱତ ସାଧକ, ସଂଗ୍ରାମୀ, କ୍ରୀଡ଼ା, ସଙ୍ଗୀତ ବିଜ୍ଞାନ ପ୍ରଭୃତି…
Read Moreଉଦଯାପିତ ହେଲା ପ୍ରଥମ ରାଜ୍ୟସ୍ତରୀୟ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତାମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ଚମକ’ ୨୦୨୩ ଆଜି ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଓ ସମ୍ମାନିତି ଅତିଥ୍ ଭାବେ ନୟାଗଡ ଏସ୍ପି ଅଲେଖଚନ୍ଦ୍ର ପହି, ନାଲ୍କୋର ଉପମହାପ୍ରବନ୍ଧକ ବିଦୀପ୍ତଚନ୍ଦ୍ର ରାୟ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ବ୍ଲକ ଉପାଧ୍ୟକ୍ଷା ଅନୁପମା ବେହେରା, ତ୍ରିନାଥ ସାହୁ, ପଞ୍ଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କ୍ଷୁଦ୍ରଚଳଚିତ୍ର ମହୋତ୍ସବ ‘ଚମକ’ର ସଭାପତି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ମହୋତ୍ସବରେ ଭାଗ ନେଇଥିବା ସମସ୍ତ ୧୫ଟି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର…
Read Moreମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼ ଉନ୍ନତୀ ସାଥିରେ କୌଣସି ବୁଝାମଣା ହେବ ନାହିଁବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବା ସମୟ ଆସିଯାଇଛି ନୟାଗଡ଼ : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଦଳୀୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିଜୁ ଜନତା ଦଳର ସଂଗଠନକୁ ମଜବୁତ୍ କରାଯିବା ଉପରେ ଆଲୋଚନା ହୋଇଥିଲା। ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ପାଇଁ ବୈଠକରେ ଆଲୋଚନା କରାଯାଇଛି। ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ନୟାଗଡ଼ ଉନ୍ନତୀ ସାଥିରେ କୌଣସି ବୁଝାମଣା କରାଯାଇ ପାରିବ ନାହିଁ । ଯାହା ଇତିହାସ ତାକୁ ମନେ ପକାଇବା, ଆଲୋଚନା କରିବା, ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ। ନିର୍ବାଚିତ ପ୍ରତିନିଧି ଓ…
Read Moreସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ସ୍ଥାନୀୟ କୃଷ୍ଣଚନ୍ଦ୍ର କ୍ଲବ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୋଲକ ବିହାରୀ ନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ତଥା ନାଟ୍ୟକାର ଓ ନାଟ୍ୟନିର୍ଦ୍ଦେଶକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସୁସଂଯୋଜକ ତଥା ସୁଵକ୍ତା ମନୋଜ କୁମାର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ କବି ଗଜେନ୍ଦ୍ର ମହାରଣାଙ୍କୁ ‘କବି ପ୍ରତିଭା ସମ୍ମାନ’ରେ ସମର୍ଦ୍ଧିତ କରାଯାଇଥିଲା।…
Read Moreଜିଲ୍ଲାସ୍ତରୀୟ ଏକ ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରେଡକ୍ରସ ସୋସାଇଟ ପକ୍ଷରୁ ଜିଲ୍ଲାସ୍ତରୀୟ ଏକ ଦିନିକିଆ ଯୋଗ ପ୍ରଶିକ୍ଷଣ ଶିବିର ପୁରୁଣା ସହରସ୍ଥିତ ଦକ୍ଷିଣକାଳି ପଡ଼ିଆ ପଡ଼ିଆଠାରେ ଆଜି ପ୍ରାତଃ ସମୟରେ ଆୟୋଜିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ , ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ପ୍ରମୁଖ ଅତିଥି ଭାବେ ଏହି ଯୋଗ ଶିବିରରେ ଯୋଗଦାନ କରିଥିଲେ। ନୟାଗଡ଼ ଏବେ କ୍ରୀଡ଼ାର ହବ ପାଲଟିଛି। କ୍ରୀଡାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ବିଭିନ୍ନ ଖେଳ ପଡ଼ିଆର ଉନ୍ନତିକରଣ କରାଯାଇଛି। ସେହିପରି ଯୋଗ ପାଇଁ ଆବଶ୍ୟକ ବ୍ୟବସ୍ଥା ଆପଣାଯିବ ବୋଲି ବିଧାୟକ ଡ.ସାହୁ ଏହି ଅବସରରେ ପ୍ରକାଶ କରିଥିଲେ। ଯୋଗ ଶିକ୍ଷକ ବିଭୁତି ଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Read Moreପ୍ରଥମ ରାଜ୍ୟସ୍ତରୀୟ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଚମକ’ର ୨ୟ ସଂନ୍ଧ୍ୟା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟା ଏବଂ ‘ ଆମ ନୟାଗଡ଼ ଓ ଚଳଚିତ୍ର ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ପ୍ରଥମ ରାଜ୍ୟସ୍ତରୀୟ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଚମକ’ ତାର ୨ୟ ସଂନ୍ଧ୍ୟାରେ ଦଶପଲ୍ଲା ଗାନ୍ଧୀ ମୈଦାନରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ୨ୟ ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ରାଜ୍ୟ ସରକାରଙ୍କ ରାଜସ୍ବ, ବିପର୍ଯ୍ୟୟ ପରିଚାଳନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଯୋଗଦେଇ ଥିଲେ । ଏହି ଅବସରରେ ଚମକର…
Read Moreନୟାଗଡ଼ରେ ରୋଟାରୀ ଇଣ୍ଟରନ୍ୟାସନାଲର ୧୧୮ତମ ଜନ୍ମବାର୍ଷିକୀ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ୧୯୦୫ ଫେବୃୟାରୀ ୨୩ ରେ ଜନ୍ମଲାଭ କରିଥିବା ରୋଟାରୀ ଇଣ୍ଟରନ୍ୟାସନାଲ ର ୧୧୮ ତମ ଜନ୍ମବାର୍ଷିକୀ ରୋଟାରୀ କ୍ଲବ ନୟାଗଡ଼ରେ ପାଳିତ ହୋଇଯାଇଛି। ରୋଟାରୀ କ୍ଳବ୍ ର ସଭାପତି ପ୍ରବୀର କୁମାର ପୃଷ୍ଟି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ନୟାଗଡ଼ ବ୍ଲକର ଉନ୍ନୟନ ଅଧିକାରୀ ଶ୍ରୀ ପଦ୍ମଚରଣ ସାହୁ ଯୋଗ ଦେଇଥିଲେ। ରୋଟାରୀ କ୍ଲବ ସଦସ୍ୟ ଶ୍ରୀଧର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉପସ୍ଥିତ ଅତିଥିମାନଙ୍କୁ ରୋଟାରୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ଅତିଥି ମାନେ ରୋଟାରୀ କ୍ଲବ ର ବିଭିନ୍ନ ଜନହିତକର କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମାଜ ପ୍ରତି ଥିବା ଦାୟୀତ୍ବ…
Read More