ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୨ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ସତପ୍ରତିଶତ ସଫଳତା ହାସଲ କରିଛନ୍ତି। ସମୁଦାୟ ୨୬୮ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୫୬ଜଣ A1,୧୧୨ଜଣA2, ୮୩ଜଣ B1,୧୨ ଜଣ B2 ଓ ୫ଜଣ C ଗ୍ରେଡରେ ଉର୍ତ୍ତିନ ହୋଇଛନ୍ତି। ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ଵିଷ୍ଣୁ ପ୍ରିୟା ପ୍ରଧାନ ସର୍ବାଧିକ ୫୮୯ ନମ୍ବର ରଖି ବିଦ୍ୟାଳୟ ର ଗୌରବ ଅର୍ଜ୍ଜନ କରିଛନ୍ତି। ଏପରି ଅପୂର୍ବ ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟ୍ଟନାୟକ, ପରିଚାଳନା ସମିତି ର ସଦସ୍ୟ ବୃନ୍ଦ ଓ ଆଚାର୍ଯ୍ୟ ଆଚାର୍ଯ୍ୟl ଛାତ୍ରଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ମେଧାବୀ ଅଭିନନ୍ଦନ…
Read MoreBlog
ଚଳିତ ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପୁଣି ଏକ ନୂଆ ଇତିହାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀ ଅର୍ଥାତ୍ First Division ରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ଆମ ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୨ଜଣ, ଏ-୨ରେ ୧୧ ଜଣ, ବି-୧ରେ ୨୪ ଜଣ, ବି-୨ରେ ୦୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ବୟଂଶ୍ରୀ ସାହୁ ଓ ଅଙ୍କିତା ଭାରତୀ ସାହୁ ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ମୋଟ ୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦୁଇ ଜଣ ୯୦% ନମ୍ବର ରଖିଥିବା ବେଳେ ୧୧ ଜଣ ୮୦…
Read Moreବନ ମହୋତ୍ସବ ସପ୍ତାହରେ ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସାମ୍ପ୍ରତିକ ସମୟରେ ପରିବେଶର ଅବକ୍ଷୟ ଜୀବ ଜଗତ ପାଇଁ ଏକ ଆହ୍ୱାନ ରୂପେ ଠିଆ ହୋଇଅଛି। ପ୍ରତିକାର ସ୍ବରୂପ ଜନ ସଚେତନତା ବୃଦ୍ଧି ସହ ବଣ ପାହାଡର ସୁରକ୍ଷା ସହିତ ବ୍ୟାପକ ବୃକ୍ଷ ରୋପଣ ଏକାନ୍ତ ଜରୁରୀ ହୋଇପଡ଼ିଛି। ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି ଉଭୟ ବନ କର୍ମଚାରୀ ଓ ପରିବେଶ ପ୍ରେମୀମାନଙ୍କ ଉତ୍ତମ ବୁଝାମଣା ଓ ସହଯୋଗରେ ପରିବେଶ ସୁରକ୍ଷା ଜନିତ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥାଏ। ବନ ମହୋତ୍ସବ ସପ୍ତାହ ଉଭୟଙ୍କ ମଧ୍ୟରେ ସମ୍ପର୍କର ସେତୁ ପରି କାର୍ଯ୍ୟ କରିଥାଏ। ଏ ଦିଗରେ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କୁରାଳ ସ୍ଥିତ ଅରୋମୀରା ଟ୍ରଷ୍ଟର ଭୂମିକା ପ୍ରଶଂସନୀୟ। ଟ୍ରଷ୍ଟ ତରଫରୁ ବଣ ଜଙ୍ଗଲର ସୁରକ୍ଷାରେ ସହାୟତା କରିବା ସହିତ ବୃକ୍ଷ ରୋପଣ, ଚାରା ବଣ୍ଟନ, ଜନ ସଚେତନତା ବୃଦ୍ଧି ପାଇଁ…
Read Moreଭାପୁରରେ ସେବା ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2022 ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ସେବା ସମିତି ସମ୍ପାଦକ ତ୍ରିନାଥ ସାହୁ,ସମାଜସେବୀ ଦାମୋଦର ସାହୁ, ଅମିତ କୁମାର, ପ୍ରଭାତ ବରାଡ଼,ଗୁଲସନ ଦାସ, ସତ୍ୟବ୍ରତ ମହାରଣା, ଜ୍ୟୋତି ମହାରଣା ପରମେଶ୍ୱର ସାହୁ ଏବଂ ସାମିଲ ହୋଇଥିଲେ l ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ…
Read Moreଅସନ୍ତୁଳିତ ପରିବେଶ, ମାନବ ଜାତିର ଧ୍ବଂସର କାରଣ
ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମାଟିର ସ୍ବର ତରଫରୁ ତା ୩/୭/୨୨ ରିଖ ଦିନ ରାଜ୍ୟ ସ୍ତରୀୟ ଆଭାସୀ ଆଲୋଚନା ଓ କବିତା ପାଠୋତ୍ସବ ଶୀର୍ଷକ “ପରିବେଶ ସୁରକ୍ଷା ଓ ଆସନ୍ତା ପିଢ଼ି”ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଓ କବିତା ପାଠୋତ୍ସବରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ କବି, ଲେଖକ, ସାମାଜିକ କର୍ମୀ ଓ ପରିବେଶବିତ୍ ଯୋଗଦାନ କରି ସ୍ବରଚିତ କବିତା ପାଠ କରିବା ସହିତ ଏହି ପ୍ରସଙ୍ଗ ଭିତ୍ତିକ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଶେଷ କରି ଡଃ ଲକ୍ଷ୍ମୀପ୍ରିୟା ଦେଇ,ପ୍ରଫେସର କୁଳମଣି ବାରିକ, ଶ୍ରୀଯୁକ୍ତ ନଟବର ପ୍ରଧାନ, ସସ୍ମିତା ଦାଶ, ବି. ସତ୍ଯମ୍ ଆଚାରୀ, ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ରୋହିତ ଜେନା, ପ୍ରେମସାଗର ଦେହେରିଆ,ଜୀତେନ୍ଦ୍ର କୁମାର ମହାରଣା, କୁମାରୀ ଅନନ୍ଯା ଦାଶ, ଶ୍ରୀକାନ୍ତ ପଣ୍ଡା, ନାରାୟଣ ସାହୁ, ସୁଶ୍ରୀ ଶୁଭସ୍ମିତା…
Read Moreହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ପୁରାତନ ଛାତ୍ର ସଂସଦର ସଭାପତି ଡ଼ଃ. ଶିଶିର କୁମାର ଦାସ ସଭାପତିତ୍ବ କରିଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇଥିଲେ। ଚଳିତ ବର୍ଷ ସ୍କୁଲ ପ୍ରତିଷ୍ଠା ହେବାର ୬୦ବର୍ଷ ପୂର୍ତ୍ତି ଅବସରରେ ସ୍କୁଲର ହୀରକ ଜୟନ୍ତୀ ପାଳନ ନିମନ୍ତେ ସ୍ଥିର କରାଯାଇଛି। ଆସନ୍ତା ୧୨ତାରିଖ ସ୍କୁଲର ପ୍ରତିଷ୍ଠା ଦିବସ ହୋଇଥିବାରୁ ସେହିଦିନ ହୀରକ ଜୟନ୍ତୀର ଉଦ୍ଘାଟନ କରାଯିବା ନିମନ୍ତେ ସ୍ଥିର କରାଯାଇଛି। ୧୨ତାରିଖ ସକାଳୁ ଏକ ସାଇକେଲ ଶୋଭାଯାତ୍ରା ମଧ୍ୟ ଖଣ୍ଡ, ଘୋଳାହାଣ୍ଡି ଓ ଡିହଗାଁ ପଞ୍ଚାୟତ ପରିକ୍ରମା କଲାପରେ ୧୦ଟା ବେଳେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ସଭାର ପ୍ରଥମ ଅଧିବେଶନ ପରେ ମଧ୍ୟାହ୍ନ ଭୋଜନ। ତା’ପରେ ୨ୟ ଅଧିବେଶନରେ…
Read Moreନୟାଗଡ଼ରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ନୟାଗଡ଼ରେ ଶଷ୍ଠ ବାର୍ଷିକୀ ଜିଲ୍ଲାବ୍ୟାପି ସେବାଉତ୍ସବ ଉଦଘାଟିତ ହୋଇଯାଇଛି l ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ନୟାଗଡ଼ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏହି ଉଦ୍ଘାଟନୀ ଉତ୍ସବ ରଥରୁଡ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସମର୍ପଣ କରି ପଥପ୍ରାନ୍ତ ସଚେତନତା ସଭା ମାଧ୍ୟମରେ ଶୁଭାରମ୍ଭ କରାଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ ଓ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି l ଦାନ ଓ ସେବାର ମହାନ ବାର୍ତାଦେଇ ବିଗତ ପଞ୍ଚବର୍ଷ ଧରି ଜିଲ୍ଲାର ବିଭିର୍ଣ୍ଣ ଆଦିବାସୀ ଅଧ୍ୟୁଶିତ ଓ ଦୁର୍ଗମ ଅଂଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଏହା…
Read Moreଆନ୍ତର୍ଜାତୀୟ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଏନ.ସି.ସି ଏବଂ ଏନ.ଏସ.ଏସ ର ଛାତ୍ରଛାତ୍ରୀ ଜିଲ୍ଲା ଅବକାରୀ ବିଭାଗର କର୍ମକର୍ତ୍ତା (ସେବା) ନିଶା ପରିତ୍ୟାଗ ଓ ପୁନର୍ବାସ କେନ୍ଦ୍ରର ଅନ୍ତେବାସୀ ଓ କର୍ମକର୍ତ୍ତା ମାନଙ୍କଦ୍ବାରା ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ପଠାଣି ସାମନ୍ତ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ଜନ ସଚେତନତା ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା । ଅଡିଟୋରିୟମ ଠାରେ ଦିବା ୧୦ ଘଟିକା ସମୟରେ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ସଚେତନତା ଉପରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥୁ ରୂପେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ତାଙ୍କ ଅଭିଭାଷଣ ଦ୍ବାରା…
Read Moreକେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆସୋସିଏସନର ନିଜର କାର୍ଯ୍ୟାଳୟରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଜିବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ସଭାପତି ପ୍ରହଲ୍ଲାଦ ସାହୁ ଓ ସମ୍ପାଦକ ସନ୍ତୋଷ ନାୟକଙ୍କ ସମେତ ଅନୁଷ୍ଠାନର…
Read Moreନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଟାରୀ କ୍ଲବ୍ ଦ୍ବାରା ସ୍ବଚ୍ଛ ଓ ଗରମ ପାନୀୟ ଜଳ ଯୋଗାଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ରୋଟାରୀ କ୍ଲବ୍,ନୟାଗଡ଼ ଦ୍ବାରା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ଗରମ ପାନୀୟ ଜଳ ବିତରଣ କେନ୍ଦ୍ରକୁ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି। ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲାପରିଷଦ ଅଧ୍ଯକ୍ଷ ଦେବାଶିଷ ପଟ୍ଟନାୟକ,ଓ ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଜିଲ୍ଲାର ବିଭିନ୍ନ କୋଣରୁ ପ୍ରତିଦିନ ଶହ ଶହ ରୋଗୀ ଆସି ଚିକିତ୍ସିତ ହେଉଥିଲା ବେଳେ ରୋଗୀ ମାନଙ୍କ ପାଇଁ ଗରମ ପାନୀୟ ଜଳର ବ୍ଯବସ୍ଥା ନ ଥିଲା। ଯାହାଫଳରେ ଗରମ ପାଣି ପାଇଁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଅସୁବିଧାକୁ ଅନୁଭବ କରି ସ୍ଥାନୀୟ ରୋଟାରୀ କ୍ଲବ୍, ନୟାଗଡ଼ ଗରମ ପାନୀୟ…
Read More