Blog

ସୁଭଦ୍ରା ଯୋଜନା ଫର୍ମ ବଣ୍ଟାକୁ ନେଇ ହଟ୍ଟଗୋଳ, ଅଙ୍ଗନବାଡି ଦିଦିଙ୍କୁ ଆକ୍ରମଣ କଲେ ଯୁବକ

ରଣପୁର, (ନୟାଗଡ଼ ଦର୍ପଣ): ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ନେଇ ଅଙ୍ଗନବାଡି ଦିଦିଙ୍କୁ ପିଟିଲେ ଜନୈକ ଯୁବକ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତର ଡ଼ିମିରିଆ ଗ୍ରାମରେ। ଉକ୍ତ ଗ୍ରାମର ଅଙ୍ଗନବାଡି ଦିଦି ମିନାକ୍ଷୀବାଳା ପରିଡା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ଫର୍ମ ନିଜ ଗ୍ରାମରେ ବଣ୍ଟନ କରୁଥିବା ବେଳେ ଫର୍ମ ବଣ୍ଟନକୁ ନେଇ ଉକ୍ତ ଗ୍ରାମର ସରୋଜ ମହାପାତ୍ର ତାଙ୍କୁ ବିରୋଧ କରିଥିଲେ। ତାଙ୍କ ସହ ତାଙ୍କର ବଚସା ମଧ୍ୟ ହୋଇଥିଲା। ପରେ ଅଙ୍ଗନବାଡି ଦିଦିଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ସାନଝିଅ ସାଇ ଶ୍ରଦ୍ଧାଞ୍ଜଳି ନାୟକ ଓ ପୁଅ ସାଇ ସୌମ୍ୟଜିତ୍ ନାୟକଙ୍କୁ ଆକ୍ରମଣ କରିଥିବା ରଣପୁର ଥାନାରେ ଅଙ୍ଗନବାଡି କର୍ମୀ ମିନାକ୍ଷୀ ପରିଡା ଏକ ଲିଖିତ ଅଭିଯୋଗ କରିଥିବା…

Read More

ନୟାଗଡ଼ ଚିନିକଳ ପୁନଃରୁଦ୍ଧାର ନିମନ୍ତେ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ପାଣିପୋଇଲାସ୍ଥିତ ନୟାଗଡ଼ ଚିନିକଳକୁ ପୁନଃରୁଦ୍ଧାର କରିବା ନିମନ୍ତେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ  ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚିନିକଳର ପୁନଃରୁଦ୍ଧାର ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

Read More

ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନାର ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚିସାରିଲାଣି । ଏହି ଜିଲ୍ଲାର ୮ଟି ବ୍ଲକ ଯଥା-ଭାପୁରକୁ ୪୬୭୭୫, ନୟାଗଡ଼କୁ ୭୪୩୦୨, ରଣପୁରକୁ ୭୪୩୨୭, ଓଡ଼ଗାଁକୁ ୮୧୬୨୩, ନୂଆଗାଁକୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦, ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡ଼ାକୁ ୫୧୩୧୫ ସର୍ବମୋଟ ୪୩୬୦୦୦ଫର୍ମ ଯୋଗାଇ ଦିଆଯାଇଛି । ଏହି ଫର୍ମ ମଧ୍ୟରୁ ୮ ବ୍ଲକର ୮ ସିଡିପିଓଙ୍କୁ ୩୧୫୧୫୭,ଜିଲ୍ଲାର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦, ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡିଓମାନଙ୍କ ପାଖରେ ୩୩୫୦,ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୩୬୦୦,ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦…

Read More

ରାଜ୍ୟସ୍ତରୀୟ ପ୍ରତିଯୋଗିତା, ଟାଇକୋଣ୍ଡୋ ସ୍କୁଲ୍ ଅଫ୍ ନୟାଗଡ଼ର ବଡ଼ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ରିଖ ୩ଦିନ ଧରି କଟକ ଯବାହାର ଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିଅମ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କିରୋଗୀ ଏବଂ ପୁମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଟାଇକୋଣ୍ଡୋ ସ୍କୁଲ୍ ଅଫ୍ ନୟାଗଡ଼ରୁ ୭ଜଣ  ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ୩ଜଣ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୩ଜଣ ରୋପ୍ୟ ପଦକ ଏବଂ ଜଣେ କାଁସ୍ୟ ପଦକ ପାଇଥିଲେ। ଏଥିରେ ଏମ୍ ରିତିକ୍ ରଂଜନ ମହାପାତ୍ର କୋଚ୍ ଭାବରେ ଏବଂ ଲିଜା ପରିଡ଼ା ମ୍ୟାନେଜର ଭାବରେ ଯୋଗଦାନ ଦେଇଥିଲେ। ଯେଉଁ କ୍ରୀଡ଼ାବିତ ମାନେ ସ୍ଵର୍ଣ ପଦକ ପାଇଥିଲେ ଏଥିରୁ ୩ଜଣ କ୍ରୀଡ଼ାବିତ ଜାତୀୟସ୍ତର ପାଇ ମନୋନୀତ ହୋଇଛନ୍ତି । ଏଥିରେ ଓଁକାର ଦଳବେହେରା, ପୁମସେ ୧ଟି ସ୍ଵର୍ଣ ପଦକ ସୋହିତ ଗଡ଼ନାୟକ, ପୁମସେ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଣ୍ଢେଇ ମେଳା ସହିତ ବିଜ୍ଞାନ ମେଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୫୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ବ୍ଯବହାର ବିଷୟରେ ଆଲୋଚନା କରିବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଅଭିଭାବକମାନେ ନିଜ ନିଜର ଶିଶୁମାନଙ୍କୁ ଅନ୍ଧ ବିଶ୍ବାସରୁ ଦୂରେଇ ଉପଯୁକ୍ତ ସଂସ୍କାରରେ ଗଢିବା ପାଇଁ ନିବେଦନ କରିଥିଲେ। ସମ୍ମାନିତ…

Read More

ଆଧୁନିକ ନୟାଗଡ଼ ସହରର ରୂପକାର ସ୍ଵର୍ଗତ ରଘୁନାଥ ଦାସ (ନାଥବାବୁ)ଙ୍କ ଜନ୍ମ ଶତବାର୍ଷିକୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରଥମ ନଗରପାଳ ତଥା ଆଧୁନିକ ନୟାଗଡ଼ ସହରର ରୂପକାର ସ୍ଵର୍ଗତ ରଘୁନାଥ ଦାସ(ନାଥବାବୁ)ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଚଳିତ ସେପ୍ଟେମ୍ବର ଚାରି ତାରିଖରେ ତାଙ୍କର ପ୍ରିୟ ନିଜ ହାତଗଢା ଏନ୍.ଏ.ସି. ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି ! ଏହି ସମାବେଶରେ ଭାରତ ସରକାରଙ୍କ ଅବସରପ୍ରାପ୍ତ ଗଣମାଧ୍ୟମ ପରାମର୍ଶଦାତା ଡ. ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର ବରେଣ୍ୟ ଅତିଥି, ପୌରପାଳ ଶ୍ରୀମତୀ ନିରୁପମା ଖଟେଇ ସମ୍ମାନିତ ଅତିଥି, ପ୍ରାକ୍ତନ ଉପାଧ୍ୟକ୍ଷ ବରିଷ୍ଠ ଓକିଲ କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ୍, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନାଥବାବୁଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ! ସ୍କୁଲ ପରିସରରେ ନାଥବାବୁଙ୍କ…

Read More

ପାଲା ଗାୟକ ମଣ୍ଡଳର ବାର୍ଷିକ ସମ୍ମିଳନୀ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ନଭେମ୍ବର ମାସ ୨୪ ତାରିଖରେ ନୟାଗଡ଼ ଜିଲ୍ଲା ମା ଦକ୍ଷିଣକାଳୀ ଚନ୍ଦ୍ର ଶେଖର ପାଲା ଗାୟକ ମଣ୍ଡଳର ବାର୍ଷିକ ସମ୍ମିଳନୀ ସିଧାମୂଳାଠାରେ ଅନୁଷ୍ଠିତ ହେବ । ଏ ପରିପ୍ରେକ୍ଷୀରେ ନୟାଗଡ଼ସ୍ଥିତ ଗୁଣ୍ଡିଚା ମଣ୍ଡପଠାରେ ଗାୟକ କଳାନିଧି ମନୋଜ କୁମାର ମିଶ୍ରଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗାୟକ ପଞ୍ଚାନନ ସାହୁ, ତ୍ରିନାଥ ପଣ୍ଡା, ଲକ୍ଷ୍ମୀଧର ବଳବନ୍ତ,ଅକ୍ରୁର ବାରିକ,ରମେଶ କୁମାର କୁଣ୍ଡ,ପ୍ରଦୀପ କୁମାର ଅତିବୁଦ୍ଧି, ଲଡୁକିଶୋର ଶୁକ୍ଲ,ମଳୟ ମହାପାତ୍ର, ରାଜକିଶୋର ପ୍ରଧାନ, ବୁଲୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Read More

ମନ୍ଦାକିନୀ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ,କଣ୍ଟ ସରିଲାଣି ସରୁନି କାମ!

ରଣପୁର,(ନୟାଗଡ଼ ଦର୍ପଣ):ନୟାଗଡ ଜିଲ୍ଲା ରଣପୁର ପାଇଁ ମଲାଗୁଣି(ମନ୍ଦାକିନୀ)ସେତୁ ହେଉଛି ଲାଇଫ୍ ଲାଇନ୍। ଏହି ସେତୁ ନିର୍ମାଣରେ ଅଧିକ ବିଳମ୍ବ ହେଉଥିବା ହେତୁ ଅପର ପକ୍ଷେ ରଣପୁର ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଅସ୍ଥାୟୀ ପୋଲ ଉପରେ ଯାତାୟତ କରିବା ଏ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବ୍ୟବସାୟୀ, ଆମ୍ବୁଲାନ୍ସ ଯାତାୟାତ କରିବା, ଏପରିକି ରୋଗୀସେବା ଆଦି ସମସ୍ତ ପ୍ରକାର କାର୍ଯ୍ୟ ବିପଦପୂର୍ଣ୍ଣ ହୋଇପଡିଛି। ଚଳିତ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ନାଁ’ ନେବା ପାଇଁ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ଋତୁ ଆସି ଯାଇଥିଲା। ଅଦ୍ୟାବଧି  କାମ ବନ୍ଦ ହୋଇ ପଡିଛି। ଏପଟେ    ଅବଧି(କଣ୍ଟ)ସରିଲାଣି;ସରୁନି ନିର୍ମାଣ କାମ। ବର୍ଷ ବର୍ଷ ଧରି ଅଧାପନ୍ତରିଆ ଭାବେ ପଡ଼ିରହିଛି ବ୍ରିଜ। ମିଲିଭଗତରେ ଚାଲିଛି ହରିଲୁଟ।ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ…

Read More

ସଙ୍ଗୀତଧାରା’ ପକ୍ଷରୁ ଆରମ୍ଭ ହେବ ଭକ୍ତିସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ବର୍ଷର ଅପୂର୍ବ ସଫଳତା ପରେ ଚଳିତ ବର୍ଷ ପୁନର୍ବାର ଆରମ୍ଭ ହେବ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା। ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି । ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ । ଏ ନେଇ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତିଯୋଗିମାନେ ଶାଳୀନତାଭିିକ  ଭଜନ,ଜଣାଣ,ଧର୍ମୀୟ ଲଘୁସଙ୍ଗୀତ…

Read More

ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି। ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ। ଅର୍ଥାତ ସେବାହିଁ ବ୍ୟକ୍ତିତ୍ୱର ପରିଚୟ ତୋଳିଥାଏ ବୋଲି ଆଜି ଉତ୍କଲିୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀରେ ଵକ୍ତା ମାନେ କହିଛନ୍ତି। ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହି ସମାଜସେବା, ସାହିତ୍ୟ, ଶିକ୍ଷା…

Read More