Blog

କିଟ୍ ଘଟଣା ଉପରେ ସି. ପି.ଆଇ.(ଏମ୍)ର ଦାବିପତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): କିଟରେ ଘଟିଥିବା ବର୍ବରୋଚିତ କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସି.ପି.ଆଇ.(ଏମ୍) ନୟାଗଡ଼ ଜିଲ୍ଲା କମିଟି। କିଟ୍ ପରିସରରେ ନେପାଳୀ ଛାତ୍ର ମାନଙ୍କ ଉପରେ ଘଟିଥିବା ଅତ୍ୟାଚାର, ଛାତ୍ରୀର ଦୟନୀୟ ମୃତ୍ୟୁ ଉପରେ ହାଇକୋର୍ଟର ବିଚାରପତିଙ୍କ ଦ୍ଵାରା ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବା, ନେପାଳୀ ଛାତ୍ରମାନଙ୍କ ପ୍ରତି ଆଚରଣର ଏବଂ କିଟ୍ ମ୍ୟାନେଜମେଣ୍ଟର କାର୍ଯ୍ୟକଳାପକୁ ତଦନ୍ତ ପରିସରଭୁକ୍ତ କରିବା, କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ ପଦକ୍ଷେପ ନେବା ପ୍ରଭୃତି ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦରେ ପାର୍ଟିର ବରିଷ୍ଠ ନେତୃତ୍ଵ ବିଶ୍ଵନାଥ ମହାପାତ୍ର, ସରୋଜ ନାୟକ, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, କୁଳମଣି ପୃଷ୍ଟି, ନିରଞ୍ଜନ ସାହୁ, ଅଧିକାରୀ…

Read More

ଧୂମଧାମରେ ପାଳିତ ହୋଇଯାଇଛି ଲଡ଼ୁକେଶ ମହାଦେବଙ୍କ କଳସ ଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜ଼ିଲ୍ଲା ମାଛିପଡା ପଂଚାୟତର ରଘୁନାଥପୁରରେ ପାଳିତ ହୋଇଯାଇଛି ଲଢୁକେଶ ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ପ୍ରଥମ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନେ ଗ୍ରାମ ନଈରୁ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରିବାପରେ ମନ୍ଦିରରେ ଆସି ପହଞ୍ଚିଥିଲେ। ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ସମସ୍ତ ଦେବାଦେବୀଙ୍କୁ ବେଦ ଧୂନିରେ ଆମନ୍ତ୍ରଣ କରାଯାଇଥିଲା। ପରେ କଳସ ଯାତ୍ରାରେ ସାମିଲ ଥିବା ସମସ୍ତ ବ୍ରତଧାରୀମାନେ ପଣା ସେବନ କରିବା ସାଙ୍ଗକୁ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କବି ସମ୍ମିଳନୀ ହୋଇଥିଲା।  ୪ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ମହାଶିବରାତ୍ରିଦିନ ଲଡ଼ୁକେଶ ମହାଦେବଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Read More

ନୟାଗଡ଼ ଜିଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପାଣିପୋଇଲା ନିକଟସ୍ଥ ବୁଢ଼ୀଝରି ଶାଳବଣିରେ ନୟାଗଡ଼ ଜିଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଛି। ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଜିଲା ପରିଷଦ ସଭ୍ୟ ତଥା ସାମ୍ବାଦିକ ରାମେଶ୍ବର ଶତପଥୀ, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ନିଶିକାନ୍ତ ରଥ, ପ୍ରଭାକର ଶିରୋମଣୀ, ସାମ୍ବାଦିକ ସୁବାସ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଏପ୍ରିଲ ମାସରେ ତିନିଦିନ ଧରି ସଂଘ ତାର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରିବ ବୋଲି ନିଷ୍ପତି ନିଆଯାଇଛି। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ଲାଗି ମତ ପ୍ରକାଶ ପାଇଥିଲା। ଜୟନ୍ତୀ ପାଳନ ଲାଗି ସଂଘର କର୍ମକର୍ତ୍ତାମାନେ ନିଜର ମତ ଉପସ୍ଥାପନା କରିଥିଲେ। ଏଥିସହ ଏକ କମିଟି ଗଠନ କରାଯାଇ…

Read More

ଜଙ୍ଗଲ ନିଆଁ ରୋକିବା ପାଇଁ ଅରୋମୀରା ଟ୍ରଷ୍ଟ ପ୍ରତିଷ୍ଠାତାଙ୍କ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ପାଖେଇ ଆସୁଛି ଗ୍ରୀଷ୍ମ ଋତୁ। ଜଙ୍ଗଲ ନିଆଁ ରୋକିବା ପାଇଁ ଅରୋମୀରା ଟ୍ରଷ୍ଟ ପ୍ରତିଷ୍ଠାତା ସୁକାନ୍ତ ଚୌଧୁରୀଙ୍କ ଭିନ୍ନ ପ୍ରୟାସ। ଗ୍ରୀଷ୍ମ ଋତୁରେ ବାୟୁ ମଣ୍ଡଳର ଉଷ୍ମତା ସହିତ ଜଙ୍ଗଲ ନିଆଁ ଜନ ଜୀବନକୁ ଅସ୍ତ ବ୍ୟସ୍ତ କରି ଦେଇଥାଏ। ଏହି ନିଆଁ ଜଙ୍ଗଲ, ପଶୁ ପକ୍ଷୀଙ୍କ ଅକାଳ ମୃତ୍ୟୁ ଆଣିବା ସହିତ ଉପକାରୀ ଉଭିଦମାନଙ୍କୁ ପୋଡ଼ି ଜାଳି ନଷ୍ଟ କରିବା ସହ ଜୈବ ଭାରସାମ୍ୟ ନଷ୍ଟ କରି ଦେଇଥାଏ।ଚଳିତ ବର୍ଷ ଅଧିକ ଉତ୍ତାପ ବୃଦ୍ଧିର ପୂର୍ବାନୁମାନକୁ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ସ୍ୱରୂପ ପୂର୍ବ ବର୍ଷମାନଙ୍କ ପରି ଓଡଗାଁ ବ୍ଲକ୍ କୁରାଳସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୋମୀରା ଟ୍ରଷ୍ଟ ତରଫରୁ ସମ୍ପୂର୍ଣ୍ଣ ମାନବ କୃତ ଜଙ୍ଗଲ ନିଆଁକୁ ରୋକିବା ଲାଗି ଗାଁ କୁ ଗାଁ ବୁଲି ଲୋକମାନଙ୍କୁ  ସଚେତନ କରୁଛନ୍ତି…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ରୂପେ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗୀୟ ମୁଖ୍ୟ କୃପାସିନ୍ଧୁ କରନ୍ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପ୍ରଧାନଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯକ୍ରମ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଆଜିର ଆଲୋଚ୍ୟ ବିଷୟ ଶିଶୁଙ୍କ ଶାରୀରିକ ଓ ମାନସିକ  ଆବଶ୍ୟକତା ଓ ପରିବାରରେ ଆହାର ଓ ବିହାର ବ୍ୟବସ୍ଥା ବିଷୟରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯକ୍ରମଟି ବିଦ୍ୟାଳୟର ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ, ସମସ୍ତ ଗୁରୁଜୀ ଗୁରୂମା ଓ ପରିଚାଳନା ସମିତି ଓ…

Read More

ଜିଲ୍ଳା ଆଇନ୍‌ସେବା ପ୍ରାଧିକରଣ ତରଫରୁ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଖେଳପଡ଼ିଆ ପରିସରରେ ପାଣିବୋତଲ, ଜରି, ଗଛର ଡାଳପତ୍ର ପଡ଼ି ପଡ଼ିଆଟି ଅପରସ୍କାର ହୋଇ ପଡ଼ିଥିଲା। ଏହି ପଡ଼ିଆରେ ଖେଳପ୍ରେମୀମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ନୟାଗଡ଼ର ସଚେତନ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇଥାନ୍ତି। କିନ୍ତୁ ଦୁଃଖର ବିଷୟ ଅସଚେତନତା ଜନସାଧାରଣ ପଡ଼ିଆରେ ଅପରିସ୍କାର କରି ପଡ଼ିଆଟିକୁ ଦୂଷିତ କରିଛନ୍ତି।ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶ ଜିଲ୍ଲା ଆଇନ ସଚେତନତା କର୍ମୀମାନେ ହାତରେ ଝାଡ଼ୁଧରି ପଡ଼ିଆଟିକୁ ପରିସ୍କାର କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ…

Read More

ବିଶ୍ଵ ମାତୃଭାଷା ଦିବସ ଅବସରରେ ବହୁଭାଷୀ କବିତା ଓ ସଙ୍ଗୀତ ଆସର ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଫେବୃଆରୀ ୨୧ ହେଉଛି ବିଶ୍ଵ ମାତୃଭାଷା ଦିବସ। ଏହି ଅବସରରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ,ମା’ ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ,ପରମ୍ପରା ସାହିତ୍ୟ ସଂସଦ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ନାଟ୍ୟଧାରା, ମୈତ୍ରୀ ଯୁବ ସଂସଦ, ଆର୍ଟ ପଏଣ୍ଟ ଓ ସୁଧା ସାଂସ୍କୃତିକ ପରିଷଦର ମିଳିତ ଆୟୋଜନରେ ମୁକ୍ତାକାଶ ବହୁଭାଷୀ କବିତା ଓ ସଙ୍ଗୀତ ଆସର ସ୍ଥାନୀୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ କବି ଏମ. ଔରଙ୍ଗଜେବ, ବିଶିଷ୍ଟ ସାହିତ୍ୟନୁରାଗୀ ଉପେନ୍ଦ୍ର ତ୍ରିପାଠୀ, କବି ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ। କବି ତଥା ଅଧ୍ୟାପକ…

Read More

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କନ୍ୟା ସନ୍ତାନ ମାନେ ଉପଯୁକ୍ତ ଶିକ୍ଷା ପାଇଲେ ସମାଜର ଉନ୍ନତି ଘଟିବ ବୋଲି ମତବ୍ୟକ୍ତ କରିଥିଲେ। କନ୍ୟା ସନ୍ତାନ ମାନଙ୍କୁ ଠିକ ଭାବରେ ଲାଳନ ପାଳନ ସହିତ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପାଣ୍ଡେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ତଥା ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟା ସଂଯୁକ୍ତା ପଢ଼ିଆରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଜୟଶ୍ରୀ ପ୍ରଧାନ, ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା…

Read More

ନୟାଗଡ ମେଡିକାଲ କଲେଜ ସ୍ଥାପନା ପ୍ରସଙ୍ଗ

ଜିଲ୍ଲାବାସୀଙ୍କୁ ଡବଲ ଇଞ୍ଜିନ ସରକାର ଲଲିପପ ଧରେଇଲେ ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ବିଧାନସଭାରେ ବଜେଟ ଉପସ୍ଥାପନ ପରିପ୍ରେକ୍ଷୀରେ ମୋହନ ସରକାରଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ମୋହର ମାରି ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭଦ୍ରକ ଜିଲ୍ଲା ଏବଂ ନୟାଗଡ ଜିଲ୍ଲା ଭୌଗଳିକ ଏବଂ ଜନସଂଖ୍ୟା ଦୃଷ୍ଟିରୁ ସମାନ। ଏକଦିନରେ ଜିଲ୍ଲାର ମାନ୍ୟତା ପାଇଥିଲା। ତେବେ ଉଭୟ ଜିଲ୍ଲାର ଜନସାଧାରଣ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବୀ ଉଠାଉ ଥିଲେ। କିନ୍ତୁ ବିଜେପି ସରକାର ପାତରଅନ୍ତର ନୀତି ଆପଣାଇ ନୟାଗଡ ଜିଲ୍ଲା ବାସୀଙ୍କୁ ଭଣ୍ଡେଇ ଦେଇଛନ୍ତି ବୋଲି ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଟୁଇଟ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ଯେତେବେଳେ ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ…

Read More

ଭାରତର ବିଭିନ୍ନ ଜନଜାତିର ଭାଷା ଆଧାରରେ ଜାତୀୟସ୍ତରୀୟ ଅନୂଦିତ କାବ୍ୟପାଠ

ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ୫ ଟି ରାଜ୍ୟର ୧୫  ଜଣ ଯୁବ କବି ତଥା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା  ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର। ” ଶବ୍ଦ ଖୋ ଗୟେ ବସନ୍ତ କେ ଫୁଲୋଁ ମେଁ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ , ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ଓଡ଼ିଶା,,ଆସାମ, ରୁ ସାହିତ୍ୟିକମାନେ ପ୍ରତିନିଧିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍ତରାଖଣ୍ଡର ବିଶିଷ୍ଟ ଲେଖକ, ଅନୁବାଦକ ଗମ୍ଭୀର ସିଂହ ପଲାନୀ ଯୋଗଦେଇ କହିଥିଲେ-ବର୍ତ୍ତମାନ ସାହିତ୍ୟ ରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଏବଂ ଯୁବ ପିଢୀ ର ଯୋଗଦାନ ଏହି ଆବଶ୍ୟକତା କୁ ସଫଳ କରିପାରିବ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଯୁବ ଅନୁବାଦକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁବାଦ ସାହିତ୍ୟ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମରେ…

Read More