ନୟାଗଡ଼,(ନୟାଗଡ଼ ଦର୍ପଣ): ବାପା ମା ନିଜ ପୁଅଝିଅଙ୍କୁ ପାଳିପୋଷି ବଡ଼ କରିବାରେ କିଛି ସର୍ତ୍ତ ରଖି ନଥାନ୍ତି। ସେମାନେ ନିଜ ପାଇଁ ନୁହେଁ, ବରଂ ପୁଅ ଝିଅଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଟି ଆହ୍ୱାନକୁ ଖୁସି ଖୁସିରେ ସାମ୍ନା କରିଚାଲିଥାନ୍ତି। ହେଲେ, ସିଡିରେ ଗଛ ଚଢି ସାରିବା ପରେ ସିଡିକୁ ଭୁଲିଯିବା ନ୍ୟାୟରେ ଏବର ଅନେକ ପୁଅ ବାପା ମା’ଙ୍କୁ ହତାଦର କରି ଅସହାୟ କରି ଚାଲିଛନ୍ତି। କେବଳ ସାମାଜିକ ସମାଲୋଚନାରୁ ବର୍ତ୍ତି ଯିବାପାଇଁ ଏକ ନୂଆ ବାଟ ଖୋଜି ନେଇଛନ୍ତି, ଯାହାକି ଏକ ସଂସ୍କୃତିରେ ପରିଣତ ହୋଇଛି। ଅନ୍ୟର ପୁଅ ହାତରେ ନିଜର ଦାୟିତ୍ଵ ସମର୍ପି ଦେଇ, ସେମାନେ ସମାଜକୁ ଦେଖାଉଛନ୍ତି ଯେ ଆମ ବାପା ମା ଖୁସିରେ ଅଛନ୍ତି। ପରପୁଅ ଦାୟିତ୍ଵ ପାଳି ଚାଲିଛି ସତ…
Read MoreBlog
ରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ବସ୍ତାବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟମେଳାର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଭିନ୍ନ ସ୍ୱାଦର ଏକ ବାସ୍ତବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’ । ସୋମବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ମଳୟ କୁମାର ମହାନ୍ତି । ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ପରିବେଷିତ ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ମାନସ କୁମାର ପରିଡ଼ା।ଆଜି ଅତିଥିଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ…
Read Moreଛାତ୍ରଛାତ୍ରୀଙ୍କୁ ନେଇ ପଥପ୍ରାନ୍ତ ନାଟକ “ଜଙ୍ଗଲ ଦେଇଛି ଜୀବନ ପ୍ରାଣ”
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଇକୋକ୍ଳବ ଓ ସ୍କାଉଟ ଗାଇଡର ପ୍ରାୟ ୨୦ଜଣ ଛାତ୍ର ଛାତ୍ରୀମାନଙ୍କୁ ନେଇ ରୋହିବାଙ୍କ ଗ୍ରାମରେ “ଜଙ୍ଗଲ ଦେଇଛି ଜୀବନ ପ୍ରାଣ ” ପଥପ୍ରାନ୍ତ ନାଟକ ପରିବେଷଣ ହୋଇସାରିଛି। ପିଲାମାନେ ଭାଲୁ, ସିଂହ, ହରିଣ, ଶୁଆ, ଚିଲ, ସାଗୁଣା ଆଦି ବେଶ ଓ ମୁଖାପିନ୍ଧି ପରିବେଷଣ କରିଥିଲେ। ଜଙ୍ଗଲରେ ନିଆଁ ଲଗାଇବାର କୁପରିଣତି ସ୍ୱରୂପ ତାପମାତ୍ରାରେ ଅହେତୁକ ବୃଦ୍ଧି ସାଙ୍ଗକୁ ଜଙ୍ଗଲରେ ବାସକରୁଥିବା ପଶୁପକ୍ଷୀ ମାନଙ୍କର ବାସସ୍ଥାନ ହରାଇଛନ୍ତି। ସେ କାରଣରୁ ପଶୁପକ୍ଷୀମାନେ ଗ୍ରାମ ଓ ସହର ଅଭିମୁଖୀ ହେବା ସାଙ୍ଗକୁ ମଣିଷ ଓ ପଶୁମାନଙ୍କ ମଧ୍ୟ୍ୟରେ ଖାଦ୍ୟ ଖାଦକ ଲଢେଇ ପାଇଁ ଉଭୟଙ୍କ ଜୀବନ ହାନି ହେବା, ବର୍ଷା ଉଭେଇ ଯିବା ଆଦି ବିପଦ ପ୍ରତି ଲୋକଙ୍କୁ ସଚେତନ କରାଇ ଜଙ୍ଗଲରେ ଗଛଲଗାବା, ଜଙ୍ଗଲକୁ ନିଆଁ ଦାଉରୁ…
Read Moreଧର୍ମପରାୟଣ ମହିଳାଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡଗାଁର ଅଞ୍ଚଳର ବିଶିଷ୍ଟ ଧର୍ମପରାୟଣ ମହିଳା ଉର୍ମିଳା ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ସେ ଜଣେ ଧର୍ମପରାୟଣା ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ଜଣାଶୁଣା ଥିଲେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ସ୍ବର୍ଗତ ଉର୍ମିଳା ପଟ୍ଟନାୟକ ଅଲେଖ ଚନ୍ଦ୍ର ପଟ୍ଟନାୟକଙ୍କ ଧର୍ମପତ୍ନୀ। ମୃତ ବେଳକୁ ତାଙ୍କୁ ୮୩ବର୍ଷ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କର ପୁଅ, ବୋହୁ ଓ ନାତୁଣୀ, ଝିଅ, ଜ୍ୱାଇଁ ଉପସ୍ଥିତ ଥିଲେ।
Read Moreସୁଦାମା – ୧୯୬୮ମସିହା ବନ୍ଧୁ ମିଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବଜେନ୍ଦ୍ର ହାଇସ୍କୁଲର ୧୯୬୮ବ୍ୟାଚ ସହପାଠୀ ମାନଙ୍କ ର ଏକ ବନ୍ଧୁମିଳନ ବୁଢାବୁଢିଆଣୀ ଜଳଭଣ୍ଡାର ଠାରେ ଗତ 2ତାରିଖ ମଧ୍ୟାହ୍ନ ରେ ଆନନ୍ଦ ଉଲ୍ଲାସ ମଧ୍ୟ ରେ ଅନୁଷ୍ଠିତ ହୋଇଛି, ବିଦାୟୀ ବନ୍ଧୁ ମାନଙ୍କ ର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ସହପାଠୀ ମାନଙ୍କ ମଧ୍ୟ ରେ ଆଲୋଚନା, ଛାତ୍ର ଜୀବନ ଅନୁଭୁତି, ସମ୍ପର୍କେ ଏବଂ ଅନେକ ସ୍ମରଣୀୟ କଥା କୁ ନିଜ ଭିତରେ ବାଣ୍ଟି ଥିଲେ,ମଉଜ ମଜଲିସ ମଧ୍ୟ ରେ ସାଙ୍ଗ ମନେ ସେମାନଙ୍କର ଧର୍ମପତ୍ନୀ ମାନଙ୍କ ସହ ଦୀର୍ଘ, 5ଘଣ୍ଟା ପର୍ଯ୍ୟନ୍ତ ଆନନ୍ଦ ର ସହ ବିତାଇଥିଲେ, ଡ଼କ୍ଟର ଅଶ୍ୱିନୀ କୁମାର ମିଶ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବ କୁ ଅନ୍ୟତମ ସହପାଠୀ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ…
Read Moreପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୫ ଉଦ୍ଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମାର୍ଚ୍ଚ ୨ ତାରିଖ ରବିବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଶୁଭକାନ୍ତ ପାଢ଼ୀ, ନାଟ୍ୟ ନିର୍ଦ୍ଦେଶିକା ସୌନିକା ସାହୁ ପ୍ରମୁଖ ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ନାଟ୍ୟାନୁଷ୍ଠାନ ନାଟ୍ୟଧାରା ପକ୍ଷରୁ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ଛଅଦିନ ଧରି ହେବାକୁଥିବା ଏହି ନାଟ୍ୟମେଳାର ଉଦ୍ଘାଟନୀ ଦିବସରେ ବିଦ୍ୟାକନକ ସୃଜନାନୁଷ୍ଠାନ, ଭୁବନେଶ୍ୱର…
Read Moreନୟାଗଡ଼ରେ କ୍ରମାଗତ ମନ୍ଦିର ଚୋରିକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ଚିଠି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଢିଲା ପ୍ରଶାସନିକ ବ୍ୟବସ୍ଥା ପାଇଁ ବିଭିନ୍ନ ମଠ ମନ୍ଦିର ସମ୍ପତି ସୁରକ୍ଷିତ ନାହିଁ। କେହି ଦୁର୍ବୁତ୍ତ କ୍ରମାଗତ ଭାବେ ବଡପଣ୍ଡୁସର ଉଗ୍ରେଶ୍ୱର ମହାଦେବ ମନ୍ଦିର, ଓଡଗାଁ ଦୁତିକେଶ୍ୱର ମହାଦେବ ମନ୍ଦିର, ନୟାଗଡ ଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ମନ୍ଦିର, ଦକ୍ଷିଣକାଳୀ ମନ୍ଦିରରେ ସମାନ ପ୍ରକ୍ରିୟାରେ ଚୋରି ହୋଇ ଠାକୁରଙ୍କ ବହୁପୁରାତନ ମୂଲ୍ୟବାନ ମୂର୍ତ୍ତି, ବିଭିନ୍ନ ପ୍ରକାର ସୁନାରୂପା ଅଳଙ୍କାର ଏବଂ ଦାନ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଯିବା ପରେ ମଧ୍ୟ ଚୋରଙ୍କୁ ଧରିବା ଏବଂ ଚୋରି ଯାଇଥିବା ଠାକୁରଙ୍କ ସମ୍ପତ୍ତି ଉଦ୍ଧାର ହୋଇ ପାରୁନାହିଁ ନୟାଗଡ଼ ପୋଲିସ। ଜିଲ୍ଲାର ପ୍ରତିଷ୍ଠିତ ମନ୍ଦିର ମାନଙ୍କରେ ଯେତିକି ପୋଲିସ ସୁରକ୍ଷା ଯୋଗାଇ ଦିଆଯିବା କଥା ସେତିକି ହୋଇନଥିବାରୁ ଜିଲ୍ଲା ପୋଲିସ ଏବଂ ପ୍ରଶାସନ କାର୍ଯ୍ୟଦକ୍ଷତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନୟାଗଡ…
Read Moreରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସିଆଇଟିୟୁ ନେତୃତ୍ୱରେ ଆଶାକର୍ମୀଙ୍କ ବିକ୍ଷୋଭ
ରଣପୁର,(ନୟାଗଡ଼ ଦର୍ପଣ): ସିଆଇଟିୟୁ ନେତୃତ୍ୱରେ ଓଡିଶା ଆଶା କର୍ମୀ ଆସୋସିଏସନ, ରଣପୁର ବ୍ଲକ କମିଟି ତରଫରୁ ୧୭ ଦଫା ସମ୍ବଳିତ ଦାବୀ ଉପରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ ହୋଇଥିଲା ବେଳେ ଆଶାକର୍ମୀଙ୍କ ମାର୍ଚ୍ଚ ୧୦ ତାରିଖରୁ ରାଜ୍ୟ ବିଧାନସଭା ସମ୍ମୁଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସଫଳ କରିବାକୁ ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଛି। ଶତାଧିକ ଆଶା କର୍ମୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ରାଜ ସୁନାଖଳା ଦକ୍ଷିଣକାଳୀ ଠାରୁ ବାହାରି ବଜାର ପରିକ୍ରମା କରି ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ କରା ଯାଇଥିଲା। ଜାମିନି ରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତାମାନେ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ମୋହନ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଦୀର୍ଘ ୧୯ବର୍ଷ…
Read Moreଜଙ୍ଗଲ ଜମିରେ ନିର୍ମିତ ବେଆଇନ ପଞ୍ଚାୟତ ଅଫିସକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଲେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ପଞ୍ଚାୟତରେ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ନିର୍ମାଣ କରା ଯାଇଥିବା ପଞ୍ଚାୟତ ଗୃହକୁ ହଟାଇବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍(ଏନ୍.ଜି.ଟି) ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ନୟାଗଡ ଜିଲ୍ଲାପାଳ, ଖୋର୍ଦ୍ଧା ଡି.ଏଫ୍.ଓ ଓ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଜ୍ଞାନିକଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଥିଲା। ଏହି ମାମଲାରେ ରାଜ୍ଯ ସରକାର, ରାଜ୍ଯ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ରାଜସ୍ଵ ବିଭାଗ ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ ଜିଲ୍ଲାପାଳ, ନୟାଗଡ ଏସ୍.ପି, ରଣପୁର ତହସିଲଦାର୍, ଝାଡପଡା ପଞ୍ଚାୟତର ସରପଞ୍ଚ ଓ ଝାଡପଡା ଗ୍ରାମର ଅନ୍ଯ ଜଣେ ବ୍ଯକ୍ତିଙ୍କୁ ନୋଟିସ୍ ଜାରି ହୋଇଥିଲା। ଝାଡପଡା ଗାଁ’ ର ନିତ୍ଯାନନ୍ଦ ଜେନାଙ୍କ ସମ୍ମତି…
Read Moreସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା
ନୟାଗଡ଼, (ନୟାଗଡ଼ ଦର୍ପଣ): ଗପ ଆମ ସଂସ୍କୃତିର ଅଭିନ୍ନ ଅଧ୍ୟାୟ। ଗପ ମାଧ୍ୟମରେ ଶିଶୁର ବୌଦ୍ଧିକ ବିକାଶ ହେବା ସହିତ ଭଲ ମଣିଷ ହେବାକୁ ପ୍ରେରିତ ହୋଇଥାଏ। ସେଥିପାଇଁ ଅଜା,ଆଈ ଓ ଜେଜେମା ନାତି ନାତୁଣୀଙ୍କୁ ପିଲାଦିନେ ଗପ ଶୁଣାନ୍ତି। ଧୀରେଧୀରେ ଗପ ଶୁଣିବା ଓ ଶୁଣାଇବା ପ୍ରଥା ବିଲୁପ୍ତ ହେବାକୁ ବସିଲାଣି। ଇଣ୍ଟରନେଟ୍ ର ପ୍ରଚୁର ବ୍ୟବହାର ଆଜି ଆମ ପୁରୁଣା ସଂସ୍କୃତିକୁ ବାଟବଣା କଲାଣି। ପିଲାଟି ଗପ ଶୁଣି ପରେ କହିଥାଏ। ଏହି ପ୍ରଥାକୁ ପୁନଃର୍ଜୀବିତ କରିବା ଉଦ୍ଦେଶ୍ୟରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ “ଗପ ଶୁଣିବା ଓ କହିବା” କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମରୁ ନବମ ଶ୍ରେଣୀର ପାଖାପାଖି ପଚାଶ ଜଣ ଛାତ୍ରଛାତ୍ରୀ ଖୁବ୍ ସୁନ୍ଦର୍ ସୁନ୍ଦର୍ ଗପ ଶୁଣାଇ ଥିଲେ। ଆଜିର…
Read More