Blog

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଉଦବେଗ ପ୍ରକାଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଠାରେ ଏକ ନୂତନ ରେଳ ଷ୍ଟେସନ ଗତବର୍ଷ ଜାନୁଆରୀ ମାସରୁ ଉଦଘାଟିତ ହେବା ପରଠାରୁ ଦଶପଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଯାତ୍ରୀ ପୁରୀକୁ ନିୟମିତ ଯିବା ଆସିବା କରୁଛନ୍ତି। ଖୁବ୍ କମ୍ ଖର୍ଚ୍ଚରେ ଏବଂ ଗୋଟିଏ ଦିନରେ ପୁରୀ ଯାଇ ସେଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ସମୁଦ୍ରକୂଳ ବୁଲାବୁଲି ହୋଇ ପାରୁଥିବାରୁ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦଶପଲ୍ଲା ନିକଟବର୍ତ୍ତି ଗଣିଆ, ଛାମୁଣ୍ଡିଆ, ବଡ଼ସିଲିଙ୍ଗା, ବାଣିଗୋଚ୍ଛା, ଟାକେରା, କଳସଖମଣ ଏପରିକି ବୌଦ୍ଧ, ଚାରିଛକ, ମାଧପୁର ଆଦି ଅଞ୍ଚଳରୁ ଲୋକମାନେ ପ୍ରତ୍ୟହ ଭୁବନେଶ୍ୱର ଏବଂ ପୁରୀ ଯା’ଆସ କରୁଛନ୍ତି । ଦିନକୁ ଦିନ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ପୁରୀକୁ ସ୍ୱତନ୍ତ୍ରଭାବେ ମେମୁ ଟ୍ରେନ ପ୍ରଚଳନ କରିବା…

Read More

ସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ (DYFI) ପକ୍ଷରୁ ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ପଞ୍ଚାୟତ ଯୁରଗଣ୍ଡା ଗ୍ରାମ ଠାରେ ସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ କରାଯାଇଅଛି। ପ୍ରଥମେ ସହିଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କଲାପରେ ଆଲୋଚନା ସଭା ଗୋପବନ୍ଧୁ ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂଗଠନର ବ୍ଲକ କମିଟି ସଂପାଦକ ବିପିନ କୁମାର ବାଜୁ ସ୍ବାଗତ ଭାଷଣ ଦେଲାପରେ, ଆଦିବାସୀ ନେତା ଶ୍ରୀନିବାସ ଜାନି ସମ୍ମାନିତ ଅତିଥି, ଆଡଭୋକେଟ୍ ଶରତ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଓ ବିଶିଷ୍ଟ ଲେଖକ ତଥା ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର ମୁଖ୍ୟଅତିଥି ଭାବେ ସହିଦଙ୍କ ସ୍ମୃତିଚରଣ ସହିତ ତାଙ୍କ ବେସାଲିସ ସଂଗ୍ରାମ ଓ ବଳିଦାନ ବିଷୟରେ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ମୁନା ନାୟକ,…

Read More

୨୭ ମାର୍ଚ୍ଚ ବିଧାନସଭା ଘେରାଓ ପାଇଁ ନୟାଗଡ ଡିସିସି ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ସ୍କୁଲ କଲେଜ ଛାତ୍ରୀ ଏବଂ ନାରୀମାନଙ୍କୁ ନ୍ୟାୟ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଆଗାମୀ ୨୭ ମାର୍ଚ୍ଚ ଗୁରୁବାର ବିଧାନସଭା ଘେରାଓ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ପର୍ଯ୍ୟବେକ୍ଷକ ମାନସ ଆଚାର୍ଯ୍ୟ, ଅମ୍ରିତା ଦାସ ଯୋଗଦେଇ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ଏଯାଏଁ ୫୫ ଛାତ୍ରୀ ଗଣଧର୍ଷଣ ଶିକାର ଏବଂ ପ୍ରାୟ ୧୫୦୦ ନାବାଳିକା ମହିଳା ନିଖୋଜ ଏବଂ ଗଣଦୁଷ୍କର୍ମ ଶିକାର ହୋଇଥିବାରୁ କଂଗ୍ରେସ ଏହାର ତଦନ୍ତ ପାଇଁ ବିଧାନସଭା ରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ସହ ଗୃହ କମିଟି ଗଠନ ପାଇଁ ଦାବୀ ଉତ୍ଥାପନ କରିବା ବେଳେ…

Read More

ଘଟଣାର ଦିନକ ପରେ ବି ଏତଲା ଦେଉନାହାଁନ୍ତି କଲେଜ କର୍ତୃପକ୍ଷ, ଆସୁଛନ୍ତି ଏଆଇସିସି ସମ୍ପାଦିକା ରୋଜଲିନା ତିର୍କୀ

ମୃତ ଶିଶୁ ପ୍ରସବ କରିଥିବା ନୟାଗଡ କଲେଜ ପୀଡିତା ଛାତ୍ରୀଙ୍କୁ ମେଡିକାଲରେ ଭେଟିଲେ କଂଗ୍ରେସ ଟିମ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ମାଳତୀ ଚୌଧୁରୀ ଛାତ୍ରୀ ନିବାସ ରେ ରହି ଯୁକ୍ତ ତିନି ଶ୍ରେଣୀ ର ଆଦିବାସୀ ଛାତ୍ରୀ ଙ୍କ ମୃତ ଶିଶୁ ପ୍ରସବ ଭଳି ସମ୍ବେଦନଶୀଳ ପ୍ରସଙ୍ଗ କୁ ଗମ୍ଭୀରତlର ସହ ନେଇଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ l ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଙ୍କ ଠାରୁ ଏହି ସ୍ପର୍ଶକାତର ଘଟଣା ସମ୍ପର୍କ ରେ ଅବଗତ ହେବା ପରେ ପୂର୍ବତନ ସାଂସଦ ନକୁଳ ନାଏକ,ପିସିସି ମୁଖପାତ୍ର ସୋନାଲି ସାହୁ, ଖୋର୍ଦ୍ଧା ଡିସିସି ସଭାପତି ରାଜୀବ ପଟନାୟକ ଏବଂ ନୟାଗଡ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ପ୍ରମୁଖ ଙ୍କୁ ସାମିଲ କରାଇ ନୟାଗଡ ମେଡିକାଲରେ…

Read More

୨୬ତମ ବିଶ୍ଵ କବିତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ୟୁନେସ୍କୋ ଦ୍ଵାରା ୧୯୯୯ମସିହାରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ଵ କବିତା ଦିବସ ଭାବରେ ଘୋଷଣା କରାଯିବା ପରେ ବିଶ୍ଵ ତମାମ ଏହି ଦିବସଟିକୁ ବିଶ୍ଵ କବିତା ଦିବସ ଭାବରେ ପାଳିତ ହୋଇଆସୁଛି। ନୟାଗଡ଼ର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମୂହ ଏହି ଦିବସଟିକୁ ନୟାଗଡ଼ର ଖେଳପଡିଆ ମୁକ୍ତାକାଶ ତଳେ ପାଳନ କରୁଥିଲେ। ଦୁଇ ହଜାର ବାଇଶି ମସିହାରେ ଅସୁସ୍ଥ ଥିବା ବିଶିଷ୍ଟ ସାହିତ୍ୟିକ ତଥା ପ୍ରବଚକ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ମନକୁ ଉଶ୍ୱାସ ଦେବା ଉଦ୍ଦେଶ୍ୟରେ ତାଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ଆୟୋଜିତ ହୋଇଥିଲା ବିଶ୍ଵ କବିତା ଦିବସ। ଉକ୍ତ ଦିନ ସ୍ୱର୍ଗତ ଚନ୍ଦ୍ରମଣି ପ୍ରଧାନ ନିଜେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥଲେ। ତତ୍ ସହିତ ସେ ଅନୁରୋଧରଖି କହିଥିଲେ ମୋର ବର୍ତ୍ତମାନ ହେଉ ବା ଅବର୍ତ୍ତମାନରେ ପ୍ରତିବର୍ଷ ଚନ୍ଦ୍ରକାନ୍ତି…

Read More

ଇଟାମାଟି ପୋଲିସକୁ ବଡ଼ ସଫଳତା, ଡକାୟତି ଉଦ୍ୟମ ପଣ୍ଡ, ୪ଗିରଫ ୫ଫେରାର

ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଥାନା ପୋଲିସକୁ ସଫଳତା। ଡକାୟତି ଉଦ୍ୟମ ପଣ୍ଡ, ୪ଗିରଫ, ୫ଫେରାର। କୈାଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ୯ଟା ସମୟରେ ଏସ୍ଆଇ ଗୋପବନ୍ଧୁ ମଲ୍ଲିକଙ୍କ ନେତୃତ୍ବରେ ଇଟାମାଟି ପୋଲିସ ସଂଙ୍ଖେଇ ହାଇସ୍କୁଲ ପଛପଟେ ଚଢାଉ କରିଥିଲା । ସଂଙ୍ଖେଇ ଓ ନୋତର ଅଞ୍ଚଳର ବିଭିନ୍ନ ଘରେ ଡ଼କାୟତି ଯୋଜନା କରୁଥିବା ୯ଜଣଙ୍କ ମଧ୍ୟରୁ ୪ଜଣ ଗିରଫ ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ପାଞ୍ଚଜଣ ଫେରାର ହୋଇଯାଇଥିଲେ। ଗିରଫ ଡକାୟତମାନେ ହେଲେ  ଡମସାହିର ଭାସ୍କର ରେଡ୍ଡୀ, କୁହୁଡିର ପ୍ରଦିପ ସିକାରୀ, ଛଣଗିରିର ଟୁକୁନା ରେଡ୍ଡୀ ଓ ଖଜୁରିପଡାର ମୁକ୍ତାର ଅଲ୍ଲୀ ସାହା । ଫେରାର ଡକାୟତମାନେ ହେଲେ ଏବଂ ପଳାତକ ଲୋକମାନେ ଥିଲେ  ନିରାକାରପୁର ର ରାଜୁ ପ୍ରଧାନ ସାନଖୁଣ୍ଟୁଣି ର ସ୍ବାଧିନ ପ୍ରଧାନ, ଛଣଗିରି ର…

Read More

ନୟାଗଡ଼ ଜିଲ୍ଲାରେ ବି.ଏଡ. ପାଠ୍ୟକ୍ରମ ଖୋଲିବା ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଏଡ ପାଠ୍ୟକ୍ରମ ଖୋଲିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏହା ଖୋଲି ନାହିଁ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ସମସ୍ତ ଜିଲ୍ଲାରେ ବିଏଡ ପାଠ୍ୟକ୍ରମ ଖୋଲା ଯିବା କଥା। ପ୍ରାୟ ସମସ୍ତ ଜିଲ୍ଲାରେ ଏହି ପାଠ୍ୟକ୍ରମ କେବେ ଠାରୁ ଖୋଲି ପାଠ ପଢ଼ା ଆରମ୍ଭ ହେଲାଣି। କିନ୍ତୁ ଦୁର୍ଭାଗ୍ୟର କଥା ନୟାଗଡ଼ ଜିଲ୍ଲାରେ ତାହା ଏପର୍ଯ୍ୟନ୍ତ ଖୋଲି ପାରିଲା ନାହିଁ।୧୯୯୩ ମସିହାରେ ଜିଲ୍ଲା ମାନ୍ୟତା ପାଇଥିବା ବେଳେ ଏହା ରାଜ୍ୟ ରାଜଧାନୀ ଠାରୁ ମାତ୍ର ୮୫ କିଲୋମିଟର ଦୂରରେ ଅବସ୍ଥିତ। ଏହାର ଭୌଗଳିକ ପରିସୀମା ପ୍ରାୟ ୩୮୯୦ ବର୍ଗ କିଲୋମିଟର। ରାଜ୍ୟ ମାନଚିତ୍ରରେ ଯଦିଓ ଏହା ବିଶେଷ ଭାବେ ଜଣାଶୁଣା କିନ୍ତୁ ଏଠାରେ ସାଧାରଣ ଶିକ୍ଷାନୁଷ୍ଠାନ ବ୍ୟତୀତ କୌଣସି ଏକ ମାନ୍ୟତା ପ୍ରାପ୍ତ   ଅନୁଷ୍ଠାନ ନାହିଁ। ଏଠାରୁ ବହୁ ମେଧାବୀ ଛାତ୍ରଛାତ୍ରୀ…

Read More

ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ପଖାଳ ଦିବସ ପାଳିତ

ଇଟାମାଟି, (ନୟାଗଡ଼ ଦର୍ପଣ): ଆଜି ମାର୍ଚ୍ଚ ମାସ ୨୦ ତାରିଖରେ ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ  ବିଶ୍ୱ ପଖାଳ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଇଟାମାଟି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସମାଜସେବୀ, ରକ୍ତଦାତା, ସାହିତ୍ୟିକ, ଗାୟକ, କଳାକାର, ଲୋକପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରକୃତିପ୍ରେମୀ ମାନେ ଯୋଗ ଦେଇଥିଲେ। ସମାଜସେବୀ ଭାଗିରଥି ବାଇ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ଦିଲ୍ଲୀପ କୁମାର ସାହୁ ଓ ପ୍ରଶାନ୍ତ କୁମାର ସାହୁ ଏହାକୁ ସଂଚାଳନ କରିଥିଲେ। ଏହି ସଭାରେ ଆଶିଷ କୁମାର ଅଗ୍ରୱାଲ, ବିଶ୍ୱନାଥ ମହାପାତ୍ର, ଶ୍ରବଣ ରାମ, କିଶୋର ଚନ୍ଦ୍ର ନାୟକ, ସଚ୍ଚିଦାନନ୍ଦ ସାଥୁଆ, ଉମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ପ୍ରଧାନ,ସୁବାସ ଜେନା, ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସୁଶାନ୍ତ ରାୟ, ସନ୍ତୋଷ ପୃଷ୍ଟି, ଘନଶ୍ୟାମ ବେହେରା, ସୁରେଶ ସ୍ୱାଇଁ,…

Read More

ଅଡିଟୋରିଅମରେ ନାହିଁ ବିଦ୍ୟୁତ ସଂଯୋଗ, ଅତ୍ୟଧିକ ଭଡ଼ା ବୃଦ୍ଧି ଯୋଗୁଁ ଉପଭୋକ୍ତା ବିମୁଖ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ପ୍ରତିଷ୍ଠିତ ପଠାଣି ସାମନ୍ତ ସଂସ୍କୃତି ଭବନ ଏହାର ଅବସ୍ଥିତି, ଆବଶ୍ୟକତା, ଆଧୁନିକୀକୃତ ଉତ୍କର୍ଷତା, ବିଶେଷ ଭାବରେ ମୁନିସିପାଲିଟିର ଏକ ମୂଲ୍ୟବାନ ସ୍ଥାୟୀ ସମ୍ପଦ ଭାବରେ ଅତ୍ୟନ୍ତ ଗୁରୁତ୍ବ ବହନ କରେ । ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ ସମ୍ପତ୍ତି ଅଚିରେ ପତନୋମୁଖୀ ହେବାର ଆଶଙ୍କା ରହିଛି  । ଏହି ଅଡିଟୋରିୟମକୁ ବିଦ୍ୟୁତ୍ ସଂଯୋଗ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ନକରିବା, ଏହାର ଭଡ଼ାକୁ ଅହେତୁକ ଭାବେ ବୃଦ୍ଧି କରି ଉପଭୋକ୍ତାମାନଙ୍କୁ ବିମୁଖ କରାଇ ଅଡିଟୋରିୟମକୁ ଦୀର୍ଘକାଳ ଧରି ଅବ୍ୟବହୃତ ରଖିବା ଓ ଫଳ ସ୍ୱରୂପ ଏହାର ଅବକ୍ଷୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା, ପରିସରକୁ ଅନୁପ୍ରବେଶ ଓ ପ୍ରଦୂଷଣରୁ ସୁରକ୍ଷା ଦେବାରେ ବିଫଳତା ପ୍ରଭୃତି କାରଣ ଗୁଡ଼ିକ ଏହାକୁ ବିପର୍ଯ୍ୟୟ ଆଡ଼କୁ ଆଗେଇ…

Read More

ଓଡ଼ିଶା ଲୋକ ଦଳ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ଲୋକ ଦଳ ତରଫରୁ ଆଜି ନିରାଡ଼ମ୍ବର ସହକାରେ ଟାଉନ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଜିଲ୍ଲା ସଭାପତି ଶାନ୍ତନୁ ବିଶୋଇଙ୍କ ସହିତ ସାମାଜିକ କର୍ମୀ ଶ୍ରୀଧର ପ୍ରଧାନ, ରାଜ୍ୟ ସଭାପତି ତଥା ଓଡ଼ିଶା ଲୋକ ଦଳର ପ୍ରତିଷ୍ଠାତା ସନ୍ତୋଷ ନାରାୟଣ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓଡ଼ଗାଁ ବ୍ଲକ ଜନ ଶୁଣାଣି ଶିବିରରେ ଯୋଗ ଦେଇଥିବାରୁ ନୟାଗଡ଼ ଜିଲ୍ଲାର ଅତ୍ୟାବଶକୀୟ ଦାବି ଗୁଡିକୁ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କୁ ଓଡ଼ିଶା ଲୋକ ଦଳ ସଭାପତି ଶାନ୍ତନୁ ବିଶୋଇ ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲାରେ ଏକ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା, କିଡ୍ନୀ ଓ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ଏବଂ କ୍ଷୁଦ୍ର ଶିଳ୍ପ ଓ କୁଟୀର…

Read More