ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ପୌର ପରିଷଦ ବିଜେଡି ସଭାପତି ଅମୂଲ୍ୟ ମହାନ୍ତି ବିଜୁ ବାବୁଙ୍କ ଦ୍ଵାରା ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା କରିବା ଅନୁଭୂତିକୁ ବକ୍ତବ୍ୟରେ କହିଥିଲେ। ମହିଳା ସଶକ୍ତି କରଣ କରିବାରେ ବିଜୁ ବାବୁଙ୍କ ଅବଦାନ ସ୍ମରଣୀୟ ବୋଲି ପୌର ପରିଷଦ…
Read MoreBlog
ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନରେ ନୟାଗଡ଼ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ ଉପ ସଭାପତି ବାଲାରସେନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଚେସ କମିଟିର କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ନୂତନ କମିଟି ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏଣୁ ଆସନ୍ତା ୨୭ ତାରିଖ ରବିବାର ଦିନ ନିର୍ବାଚନ କରାଯିବାକୁ ବୈଠକରେ ସ୍ଥିର ହୋଇଥିଲା। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଜିଲ୍ଲା ସଂଘରେ ଅଧିକ ନୂତନ ସଦସ୍ୟ ଗ୍ରହଣ କରିବା ତଥା ରାଜ୍ୟ ଚେସ ଆସୋସିଏସନର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଆନ୍ତଃ ବିଦ୍ୟାଳୟସ୍ତରୀୟ ଟୁର୍ଣ୍ଣାମେଣ୍ଟ, ଚେସ ପ୍ରଶିକ୍ଷଣ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।…
Read Moreଖୋଲିଲା ଓଡ଼ିଶାର ସର୍ବବୃହତ ଟନେଲ, ଖୋର୍ଦ୍ଧା-ବଲାଙ୍ଗିର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ବଡ଼ ଉପଲବ୍ଧି
ନୟାଗଡ଼, (ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ରୋଡ଼–ବଲାଙ୍ଗିର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ବଡ଼ ଉପଲବ୍ଧି। ଏହା ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ସହ ଅର୍ଥନୈତିକ ବିକାଶଧାରାକୁ ଆହୁରି ତ୍ବରାନ୍ୱିତ କରିବ। ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଥିବା ଏହି ଜନାଭିମୁଖୀ ପ୍ରକଳ୍ପ ପାଇଁ ଭାରତୀୟ ରେଳ ବିଭାଗ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ସବୁଠାରୁ ସୁଦୀର୍ଘ ରେଳ ସୁଡ଼ଙ୍ଗ, (୪,୧୮୫ ମିଟର ଦୈର୍ଘ୍ୟ ବିଶିଷ୍ଟ), ଖୋର୍ଦ୍ଧା-ବଲାଙ୍ଗିର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଟନେଲ୍ T-4 ର ଆଜି ସଫଳ ଭାବେ ‘ଡେଲାଇଟିଂ’ (Breakthrough) ବ୍ରେକଥ୍ରୁ କାର୍ଯ୍ୟ କରାଯାଇଛି। ଏହି ଟନେଲ୍ ବୌଦ୍ଧ ଜିଲ୍ଲାର ଆଡେ଼ଣିଗଡ଼-ଚାରିଛକ ଷ୍ଟେସନ ମଧ୍ୟରେ ଅବସ୍ଥିତ ଏବଂ ଏହି କାର୍ଯ୍ୟ ନୂତନ ଜ୍ଞାନକୌଶଳ…
Read Moreନୟାଗଡ ଡିସିସି ପ୍ରେସବାର୍ତ୍ତା ନାରୀ ନ୍ୟାୟ ପାଇଁ ମଶାଲ ଶୋଭାଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ନୟାଗଡ ବ୍ଲକ ଏବଂ ମୁନିସିପାଲିଟି କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ନାରୀ ନ୍ୟାୟ ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଗତ ୨୫ ବର୍ଷ ଧରି ନାରୀ ଶୋଷଣ, ନାବାଳିକା ଅତ୍ୟାଚାର, ସ୍କୁଲ ଛାତ୍ରୀ ଗର୍ଭବତୀ ପ୍ରସଙ୍ଗ ପ୍ରତି ବିଜେପି ସରକାର ଙ୍କ ଉଦାସୀନତା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ମେଡ଼ିସିନ ଦର ଆକାଶଛୁଆଁ, ଯୁବ ବର୍ଗ ଙ୍କ ପାଖେ ରୋଜଗାର ନଥାଇ ହୁ ହୁ ହୋଇ ବଢୁଥିବା ବେକାରୀ ସମସ୍ୟା ସମାଧାନ ପ୍ରତି ମୋହନ ସରକାର ଙ୍କ ଅବହେଳା ଏବଂ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀମାନେ ମଶାଲ ଶୋଭାଯାତ୍ରା ମାଧ୍ୟମରେ ରାଜ୍ୟ…
Read Moreରଣପୁରରେ ଦଣ୍ଡ ଯାତ୍ରା ଉଦଯାପିତ,
ନିଆଁ ଗାଡ଼ରେ ଚାଲିଲେ ଦଣ୍ଡୁଆ
ରଣପୁର, (ନୟାଗଡ଼ ଦର୍ପଣ): ଦଣ୍ଡଯାତ୍ରାର ଶେଷ ପର୍ବ ପାଳିତ ହୋଇଛି । ଦୀର୍ଘ ୧୭ ଦିନ ଧରି ଠାକୁର ପାଣିତୋଳା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିଲେ । ପ୍ରତିଦିନ ଅପରାହ୍ନରେ ଠାକୁର ସ୍ନାନ ପରେ ମାନସିକ ଧାରି ଭକ୍ତ ମାନଙ୍କ ଦୁଆରକୁ ଯାଇ ଭୋଗ ଖାଆନ୍ତି । ସନ୍ଧ୍ୟାରେ କାମନା ମନ୍ଦିରରେ ପଣା ସାରିବା ପରେ ରାତିରେ ସମସ୍ତ ଦଣ୍ଡୁଆ ଉଜାଗର ରହି ପୁଣି ମାନସିକ ଧାରି ଭକ୍ତ ଦୁଆରେ ସାୃସ୍କୁତିକ କାର୍ଯ୍ୟକ୍ରମ ପରିବେଶଣ କରେନ୍ତି । ଏହିଭଳି ଭାବରେ ରଣପୁର ଅଚଂଳରେ ପ୍ରାୟ ୧୭ରୁ ଉର୍ଦ୍ଧ୍ୱ କୋଟିରେ ନୀତି ପାଳନ ହୋଇଆସୁଥିଲା।ସଂଙ୍କ୍ରାନ୍ତିରେ ଶେଷ ପର୍ବରେ ଭଗତା ମାନେ ନିଆଁରେ ଚାଲିଛନ୍ତି। ପ୍ରଥମେ ସକାଳେ ରଣପୁରର ଆରାଧ ଦେବତା ସ୍ୱପ୍ନେଶ୍ୱରଙ୍କର ଭଗତାମାନେ ନିଆଁରେ ଚାଲିଥିଲେ। ଚାଲିବା ପୂର୍ବରୁ ଭଗତାମାନେ ମନ୍ଦିର ନିକଟରେ ଥିବା ପୋଖରୀରେ ଗାଧେଇବା…
Read Moreକବ୍ ଓ ବୁଲବୁଲ ରାଜ୍ୟ ପୁରସ୍କାର ପରୀକ୍ଷା – ୨୦୨୪
ଓଡଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସର ପରାମର୍ଶ କ୍ରମେ କବ୍ ବୁଲବୁଲ ରାଜ୍ୟ ପୁରସ୍କାର ପରୀକ୍ଷା-୨୦୨୪ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଓଡ଼ଗାଁରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଯୋଜକ ରବିନ୍ଦ୍ର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କବ୍ ମାଷ୍ଟର ପଞ୍ଚାନନ ପଣ୍ଡା ଓ ରଞ୍ଜନ କୁମାର ଦାଶଙ୍କ ଦ୍ୱାରା ପରୀକ୍ଷା ପରିଚାଳନା କରାଯାଇଥିଲା। ପ୍ରାରମ୍ଭରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କବ୍ ଓ ବୁଲବୁଲ ମାନଙ୍କ ଦ୍ୱାରା ସମୂହ ପ୍ରାର୍ଥନା ଓ ଝଣ୍ଡାଗୀତ୍ ଗାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ଗାଁ,ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଲମାନପୁର ଏବଂ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ କରଡା ହରିହରପୁରରୁ ମୋଟ ୫୦-ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଲିଖିତ ପରୀକ୍ଷା ପରେ କବ୍ ମଟୋ, ନିୟମ,ପ୍ରତିଜ୍ଞା, କବ୍ ଗ୍ରୀଟିଙ୍ଗ୍ସ ଏବଂ ବୁଲବୁଲ ଗ୍ରୀଟିଙ୍ଗ୍ସ ସହିତ ବିଭିନ୍ନ…
Read Moreପଲିଥିନ ଓ ପ୍ଲାଷ୍ଟିକ ଜାତ ଦ୍ରବ୍ଯର ବ୍ୟବହାରକୁ ନେଇ ରୋହିବାଙ୍କର ସ୍କାଉଟ ଗାଇଡ ଓ ଇକୋ କ୍ଲବର ଛାତ୍ରଛାତ୍ରୀଙ୍କ ଭିନ୍ନ ପ୍ରୟାସ
ଓଡ଼ଗାଁ(ନୟାଗଡ଼ ଦର୍ପଣ): ଦିନକୁ ଦିନ ପଲିଥିନ ଓ ପ୍ଲାଷ୍ଟିକ ଜାତ ଦ୍ରବ୍ଯର ବ୍ୟବହାର ଏ ମଣିଷ ଏତେ ମାତ୍ରାରେ ବୃଦ୍ଧି କରି ଚାଲିଛି ଯେ ନିଜର ଓ ନିଜର ପରବର୍ତ୍ତୀ ପିଢ଼ିର କ୍ଷତିର ଭୟାବହତା ନିଜେ ଜାଣି ମଧ୍ୟ ଭୁଲ ପରେ ଭୁଲ କରିଚାଲିଛି। ଏ ପଲିଥିନ ଓ ପ୍ଲାଷ୍ଟିକ କ୍ୟାନ୍ସର ରୋଗ ବୃଦ୍ଧି ସହିତ ଭୂତଳ ଜଳସ୍ତର ହ୍ରାସର କାରଣ ହେଉଛି ସେଥିପ୍ରତି ତିଳେ ମାତ୍ର ମନୁଷ୍ୟ ଦୃଷ୍ଟି ନିକ୍ଷେପ କରିପାରୁନାହିଁ। ଖାଲି ସେତିକି ନୁହେଁ ମନୁଷ୍ୟ ସହିତ ଜଡିତ ପଶୁ ପକ୍ଷୀ ଓ ଉପକାରୀ ଜୀବ ପଲିଥିନ ଖାଇ ନାନା ରୋଗରେ ପଡି ମତ୍ୟୁ ବରଣ କରୁଛନ୍ତି। ଖାଲି ସେତିକି ନୁହେଁ ଏ ପ୍ଲାଷ୍ଟିକ ଓ ପଲିଥିନ୍ ଉଦ୍ଭିଦର ବୃଦ୍ଧିରେ କ୍ଷତିକାରୀ ହେଲାଣି ଜାଣି ମଧ୍ୟ ଏ ଧାରା ପୃଷ୍ଠରେ ନିଜକୁ ଏକକ ଚକ୍ର…
Read Moreବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଶ୍ରଦ୍ଧା ଦିବସ ପାଳନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ପୂଜ୍ୟ ପୂଜା ସମିତି, ଦଶପଲ୍ଲାର ଆୟୋଜନ କ୍ରମେ ଏପ୍ରିଲ ୧୩ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଇଲେଭେନ ଷ୍ଟାର କ୍ଲବ୍ରର ସଭା ଗୃହରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏକି ଗାନ୍ଧିଜୀଙ୍କ ନିକଟକୁ ଯାଇ ସାବରମତି ଗାନ୍ଧିଜୀଙ୍କ ଆଶ୍ରମରେ ରହି ଅସହଯୋଗ ଆନ୍ଦଳନରେ ଯୋଗଦେଇଥିଲେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୫୯ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଅଛି। ସମିତିର ସଭାପତି ତଥା ବିଶିଷ୍ଟ ଆଇନଜୀବି ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଯାଇଅଛି। ସଭାର ପ୍ରାରମ୍ଭରେ ସମସ୍ତେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହିସଭାରେ ମୁଖ୍ୟବକ୍ତା ଅଧ୍ୟାପକ ଅଲେଖ କୁମାର ସ୍ୱାଇଁ ସଂଗ୍ରାମୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଦଶପଲ୍ଲା ବରିଷ୍ଠ…
Read Moreପୂର୍ବତଟ ରେଳ ମହାପ୍ରବନ୍ଧକଙ୍କୁ ସାକ୍ଷାତ କଲା ନୟାଗଡ଼ ନାଗରିକ ମଞ୍ଚ
ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦେଲେ ନିର୍ଭର ପ୍ରତିଶୃତି ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନରେ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଠାରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି ନୟାଗଡ଼ ନାଗରିକ ମଞ୍ଚ। ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଂକୱାଲ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରୁ ଦଶପଲ୍ଲା ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆଜି ସକାଳ ୯ ଟାରେ ଯାତ୍ରା ଆରମ୍ଭ କରିଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ମହାପ୍ରବନ୍ଧକଙ୍କ ସହିତ ସାକ୍ଷାତ ଆଲୋଚନା ପାଇଁ ସମୟ ମଗା ଯାଇଥିଲା ଏବଂ ଏହାକୁ ଗ୍ରହଣ କରି ମହାପ୍ରବନ୍ଧକଙ୍କ ସ୍ୱତନ୍ତ୍ର ଟ୍ରେନ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ଅଟକି ଥିଲା। ନୟାଗଡ଼ ନାଗରିକ ମଞ୍ଚ…
Read Moreପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ସ୍ମୃତିଚାରଣ ଏବଂ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ୍, ନାଟ୍ୟକାର ସମାଜସେବୀ ତଥା ପୂର୍ବତନ ବିଧାୟକ ନୟାଗଡ଼ ସ୍ୱର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଚଳିତ ବର୍ଷ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ୨୦୨୫ ବଂଶୀଧର ମହାବିଦ୍ୟାଳୟ, ଇଟାମାଟି ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଜ୍ୟୋତି ରଞ୍ଜନ ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଆଶୁତୋଷ ମିଶ୍ର, ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ…
Read More