ସିବିଏସ୍ଇ ପରୀକ୍ଷାରେ ୯୮% ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ଗୋପାଗ୍ନୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ସେହି ପରୀକ୍ଷାରେ ନୟାଗଡ଼ ଜିଲ୍ଲାସ୍ଥିତ ଗୋଠବଣ ଗ୍ରାମର ଗୋପବନ୍ଧୁ ଷଡ଼ଙ୍ଗୀ ଓ ପୁଷ୍ପଶ୍ରୀ ଷଡ଼ଙ୍ଗୀଙ୍କ ଜ୍ୟେଷ୍ଠ କନ୍ୟା ଗୋପାଗ୍ନୀ ଷଡ଼ଙ୍ଗୀ ୯୮% ମାର୍କ ରଖି ଉତ୍ତୀର୍ଣ୍ଣ ହେବାସହ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭବିଷ୍ୟତରେ ସେ ଜଣେ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ସଫଳତା ପଛରେ ସେ ବଡ଼ମାନଙ୍କ ଆଶୀର୍ବାଦ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପଥ ପ୍ରଦର୍ଶନ ସହ ନିଜର କଠିନ ପରିଶ୍ରମର ହାତ ରହିଛି ବୋଲି କହିଛନ୍ତି।

Related posts